ଓ୍ବାର୍ଡ ରାସ୍ତାରେ ଆବର୍ଜନା ପାଣି

ଭୁବନ,୧୫ା୧୦ (ଡି.ଏନ.ଏ)

ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ୯ ଓ ୧୦ ନମ୍ବର ୱାର୍ଡ ମଧ୍ୟରେ ଯାଇଥିବା ମୁଖ୍ୟ ରାସ୍ତା ଉପରେ ଆବର୍ଜନା ପାଣି ମାଡୁଛି। ଏହା ଜମି ରହି ଦୁର୍ଗନ୍ଧ ହେଉଥିବାରୁ ଓ୍ବାର୍ଡବାସୀ ହଇରାଣ ହେଉଛନ୍ତି। ଦୀର୍ଘ ୩ ମାସ ହେଲା ଏପରି ପଚାଶଢା ପାଣି ଜମୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ, ଏହି ରାସ୍ତାଟି ଭୁବନ ଏନ୍‌ଏସିର ପ୍ରମୁଖ ରାସ୍ତା। ଭୁବନ ଅଞ୍ଚଳରେ ପାଳନ କରାଯାଉଥିବା ସମସ୍ତ ପର୍ବପର୍ବାଣୀ ଓ ଭସାଣି ଉତ୍ସବ ଏହି ରାସ୍ତା ଦେଇ କରାଯାଇଥାଏ ା ହେଲେ ୩ ମାସ ପୂର୍ବରୁ ଅଧା ଡ୍ରେନ୍‌ ନିର୍ମାଣ କରାଯାଇଥିବାବେଳେ ଆଉ ପ୍ରାୟ ୧୫ ମିଟର ଡ୍ରେନ୍‌ ନିର୍ମାଣକୁ କେତେଜଣ ବ୍ୟକ୍ତି ବିରୋଧ କରିଛନ୍ତି ା ଡ୍ରେନ୍‌ଟି ଅର୍ଦ୍ଧନିର୍ମିତ ଅବସ୍ଥାରେ ଥିବାରୁ ଆବର୍ଜନା ପାଣି ରାସ୍ତା ଉପରେ ବୋହୁଛି। ଏ ନେଇ ଏନ୍‌ଏସି କର୍ତ୍ତୃପକ୍ଷ, ତହସିଲଦାର, ଥାନା ଅଧିକାରୀ, ଉପଜିଲାପାଳ ଓ ଜିଲାପାଳଙ୍କ ନିକଟରେ ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ସୋମବାର ୱାର୍ଡବାସୀଙ୍କ ପକ୍ଷରୁ ଏକ ବୈଠକ ବସିଥିଲା। ୭ ଦିନ ମଧ୍ୟରେ ଏହାର ସମାଧାନ କରା ନ ଗଲେ ଏନଏସି କାର୍ଯ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରାଯିବ ବୋଲି ବୈଠକରେ ଉପସ୍ଥିତ ଯୁଗଳ ପୃଷ୍ଟି, ସତ୍ୟାନନ୍ଦ ପୃଷ୍ଟି, ରମେଶ ପୃଷ୍ଟି, କୋଦଣ୍ଡଧର ସାହୁ, ରମେଶ ଚନ୍ଦ୍ର ମହାରଣା ପ୍ରମୁଖ ଚେତାବନୀ ଦେଇଛନ୍ତି। ଭୁବନ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ ଏ ସଂକ୍ରାନ୍ତରେ କୁହନ୍ତି, ଅଭିଯୋଗ ପାଇଛୁ ା ଶୀଘ୍ର ଏହାର ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ବିବାଦରୁ ହତ୍ୟା: ବଡ଼ଭାଇ ଖଣ୍ଡା ଚୋଟରେ ସାନଭାଇର ଜୀବନ ଗଲା

ସିମୁଳିଆ, ୧୫।୧୦(ଡି.ଏନ.ଏ.)-ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମଙ୍ଗଳବାର ବାଲେଶ୍ୱର ଜିଲା ସିମୁଳିଆ ଥାନା ଖଇରା ବ୍ଲକ ବିଷ୍ଣୁପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ବଡ଼ଭାଇ କୈଳାସ...

ସଞ୍ଜୀବ, ପ୍ରଫୁଲ୍ଲ, ବ୍ୟୋମକେଶ ବିଜୟୀ

ଭଦ୍ରକ ଅଫିସ,୨୪।୫: ଭଦ୍ରକ ସଂସଦୀୟ କ୍ଷେତ୍ର ଅଧୀନ ୫ ବିଧାନସଭା ଆସନ ମଧ୍ୟରୁ ଭଦ୍ରକ ସଦର, ଚାନ୍ଦବାଲି ଏବଂ ଭଣ୍ଡାରିପୋଖରୀ ଆସନର ଫଳାଫଳ ପ୍ରକାଶ ପାଇଛି।...

ସୁନାବେଶରେ ୩ ଠାକୁର

ପୁରୀ ଅଫିସ,୨ା୭: ସରି ଆସୁଛି ଶ୍ରୀଗୁଣ୍ଡିଚା ମହୋତ୍ସବ। ବୁଧବାର ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ରତ୍ନବେଦି ଅଭିମୁଖେ ବାହୁଡ଼ି ଆସିଥିଲେ ମହାପ୍ରଭୁ। ଗୁରୁବାର ସିଂହଦ୍ୱାର ସମ୍ମୁଖରେ...

ବ୍ରହ୍ମପୁରରେ ଖୋଲିବ ‘ନେକ୍‌’ ଓଡ଼ିଶା ଜୋନ୍‌ ଚାପ୍ଟର

ଭୁବନେଶ୍ୱର, ୧୯ା୨(ବ୍ୟୁରୋ):ଓଡ଼ିଶାରେ ଖୋଲିବ ନ୍ୟାଶନାଲ ଏଗ୍‌ କୋର୍ଡିନେଶନ କମିଟି(ଏନ୍‌ଇସିସି ବା ନେକ୍‌)ର ଓଡ଼ିଶା ଜୋନ୍‌ ଚାପ୍ଟର। ବ୍ରହ୍ମପୁରରେ ଏହି ଚାପ୍ଟର ଖୋଲିବ। ଏହା ପୂର୍ବରୁ ଓଡ଼ିଶାର...

ରାଜ୍ୟରେ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ: ୨ ମୃତ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୨୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ...

ଟ୍ରକକୁ ଧକ୍କା ଦେଲା କାର: ୨ ମୃତ, ଜଣେ ଗୁରୁତର

ପରଜଙ୍ଗ,୩।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଧିନ ୧୪୯ ନଂ. ଜାତୀୟ ରାଜପଥର ଘାଘରାମୁଣ୍ଡା ଛକ ନିକଟରେ ସୋମବାର ଭୋର ସମୟରେ ଦୁର୍ଘଟଣା ଘଟିଛି।...

ଭୁବନେଶ୍ୱରରେ ୧.୪% ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି

ଭୁବନେଶ୍ୱର, ୩।୮(ବ୍ୟୁରୋ)-ଭୁବନେଶ୍ୱରରେ ସେରୋଲୋଜିକାଲ୍‌ ସର୍ଭେ ସରିଛି। ଏଠାରେ ୧.୪% ଲୋକଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବା ଆଣ୍ଟିବଡି ସୃଷ୍ଟି ହୋଇଛି। ଏନେଇ ସୋମବାର ଭୁବନେଶ୍ୱର...

ଶ୍ରୀମନ୍ଦିର କବାଟ ହେବ ରୂପା ଛାଉଣୀ

ପୁରୀ ଅଫିସ,୨୭।୮: ଶ୍ରୀମନ୍ଦିର କବାଟ ରୂପା ଛାଉଣୀ ହେବ। ଏଥିପାଇଁ ଦାତା ରୂପା ଦେଇଥିବା ସୂଚନା ମିଳିଛି। ଶ୍ରୀମନ୍ଦିରର କଳାହାଟ ଦ୍ୱାର, ବେହରଣ ଦ୍ୱାର ଓ...

Advertisement


Archives

Model This Week