Posted inଖେଳ

ଓ୍ବାଡା ଗାଇଡ୍‌ଲାଇନ୍‌ ଜାରି

ମଣ୍ଟ୍ରିଲ, ୨୨ା୩ (ଏଏଫ୍‌ପି)-କରୋନା ଭାଇରସ୍‌ ଜନିତ ସମସ୍ୟା କାରଣରୁ ଓ୍ବାଲର୍‌ଡ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ପକ୍ଷରୁ ନୂଆ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ବିଶେଷ କରି ୨୦୨୦ ଟୋକିଓ ଅଲିମ୍ପିକ ଓ ପାରା ଅଲିମ୍ପିକ ଗେମ୍ସରେ ଭାଗ ନେବାକୁ ଥିବା ଆଥଲେଟ୍‌ ମାନଙ୍କର ଯେପରି ଡୋପ୍‌ ଟେଷ୍ଟ ହୋଇ ପାରିବ ସେ ନେଇ ସ୍ଥାନୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡାଯାଇଛି। ଆଥଲେଟ୍‌ ଓ ଡୋପିଂ କଣ୍ଟ୍ରୋଲ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନ ଏବଂ ଅବାଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ କୁହାଯାଇଛି। ଆଥଲେଟଙ୍କ ନିକଟରେ କରୋନା ଭାଇରସ ଆକ୍ରାନ୍ତର କୌଣସି ଲକ୍ଷଣ ସୂଚନା ମିଳୁଥିଲେ ସାମ୍ପଲ ସଂଗ୍ରହକାରୀଙ୍କୁ ତୁରନ୍ତ ଜଣାଇବା ଉଚିତ୍‌। ଯେଉଁ ଆଥଲେଟଙ୍କ ଡାକ୍ତରୀ ପରୀକ୍ଷା ହେବ ସେ ସମ୍ପର୍କିତ ଖବର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରିବାକୁ ହେବ ବୋଲି ଓ୍ବାଡା କହିଛି। କାର୍ଯ୍ୟସ୍ଥଳକୁ ସଂକ୍ରମଣମୁକ୍ତ କରାଯିବା ଦରକାର। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ମାସ୍କ ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି। ଯଦି କୌଣସି ସ୍ଥାନରେ ଟେଷ୍ଟିଂ ପ୍ରୋଗ୍ରାମ ଜାରି ରଖିବା ଅସମ୍ଭବ ମନେ ହୁଏ ଏକ୍ଷେତ୍ରରେ ଅନ୍ୟ ଆଣ୍ଟି ଡୋପିଂ ସଂଗଠନ ଓ କ୍ରୀଡ଼ା ମହାସଂଘଗୁଡ଼ିକ ଏକତ୍ର କାର୍ଯ୍ୟ କରିବା ଉଚିତ ବୋଲି ଓ୍ବାଡା ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜୟପୁରରେ ଖେଳାଯିବ ମହିଳା ଟି୨୦ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୯ା୨- ଗତଥର ୨୦୧୯ ସଂସ୍କରଣ ଭଳି ଆଇପିଏଲ ପ୍ଲେଅପ୍ସ ଓ ଫାଇନାଲ ବେଳେ ମହିଳା ଟି୨୦ ଚ୍ୟାଲେଞ୍ଜ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ଇଭେଣ୍ଟ ପାଇଁ...

ଉଇକେଟ ପାଇଁ ସଂଘର୍ଷ କରୁଛନ୍ତି

ଜୋହାନ୍ସବର୍ଗ,୫।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ନ୍ୟୁ ଇୟର ଟେଷ୍ଟରେ ଭାରତୀୟ ବୋଲର ଉଇକେଟ ଲାଗି ସଂଘର୍ଷ କରୁଛନ୍ତି। ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନ୍‌ର...

ଆରପାରିରେ ଫୁଟ୍‌ବଲ କୋଚ ନନ୍ଦ କିଶୋର ପଟ୍ଟନାୟକ

ଭୁବନେଶ୍ୱର,୧।୬(ବ୍ୟୁରୋ): ଓଡ଼ିଶାର ବିଶିଷ୍ଟ ଫୁଟ୍‌ବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କର ସୋମବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ତାଙ୍କ ସାନ ଭାଇ ଏହି ସୂଚନା ଦେଇଛନ୍ତି।...

ଧୋନୀଙ୍କ ଝିଅକୁ ସ୍ବତନ୍ତ୍ର ଉପହାର ପଠାଇଲେ ମେସି

ନୂଆଦିଲ୍ଲୀ,୨୮।୧୨:ଫିଫା ବିଶ୍ୱକପ ୨୦୨୨ ଜିତି ଆର୍ଜେଣ୍ଟିନା ଇତିହାସ ସୃଷ୍ଟି କରିଛି। ପେନାଲ୍ଟି ସୁଟଆଉଟରେ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସକୁ ୪-୨ରେ ପରାସ୍ତ କରିବା ପରେ ଲିଓନେଲ ମେସିଙ୍କ...

ଭାରତୀୟ ଦଳ ପାଇଁ ଖୁସି ଖବର

ଦୁବାଇ,୨୦।୧୨: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ଲଜ୍ଜାଜନକ ପରାଜୟ ବରଣ କରିଛି। ଦଳ ପାଇଁ ଗୋଟିଏ ଭଲ ଖବର ହେଲା...

ହ୍ବାଟସଆପ ଗ୍ରୁପ୍‌ରେ ଜୋକୋଭିଚ୍‌, ନାଡାଲ, ଫେଡରର

ପ୍ୟାରିସ,୨୪ା୨- ବର୍ତ୍ତମାନ ଟେନିସ କ୍ରୀଡ଼ାର ଶ୍ରେଷ୍ଠ ୩ ଖେଳାଳି ରୋଜର ଫେଡରର, ରାଫାଲ ନାଡାଲ ଓ ନୋଭାକ ଜୋକୋଭିଚ୍‌ କୋର୍ଟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରନ୍ତି। କିନ୍ତୁ...

ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦: ଆଜିଠାରୁ ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି

କଟକ ଅଫିସ,୧।୬: ଜୁନ ୧୨ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ। ବାରବାଟୀ ଟି-୨୦ ପାଇଁ ବୁଧବାରଠାରୁ ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି ହେବ।...

ୟୁରୋପିଆନ ଚାମ୍ପିୟନଶିପ୍‌: ଭାରତୀୟ ଶୁଟରଙ୍କ ଦମ୍‌ଦାର ପ୍ରଦର୍ଶନ

ଓସିଜେକ୍‌(କ୍ରୋଏସିଆ), ୨୭।୫: ଏଠାରେ ଚାଲିଥିବା ୟୁରୋପିଆନ ଚାମ୍ପିୟନଶିପ୍‌ରେ ତାରକା ଶୁଟର ସୌରଭ ଚୌଧୁରୀଙ୍କ ନେତୃତ୍ୱରେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ଭାରତୀୟ ଶୁଟରମାନେ ମିକ୍ସଡ...

Advertisement
Archives

Model This Week