ଓ୍ବାଜିଦ୍‌ଙ୍କ ମୃତ୍ୟୁରେ ବଲିଉଡ୍‌ରେ ଶୋକ

ମୁମ୍ବାଇ,୧।୬: ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ ଖାନଙ୍କ ରବିବାର ରାତିରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ଗୀତିକାର ସଲିମ ମର୍ଚାଣ୍ଟ ଟୁଇଟ୍‌ କରି କହିଛନ୍ତି, ୱାଜିଦଙ୍କ ମୃତ୍ୟୁ ଖବର ମୋତେ ବ୍ୟଥିତ କରିଛି। ୱାଜିଦ ଭାଇ, ତୁମେ ବହୁତ ଶୀଘ୍ର ଚାଲିଗଲ। ଏହା ଆମ ପାଇଁ ଏକ ବଡ କ୍ଷତି। ତୁମ ପରଲୋକରେ ମୁଁ ଚକିତ ହୋଇ ଭାଙ୍ଗି ପଡିଛି। ଭଗବାନ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ। ସେହିପରି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଓ୍ବାଜିଦଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହା ଏକ ଦୁଃଖଦ ଖବର। ୱାଜିଦ ଭାଇଙ୍କ ହସ ମୋର ସବୁବେଳେ ମନେ ରହିବ। ତାଙ୍କ ପରିବାରକୁ ସମବେଦନା ଜଣାଉଛି। ବଲିଉଡ୍‌ କଣ୍ଠଶିଳ୍ପୀ ମିକା ସିଂ ମଧ୍ୟ ଓ୍ବାଜିଦ୍‌ଙ୍କ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି। ସେ କହିଛନ୍ତି, ସେ ଜଣେ ପ୍ରତିଭାସମ୍ପନ୍ନ ଗାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଥିଲେ। ତାଙ୍କ ସଙ୍ଗୀତ ଚିରସବୁଜ ବୋଲି ସେ କହିଛନ୍ତି। ଅଭିନେତା ଅକ୍ଷୟ କୁମାର, ଅମିତାଭ ବଚ୍ଚନ ଏବଂ ରଣବୀର ସିଂ ମଧ୍ୟ ଓ୍ବାଜିଦଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ ପିନ୍ଧି ଫଟୋ ଶେୟାର କଲେ ପ୍ରିୟଙ୍କା: ୟୁଜର୍ସ କହିଲେ ଶାଶୁ ଘରକୁ ପଳାଅ

ନୂଆଦିଲ୍ଲୀ,୪।୧୧: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ଦିଲ୍ଲୀରେ ନେଟଫ୍ଲିକ୍ସ ପ୍ରୋଜେକ୍ଟର ‘ଦ ହ୍ବାଇଟ୍‌ ଟାଇଗର’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏବେ ସେଠାରେ ପ୍ରଦୂଷଣର...

ନିର୍ଦ୍ଦେଶକ ମନମୋହନଙ୍କ ସ୍ମରଣେ

‘ପ୍ରାଣୀର ଭଲମନ୍ଦ ବାଣୀ ମରଣକାଳେ ତାହା ଜାଣି।’ ଏ କଥାର ଯଥାର୍ଥତା ରହିଛି। ସେହିପରି ଏକ ନୀରବ ସାଧକ, ଚିତ୍ର ନିର୍ମାତା, ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ...

କରୋନା ଯୋଦ୍ଧାଙ୍କୁ ସାହାଯ୍ୟର ହାତ ବଢାଇଲେ ରୋହିତ

ମୁମ୍ବାଇ: ଏକ ଅଦୃଶ୍ୟ ଯୁଦ୍ଧରେ ଏବେ ବିଶ୍ୱବାସୀ ଲଢି ଚାଲିଛନ୍ତି। କରୋନା ଭଳି ଏକ ଅଦୃଶ୍ୟ ଶତ୍ରୁକୁ ହରାଇବାକୁ ସମସ୍ତେ ଯେମିତି ଅଣ୍ଟା ଭିଡିଛନ୍ତି। ଏହି...

ବିଲରେ ହଳ କରୁଥିବା ସଲମନଙ୍କୁ ଏମିତି କହିଲେ କଂଗ୍ରେସ ନେତା

କରୋନା ପାଇଁ ଫିଲ୍ମ ଶୁଟିଂ ବନ୍ଦ ରହିଥିବା ବେଳେ ବଲିଉଡ ଅଭିନେତା ସଲମାନ ଖାନ ତାଙ୍କ ପାନଭେଲ ଫାର୍ମ ହାଉସରେ ସମୟ ଅତିବାହିତ କରିଆସୁଛନ୍ତି। ଏହି...

ବିହାର ବନ୍ୟାରେ ପୁଅଙ୍କ ସହ ଜୀବିକା ହରାଇଥିଲେ ଭୋଳା, ଜାଣିବା ପରେ ସୋନୁ କଲେ ଏମିତି

ବମ୍ବେ: ଅଭିନେତା ସୋନୁ ସୁଡ। କରୋନା କାଳରେ କୌଣସି ଭଗବାନଙ୍କଠାରୁ କମ୍‌ ନୁହନ୍ତି। କାରଣ ଭଗବାନ ହୁଏତ ଡେରିରେ ଶୁଣନ୍ତି, ହେଲେ ସୋନୁଙ୍କୁ କିଛି କହିଲେ...

ଶ୍ରଦ୍ଧା କପୁରଙ୍କୁ ପୂରିଲା ୩୩: ରୋମାନ୍ସ୍‌ ପାଇଁ ବେଳ ନାହିଁ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ମଙ୍ଗଳବାର ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୭ ମାର୍ଚ୍ଚ ୩ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପିତା...

ଫିଟ୍‌ନେସ ପାଇଁ ଶିଳ୍ପା ଖାଇଥାନ୍ତି ଏସବୁ ଖାଦ୍ୟ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜର ଫିଟ୍‌ନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ସୌନ୍ଦର୍ଯ୍ୟତାକୁ ନେଇ ଫ୍ୟାନଙ୍କ ମନରେ ବି ବେଳେବେଳେ ପ୍ରଶ୍ନ ଉଠିଥାଏ।...

ବିବାହ ପାଇଁ ସମୟ ନାହିଁ: ମଲାଇକା

ମୁମ୍ବାଇ: ବଲିଉଡ୍‌ ନାୟିକା ମଲାଇକା ଆରୋରା ଓ ନାୟକ ଅର୍ଜୁନ କପୁରଙ୍କ ରିଲେସନଶିପକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ। ମଲାଇକା ତାଙ୍କ ପ୍ରଥମ ସ୍ବାମୀ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *