କରୋନା ଭାଇରସ୍‌ ପ୍ରତିଷେଧକ ଟିକା

ଚାଇନା ଟିକା: PiCoVacc
ଏକ ବେସରକାରୀ ଚାଇନା ସଂସ୍ଥା ସାଇନୋଭ୍ୟାକ (Sinovac) ଦ୍ବାରା ବିକଶିତ ଏହି ଟିକା ଏବେ ପରୀକ୍ଷଣର ମିଳିତ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟରେ ଅଛି I ଏହା ପୂର୍ବ ପଦ୍ଧତି ଭଳି ଶରୀରରେ କିଛି ନିଷ୍କ୍ରିୟ ଭାଇରସର ନମୁନା ପ୍ରବେଶ କରାଇ ଭାଇରସ ବିପକ୍ଷରେ ଏକ ପ୍ରତିରୋଧକ ବ୍ୟବସ୍ଥା ଉତ୍ପନ୍ନ କରିଥାଏ I ଏହି ଟିକାର ସାଂପ୍ରତିକ ପରୀକ୍ଷଣ ପର୍ଯ୍ୟାୟ ସମାପ୍ତ ହେବା ପାଇଁ ଚାରି ମାସ ସମୟ ଲାଗିବ ବୋଲି ଆଶା କରାଯାଏ I
ଆମେରିକୀୟ ଟିକା : mRNA-୧୨୭୩
ଏକ ଆମେରିକୀୟ ବାୟୋଟେକ ଫାର୍ମ ମ୍ୟାଡେର୍ନା ( Maderna) ଦ୍ବାରା ବିକଶିତ ଏହି ଟିକା ପୂର୍ବୋକ୍ତ INO-୪୮୦୦ ଟିକା ସଦୃଶ ଏକ ଡି.ଏନ୍‌. ଏ. କୌଶଳ ବ୍ୟବହାର କରିଥାଏ I ଏହି କୌଶଳ ଅନୁସାରେ, କରୋନା ଭାଇରସର ସ୍ପାଇକ୍‌ ପ୍ରୋଟିନ୍‌ ପ୍ରସ୍ତୁତ କରିବା ନିମନ୍ତେ ସୂଚନା ବହନ କରୁଥିବା କିଛି mRNA ଅଣୁକୁ ଶରୀର ମଧ୍ୟରେ ପ୍ରବେଶ କରାଯାଏ I ଏହା ଶରୀରର ପ୍ରତିରୋଧକ ବ୍ୟବସ୍ଥାକୁ ସକ୍ରିୟ କରି ପରବର୍ତ୍ତୀ ସମୟରେ କରୋନା ଭାଇରସର ପ୍ରକୃତ ସଂକ୍ରମଣରୁ ଶରୀରକୁ ରକ୍ଷାକରିଥାଏ I ପରୀକ୍ଷଣର ଦ୍ବିତୀୟ ପର୍ଯ୍ୟୟରେ ଥିବା ଏହି ଟ କା ନିକଟରେ ତୃତୀୟ ପର୍ଯ୍ୟାୟରେ ପ୍ରବେଶ କରିବ I
ଜର୍ମାନୀ ଟିକା : BT ୧୬୨
ଜର୍ମାନୀ କମ୍ପାନୀ ବାୟୋନ୍‌ ଟେକ୍‌ (BioNTech) ଏବଂ ଖ୍ୟାତନାମା ଆମେରିକୀୟ କମ୍ପାନୀ ଫାଇଜର (Pfizer) ଦ୍ବାରା ମିଳିତ ଭାବେ ବିକଶିତ ସମୁଦାୟ ଚାରୋଟି ଟିକାସମୂହ ମଧ୍ୟରୁ ଏହି ଟିକା messenger RNA ପଦ୍ଧତି ଉପରେ ପର୍ଯ୍ୟବସିତ I ଏହି ଟିକାର ଦ୍ବିତୀୟ ଓ ତୃତୀୟ ମିଳିତ ପର୍ଯ୍ୟାୟ ପରୀକ୍ଷଣକୁ ଉଭୟ ଜର୍ମାନୀ ଏବଂ ଆମେରିକାରେ କରାଯିବ I ଏହି ଟିକାରେ ଶରୀର ମଧ୍ୟକୁ କରୋନା ଭାଇରସର କିଛି messenger RNA ଅଣୁ ପ୍ରବେଶ କରାଯାଇ ଭାଇରସର ସ୍ପାଇକ୍‌ ପ୍ରୋଟିନ୍‌ ଗଠନକୁ ତ୍ୱରାନିତ କରାଯାଏ, ଯାହା ଭାଇରସର ପରବର୍ତ୍ତୀ ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରିଥାଏ I ଏହି ଟିକାର ପ୍ରାରମ୍ଭିକ ପରୀକ୍ଷଣ ବର୍ଷକ ମଧ୍ୟରେ ସମାପ୍ତ ହେବ ବୋଲି ଆଶା କରାଯାଏ I
ଭାରତରେ ପ୍ରଚେଷ୍ଟା
ଆମ ଦେଶରେ ଛଅଟି ପ୍ରମୁଖ କମ୍ପାନୀ କରୋନା ଟିକାର ବିକାଶ ନିମନ୍ତେ ସ୍ବାଧୀନ ଭାବରେ କିମ୍ବା ଅନ୍ତର୍ଜାତୀୟ କମ୍ପାନୀ ସବୁର ସହାୟତାରେ ଲାଗିଛନ୍ତି I ଆମ ଦେଶରେ ଏ ସଂକ୍ରାନ୍ତୀୟ ଗବେଷଣା ଏବେ ପ୍ରାକ୍‌ କ୍ଲିନିକାଲ ପରୀକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ଅଛି I ଏଥି ମଧ୍ୟରୁ ଚାରୋଟି ସଂସ୍ଥା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ତାଲିକାରେ ସ୍ଥାନ ପାଇଛି I ସେଥିରୁ କେତେକ ମୁଖ୍ୟ କମ୍ପାନୀ ହେଲେ ଅହମ୍ମଦାବାଦର Zydus Cadila, ହାଇଦରାବାଦର Biological E Limited ଏବଂ ପୁଣେସ୍ଥିତ Serum Institute of India I
ସମୟସାପେକ୍ଷ ପ୍ରକ୍ରିୟା
ଉପରୋକ୍ତ ଟିକାସବୁ ମଧ୍ୟରୁ ଅଧିକାଂଶ ଏବେ ପରୀକ୍ଷଣର ପ୍ରାଥମିକ ପର୍ଯ୍ୟାୟରେ ଅଛନ୍ତି I ଟିକାର ପରୀକ୍ଷଣ ବାସ୍ତବକ୍ଷେତ୍ରରେ ଏକ ସମୟ ସାପେକ୍ଷ ପ୍ରକ୍ରିୟା I ଏହା ପ୍ରଥମେ ଜୀବଜନ୍ତୁମାନଙ୍କ ଉପରେ ପ୍ରୟୋଗ କରାଯାଏ ଏବଂ ପରେ ମନୁଷ୍ୟ ଉପରେ ଅତି କମ୍‌ରେ ତିନୋଟି ପର୍ଯ୍ୟାୟରେ କ୍ଲିନିକାଲ୍‌ ପରୀକ୍ଷଣ କରାଯାଏ I ଏହି ପରୀକ୍ଷଣର ପ୍ରତିଟି ପର୍ଯ୍ୟାୟରେ ପରୀକ୍ଷିତ ମନୁଷ୍ୟଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି କରାଯାଏ I ଏଭଳି ସୁଦୀର୍ଘ କାର୍ଯ୍ୟପନ୍ଥାର ଉଦ୍ଦେଶ୍ୟ ହେଲା ପରୀକ୍ଷଣର ନିରାପଦ ବ୍ୟବସ୍ଥା, ତଜ୍ଜନିତ ପାଶର୍‌ବ – ପ୍ରତିକ୍ରିୟାକୁ ହ୍ରାସ କରିବା ଏବଂ ସର୍ବୋପରି ଟିକାଦାନ ଦ୍ବାରା ଶରୀରର ରୋଗ ପ୍ରତିରୋଧକ ସାମର୍ଥ୍ୟକୁ ନିଶ୍ଚିତ କରିବା I ମାତ୍ର ଚଳିତ ସଙ୍କଟଜନକ ପରିସ୍ଥିତିକୁ ଆଖି ଆଗରେ ରଖି ବୈଜ୍ଞାନିକମାନେ ଏବେ ପରୀକ୍ଷଣର କିଛି ପର୍ଯ୍ୟାୟକୁ ଛାଡିଦେଇ କିମ୍ବା କେତେକ ପର୍ଯ୍ୟାୟକୁ ମିଶାଇ ଟିକାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାରେ ଲାଗିପଡିଛନ୍ତି I

(ଶେଷ ଭାଗ)
-ନିକୁଞ୍ଜ ବିହାରୀ ସାହୁ
ଏଜୁକେଶନ୍‌ ଅଫିସ, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri