Posted inଖେଳ

ଓ୍ବାଇଡ୍‌ ଯୋଗୁ ହ୍ୟାଟ୍ରିକରୁ ବଞ୍ଚିତ ହେଲେ ଦୀପକ

ନୂଆଦିଲ୍ଲୀ,୧୩।୧୧-  ୨୭ ବର୍ଷୀୟ ଭାରତୀୟ ମଧ୍ୟଗତିର ବୋଲର ଦୀପକ ଚହର ୩ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ହ୍ୟାଟ୍ରିକ ଉଇକେଟ ହାସଲ କରିବାରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି। ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ମଙ୍ଗଳବାର ବିଦର୍ଭ ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନର ଏହି ଉଦୀୟମାନ ବୋଲର ଗୋଟିଏ ଓଭରରେ ୪ ଉଇକେଟ୍‌ ନେଇଥିଲେ। ଏପରିକି ସେ ଏକ ହ୍ୟାଟ୍ରିକ ସୃଷ୍ଟି କରିଥିଲେ ମଧ୍ୟ ଓ୍ବାଇଡ୍‌ ବଲ୍‌ ଯୋଗୁ ପୁଣି ହ୍ୟାଟ୍ରିକ ଉଇକେଟ ସଫଳତା ପାଇପାରି ନାହାନ୍ତି। ପ୍ରଭାବୀ ବୋଲିଂ ସତ୍ତ୍ୱେ ଦୀପକ କିନ୍ତୁ ତାଙ୍କ ଟିମ୍‌କୁ ପରାଜୟରୁ ରକ୍ଷା କରିପାରି ନ ଥିଲେ। ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ରାଜସ୍ଥାନ ୧ ରନରେ ପରାସ୍ତ ହୋଇଥିଲା।
ସ୍ଥାନୀୟ ଗ୍ରୀନଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଗ୍ରୁପ୍‌-ବି’ର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବିଦର୍ଭ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। କିନ୍ତୁ ମ୍ୟାଚ୍‌ ମଝିରେ ବର୍ଷା ହେବାକୁ ଏହାକୁ ୧୩ ଓଭର ବିଶିଷ୍ଟ କରାଯାଇଥିଲା। ଅଧିନାୟକ ଚହରଙ୍କ ବୋଲିଂକୁ ସାମ୍ନା କରି ନ ପାରି ବିଦର୍ଭ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ୍‌ ହରାଇ ୯୯ ରନ କରିଥିଲା। ଅନ୍ତର୍ଜାତୀୟ ଟି୨୦ରେ ଦେଶର ପ୍ରଥମ ପୁରୁଷ ଖେଳାଳି ଭାବେ ହ୍ୟାଟ୍ରିକ ନେଇଥିବା ଚହର ୩ ଓଭରରେ ୧୮ ରନ୍‌ ବ୍ୟୟ କରି ୪ ଉଇକେଟ ହାତେଇଛନ୍ତି। ଏହି ୪ଟି ଯାକ ଉଇକେଟ୍‌ ସେ ଗୋଟିଏ ଓଭରରେ ନେଇଥିଲେ। ବିଦର୍ଭ ଇନିଂସର ଅନ୍ତିମ ତଥା ୧୩ତମ ଓଭର ବୋଲିଂ କରିଥିବା ଦୀପକ ପ୍ରଥମ ବଲରେ ରୂପେଲ ରାଠୋର (୩ ରନ)ଙ୍କୁ ଭାଇ ରାହୁଲ ଚହରଙ୍କ ହାତରେ କ୍ୟାଚ୍‌ କରାଇନେଇଥିଲେ। ଏହାପରେ ଓଭର ଅନ୍ତିମ ୩ଟି ବଲରେ ସେ ଯଥାକ୍ରମେ ଦର୍ଶନ ନାଲକାଣ୍ଡେ (୦), ଶ୍ରୀକାନ୍ତ ଓ୍ବାଗ (୧୩) ଓ ଅକ୍ଷୟ ଓ୍ବାଦ (୦)ଙ୍କୁ ଆଉଟ୍‌ କରିଥିଲେ। କିନ୍ତୁ ଦର୍ଶନଙ୍କ ଉଇକେଟ୍‌ ନେବାପରେ ସେ ଏକ ଓ୍ବାଇଡ୍‌ ବଲ୍‌ ପକାଇଥିଲେ। ଫଳରେ ନିୟମ ଅନୁଯାୟୀ ଲଗାତର ୩ଟି ବଲରେ ଉଇକେଟ୍‌ ନେଇପାରି ନ ଥିବାରୁ ଏହା ହ୍ୟାଟ୍ରିକ ଭାବେ ଗଣାଯାଇ ନାହିଁ।
ଭିଜେଡି ମେଥଡରେ ରାଜସ୍ଥାନ ସମ୍ମୁଖରେ ୧୦୭ ରନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଜବାବରେ ରାଜସ୍ଥାନ ଓପନର୍‌ ମନିନ୍ଦର ସିଂ (୪୪ ରନ, ୧୭ ବଲ, ୬ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ୱେ ୮ ଉଇକେଟ୍‌ ହରାଇ ୧୦୫ ରନ କରିବାକୁ ସମର୍ଥ ହୋଇଥିଲା। ଉଲ୍ଲେଖଥାଉ କି, ଗତ ରବିବାର ବାଂଲାଦେଶ ବିପକ୍ଷ ଅନ୍ତିମ ତଥା ତୃତୀୟ ଟି୨୦ରେ ସେ ମାତ୍ର ୭ ରନ୍‌ ଦେଇ ୬ ଉଇକେଟ ନେଇ ବିଶ୍ୱରେକର୍ଡ ଅଧିକାରୀ ହୋଇଥିଲେ। ଏଥିରେ ତାଙ୍କର ହ୍ୟାଟ୍ରିକ ମଧ୍ୟ ରହିଥିଲା। ଦୀପକଙ୍କ ଏହି ମାରାତ୍ମକ ସ୍ପେଲ ଯୋଗୁ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୨-୧ ବ୍ୟବଧାନରେ ଜିତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ସହ ପ୍ରଥମ ସାକ୍ଷାତ୍‌କୁ ମନେ ପକାଇଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୨୬।୭: ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ଲେଗ୍‌ ସ୍ପିନର ଇମ୍ରାନ ତାହିର ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହ ପ୍ରଥମ ସାକ୍ଷାତ୍‌କାରକୁ...

ଋତୁରାଜ ଜଣେ ପ୍ରତିଭାସମ୍ପନ୍ନ କ୍ରିକେଟର: ଧୋନୀ

ଦୁବାଇ,୩୧।୧୦(ପି.ଟି.): ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଯୁବ ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ୱାଡ ନିଜ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପ୍ରଭାବିତ କରିଛନ୍ତି। ଶ୍ରେଷ୍ଠ ପ୍ରତିଭାସମ୍ପନ୍ନ କ୍ରିକେଟରମାନଙ୍କ...

ଏହି କ୍ରିକେଟର୍‌ଙ୍କ ଜ୍ୟାକେଟ୍‌ ପିନ୍ଧି ଫଟୋ ଶେୟାର କଲେ ଅଭିନେତ୍ରୀ

ଭାରତୀୟ କ୍ରିକେଟରମାନେ ବଲିଉଡ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି।...

ଚାମ୍ପିୟନଶିପ୍‌ ସିରିଜ ଟେନିସ: ଆହାନ ଚାମ୍ପିୟନ

ଭୁବନେଶ୍ୱର, ୧୪।୯(କ୍ରୀଡ଼ା ପ୍ରତିନିଧି)- ହରିୟାଣାର ଗୁରଗାଓଁଠାରେ ଅନୁଷ୍ଠିତ ଚାମ୍ପିୟନଶିପ୍‌ ସିରିଜ ଟେନିସର ୧୨ ବର୍ଷରୁ କମ୍‌ ବାଳିକା ସିଙ୍ଗଲ୍ସରେ ଓଡ଼ିଶାର ଆହାନ ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ...

ବାଂଲାଦେଶ ଚୟନ କମିଟି ସଦସ୍ୟ ଲାଗି ଅବ୍‌ଦୁର ରଜାକଙ୍କୁ ପ୍ରସ୍ତାବ

ଢାକା,୨୩।୩- ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ପୂର୍ବତନ ବାମହାତୀ ସ୍ପିନର ଅବ୍‌ଦୁର ରଜାକଙ୍କୁ ଜାତୀୟ ଦଳର ଚୟନ କମିଟିର ତୃତୀୟ ସଦସ୍ୟ ପାଇଁ ପ୍ରସ୍ତାବ ଦେଇଛନ୍ତି।...

ଓ୍ବିମ୍ବେଲଡନ ଟେନିସ୍‌: ଫେଡରର- ଜୋକୋଭିଚ୍‌ ଟାଇଟଲ ମୁକାବିଲା

ଲଣ୍ଡନ,୧୪।୭(ଏଏଫପି)- ବର୍ଷର ତୃତୀୟ ଗ୍ରାଣ୍ଡସ୍ଳାମ ଟୁର୍ନାମେଣ୍ଟ ଓ୍ବିମ୍ବେଲଡନ ଟେନିସ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ରବିବାର ଖେଳାଯିବ। ଟାଇଟଲ ପାଇଁ ଏହି ଫାଇନାଲ ମ୍ୟାଚ୍‌ରେ...

ବିଶ୍ୱକପ୍‌ ‘ସବୁଠୁ ଚ୍ୟାଲେଞ୍ଜିଂ’ ରହିବ: କୋହଲି

ମୁମ୍ବାଇ, ୨୨।୫(ପି.ଟି.)- ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଚଳିତ ମାସ ଶେଷ ଭାଗରେ ଗ୍ରେଟ୍‌ ବ୍ରିଟେନରେ ଆରମ୍ଭ ହେବାକୁ ଯାଉଛି। ରାଉଣ୍ଡ ରବିନ ଫର୍ମାଟ୍‌ ଭିତ୍ତିକ...

କେବୁଲ କାର୍‌ରୁ ଡେଇଁଲେ ଦୁଇ ଭାରତୀୟ ଫୁଟବଲର

ପଣଜୀ,୨୮।୭- ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ଦୁଇ ସଦସ୍ୟ ଗୁରୁତର ଆହତ ହେବାରୁ ବର୍ତ୍ତିଯାଇଛନ୍ତି। ତୁର୍କି ଗସ୍ତରେ ଥିବା ଭାରତୀୟ ଦଳ ଶନିବାର ସ୍ଥାନୀୟ...

Advertisement
Archives

Model This Week