ଓଳଗରେ ବାଡ଼ି, ଖଣ୍ଡା ପୂଜା

ଆରଡ଼ି, ୭।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ବଡ଼ଓଳଗ ଓ ସାନଓଳଗରେ ବିଲ୍ବବରଣଠାରୁ ଚାଲିଛି ମା’ ଦୁର୍ଗାଙ୍କ ପୂଜା। ସୋମବାର ମହାନବମୀରେ ମା’ଙ୍କ ପାଖରେ ଚଣ୍ଡି ଓ ହୋମ କରାଯାଇଥିଲା। ଏଠାରେ ମଣ୍ଡପରେ ରଖାଯାଇ ପୂଜା ହେଉଥିବା ବାଡ଼ି ଓ ଖଣ୍ଡାରେ ପୂଜକ ବିଧି ମୁତାବକ ସିନ୍ଦୂର ଲଗାଇଥିଲେ। ଏହି ସିନ୍ଦୂର ଲଗା ପର୍ବ ଦେଖିବାକୁ ଉଭୟ ଗ୍ରାମରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। କଥିତ ଅଛି ଯେ, ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ମହାନବମୀରେ ରାବଣକୁ ମାରିବା ପାଇଁ ନିଜ ଅସ୍ତ୍ରକୁ ସିନ୍ଦୂର ଲଗାଇ ଅନ୍ତିମ ପୂଜା କରିଥିଲେ। ଦଶହରାରେ ସେହି ଅସ୍ତ୍ରରେ ସେ ରାବଣକୁ ବଧ କରିଥିଲେ। ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ପ୍ରାୟ ୪ ଶହ ବର୍ଷ ହେବ ୨ ଗଁାରେ ବସବାସ କରୁଥିବା କ୍ଷତ୍ରୀୟମାନେ ଦୁର୍ଗାଦେବୀଙ୍କୁ ପୂଜା କରୁଛନ୍ତି। ଏଥିସହ ନିଜ ଘରେ ରଖାଯାଇଥିବା ବାଡ଼ି, ଖଣ୍ଡା, ତେଣ୍ଟା, ଧୁଶର ଆଦି ଅସ୍ତ୍ରଶସ୍ତ୍ର ବଂଶାନୁକ୍ରମେ ପୂଜା ହୋଇଆସୁଛି। ଖାଲି ସେତିକି ନୁହେଁ ଦଶହରାରେ ପୂଜା ପାଉଥିବା ଖଣ୍ଡା ଓ ବାଡ଼ିକୁ ଆଣି ଗଁାର ପିଲା, ଯୁବକ ଓ ବୃଦ୍ଧମାନେ ବାଦ୍ୟର ତାଳେ ତାଳେ ବୁଲାଇଥାନ୍ତି। ଅପରାହ୍ନରେ ଦଶହରା ପଡ଼ିଆରେ ଧନୁଶର ଆଣି ୨ ଗଁାର ଯୁବକ ୧୦୦ ମିଟର ବ୍ୟବଧାନରେ ପୋତା ଯାଇଥିବା କଦଳୀ ଗଛକୁ ଲକ୍ଷ୍ୟ କରି ତୀର ମାରି ନିଜ ବଂଶ ପରମ୍ପରାକୁ ବଜାୟ ରଖନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri