ଓଳଗରେ ବାଡ଼ି, ଖଣ୍ଡା ପୂଜା

ଆରଡ଼ି, ୭।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ବଡ଼ଓଳଗ ଓ ସାନଓଳଗରେ ବିଲ୍ବବରଣଠାରୁ ଚାଲିଛି ମା’ ଦୁର୍ଗାଙ୍କ ପୂଜା। ସୋମବାର ମହାନବମୀରେ ମା’ଙ୍କ ପାଖରେ ଚଣ୍ଡି ଓ ହୋମ କରାଯାଇଥିଲା। ଏଠାରେ ମଣ୍ଡପରେ ରଖାଯାଇ ପୂଜା ହେଉଥିବା ବାଡ଼ି ଓ ଖଣ୍ଡାରେ ପୂଜକ ବିଧି ମୁତାବକ ସିନ୍ଦୂର ଲଗାଇଥିଲେ। ଏହି ସିନ୍ଦୂର ଲଗା ପର୍ବ ଦେଖିବାକୁ ଉଭୟ ଗ୍ରାମରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। କଥିତ ଅଛି ଯେ, ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ମହାନବମୀରେ ରାବଣକୁ ମାରିବା ପାଇଁ ନିଜ ଅସ୍ତ୍ରକୁ ସିନ୍ଦୂର ଲଗାଇ ଅନ୍ତିମ ପୂଜା କରିଥିଲେ। ଦଶହରାରେ ସେହି ଅସ୍ତ୍ରରେ ସେ ରାବଣକୁ ବଧ କରିଥିଲେ। ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ପ୍ରାୟ ୪ ଶହ ବର୍ଷ ହେବ ୨ ଗଁାରେ ବସବାସ କରୁଥିବା କ୍ଷତ୍ରୀୟମାନେ ଦୁର୍ଗାଦେବୀଙ୍କୁ ପୂଜା କରୁଛନ୍ତି। ଏଥିସହ ନିଜ ଘରେ ରଖାଯାଇଥିବା ବାଡ଼ି, ଖଣ୍ଡା, ତେଣ୍ଟା, ଧୁଶର ଆଦି ଅସ୍ତ୍ରଶସ୍ତ୍ର ବଂଶାନୁକ୍ରମେ ପୂଜା ହୋଇଆସୁଛି। ଖାଲି ସେତିକି ନୁହେଁ ଦଶହରାରେ ପୂଜା ପାଉଥିବା ଖଣ୍ଡା ଓ ବାଡ଼ିକୁ ଆଣି ଗଁାର ପିଲା, ଯୁବକ ଓ ବୃଦ୍ଧମାନେ ବାଦ୍ୟର ତାଳେ ତାଳେ ବୁଲାଇଥାନ୍ତି। ଅପରାହ୍ନରେ ଦଶହରା ପଡ଼ିଆରେ ଧନୁଶର ଆଣି ୨ ଗଁାର ଯୁବକ ୧୦୦ ମିଟର ବ୍ୟବଧାନରେ ପୋତା ଯାଇଥିବା କଦଳୀ ଗଛକୁ ଲକ୍ଷ୍ୟ କରି ତୀର ମାରି ନିଜ ବଂଶ ପରମ୍ପରାକୁ ବଜାୟ ରଖନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷତି ସହୁଛନ୍ତି ରାୟଗଡ଼ାର ସୀତାଫଳ ଚାଷୀ

ରାୟଗଡ଼ା ଅଫିସ,୧ା୧୧:ଋତୁକାଳୀନ ଉପତ୍ାଦିତ ସ୍ବାଦିଷ୍ଟ ଫଳ ମଧ୍ୟରେ ସୀତାଫଳ(ଆତ)ର ବେଶ୍‌ ଚାହିଦା। ଉପାନ୍ତ ରାୟଗଡ଼ା ଜିଲାରେ ଏହାର ଉତ୍ପାଦନ ଅଧିକ ହୋଇଥାଏ। ହେଲେ ପ୍ରଶାସନିକ ଇଚ୍ଛାଶକ୍ତିର...

ନାବାଳିକାଙ୍କୁ ବଳାତ୍କାରଭିଯୋଗ, ଯୁବକ ଗିରଫ

ପାରଳାଖେମୁଣ୍ଡି,୨।୫(ଡି.ଏନ୍‌.ଏ): ଗଜପତି ଜିଲା ଆର୍‌.ଉଦୟଗିରି ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କୁ ବଳପୂର୍ବକ ଜଣେ ଯୁବକ ଜଙ୍ଗଲକୁ ଟାଣି ନେଇ ବଳାତ୍କାର କରିଥିବା ସୋମବାର ଅଭିଯୋଗ ହୋଇଥିଲା।...

‘ଦୁଗ୍ଧ ଉତ୍ପାଦନରେ ଜଗତ୍‌ସିଂହପୁର ପ୍ରଥମ’

ଜଗତ୍‌ସିଂହପୁର ଅଫିସ, ୧୨ା୧୧: ହିନ୍ଦୁ ଶାସ୍ତ୍ରରେ ଗୋମାତା ପୂଜନୀୟ, ଶ୍ରଦ୍ଧାର କେନ୍ଦ୍ରବିନ୍ଦୁ। ସେମାନେ ଆମ ଆର୍ଥିକ ସମୃଦ୍ଧିର ଏକ ପ୍ରମୁଖ ମାଧ୍ୟମ। ବିଶେଷକରି ଗ୍ରାମୀଣ ସମୃଦ୍ଧିରେ...

ଲକ୍‌ଡାଉନ ସ୍ଥିତି ଯାଞ୍ଚ କରିବା ସହ ସଚେତନ କଲେ ଏସ୍‌ପି

ପଦ୍ମପୁର,୨୩।୪(ଡି.ଏନ୍‌.ଏ.): ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି। ଯାହାକୁ ନେଇ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହ ବ୍ଲକର...

ନନ୍ଦନକାନନକୁ ଚଡ଼କ: ଶେଷ ହେଲା ନୀଳଗିରି ବାନର ବଂଶ

ବାରଙ୍ଗ,୨୪।୯(ଡି.ଏନ.ଏ.): ଗତ କିଛିଦିନ ହେବ ନନ୍ଦନକାନନରେ ଦୁଃଖଦ ଘଟଣା ବଢ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଜୀବଜନ୍ତୁ ଦିନକୁ ଦିନ କମିବାରେ ଲାଗିଛନ୍ତି। ରବିବାର ଗୋଟିଏ...

ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଅଭିଭାବକଙ୍କ ଧାରଣା

ବାଲିଗୁଡ଼ା,୧୮।୯(ସଞ୍ଜୟ କୁମାର ପାଣିଗ୍ରାହୀ): ଶିକ୍ଷକଙ୍କ ଆନ୍ଦୋଳନ ସୋମବାର ୧୦ ଦିନରେ ପହଞ୍ଚିଛି। ଆନ୍ଦୋଳନ ଯୋଗୁ କନ୍ଧମାଳ ଜିଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି...

ବର୍ଷେ ପରେ ଦୂର ହୋଇନି ସୁଜାତାନଗରବାସୀଙ୍କ ଦୁଃଖ

ପୁରୀ ଅଫିସ, ୧୦ା୮: ସାମାନ୍ୟ ବର୍ଷା ହେଲେ ପୁରୀ ପୌରସଂସ୍ଥା ୧ ନଂ. ୱାର୍ଡର ମାଟିତୋଟା ଏବଂ ସୁଜାତାନଗର ଅଞ୍ଚଳବାସୀଙ୍କ ଦୁଃଖ ବଢିଯାଏ। ଜଳବନ୍ଦୀ ଜୀବନ...

ବନ୍ଦ ହୋଇପାରେ ପିପିଲି ଉପନିର୍ବାଚନ

ଭୁବନେଶ୍ୱର,୧୪।୪: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ଯୋଗୁ ପିପିଲି ଉପର୍ନିବାଚନ ବନ୍ଦ ହୋଇପାରେ। ଜନପ୍ରତିନିଧି ଆଇନ ୧୯୫୧ର ସେକ୍ସନ ୫୨ ଅନୁଯାୟୀ, ନିର୍ବାଚନ ଲିଢୁଥିବା...

Advertisement
Archives

Model This Week