Posted inଜାତୀୟ

ଓଲଟିଲା ଡଙ୍ଗା: ଜୀବନ ସହ ବାଜି ଲଗାଇ ୮୮ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ୨ ପୋଲିସ କର୍ମଚାରୀ

ମୁମ୍ବାଇ,୧୪।୩ : କଥାରେ ଅଛି ରଖେ ହରି ମାରେ କିଏ। ଏହାର ସଦ୍ୟତମ ଉଦାହରଣ ମୁମ୍ବାଇରେ ଘଟିଛି। ୮୮ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ନିୟନ୍ତ୍ରଣ ହରାଇ ବୁଡ଼ି ଯାଇଥିଲା। ତେବେ ୨ ଜଣ ପୋଲିସ କର୍ମଚାରୀ ପ୍ରଶାନ୍ତ ଧରତ ଏବଂ ସଦ୍‌ଗୁରୁ ନିଜ କଥା ଚିନ୍ତା ନ କରି ଜୀବନ ସହ ବାଜି ଲଗାଇ ପାଣିକୁ ଡେଇଁ ପଡ଼ିଥିଲେ। ଗୋଟି ଗୋଟି କରି ୮୮ ଜଣ ପର୍ଯ୍ୟଟକଙ୍କୁ ସେମାନେ ସୁରକ୍ଷିତ ଭାବେ କୂଳକୁ ଆଣିଥିଲେ। ପର୍ଯ୍ୟଟକମାନେ ଗେଟ୍‌ ଓ୍ବେ ଅଫ୍‌ ଇଣ୍ଡିଆଠାରୁ ମଣ୍ଡାଓ୍ବାକୁ ଅଜନ୍ତା ନାମକ ଡଙ୍ଗାରେ ଯାତ୍ରା କରୁଥିଲେ। ତେବେ ନିୟନ୍ତ୍ରଣ ହରାଇ ଏହା ବୁଡ଼ି ଯାଇଥିବା ରାୟଗଡ଼ ଏସ୍‌ପି ଅନୀଲ ପରସ୍କର ସୂଚନା ଦେଇଛନ୍ତି। ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିବା ପୋଲିସ କର୍ମଚାରୀ ଏବେ ସୋସିଆଲ୍‌ ମିଡ଼ିଆରେ ହିରୋ ପାଲଟି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୀମା ବିବାଦ: ଆସାମ-ମିଜୋରାମରେ ଜଳାପୋଡ଼ା

ନୂଆଦିଲ୍ଲୀ, ୧୯।୧୦: ସୀମା ବିବାଦକୁ ନେଇ ଆସାମ ଏବଂ ମିଜୋରାମରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିବା ସହିତ ବ୍ୟାପକ ଜଳାପୋଡ଼ା ଘଟିଛି। ଦୁଇ ରାଜ୍ୟରର ସୀମାବର୍ତ୍ତୀ...

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୩।୪: ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମଙ୍ଗଳବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର...

ସରକାରୀ ଡାକ୍ତରଖାନା ପ୍ରସବ କକ୍ଷରେ ବାଜିଲା ଗାୟତ୍ରୀ ମନ୍ତ୍ର: ହଙ୍ଗାମା କଲେ ମୁସଲିମ୍‌ କର୍ମଚାରୀ

ଜୟପୁର, ୧୫।୫: ରାଜସ୍ଥାନର ଏକ ସରକାରୀ ଡାକ୍ତରଖାନା ପ୍ରସବ କକ୍ଷରେ ଗାୟତ୍ରୀ ମନ୍ତ୍ର ବାଜିବାକୁ ନେଇ ହଙ୍ଗାମା ହୋଇଛି। ଡାକ୍ତରଖାନାରେ କାର୍ଯ୍ୟକରୁଥିବା ମୁସଲିମ୍‌ କର୍ମଚାରୀମାନେ ଏହାକୁ...

ସୁପ୍ରିମକୋର୍ଟ ରାୟ ପୂର୍ବରୁ ଭୂଜବଳ କହିଲେ ମହାରାଷ୍ଟ୍ରରେ ହେବ ଶିବସେନା, ଏନ୍‌ସିପି, କଂଗ୍ରେସ ସରକାର

ମୁମ୍ବାଇ,୨୪।୧୧:ମହାରାଷ୍ଟ୍ର ରାଜନୀତି ଉପରେ ଏବେ ସମସ୍ତଙ୍କ ନଜର। ଏହାକୁ ନେଇ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନର ଶୁଣାଣି ରବିବାର ହେବା ପୂର୍ବରୁ ଭିନ୍ନ ଭିନ୍ନ ଦଳ ଭିନ୍ନ...

ପୂର୍ବାହ୍ନ ୧୧ଟା ବଦଳରେ ସନ୍ଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀ ଖୋଲି କହିବେ ‘ମନ୍‌ କି ବାତ୍‌’

ନୂଆଦିଲ୍ଲୀ,୨୩।୧: ଚଳିତ ଜାନୁୟାରୀ ୨୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ପରିବର୍ତ୍ତନ ଅଣାଯାଇଛି। ରବିବାର ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୧ଟା ବଦଳରେ ସନ୍ଧ୍ୟା...

ଜୋଷୀ, ରାଣେଙ୍କ ପରେ ଉଦ୍ଧବ

ମୁମ୍ବାଇ, ୨୭ା୧୧(ପି.ଟି.) : ମହାରାଷ୍ଟ୍ରରେ ଫଡ୍‌ନବିସ୍‌ ସରକାରର ପତନ ପରେ ଶିବସେନା ଏହାର ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ଦଳର ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କୁ ପାଇଛି। ୨୮୮...

ଭାରତ-ଚାଇନା ମଧ୍ୟରେ କଥାବାର୍ତ୍ତା ବିଫଳ: ସୀମାରେ ଉତ୍ତେଜନା ଜାରି

ନୂଆଦିଲ୍ଲୀ,୧୭।୬: ଲଦାଖର ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ ନିକଟସ୍ଥ ଗଲଓ୍ବାନ ଉପତ୍ୟକା ନିକଟରେ ବର୍ତ୍ତମାନ ସ୍ଥିତି ତିକ୍ତ ଅବସ୍ଥାରେ ଅଛି। ଦୁଇ ଦେଶ ମଧ୍ୟ ଚାଲିଥିବା...

ଟିକାକରଣ ପରିଚାଳନାରେ ଭାଗ ନେବେ ୨୩ଟି ସରକାରୀ ବିଭାଗ

ନୂଆଦିଲ୍ଲୀ,୧୦।୧: କରୋନା ମହାମାରୀରୁ ରକ୍ଷା ପାଇଁ ଦେଶରେ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଟିକାକରଣ ଅଭିଯାନ। ଏହି ଅଭିଯାନରେ ସରକାରଙ୍କ ୨୩ଟି ବିଭାଗ ଅଂଶଗ୍ରହଣ...

Play 250+ Trending Games
Archives

Model This Week

Why Dharitri