ଓଡ଼ିିଶା ସୀମାରୁ ହଟିଲା ଝାଡ଼ଖଣ୍ଡ ପୋଲିସ

ବଡବିଲ, ୧ା୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଝାଡଖଣ୍ଡ ରାଜ୍ୟ ସୀମାରେଖାକୁ ଲାଗି ରହିଛି। ରାଜ୍ୟର ବଡବିଲ ପୌରାଞ୍ଚଳର ୱାର୍ଡ ନଂ.୧ସ୍ଥିତ ନାଲଦା ଅଞ୍ଚଳ ଭିତରକୁ ସୋମବାର ଝାଡଖଣ୍ଡ ପୋଲିସ ପଶି ଟେଣ୍ଟ ବାନ୍ଧୁଥିବା ବେଳେ ବିରୋଧ ହୋଇଥିଲା। ସ୍ଥାନୀୟ ପ୍ରଶାସନ ପହଞ୍ଚି ଝାଡଖଣ୍ଡ ପୋଲିସକୁ ଝାଡଖଣ୍ଡ ରାଜ୍ୟ ସୀମାକୁ ଚାଲିଯିବାକୁ କହିବା ପରେ ଝାଡଖଣ୍ଡ ପୋଲିସ ନିଜ ସୀମାରେଖାକୁ ଚାଲିଯାଇଥିବା ଦେଖାଯାଇଛି।
ଉଭୟ ରାଜ୍ୟ ସୀମାକୁ ପୋଲିସ ସିଲ୍‌ କରି ସଜାଗ ରହିଛି। ସୋମବାର ରାତିରେ ଓଡିଶାରୁ ୩୯ଜଣ ଶ୍ରମିକ ଚାଲି ଚାଲି ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅଞ୍ଚଳକୁ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇ ଭୁଷୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟସ୍ଥିତ କ୍ୱାରାଣ୍ଟାଇନରେ ରଖିଛି। ହେଲେ ସେଠାରେ ଘର ବାରଣ୍ଡା ଓ ଖୋଲା ପଡିଆରେ ଶ୍ରମିକମାନଙ୍କୁ ଆଶ୍ରୟ ନେବାକୁ କୁହାଯିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଫଳରେ ନିଜେ ଧରିଥିବା ଜରି ପକାଇ କେତେକ ଶ୍ରମିକ ଶୋଇଥିଲା ବେଳେ ଆଉ କେତେକ ଖୋଲା ପଡିଆରେ ଶୋଇଥିବା ଦେଖିବାକୁ ମିଳିଥିଲା। ମଙ୍ଗଳବାର ଭୋର ସମୟରେ ସେଠାରୁ କେତେକ ଶ୍ରମିକ ପଳାୟନ କରିଥିବା କୁହାଯାଉଛି। ତେବେ ଉକ୍ତ କ୍ୱାରାଣ୍ଟାଇନ ସେଣ୍ଟରରେ ବିଛଣା, ଚାଦର, ତକିଆ, ପାନୀୟଜଳ ଆଦି ସୁବିଧା ନ ଥିବା ବେଳେ ଅଟକ ଥିବା ଶ୍ରମିକମାନଙ୍କ ମଧ୍ୟରେ ସାମାଜିକ ଦୂରତା ନିମନ୍ତେ କୌଣସି ସୁବିଧା ନ ଥିବାରୁ ଶ୍ରମିକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନେ ଘରମୁହାଁ ହୋଇଥିବାରୁ ଖାଇବାକୁ ମନା କରି ଘରକୁ ଯିବାକୁ ଜିଦ୍‌ ଧରିଛନ୍ତି। ଘରକୁ ଚାଲି ଚାଲି ଯିବା ନିମନ୍ତେ ସେମାନେ ସରକାରଙ୍କୁ ଅନୁମତି ମାଗିଛନ୍ତି। ସେହିପରି ମଙ୍ଗଳବାର ଭୋର ସମୟରେ କଟକରୁ ୪୦ଜଣ ଶ୍ରମିକ ଝାଡଖଣ୍ଡ ରାଜ୍ୟର ବିଭିନ୍ନ ଅଞ୍ଚଳ ଓ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅଞ୍ଚଳକୁ ଚାଲି ଚାଲି ଯାଉଥିବା ବେଳେ ପୋଲିସ ସେମାନଙ୍କ ଅଟକାଇ ଭଦ୍ରାସାହି ପଞ୍ଚାୟତର ନାଲଦା ହାଇସ୍କୁଲ କ୍ୱାରାଣ୍ଟାଇନ ସେଣ୍ଟରରେ ଆଣି ରଖିଛି। ତେବେ ସେଠାରେ ଫ୍ୟାନ ଥିଲେ ମଧ୍ୟ ଆଲୋକ ବ୍ୟବସ୍ଥା ନ ଥିବାରୁ ରହିବା କଷ୍ଟକର ବୋଲି ଶ୍ରମିକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

ମୋରମ ରାସ୍ତାରେ ଦବୁଛି ଗାଡ଼ି: ରାଇକିଆ-ସିମନବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ରାଇକିଆ, ୨୫।୯ (ପ୍ରଦୀପ ବେହେରା): ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁରୁଡ଼ିକୁପୁଡ଼ା ନିକଟରେ ରାଇକିଆ-ଦାରିଙ୍ଗବାଡ଼ିକୁ…

ଦଶହରା-ବାଲିଯାତ୍ରା ପୂର୍ବରୁ ମାଣିକେଶ୍ୱରୀ ପୀଠରେ ସୁରକ୍ଷା ଚିନ୍ତା: ଅଚଳ ସିସିଟିଭି, ଭଙ୍ଗା ପ୍ରାଚୀର ଓ ଲାଇଟ୍‌

ଥୁଆମୂଳରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଅତି ପୁରାତନ ତଥା ରାଜାରାଜୁଡ଼ା ଅମଳର ପ୍ରସିଦ୍ଧ ପୀଠର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?