ଓଡ଼ିିଶା ସୀମାରୁ ହଟିଲା ଝାଡ଼ଖଣ୍ଡ ପୋଲିସ

ବଡବିଲ, ୧ା୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଝାଡଖଣ୍ଡ ରାଜ୍ୟ ସୀମାରେଖାକୁ ଲାଗି ରହିଛି। ରାଜ୍ୟର ବଡବିଲ ପୌରାଞ୍ଚଳର ୱାର୍ଡ ନଂ.୧ସ୍ଥିତ ନାଲଦା ଅଞ୍ଚଳ ଭିତରକୁ ସୋମବାର ଝାଡଖଣ୍ଡ ପୋଲିସ ପଶି ଟେଣ୍ଟ ବାନ୍ଧୁଥିବା ବେଳେ ବିରୋଧ ହୋଇଥିଲା। ସ୍ଥାନୀୟ ପ୍ରଶାସନ ପହଞ୍ଚି ଝାଡଖଣ୍ଡ ପୋଲିସକୁ ଝାଡଖଣ୍ଡ ରାଜ୍ୟ ସୀମାକୁ ଚାଲିଯିବାକୁ କହିବା ପରେ ଝାଡଖଣ୍ଡ ପୋଲିସ ନିଜ ସୀମାରେଖାକୁ ଚାଲିଯାଇଥିବା ଦେଖାଯାଇଛି।
ଉଭୟ ରାଜ୍ୟ ସୀମାକୁ ପୋଲିସ ସିଲ୍‌ କରି ସଜାଗ ରହିଛି। ସୋମବାର ରାତିରେ ଓଡିଶାରୁ ୩୯ଜଣ ଶ୍ରମିକ ଚାଲି ଚାଲି ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅଞ୍ଚଳକୁ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇ ଭୁଷୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟସ୍ଥିତ କ୍ୱାରାଣ୍ଟାଇନରେ ରଖିଛି। ହେଲେ ସେଠାରେ ଘର ବାରଣ୍ଡା ଓ ଖୋଲା ପଡିଆରେ ଶ୍ରମିକମାନଙ୍କୁ ଆଶ୍ରୟ ନେବାକୁ କୁହାଯିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଫଳରେ ନିଜେ ଧରିଥିବା ଜରି ପକାଇ କେତେକ ଶ୍ରମିକ ଶୋଇଥିଲା ବେଳେ ଆଉ କେତେକ ଖୋଲା ପଡିଆରେ ଶୋଇଥିବା ଦେଖିବାକୁ ମିଳିଥିଲା। ମଙ୍ଗଳବାର ଭୋର ସମୟରେ ସେଠାରୁ କେତେକ ଶ୍ରମିକ ପଳାୟନ କରିଥିବା କୁହାଯାଉଛି। ତେବେ ଉକ୍ତ କ୍ୱାରାଣ୍ଟାଇନ ସେଣ୍ଟରରେ ବିଛଣା, ଚାଦର, ତକିଆ, ପାନୀୟଜଳ ଆଦି ସୁବିଧା ନ ଥିବା ବେଳେ ଅଟକ ଥିବା ଶ୍ରମିକମାନଙ୍କ ମଧ୍ୟରେ ସାମାଜିକ ଦୂରତା ନିମନ୍ତେ କୌଣସି ସୁବିଧା ନ ଥିବାରୁ ଶ୍ରମିକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନେ ଘରମୁହାଁ ହୋଇଥିବାରୁ ଖାଇବାକୁ ମନା କରି ଘରକୁ ଯିବାକୁ ଜିଦ୍‌ ଧରିଛନ୍ତି। ଘରକୁ ଚାଲି ଚାଲି ଯିବା ନିମନ୍ତେ ସେମାନେ ସରକାରଙ୍କୁ ଅନୁମତି ମାଗିଛନ୍ତି। ସେହିପରି ମଙ୍ଗଳବାର ଭୋର ସମୟରେ କଟକରୁ ୪୦ଜଣ ଶ୍ରମିକ ଝାଡଖଣ୍ଡ ରାଜ୍ୟର ବିଭିନ୍ନ ଅଞ୍ଚଳ ଓ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅଞ୍ଚଳକୁ ଚାଲି ଚାଲି ଯାଉଥିବା ବେଳେ ପୋଲିସ ସେମାନଙ୍କ ଅଟକାଇ ଭଦ୍ରାସାହି ପଞ୍ଚାୟତର ନାଲଦା ହାଇସ୍କୁଲ କ୍ୱାରାଣ୍ଟାଇନ ସେଣ୍ଟରରେ ଆଣି ରଖିଛି। ତେବେ ସେଠାରେ ଫ୍ୟାନ ଥିଲେ ମଧ୍ୟ ଆଲୋକ ବ୍ୟବସ୍ଥା ନ ଥିବାରୁ ରହିବା କଷ୍ଟକର ବୋଲି ଶ୍ରମିକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଖିରେ ରାଉଣ୍ଡର ବାଜି ଛାତ୍ର ଗୁରୁତର ହେବା ପ୍ରତିବାଦ: ଶିକ୍ଷକଙ୍କ ଅବହେଳାକୁ ନେଇ ସ୍କୁଲରେ ତାଲା ପକାଇଲେ ଅଭିଭାବକ

ତୁମୁଡ଼ିବନ୍ଧ,୧୯।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଛାତ୍ରଙ୍କ ଆଖିରେ ରାଉଣ୍ଡର ବାଜି ଗୁରୁତର ହେବା ଘଟଣା ପ୍ରତିବାଦରେ ଗୁରୁବାର...

ମହାଶିବରାତ୍ରି: ଆଖଣ୍ଡଳମଣିରେ ବଢ଼ିଲା ସୁରକ୍ଷା

ଆରଡ଼ି,୧୭।୨(ଡି.ଏନ.ଏ.): ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠ ଦୁଇବର୍ଷ ପରେ ପୁଣି ମହାଶିବରାତ୍ରିରେ ଉତ୍ସବମୁଖର ହେବ। ଏନେଇ ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ...

ପୋତିହୋଇଯିବ ପଟ୍ଟାମୁଣ୍ଡାଇ କେନାଲ

ଚଣ୍ଡିଖୋଲ,୬ା୫(ଡି.ଏନ.ଏ.): କଟକ ଜଗତପୁରଠାରୁ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ଅଳଭା ପର୍ଯ୍ୟନ୍ତ ଯାଇଥିବା ପଟ୍ଟାମୁଣ୍ଡାଇ କେନାଲ ପ୍ରତି ବିପଦ ସୃଷ୍ଟି ହୋଇଛି। ଯାଜପୁର ଜିଲା ବାଲିଚନ୍ଦ୍ରପୁରଠାରୁ ଦେକୁରୀ ପର୍ଯ୍ୟନ୍ତ...

ଯୋଡ଼ାରେ ସନ୍ଦିଗ୍ଧ ବେଲୁନ୍‌

ଯୋଡ଼ା,୨୮ା୩(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ବିଲେଇପଦା ନିକଟ ବିରିକଳାଠାରେ ଏକ ସନ୍ଦିଗ୍ଧ ବେଲୁନ ଦେଖିବାକୁ ମିଳିଛି। ଗଛରେ ବାଜି ବେଲୁନଟି ଫାଟି ତଳେ ପଡ଼ିଥିବା...

ବିଦ୍ୟାଳୟ ଗେଟ୍‌ରେ ତାଲା ପକାଇଲେ ଛାତ୍ରୀଛାତ୍ର

ଶଙ୍କରାଖୋଲ,୨ା୮(ଡି.ଏନ.ଏ.)- ଶଙ୍କରାଖୋଲ ସରକାରୀ ଉଚ୍ଚ ବିଦ୍ୟାଳୟ ଗେଟ ସମ୍ମୁଖରେ ଗୁରୁବାର ସକାଳେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ର ତାଲା ପକାଇ ବିକ୍ଷୋଭ କରିଥିଲେ। ଗଣଶିକ୍ଷା ବିଭାଗର...

ପୌରପାଳିକା ହାତରେ ଦେବୋତ୍ତର ବିଭାଗ ରାଜସ୍ୱ

ବାରିପଦା ଅଫିସ,୨୫।୯- ମୟୂରଭଞ୍ଜ ଜିଲାରେ ଥିବା ମଠ ମନ୍ଦିର ସମ୍ପତ୍ତିିରୁ ମ୍ୟୁନିସିପାଲିଟି ପକ୍ଷରୁ ଟିକସ ଆଦାୟ କରାଯାଇ ସହରବାସୀଙ୍କ କ୍ଷେତ୍ରରେ ବିନିଯୋଗ କରାଯାଉଛି। ମାତ୍ର ମଠମନ୍ଦିର...

ଗୁଳି ବିନିମୟ ବେଳେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ

ମାଲକାନଗିରି,୩୧ା୧: ଦୀର୍ଘଦିନ ପରେ ମାଲକାନଗିରି ଜିଲା ମାଥିଲି ଥାନା ଅଧୀନ ମାଡ଼କାପଦର ଜଙ୍ଗଲରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ...

୫୫ ନଂ. ଏନ୍‌ଏଚରେ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର: ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ବଇଣ୍ଡା,୩।୩(ଡି.ଏନ.ଏ.)-ଅନୁଗୋଳ ଜିଲା କଟକ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥର ହଣ୍ଡପା ଥାନା କମରେଇ ନିକଟରେ ମଙ୍ଗଳବାର ଅପରାହ୍ନ ୪.୩୦ରେ ଏକ ପ୍ରୋପେନ ଗ୍ୟାସ ବୋଝେଇ ଟ୍ୟାଙ୍କର(...

Advertisement
Archives

Model This Week