ଓଡ଼ିଶା ହସ୍ତତନ୍ତରେ ଇଣ୍ଡୋ-ଓ୍ବେଷ୍ଟର୍ନ କଲେକ୍ସନ: ୫ ଡିଜାଇନର୍‌ଙ୍କ ପରିବେଶ ଉପଯୋଗୀ ପୋଷାକ

ଭୁବନେଶ୍ୱର,୧୧ା୧(ବ୍ୟୁରୋ): ପାରମ୍ପରିକ ସହ ଫ୍ୟୁଜନ୍‌ର ଝଲକ। ପ୍ରତି ପୋଷାକରେ ଥିଲା ଏକ କାହାଣୀ। ପଟଚିତ୍ରରୁ ଆରମ୍ଭ କରି ସମ୍ବଲପୁରୀ ପର୍ଯ୍ୟନ୍ତ, ପ୍ରତ୍ୟେକ ଡିଜାଇନ୍‌ରେ ଓଡ଼ିଶାର ଉତ୍କୃଷ୍ଟ କଳା ଓ କାରିଗରିର ଝଲକ ଦେଖିବାକୁ ମିଳିଥିଲା। ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଏମ୍‌ଏସ୍‌ଏମ୍‌ଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୦ରେ ଶୁକ୍ରବାର ସନ୍ଧ୍ୟାରେ ଏଭଳି ଏକ ନିଆରା ଫ୍ୟାଶନ ଶୋ ଆୟୋଜିତ ହୋଇଯାଇଛି। ଦେଶ ତଥା ଦେଶ ବାହାରୁ ଆସିଥିବା ପ୍ରତିନିଧିମାନଙ୍କୁ ଓଡ଼ିଶାର ଉତ୍କୃଷ୍ଟ ହସ୍ତତନ୍ତ ସମ୍ପର୍କରେ ଅବଗତ କରାଇବା ସହ ଏହାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଓଡ଼ିଶା ଆସୋସିଏଶନ୍‌ ଅଫ୍‌ ସ୍ମଲ୍‌ ଆଣ୍ଡ୍‌ ମିଡିୟମ୍‌ ଏଣ୍ଟରପ୍ରାଇଜେସ୍‌(ଓଏଏସ୍‌ଏମ୍‌ଇ) ଆପାରେଲ୍‌ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ହୋଇଥିଲା ଓଡ଼ିଶା ଏଥ୍‌ନିକ୍‌ ଫ୍ୟାଶନ୍‌ ଶୋ। ମୋଟ ୫ଟି ରାଉଣ୍ଡରେ ‘ଇକୋଫ୍ରେଣ୍ଡ୍‌ଲି ସଷ୍ଟେନେବୁଲ ଫ୍ୟାଶନ’ ବା ‘ପରିବେଶ ଉପଯୋଗୀ ଫ୍ୟାଶନ’ ଥିମ୍‌ ଉପରେ ଏକାଧିକ ଆକର୍ଷଣୀୟ ପୋଷାକ ପ୍ରଦର୍ଶିତ ହୋଇଥିଲା। ଓଡ଼ିଶାର ହସ୍ତତନ୍ତକୁ ନେଇ ଆୟୋଜିତ ଏହି ଶୋ’ର ମୁଖ୍ୟ ଫୋକସ୍‌ ରହିଥିଲା ସମ୍ବଲପୁରୀ ପୋଷାକ। ଜ୍ୟୋତ୍ସ୍ନା ଦାସଙ୍କ ‘ବିଭାବରୀ’, ‘ଉତ୍କଳ ଅମ୍ରିତା’, ‘ଶୁଚି ନନ୍ଦ ବୁଟିକ୍‌’, ‘ମ୍ରିଗିକା’ ଏବଂ ଚୈତାଳୀ ମିଶ୍ରଙ୍କ ‘ସାଥୀ’ ଦ୍ୱାରା ପ୍ରସ୍ତୁତ ଇଣ୍ଡିଆନ୍‌ ଏବଂ ଇଣ୍ଡୋ ଓ୍ବେଷ୍ଟର୍ନ ଡିଜାଇନ୍‌ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ମୋଟ ୮ ମଡେଲ୍‌ ଇଣ୍ଡୋ ଓ୍ବେଷ୍ଟର୍ନ କଲେକ୍ସନ ସହ ପଟଚିତ୍ର ଶାଢ଼ି ଓ ହ୍ୟାଣ୍ଡ୍‌ ପେଣ୍ଟେଡ୍‌ ଶାଢ଼ି ପିନ୍ଧି ର଼୍ୟାମ୍ପ୍‌ରେ ଚାଲିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପେରା ନାୟିକା କରାଇବାକୁ କହି ଯୁବତୀଙ୍କୁ ହୋଟେଲ୍‌ ଡାକି ବଳାତ୍କାର: ଭିଡିଓ କରି ବ୍ଲାକମେଲିଂ, ଯାତ୍ରାପାର୍ଟି ମ୍ୟାନେଜର ଗିରଫ

ପଟ୍ଟାମୁଣ୍ଡାଇ, ୩୧ା୫(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଯାତ୍ରା ପାଟି ନାୟିକା କରାଇ ଦେବାକୁ ପ୍ରଲୋଭନ ଦେଖାଇ ତାଙ୍କଠାରୁ ଅର୍ଥ…

ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ଘଟଣାରେ ବଙ୍ଗଳା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ; ୫ ଅଭିଯୁକ୍ତ ଗିରଫ

ସୋନାରପୁର,୩୧।୫: ତୃଣମୂଳ କଂଗ୍ରେସ (ଟିଏମସି)ର ଜାତୀୟ ସାଧାରଣ ସମ୍ପାଦକ ଏବଂ ଏମପି ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି।…

କେନ୍ଦ୍ରାପଡ଼ା ସହରରେ ଫୁଟିଲା ଗୁଳି

କେନ୍ଦ୍ରାପଡା, ୩୧ା୫ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ସହରସ୍ଥ ରଣପଡା ନିକଟ ଟାଉନ ହାଇସ୍କୁଲ ପଡ଼ିଆ ପାଖରେ ଶନିବାର ସନ୍ଧ୍ୟାରେ ଗୁଳି ଫୁଟିଛି। ଏଥିରେ କାହାରି…

ଖୁସି ଖବର, ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କଲେ ସରକାର: ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶନିବାର, ୩୦ ମଇରେ ଜାରି ଏକ ବିବୃତ୍ତି ଅନୁଯାୟୀ,…

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ହର୍ମୁଜ ପ୍ରଣାଳୀରେ ଇରାନ ଅଭିମୁଖେ ଯାଉଥିବା ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ; ଆମେରିକା କଲାଣି ଏମିତି ଦାବି ଚିନ୍ତାରେ ପଡ଼ିଲାଣି ସାରା ବିଶ୍ୱ

ତେହରାନ,୩୧।୫: ଶନିବାର ଆମେରିକା ଚେତାବନୀ ଦେଇଛି ଯେ ଆବଶ୍ୟକ ହେଲେ ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ପ୍ରସ୍ତୁତ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri