ଓଡ଼ିଶା ହରାଇବ ୩୦ ହଜାର କୋଟି

ଭୁବନେଶ୍ୱର,୧୧ା୧(ବ୍ୟୁରୋ):ପଞ୍ଚଦଶ ଅର୍ଥ କମିଶନରେ ଓଡ଼ିଶାକୁ କେନ୍ଦ୍ରୀୟ ଟିକସ ବାବଦ ଅଂଶଧନ କମିବ। କମିଶନ ୨୦୧୧ ଜନସଂଖ୍ୟାକୁ ସଂଶୋଧିତ ମାନଦଣ୍ଡ ଭାବେ ଗ୍ରହଣ କରିଥିବାରୁ ରାଜ୍ୟ ପାଇଁ ବଡ ଆର୍ଥିକ କ୍ଷତି ହେବ। ଜନସଂଖ୍ୟା ନିୟନ୍ତ୍ରଣ ଏବଂ ଦାରିଦ୍ର୍ୟ ହ୍ରାସ ଯୋଗୁ ରାଜ୍ୟକୁ ବାର୍ଷିକ ପ୍ରାୟ ୫ରୁ ୬ ହଜାର କୋଟି ହିସାବରେ ୫ ବର୍ଷରେ ପ୍ରାୟ ୩୦ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ କ୍ଷତି ସହିବାକୁ ପଡ଼ିବ ବୋଲି ଆକଳନ କରାଯାଇଛି।
ଗତ ଦୁଇ ଦଶନ୍ଧି ଧରି ଓଡିଶା ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଯୋଗୁ ଦାରିଦ୍ର୍ୟ ହ୍ରାସ ପାଇବା ସହ ଜନସଂଖ୍ୟାକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିଛି। ପଞ୍ଚଦଶ ଅର୍ଥ କମିଶନଙ୍କ ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ଜନସଂଖ୍ୟା ନିୟନ୍ତ୍ରଣ କରିଥିବା ରାଜ୍ୟଗୁଡିକୁ ଅଧିକ କ୍ଷତି ସହିବାକୁ ପଡିଛି। ଏହାକୁ ଓଡିଶା, ପଶ୍ଚିମବଙ୍ଗ, କେରଳ ସମେତ ଦକ୍ଷିଣ ଭାରତ ରାଜ୍ୟଗୁଡିକ ମଧ୍ୟ ବିରୋଧ କରିଛନ୍ତି। ପୂର୍ବ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ୧୯୭୧ ଜନଗଣନାକୁ ମାନଦଣ୍ଡ ରୂପେ ଧରି ଟିକସକୁ ଭାଗ କରିବାକୁ କେନ୍ଦ୍ର ସରକାରଙ୍କୁ ଉକ୍ତ ରାଜ୍ୟଗୁଡିକ ସ୍ମାରକପତ୍ର ଦେଇଛନ୍ତି। ଏଥିଯୋଗୁ ତ୍ରୟୋଦଶ ଓ ଚତୁର୍ଦ୍ଦଶ ଅର୍ଥ କମିଶନ କାଳରେ ରାଜ୍ୟକୁ କେନ୍ଦ୍ରୀୟ ଟିକସ ଭାଗ ୪.୭୮ ପ୍ରତିଶତରୁ ୪.୬୬ ପ୍ରତିଶତକୁ ଖସି ଯାଇଥିଲା। ପଞ୍ଚଦଶ ଅର୍ଥ କମିଶନରେ ଏହା ଆହୁରି ହ୍ରାସ ପାଇବ। ୧୯୭୧ ଜନସଂଖ୍ୟାକୁ ମାନଦଣ୍ଡଭାବେ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏ ନେଇ ଏକ ଚିଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଛନ୍ତି । ୨୦୧୧ ଜନସଂଖ୍ୟା ଅନୁଯାୟୀ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର ଭଳି ଜନବହୁଳ ରାଜ୍ୟକୁ ଅଧିକ ଫାଇଦା ମିଳିବ।
ଅନ୍ୟପକ୍ଷରେ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ ଅବଧିକୁ ୧ ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଛି। ଏ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଦେଇଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କମିଶନ ଏକ ବର୍ଷିକିଆ ସ୍ବତନ୍ତ୍ର ରିପୋର୍ଟ ପ୍ରଦାନ କରିବେ। ୨୦୨୧-୨୨ରୁ ୨୦୨୫-୨୬ ଯାଏ ଆଉ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ କମିଶନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମଥର ଲାଗି ବର୍ଷିକିଆ ରିପୋର୍ଟ ଦେବାକୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏ ନେଇ ଅର୍ଥ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରଥମ ଚୂଡାନ୍ତ ରିପୋର୍ଟ ଚଳିତବର୍ଷ ଅକ୍ଟୋବର ୩୦ ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ୨୦୨୧ ଏପ୍ରିଲ ପହିଲାରୁ ୫ ବର୍ଷିଆ ରିପୋର୍ଟ ପ୍ରସ୍ତୁତ କରିବାକୁ କମିଶନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷକ ପାଇଁ କମିଶନଙ୍କ କାର୍ଯ୍ୟକାଳ ଘୁଞ୍ଚିଯାଉଥିବାରୁ ପୁଣି ଥରେ ରାଜ୍ୟ ସରକାରଙ୍କୁ ସଂଶୋଧିତ ସ୍ମାରକ ପତ୍ର(ମେମୋରାଣ୍ଡମ)୨୦୨୦ ମାର୍ଚ୍ଚ ୩୧ ପୂର୍ବରୁ କମିଶନଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫-ଏ ହଟିବା ପରେ ସ୍ଥିତି ସ୍ବାଭାବିକ ହୋଇ ନ ଥିବାରୁ କମିଶନଙ୍କ କାର୍ଯ୍ୟକାଳ ବର୍ଷକ ପାଇଁ ଘୁଞ୍ଚାଇ ଦିଆଯାଇଥିବା କୁହାଯାଉଛି। ଏଠାରେ ସୂଚନାଯୋଗ୍ୟ ଯେ, ତ୍ରୟୋଦଶ ଅର୍ଥ କମିଶନଙ୍କ ସୁପାରିସ ଅନୁଯାୟୀ ରାଜ୍ୟକୁ
୬୯,୩୧୬ କୋଟି ଟଙ୍କା ମିଳିଥିବାବେଳେ ଚତୁର୍ଦ୍ଦଶ କମିଶନଙ୍କ କାଳରେ ଏହା ୧.୮୪ ଲକ୍ଷ କୋଟିକୁ ବୃଦ୍ଧି ପାଇଥିଲା। ରାଜ୍ୟର କେନ୍ଦ୍ରୀୟ ଟିକସ ଅଂଶ ୩୨ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ତେବେ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସଂଶୋଧିତ କ୍ରାଇଟେରିଆ ଯୋଗୁ ଓଡିଶାର କେନ୍ଦ୍ରୀୟ ଟିକସ ଆବଣ୍ଟନ କ୍ଷେତ୍ର(ଡିଭିଜିବଲ ପୁଲ) ତଳକୁ ଖସି ଯାଇଥିଲା। ଏହାଦ୍ୱାରା ରାଜ୍ୟକୁ ବାର୍ଷିକ ୩ରୁ ୪ ହଜାର କୋଟି ଟଙ୍କା ବାର୍ଷିକ କ୍ଷତି ସହିବାକୁ ପଡ଼ିଥିଲା। ଏହି ବ୍ୟବସ୍ଥା ନ ବଦଳିଲେ ପୁଣି ରାଜ୍ୟକୁ ଘାଟା ହେବ ବୋଲି ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ସମ୍ବିଧାନର ଅନୁଚ୍ଛେଦ-୨୮୦ ଅନୁଯାୟୀ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ ଏନ.କେ. ସିଂଙ୍କ ଅଧ୍ୟକ୍ଷତାରେ ପଞ୍ଚଦଶ ଅର୍ଥ କମିଶନ ଗଠନ କରାଯାଇଛି। ୨୦୧୯ ଜାନୁୟାରୀ ୮ ତାରିଖରେ ଗଠିତ ପଞ୍ଚଦଶ ଅର୍ଥ କମିଶନ ୪ ଦିନିଆ ଓଡିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗ ସଚିବ ଏବଂ ଅନ୍ୟ ଅଧିକାରୀଙ୍କ ସହ ରାଜ୍ୟର ଆର୍ଥିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହିତ ପଞ୍ଚାୟତ ପ୍ରତିନିଧି, ପୌର ସଂସ୍ଥା ପ୍ରତିନିଧି, ବିଭିନ୍ନ ଶିଳ୍ପ ସଂଗଠନ, ରାଜନୈତିକ ଦଳର ନେତାଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟ ସରକାର ଦାରିଦ୍ର୍ୟ ହାର କମାଇବା ଓ ମୁଣ୍ଡପିଛା ଆୟ ବୃଦ୍ଧି କରିବା କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଥିବାରୁ କମିଶନ ସନ୍ତୋଷ ପ୍ରକାଶ କରିଥିଲେ। ୨୦୧୯ ନଭେମ୍ବର ୩୦ ତାରିଖ ସୁଦ୍ଧା କମିଶନ ତାଙ୍କର ପ୍ରାଥମିକ ରିପୋର୍ଟ ଦାଖଲ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?