ଓଡ଼ିଶା ଲୋକାୟୁକ୍ତ ଅଧିନିୟମ ସଚେତନତା ବୈଠକ: ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଅଭିଯୋଗ ପାଇଁ ଆହ୍ବାନ

ଅନୁଗୋଳ ଅଫିସ, ୨୨।୯ – ସମାଜର ପ୍ରତ୍ୟେକ ସ୍ତରରୁ ଦୁର୍ନୀତି ହଟାଇ ଲୋକମାନଙ୍କୁ ମୂଲ୍ୟବୋଧଭିତ୍ତିକ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାର ଓଡ଼ିଶା ଲୋକାୟୁକ୍ତ ଅଧିନିୟମ ୨୦୧୪କୁ ଗତବର୍ଷ ଜୁଲାଇ ୭ରେ କାର୍ଯ୍ୟକାରୀ କରିଛନ୍ତି। ଏହି ନୂତନ ଆଇନ ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଶନିବାର ପୂର୍ବାହ୍ନରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଲୋକାୟୁକ୍ତ ସଦସ୍ୟ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତୀ ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଲୋକାୟୁକ୍ତ ସଦସ୍ୟ ନ୍ୟାୟମୂର୍ତ୍ତି ନାୟକ କହିଥିଲେ ଯେ, ପ୍ରଚଳିତ ଦୁର୍ନୀତି ନିବାରଣ ଆଇନ, ସୂଚନା ଅଧିକାର ଆଇନ ବଳବତ୍ତର ଥାଇ ମଧ୍ୟ କିଛି ମୁଷ୍ଟିମେୟ ଲୋକ ଦୁର୍ନୀତିରେ ଲିପ୍ତ ରହୁଛନ୍ତି। ଫଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସୁଫଳ ହିତାଧିକାରୀଙ୍କ ପାଖରେ ପହଞ୍ଚତ୍ ପାରୁନାହିଁ। ଯେଉଁମାନେ ଏପରି କାର୍ଯ୍ୟ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏହି ଆଇନର ଆଶ୍ରୟ ନେବାକୁ ସଦସ୍ୟ ଆହ୍ବାନ ଦେଇଥିଲେ। ଲୋକାୟୁକ୍ତ ପ୍ରତିଷ୍ଠା ହେବା ପରେ ବର୍ତ୍ତମାନ ସୁଦ୍ଧା ୩୩୮ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ ୧୮୮ଟି ଅଭିଯୋଗର ସମାଧାନ ହୋଇଛି। ୧୫୦ଟି ନୂଆ ଅଭିଯୋଗ ଉପରେ ବିଚାର କରାଯିବ। ଅଭିଯୋଗ ଦାଖଲର ୬୦ ଦିନ ପରେ ତଦନ୍ତ ରିପୋର୍ଟ ଓ ୬ ମାସ ମଧ୍ୟରେ ଅନୁସନ୍ଧାନ ରିପୋର୍ଟ ଦେବାକୁ ପଡ଼ିବ। ଅଭିଯୋଗର ବିଚାର ପାଇଁ ୨ରୁ ୩ ଜଣଙ୍କୁ ନେଇ ଏକ ବେଞ୍ଚ ପ୍ରତିଷ୍ଠା କରାଯିବ। ଏହି ଆଇନ କଡ଼ାକଡ଼ି ଭାବେ ପାଳନ କରାଯିବ। ଯଦି ମିଥ୍ୟା ଅଭିଯୋଗ କରି ଲୋକାୟୁକ୍ତଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେବାର ପ୍ରମାଣ ମିଳେ ସେପରି ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଦଣ୍ଡବିଧାନ କରାଯିବ। ଲୋକାୟୁକ୍ତର ଅନ୍ୟତମ ସଦସ୍ୟ ଡ. ଦେବବ୍ରତ ସ୍ବାଇଁ ଓ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହା ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଅନୁଗୋଳ ଜିଲା ଓ ସେସନ୍ସ ଜଜ୍‌ ଅଶାନ୍ତ କୁମାର ଦାସ ଯୋଗଦେଇ ଜିଲାର ଗରିବ ଲୋକମାନଙ୍କୁ ଆଇନ ସେବା ଯୋଗାଇ ଦେବା ସହ ବିଭିନ୍ନ ସ୍ଥାନରେ ଶିବିର ଆୟୋଜନ କରାଯାଇ ଆଇନ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ ବୋଲି କହିଥିଲେ। ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ ଓ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷଣ ପ୍ରଦୀପରାଜ କାରାଟ ଯୋଗଦେଇ ନୂତନ ଆଇନ କାର୍ଯ୍ୟକାରୀ ହେବା ଦ୍ୱାରା ସମାଜରେ ଗରିବ ଲୋକମାନେ ଉଚିତ ନ୍ୟାୟ ପାଇବେ ବୋଲି ମତବ୍ୟକ୍ତ କରିଥିଲେ। ଜିଲାପାଳ ମନୋଜ କୁମାର ମହାନ୍ତି ଏହି ନୂତନ ଆଇନର କାର୍ଯ୍ୟଧାରା ସମ୍ପର୍କରେ ଅବଗତ ହୋଇ ଅନ୍ୟମାନଙ୍କୁ ଏହାର ସୁଫଳ ସମ୍ପର୍କରେ ସଚେତନ କରିବାକୁ ପରାମର୍ଶ ଦେଇଥିଲେ। ଅନୁଗୋଳ ଏସ୍‌ପି ଜଗମୋହନ ମୀନା ଆଇନର କାର୍ଯ୍ୟକାରିତାରେ ଆବଶ୍ୟକ ସହଯୋଗ ଯୋଗାଇ ଦେବେ ବୋଲି ପ୍ରକାଶ କରିଥିଲେ। ଜିଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା ଅଭିନନ୍ଦିତା ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କୋର୍ଟ ମ୍ୟାନେଜର ସୁମନ ଆଚାର୍ଯ୍ୟଙ୍କ ସମେତ ଜିଲା ଆଇନ ସେବା ପ୍ରାଧିକରଣର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ। ଓଡ଼ିଶା ଲୋକାୟୁକ୍ତ ଡାଇରେକ୍ଟର ପ୍ରୋସିକ୍ୟୁସନ ଗଜେନ୍ଦ୍ର ମହାପାତ୍ର, ନିର୍ଦ୍ଦେଶକ ଅନୁସନ୍ଧାନ ତ୍ରିଲୋଚନ ପ୍ରଧାନ, ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଅନୁଗୋଳ ବନଖଣ୍ଡ ଅଧିକାରୀ ଭି. କାର୍ତ୍ତିକଙ୍କ ସମେତ ରେଞ୍ଜର୍ସ ଟ୍ରେନିଂ କଲେଜର ପ୍ରଶିକ୍ଷାର୍ଥୀ, ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀଛାତ୍ର, ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟ, ସାମାଜିକ କର୍ମୀ ଓ ବିଭିନ୍ନ ସରକାରୀ ବିଭାଗର କର୍ମଚାରୀମାନେ ଯୋଗଦେଇଥିଲେ। ଓଡ଼ିଶା ଲୋକାୟୁକ୍ତର ସମ୍ପାଦକ ମାନସ ରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଆକଳନ: ଶୀଘ୍ର କିଣି ନିଅନ୍ତୁ ସୁନା, ଛଅ ମାସରେ ମୂଲ୍ୟ ୪୦% ବୃଦ୍ଧି ପାଇବ! ୧୦ ଗ୍ରାମକୁ ୨ ଲକ୍ଷ ପାର କରିପାରେ

ନୂଆଦିଲ୍ଲୀ,୧୯।୬: ବିଶ୍ୱସ୍ତରୀୟ ନିବେଶ ସଂସ୍ଥା JPMorgan ପୂର୍ବାନୁମାନ କରିଛି ଯେ ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁ ସୁନା ଏବଂ ରୂପା ମୂଲ୍ୟରେ ଉଲ୍ଲେଖନୀୟ ହ୍ରାସ ଚାପ ପଡ଼ିଥିଲେ…

୨୪ ଘଣ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ଚାନ୍ଦବାଲି/ବାସୁଦେବପୁର,୧୯ା୬(ରତିକାନ୍ତ ବାରିକ/କାଳୀପଦ ରାୟ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମନ୍ତେଇ ନଦୀର ବାଲିଆପାଳ ଘାଟରେ ନିର୍ମାଣ ହେଉଥିବା ସେତୁର ରୋଡ୍‌ ସର୍ଭେ ବେଳେ ନଦୀରେ ଭାସିଯାଇଥିବା…

ସ୍ବାଧୀନତାର ୭୮ ବର୍ଷ ପରେ ଗାଁରେ ପହଞ୍ଚିଲା ସ୍ବାସ୍ଥ୍ୟ ସେବା: ପ୍ରଶାସନର ପ୍ରଚେଷ୍ଟାକୁ ସର୍ବସାଧାରଣରେ ପ୍ରଶଂସା

ଥୁଆମୂଳ ରାମପୁର, ୧୯।୯ (ଦୁର୍ଗା କୀର୍ତ୍ତି ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିନ୍ଧିପଦର ଗ୍ରାମ ପଞ୍ଚାୟତର ଉପାନ୍ତ ଅଞ୍ଚଳରେ ଏକ ମେଗା ସ୍ବାସ୍ଥ୍ୟ…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା‘କକ୍ରୋଚ ଜନତା ପାର୍ଟି’, NEET ପ୍ରସଙ୍ଗରେ ଆତ୍ମହତ୍ୟା କରିଥିବା ପିଲାଙ୍କ ପାଇଁ ସରକାରଙ୍କ ନିକଟରେ କଲା ପ୍ରମୁଖ ଦାବି

ନୂଆଦିଲ୍ଲୀ,୧୯।୬: NEET ପେପର୍‌ ଲିକ ବିବାଦ ମଧ୍ୟରେ, ଆତ୍ମହତ୍ୟା ମାମଲା ସମ୍ପର୍କରେ ରାଜନୈତିକ ଏବଂ ସାମାଜିକ ଚାପ ବଢୁଛି। କୋକ୍ରୋଚ ଜନତା ପାର୍ଟି (CJP) ଏହି ପ୍ରସଙ୍ଗରେ…

ଆକାଶର ରାଜା ‘ଏୟାର ଫୋର୍ସ ୱାନ’ର ଯାତ୍ରା ଶେଷ, ୩୫ ବର୍ଷ ଧରି ଆମେରିକାର ରାଷ୍ଟ୍ରପତିଙ୍କ ସେବା କରିବା ପରେ ଅବସର ନେଲା ‘SAM 29000’

ଓ୍ବାଶିଂଟନ,୧୯।୬: ‘ଏୟାର ଫୋର୍ସ ୱାନ’ର ଇତିହାସରେ ଏକ ଚମତ୍କାର ଯୁଗ, ବିଶ୍ୱର ସବୁଠାରୁ ସୁରକ୍ଷିତ, ସବୁଠାରୁ ଅଭେଦ୍ୟ ଏବଂ ଶକ୍ତିଶାଳୀ ବିମାନର ଯାତ୍ରା ଶେଷ ହୋଇଛି। ତିନି…

ଇରାନ-ଆମେରିକା ଶାନ୍ତି ଚୁକ୍ତି ପରେ ଭାରତ ପାଇଁ ଆସିଲା ଖୁସି ଖବର,‘ଦିଶା’ ଆଣିଲା ୬୨୩୭୦ ମେଟ୍ରିକ ଟନ୍‌ LNG

ନୂଆଦିଲ୍ଲୀ,୧୯।୬: ଏଲଏନଜି ଟ୍ୟାଙ୍କର ‘ଦିଶା’ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ଦେଇ ଅତିକ୍ରମ କରିବା ପରେ ଗୁଜରାଟର ଦହେଜ ବନ୍ଦରରେ ପହଞ୍ଚିଛି। ଏହି ମାଲ୍ଟା ପତାକାଯୁକ୍ତ ଟ୍ୟାଙ୍କର…

ଟେଲିଗ୍ରାମକୁ ବଡ଼ ଝଟକା; ଜୁନ ୨୨ପର୍ଯ୍ୟନ୍ତ ଲାଗୁ ହେବ ନିଷେଧ, ଆବେଦନ ଖାରଜ

ନୂଆଦିଲ୍ଲୀ,୧୯।୬: ଦିଲ୍ଲୀ ହାଇକୋର୍ଟ ଆପ ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ଟେଲିଗ୍ରାମର ଆବେଦନକୁ ଖାରଜ କରିଦେଇଛନ୍ତି। NEET-UG ପୁନଃପରୀକ୍ଷା ପୂର୍ବରୁ ଜୁନ ୨୨…

୫୬ ତମ ଜନ୍ମଦିନରେ ରାହୁଲଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି, କହିଲେ ମୁଁ ତାଙ୍କର…

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାର ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri