Posted inଖେଳ

ଓଡ଼ିଶା ଏଫ୍‌ସି ଦଳରେ ବୋଡୋ, ପ୍ରେମଜିତ

ଭୁବନେଶ୍ୱର, ୧୨।୬(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ର ସପ୍ତମ ସଂସ୍କରଣ ପୂର୍ବରୁ ଓଡ଼ିଶା ଏଫସି ଦଳରେ ସାମିଲ ହୋଇଛନ୍ତି ଆସାମର ବୋରିଙ୍ଗଦାଓ ବୋଡୋ ଓ ମଣିପୁରର ଲୈସରାମ ପ୍ରେମଜିତ ସିଂ। ଉଭୟ ଖେଳାଳିଙ୍କ ସହ ଓଏଫସି ଗୁରୁବାର ଚୁକ୍ତି କରିଛି। ୨୦ ବର୍ଷୀୟ ବୋଡୋ ପୂର୍ବରୁ କେରଳ ବ୍ଲାଷ୍ଟର୍ସ ଓ ଚେନ୍ନାଇନ୍‌ ଏଫସି ପକ୍ଷରୁ ଆଇଏସଏଲ ଖେଳିବାର ଅଭିଜ୍ଞତା ରଖିଛନ୍ତି ଏବଂ ଇଣ୍ଡିଆନ ୟୁଥ୍‌ ଟିମ୍‌ର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ। କ୍ୟାରିୟରରେ ବେଙ୍ଗାଲୁରୁ ୟୁନାଇଟେଡ, ଗୋକୁଳମ କେରଳ, ମିନର୍ଭା ପଞ୍ଜାବ ସହିତ ଖେଳି ସାରିଥିବା ଏହି ଆସାମ ଓ୍ବିଙ୍ଗର ଏବେ ଓଏଫସି ସହିତ ୨ ବର୍ଷ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱର ଭିତ୍ତିକ କ୍ଲବ ଓଏଫସି ସହିତ ୪ ବର୍ଷ ପାଇଁ ଚୁକ୍ତବଦ୍ଧ ହୋଇଥିବା ୧୮ ବର୍ଷୀୟ ପ୍ରେମଜିତ ପୂର୍ବରୁ ଆଇ-ଲିଗ୍‌ରେ ମଣିପୁରର ଟ୍ରାଉ ଏଫସି ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି।
ଉଭୟ ପ୍ରେମଜିତ ଓ ବୋଡୋଙ୍କୁ ସ୍ବାଗତ କରିଛନ୍ତି ଓଏଫସି ସଭାପତି ରୋହନ ଶର୍ମା। ”ପ୍ରେମଜିତଙ୍କ ଭବିଷ୍ୟତ ଉଜ୍ଜ୍ୱଳ। ସେ ଯଦି ଦକ୍ଷତା ଅନୁସାରେ ଖେଳିବେ ତେବେ ଆମ ଦଳରେ ଥିବା ଜେରୀଙ୍କ ସମକକ୍ଷ ଓ୍ବିଙ୍ଗର ହୋଇପାରିବେ। ମାତ୍ର ୧୮ ବର୍ଷୀୟ ହୋଇଥିଲେ ହେଁ ତାଙ୍କ ସ୍ପିଡ୍‌ ପ୍ରଭାବଶାଳୀ। ଆଗାମୀ ୪ ବର୍ଷ ମଧ୍ୟରେ ତାଙ୍କ ପ୍ରଦର୍ଶନରେ ଅଧିକ ଉନ୍ନତି ହେବା ଆଶା ରହିଛି“ ବୋଲି ରୋହନ ପ୍ରକାଶ କରିଛନ୍ତି। ବୋଡୋ ଭାରତର ଶ୍ରେଷ୍ଠ ଯୁବ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ। ଏବେ ମଧ୍ୟ ସେ ସୁଯୋଗ ପାଇଲେ ଚମତ୍କାରିତା ଦେଖାଇବାର ଦକ୍ଷତା ରଖିଛନ୍ତି। ପ୍ରଦର୍ଶନର ଛାପ ଛାଡ଼ିବା ସହିତ ନିଜ ନାମକୁ ଚର୍ଚ୍ଚାରେ ରଖିବା ପାଇଁ ବୋଡୋ କଠିନ ପରିଶ୍ରମ କରିବା ଆଶା ରହିଛି ବୋଲି ରୋହନ କହିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ଏଫସି ସହିତ ଚୁକ୍ତି କରି ସ୍ବାଭାବିକଭାବେ ଖୁସି ଜାହିର କରିଛନ୍ତି ପ୍ରେମଜିତ ଓ ବୋଡୋ। ”ଓଡ଼ିଶା ଏଫସି ଯୁବ ଖେଳାଳିଙ୍କ ଉପରେ ବିଶ୍ୱାସ ସ୍ଥାପନ କରୁଛି। ମୋ ସହ ଚୁକ୍ତି ପାଇଁ ଏହି କ୍ଲବ ଆଗ୍ରହ ପ୍ରକାଶ କରିଥିବାରୁ ମୁଁ ଆନନ୍ଦିତ। ଏହି ଦଳ ପକ୍ଷରୁ ଆଇଏସଏଲ ଖେଳିବାକୁ ମୁଁ ପ୍ରସ୍ତୁତ। ପେସାଦାର କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ଏହା ମୋ ଲାଗି ବଡ଼ ସୁଯୋଗ“ ବୋଲି ପ୍ରେମଜିତ କହିଛନ୍ତି। ” ମୁଁ ଅତ୍ୟନ୍ତ ଉତ୍ସାହିତ ଏବଂ ଓଡ଼ିଶା ଏଫସି ପକ୍ଷରୁ ଅଭିଯାନ ଆରମ୍ଭ କରିବାକୁ ଅଧିକ ଦିନ ଅପେକ୍ଷା କରିବାକୁ ଚାହୁଁନାହିଁ। ମୋ ପ୍ରତି ବିଶ୍ୱାସସ୍ଥାପନ କରିଥିବାରୁ ମ୍ୟାନେଜମେଣ୍ଟକୁ ଧନ୍ୟବାଦ। ଯୁବ ଖେଳାଳିଙ୍କୁ ଅଧିକରୁ ଅଧିକ ସୁଯୋଗ ଦେଉଥିବା ଏକ ଦଳରେ ଯୋଗଦେଇଥିବାରୁ ମୁଁ ବହୁତ ଖୁସି। ଓଡ଼ିଆ ଦର୍ଶକଙ୍କ ସମ୍ମୁଖରେ ମୁଁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ବ୍ୟଗ୍ର। ଆମ ଟିମ୍‌, ଆମ ଗେମ୍‌, ଆମ ଓଡ଼ିଶା“ ବୋଲି ବୋଡୋ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋଚ୍‌ଙ୍କ ଜନ୍ମଦିନ ପାଳିଲେ ଓ୍ବେଷ୍ଟଇଣ୍ଡିଜ ଖେଳାଳି

ଲଣ୍ଡନ, ୨।୭- କରୋନା ଭାଇରସ ସଂକ୍ରମଣ ଯୋଗୁ ଅଧିକ ବ୍ୟକ୍ତି ଗୋଟିଏ ସ୍ଥାନରେ ଏକତ୍ରିତ ହେବା କିମ୍ବା କୌଣସି କାର୍ଯ୍ୟକ୍ରମ କରିବାକୁ ବାରଣ କରାଯାଇଛି। ଏ...

ଅଷ୍ଟ୍ରେଲିଆନ୍‌ ଓପନ୍‌ ମୁଖ୍ୟ ଡ୍ର’ରେ ଅଙ୍କିତା

ମେଲବୋର୍ନ,୮।୨(ପି.ଟି.): ଭାରତୀୟ ମହିଳା ଟେନିସ ଖେଳାଳି ଅଙ୍କିତା ରାଇନା ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ମୁଖ୍ୟ ଡ୍ର’ରେ ସାମିଲ ହୋଇଛନ୍ତି। ପଞ୍ଚମ ଭାରତୀୟ...

ଅମନ ଗୁପ୍ତା କ୍ୱାର୍ଟରଫାଇନାଲରେ

ଓରେଗନ୍‌ (ୟୁଏସ୍‌ଏ), ୧୫ା୮ (ପି.ଟି.)-ୟୁଏସ୍‌ ଆମେଚର ଗଲ୍ଫ ଟୁର୍ନାମେଣ୍ଟରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଅମନ ଗୁପ୍ତା ତାଙ୍କର ଉଭୟ ମ୍ୟାଚ ଜିତି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।...

ଶୀର୍ଷସ୍ଥାନ ବଜାୟ ଲକ୍ଷ୍ୟରେ ଦିଲ୍ଲୀ

ଆବୁଧାବି,୨୪।୧୦(ପି.ଟି.): ଟେବୁଲ ଟପ୍ପର ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ଶନିବାର ପରସ୍ପରକୁ ଭେଟିବେ। ଶନିବାର ପ୍ରଥମ ମ୍ୟାଚ୍‌ରେ ଦୁଇ ଦଳ ଟୁର୍ନାମେଣ୍ଟର ୪୨ତମ...

କୋହଲିଙ୍କ ମୁଣ୍ଡରୁ ମୁକୁଟ ଛଡାଇ ନେଲେ ଏହି ପାକିସ୍ତାନ ବ୍ୟାଟ୍ସମ୍ୟାନ୍

ଇସଲମାବାଦ,୧୪।୪: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପଛରେ ପକାଇ ପାକିସ୍ତାନ ଅଧିନାୟକ ବାବର ଆଜାମ ବିଶ୍ୱର ଏକ ନମ୍ବର ଏକଦିବସୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ୨୬ ବର୍ଷ...

ନାଗଲଙ୍କୁ ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌

ବୁଏନ୍ସ ଆୟାର୍ସ(ଆର୍ଜେଣ୍ଟିନା),୩୦।୯: ଏଠାରେ ଚାଲିଥିବା ଏଟିପି ଚ୍ୟାଲେଞ୍ଜର କ୍ଲେ କୋର୍ଟ ଇଭେଣ୍ଟରେ ଟାଇଟଲ ହାସଲ କରିବା ପରେ ଭାରତୀୟ ଉଦୀୟମାନ ଟେନିସ ଖେଳାଳି ସୁମିତ ନାଗଲ...

ଟି୨୦ ବିଶ୍ୱକପ୍‌ରେ ଆଫଗାନିସ୍ତାନର ନେତୃତ୍ୱ ନେବେ ନାହିଁ ରସିଦ

କାବୁଲ, ୧୦ା୯- ଆସନ୍ତା ଟି୨୦ ବିଶ୍ୱକପ୍‌ରେ ଷ୍ଟାର ଲେଗ୍‌ ସ୍ପିନର ରସିଦ ଖାଁଙ୍କ ଆଫଗାନିସ୍ତାନ ଦଳର ନେତୃତ୍ୱ ନେବେ ନାହିଁ। ତାଙ୍କୁ ଦଳ ଚୟନ ବେଳେ...

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ୨୧ ବର୍ଷରୁ କମ୍‌ ପୁରୁଷ ହକିରେ ଓଡ଼ିଶାକୁ ବ୍ରୋଞ୍ଜ

ଭୁବନେଶ୍ୱର, ୨୨।୧ (ସ୍ପୋର୍ଟ୍ସ ବ୍ୟୁରୋ)- ଆସାମର ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ୨୧ ବର୍ଷରୁ କମ୍‌ ପୁରୁଷ ହକିରେ ଓଡ଼ିଶା ଦଳ ବ୍ରୋଞ୍ଜ...

Advertisement
Ten Cric Info


Archives

Model This Week