Posted inଖେଳ

ଓଡ଼ିଶା ଏଫ୍‌ସିରେ ଥୋଇବା ସାମିଲ

ଭୁବନେଶ୍ୱର, ୧୭ ।୬(କ୍ରୀଡ଼ା ପ୍ରତିନିଧି)-
ଭାରତୀୟ ଯୁବ ଫୁଟବଲର ଥୋଇବା ସିଂ ମୋଇରାଙ୍ଗଥେମ୍‌ ଓଡ଼ିଶା ଏଫସି ଦଳରେ ଯୋଗ ଦେଇଛନ୍ତି। ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ୭ମ ସଂସ୍କରଣ ପୂର୍ବରୁ ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ୧୭ ବର୍ଷୀୟ ସେଣ୍ଟ୍ରାଲ ମିଡ୍‌ଫିଲ୍ଡରଙ୍କ ସହ ୩ ବର୍ଷିଆ ଚୁକ୍ତି କରିଛି। ମଣିପୁରର ଏହି ଫୁଟବଲ ପ୍ରତିଭା ଭାରତୀୟ ଦଳ ପକ୍ଷରୁ ବିଭିନ୍ନ ବୟସବର୍ଗର ପ୍ରତିଯୋଗିତା ଖେଳିଛନ୍ତି। ଏହା ବ୍ୟତୀତ ସେ ଆଇ-ଲିଗ୍‌ ଦଳ ମିନର୍ଭା ପଞ୍ଜାବ ପକ୍ଷରୁ ଗତ ୨ ସିଜନ ଧରି ଖେଳି ଆସୁଥିଲେ। ମିନର୍ଭା ପକ୍ଷରୁ ଖେଳିବା ଅବସରରେ ସେ ଗତବର୍ଷ ଏଏଫସି କପ୍‌ରେ ସର୍ବକନିଷ୍ଠ ଖେଳାଳିଭାବେ ଏକ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ନୂଆ ଚୁକ୍ତି ସମ୍ପର୍କରେ ସୂଚନା ଦେଇ କ୍ଲବ ସଭାପତି ରୋହନ ଶର୍ମା କହିଛନ୍ତି ଯେ, ”ଥୋଇବା ଜଣେ ଆଗ୍ରହୀ ଖେଳାଳି ଏବଂ ବହୁ ପ୍ରତିଭାର ଅଧିକାରୀ। ସେ ଓଡ଼ିଶା ଏଫସି ଦଳରେ ସାମିଲ ହୋଇଥିବାରୁ ମୁଁ ବହୁତ ଖୁସି। ସେ ଜଣେ କମ୍‌ ବୟସର ଖେଳାଳି ହୋଇଥିଲେ ହେଁ ଭାରତୀୟ ଯୁବ ଦଳରେ ଏବଂ ଆଇ-ଲିଗ୍‌ରେ ଖେଳିବାର ଅଭିଜ୍ଞତା ରଖିଛନ୍ତି। ତାଙ୍କ ମେଣ୍ଟର ଭିନିତ କ୍ଲବର ବିଚାରଧାରା ଅନୁସାରେ ତାଙ୍କୁ ଆଗକୁ ବଢ଼ିବାରେ ଏବଂ ଅଭିଜ୍ଞ ହେବାରେ ସହଯୋଗ କରିବେ। ଚଳିତ ବର୍ଷ ଶ୍ରେଷ୍ଠ ପ୍ରଦର୍ଶନ ସହ ଭବିଷ୍ୟତରେ ସେ ଜଣେ ଉତ୍ତମ ଖେଳାଳି ହେବା ଆଶା ରହିଛି“। ଆଇଏସଏଲ ଖେଳିବା ପାଇଁ ଥୋଇବା ମଧ୍ୟ ବ୍ୟଗ୍ରତା ପ୍ରକାଶ କରିଛନ୍ତି। ”ଓଡ଼ିଶା ଏଫସି ପକ୍ଷରୁ ଖେଳି ଆଇଏସଏଲ କ୍ୟାରିୟର ଆରମ୍ଭ କରିବାକୁ ମୁଁ ବ୍ୟଗ୍ର। ସେଠାରେ ଉତ୍ତମ ପ୍ରଦର୍ଶନ ସହ ମୁଁ ଭାରତୀୟ ଦଳରେ ମଧ୍ୟ ସ୍ଥାନ ପାଇବାକୁ ଆଶା ରଖିଛି। ଭାରତର ଅନେକ ଯୁବ ଖେଳାଳିଙ୍କୁ ନେଇ ଓଡ଼ିଶା ଏଫସି ସମୃଦ୍ଧ। ଏହାର ଏକ ସଦସ୍ୟ ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ଏହି ଦଳ ପକ୍ଷରୁ ଖେଳି ଜ୍ଞାନ ଆହରଣ ସହ ଉନ୍ନତି କରିବା ନେଇ ମୁଁ ଦୃଢ଼ନିଶ୍ଚିତ“ ବୋଲି ନିଜ ପ୍ରତିକ୍ରୀୟାରେ ଥୋଇବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶ୍ରୀଜେଶ, ସବିତା ବର୍ଷର ଶ୍ରେଷ୍ଠ ଗୋଲକିପର

ନୂଆଦିଲ୍ଲୀ, ୭ା୧୦(ପି.ଟି.):ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଦ୍ୱାରା ଭାରତର ପି.ଆର୍‌. ଶ୍ରୀଜେସ ଓ ସବିତା ପୁନିଆ ଯଥାକ୍ରମେ ବର୍ଷର ଶ୍ରେଷ୍ଠ ପୁରୁଷ ଓ ମହିଳା ଗୋଲ୍‌କିପର...

ଅମନଙ୍କୁ ବ୍ରୋଞ୍ଜ ପଦକ

ଜାଗ୍ରେବ୍‌ (କ୍ରୋଏସିଆ),୩ା୨ (ପି.ଟି.): ଭାରତର ଅମନ ଶେରାଓ୍ବତ ଏଠାରେ ଚାଲିଥିବା ଜାଗ୍ରେବ୍‌ ଓପନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଏକ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ୧୭ ବର୍ଷୀୟ...

ଜାମିନରେ ଆସି ପୃଥ୍ବୀ ଶ’ଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଲେ ସପ୍‌ନା

ନୂଆଦିଲ୍ଲୀ,୨୧।୨: କ୍ରିକେଟର ପୃଥ୍ବୀ ଶ’ଙ୍କ ଉପରେ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ସପ୍‌ନା ଗିଲକଙ୍କୁ ମୁମ୍ବାଇ କୋର୍ଟ ସୋମବାର ଜାମିନ ପ୍ରଦାନ କରିଛନ୍ତି। ତେବେ ସପ୍‌ନାଙ୍କ...

ୟୋୟୋ ଟେଷ୍ଟ କ୍ଲିଅର କଲେ ରୋହିତ

ନୂଆଦିଲ୍ଲୀ,୨୬।୧: ଭାରତୀୟ ଦିନିକିଆ ଓ ଟି୨୦ ଦଳର ଅଧିନାୟକ ରୋହିତ ଶର୍ମା ବୁଧବାର ୟୋୟୋ ତଥା ଫିଟ୍‌ନେସ ଟେଷ୍ଟ କ୍ଲିଅର କରିଛନ୍ତି। ଫଳରେ ଆଗାମୀ ଓ୍ବେଷ୍ଟଇଣ୍ଡିଜ...

କୋହଲିଙ୍କ ଅନୁପସ୍ଥିତିରେ ରୋହିତ ନେତୃତ୍ୱ ନେବା ଉଚିତ: ଇର୍ଫାନ

ନୂଆଦିଲ୍ଲୀ,୧୦।୧୧(ପି.ଟି.): ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଟେଷ୍ଟ ଉପ- ଅଧିନାୟକ ଅଜିଙ୍କ୍ୟ ରାହାନେ ନୁହଁ ରୋହିତ ଶର୍ମା ଦଳରେ ନେତୃତ୍ୱ ନେବା ସପକ୍ଷରେ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ...

ରଣ୍‌ଜୀ ଟ୍ରଫି: ଧାଓ୍ବନଙ୍କ ଶତକ

ନୂଆଦିଲ୍ଲୀ, ୨୫।୧୨: ରଣ୍‌ଜୀ ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତାର ୩ୟ ପର୍ଯ୍ୟାୟ ବୁଧବାରଠାରୁ ଦେଶର ବିଭିନ୍ନ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଆହତଜନିତ ସମସ୍ୟା ପରେ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ...

ହାଇଦ୍ରାବାଦ ଆଗରେ ବିଶାଳ ଟାର୍ଗେଟ

ଚେନ୍ନାଇ, ୧୧ା୪- ନୀତିଶ ରାଣା ଓ ରାହୁଲ ତ୍ରିପାଠିଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌ ଆଗରେ ୧୮୮ ରନ୍‌ର ବିଶାଳ ଟାର୍ଗେଟ ଛିଡ଼ା କରିଛି...

ପଏଣ୍ଟ ଭାଗ କଲେ ଶ୍ରୀଲଙ୍କା- ବାଂଲାଦେଶ: ବର୍ଷାଯୋଗୁ ମ୍ୟାଚ୍‌ ବାତିଲ

ବ୍ରିଷ୍ଟଲ,୧୨।୬(ପି.ଟି.)- ଚଳିତ ବିଶ୍ୱକପ୍‌ରେ କ୍ରମାଗତ ଦ୍ୱିତୀୟଥର ପାଇଁ ଶ୍ରୀଲଙ୍କା ପଏଣ୍ଟ ଭାଗ କରିଛି। ସ୍ଥାନୀୟ କାଉଣ୍ଟି ଗ୍ରାଉଣ୍ଡରେ ମଙ୍ଗଳବାର ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ...

Advertisement
Archives

Model This Week