ଓଡ଼ିଶାରେ ଚାଲିଛି ୪୯,୯୮୪ କୋଟିର ରେଳ ପ୍ରକଳ୍ପ; ୧୦ ନୂଆ ଲାଇନ, ୨୫ ଦୋହରୀକରଣ

ଭୁବନେଶ୍ୱର, ୫।୧(ବ୍ୟୁରୋ)- ରେଳ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟରେ ୩୬ ପ୍ରକଳ୍ପ ଅଧୀନରେ ୪୫୬୭ କିଲୋମିଟର ରେଳପଥ କାର୍ଯ୍ୟ ଜାରି ରହିଛି। ଏହି ସମସ୍ତ ପ୍ରକଳ୍ପର ମୂଲ୍ୟ ୪୯,୯୮୪ କୋଟି ଟଙ୍କା। ଏହି ପ୍ରକଳ୍ପଗୁଡିକ ମଧ୍ୟରେ କେତେକ ସମ୍ପୂର୍ଣ୍ଣଭାବେ ଓଡ଼ିଶାର ହୋଇଥିବାବେଳେ ଅନ୍ୟ କେତେକ ପ୍ରକଳ୍ପ ଆଂଶିକ ଓଡ଼ିଶାରେ ପଡୁଛି। ଏହା ମଧ୍ୟରେ ରହିଛି ୧୦ଟି ନୂଆ ରେଳଲାଇନ, ଯାହାର ଦୈର୍ଘ୍ୟ ୧,୨୬୯ କିଲୋମିଟର। ଏହି ପ୍ରକଳ୍ପଗୁଡିକ ପାଇଁ ୧୬,୫୯୮ କୋଟି ଟଙ୍କାର ବ୍ୟୟବରାଦ ରହିଛି। ୨୦୧୯ ମାର୍ଚ୍ଚ ସୁଦ୍ଧା ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ୮୦ କିଲୋମିଟର ଦୈର୍ଘ୍ୟ ରେଳପଥର କାର୍ଯ୍ୟ ସରିଛି। ଏଥିସହିତ ଉପରୋକ୍ତ ସମୟସୀମା ମଧ୍ୟରେ ୪୨୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି। ନିକଟରେ ସମାପ୍ତ ହୋଇଥିବା ଶୀତ ଅଧିବେଶନରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି। ପାର୍ଲାମେଣ୍ଟର ରାଜ୍ୟ ସଭାରେ ବିଜେଡି ସଦସ୍ୟ ସସ୍ମିତ ପାତ୍ରଙ୍କ ଦ୍ୱାରା ଗତ ଡିସେମ୍ବର ୧୩ରେ ତାରକା ଚିହ୍ନିତ ପ୍ରଶ୍ନ ସଂଖ୍ୟା ୨୮୩ର ଉତ୍ତରରେ ଏହି ତଥ୍ୟ ଉଲ୍ଲେଖ କରାଯାଇଛି।
ରେଳ ମନ୍ତ୍ରଣାଳୟର ପିଙ୍କ୍‌ ବୁକ୍‌ରେ କେଉଁ ପ୍ରକଳ୍ପ ଓଡ଼ିଶାରେ କାର୍ଯ୍ୟକାରୀ ହେବା ପାଇଁ ସ୍ଥାନିତ କରାଯାଇଛି, ଏଯାବତ୍‌ କେଉଁଟି କାର୍ଯ୍ୟକାରୀ ହୋଇନାହିଁ, କେଉଁ ପ୍ରକଳ୍ପକୁ ପିଙ୍କ୍‌ ବୁକ୍‌ରୁ ବାଦ୍‌ ଦିଆଯାଇଛି, ସେ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ମନ୍ତ୍ରୀ ପୀୟୂଷ ଗୋୟଲ ଉପରୋକ୍ତ ତଥ୍ୟ ଏବଂ ଆନୁଷଙ୍ଗିକ ପରିସଂଖ୍ୟାନ ପ୍ରଦାନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟରୁ ଜଣାପଡିଛି ଯେ, ୧ ଗଜ କନଭରସନ(ଜିସି) ପ୍ରକଳ୍ପ ଯାହା ୧୪୦ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ। ଏଥିପାଇଁ ୧୩୪୯ କୋଟି ଟଙ୍କାର ବ୍ୟୟବରାଦ ରହିଥିବା ବେଳେ ତନ୍ମଧ୍ୟରୁ ୯୦ କିଲୋମିଟର କାର୍ଯ୍ୟ ହେବା ସହ ୧୯୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି। ରାଜ୍ୟରେ ପ୍ରାୟ ୨୫ଟି ରେଳଲାଇନ ଦୋହରୀକରଣ ହେବାକୁ ପ୍ରକଳ୍ପ ରହିଛି। ଏହି ପ୍ରକଳ୍ପର ମୋଟ ଦୈର୍ଘ୍ୟ ୩୧୫୯ କିଲୋମିଟର ରହିଛି। ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ୩୨,୦୩୭ କୋଟି ଟଙ୍କାର ବ୍ୟୟବରାଦ ରହିଛି। ତନ୍ମଧ୍ୟରୁ ଗତବର୍ଷ ମାର୍ଚ୍ଚ ସୁଦ୍ଧା ୪୯୪ କିଲୋମିଟର ଦୋହରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ ୮୨୪୬ କୋଟି ଟଙ୍କାର ଅର୍ଥ ଖର୍ଚ୍ଚ କରାଯାଇଛି। ପିଙ୍କ୍‌ ବୁକ୍‌ରୁ କୌଣସି ପ୍ରକଳ୍ପକୁ ବାଦ୍‌ ଦିଆଯାଇ ନ ଥିବା ମନ୍ତ୍ରଣାଳୟ ପକ୍ଷରୁ ଉଲ୍ଲେଖ କରାଯାଇଛି। ବିଳମ୍ବିତ ରେଳ ପ୍ରକଳ୍ପ ନେଇ ଜମି ଅଧିଗ୍ରହଣ, ପରିବେଶ ଏବଂ ଜଙ୍ଗଲ ମଞ୍ଜୁରୀ ଓ ଅନ୍ୟାନ୍ୟ କାରଣକୁ ଦାୟୀ କରାଯାଇଛି। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିଭଳି ରେଳପଥ ସମ୍ପର୍କିତ ଖର୍ଚ୍ଚର ରାଜ୍ୟ ଅଂଶ ବାବଦକୁ ଓଡ଼ିଶା ୧୪୪ କୋଟି ଟଙ୍କା ଦାଖଲ କରିବ ବୋଲି ଜଣାପଡିଛି।
ଉଲ୍ଲେଖଯୋଗ୍ୟ, ପୂର୍ବାପେକ୍ଷା ଓଡ଼ିଶାକୁ ରେଳପଥ ଅନୁଦାନ ବୃଦ୍ଧି ନେଇ ମଧ୍ୟ ଉଲ୍ଲେଖ କରାଯାଇଛି। ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ୨୦୧୪-୧୫ରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୪୧୨୬ କୋଟି ଟଙ୍କାର ଅନୁଦାନ ମିଳିଛି। ଅପରପକ୍ଷରେ ୨୦୦୯-୧୦ରୁ ୨୦୧୩-୧୪ରେ ୮୩୮ କୋଟି ଟଙ୍କାର ଅନୁଦାନ ମିଳିଛି। ୨୦୧୪-୧୯ ମଧ୍ୟରେ ମିଳିଥିବା ଅନୁଦାନର ପରିମାଣ ୨୦୦୯-୧୪ ମଧ୍ୟରେ ମିଳିଥିବା ଅନୁଦାନର ପରିମାଣଠାରୁ ୪୯୨%କୁ ବୃଦ୍ଧି ପାଇଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?