Posted inଖେଳ

ଓଡ଼ିଆ ହକି ତାରକା ସୁନୀତା ଲାକ୍ରାଙ୍କ ଅବସର

ନୂଆଦିଲ୍ଲୀ, ୨।୧ (ପି.ଟି.)- ଭାରତୀୟ ମହିଳା ହକି ଦଳର ଷ୍ଟାର୍‌ ଖେଳାଳି ତଥା ଓଡ଼ିଆ ଡିଫେଣ୍ଡର୍‌ ସୁନୀତା ଲାକ୍ରା ଗୁରୁବାର ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି। ଆଣ୍ଠୁଜନିତ ସମସ୍ୟା ଯୋଗୁ ଆଉ ଏକ ଅସ୍ତ୍ରୋପଚାରର ସମ୍ମୁଖୀନ ହେବାକୁ ଯାଉଥିବା ସୁନୀତା ୨୦୧୮ ଏସିଆନ୍‌ ଗେମ୍ସ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟା ରହିଥିଲେ। ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସରେ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସ୍ବପ୍ନ ରହିଥିଲେ ମଧ୍ୟ ଆଘାତଜନିତ ସମସ୍ୟା ଏଥିରେ ବାଧକ ସୃଷ୍ଟି କଲା ବୋଲି ୨୮ ବର୍ଷୀୟା ଏହି ରାଜଗାଙ୍ଗପୁର ଖେଳାଳି କହିଛନ୍ତି।
ହକିରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିବାରୁ ଆଜି ମୋ ପାଇଁ ଏକ ଭାବବିହ୍ବଳର ଦିନ। ୨୦୦୮ରୁ ଭାରତୀୟ ମହିଳା ହକି ଦଳ ସହ ମୁଁ ଏହି ଚମତ୍କାର ଯାତ୍ରାରେ ସାମିଲ ରହିଥିଲି। ଏହି ଯାତ୍ରା ମଧ୍ୟରେ ଆମେ ଅନେକ ସଫଳତା ଓ ବିଫଳତାର ସାମ୍ନା କରିଛୁ କିନ୍ତୁ ଗୋଟିଏ ୟୁନିଟ୍‌ ରୂପେ ପରସ୍ପର ସହ ଏକାଠି ବନି ରହିଛୁ। ଦେଶ ପାଇଁ ସଫଳତା ଆଣିବା ଲାଗି ଏହା ଆମକୁ ମଜଭୁତ ରଖିବା ସହ ଲଢ଼େଇ କରିବାକୁ ଶକ୍ତି ଓ ପ୍ରେରଣା ଦେଇଥିଲା’ ବୋଲି ସୁନୀତା କହିଛନ୍ତି। ‘୨୦୧୬ ରିଓ ଅଲିମ୍ପିକ୍ସ ଖେଳିଥିବାରୁ ବହୁତ ଭାଗ୍ୟଶାଳୀ ରହିଥିଲି। ତିନି ଦଶନ୍ଧି ପରେ ଅଲିମ୍ପିକ୍ସରେ ଭାରତର ଏହା ପ୍ରଥମ ଅଂଶଗ୍ରହଣ ରହିଥିଲା। ଭାରତୀୟ ମହିଳା ହକି ପାଇଁ ଏହା ଐତିହାସିକ ମୁହୂର୍ତ୍ତ ଥିଲା ବୋଲି ମୋତେ ଅନେକ କହିଥିଲେ। କିନ୍ତୁ ମୋର ବିଶ୍ୱାସ ରହିଛି ଏହି ଟିମ୍‌ ଆହୁରି ଅଧିକ କିଛି ହାସଲ କରିପାରିବ। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳର ସଦସ୍ୟା ହେବାକୁ ଲକ୍ଷ୍ୟ ରଖିଥିଲି। କିନ୍ତୁ ଆଣ୍ଠୁ ସମସ୍ୟା ମୋ ସ୍ବପ୍ନକୁ ଛୋଟ କରିଦେଲା’ ବୋଲି ଅବସର ଘୋଷଣା ଅବସରରେ ସୁନୀତା ଏହା ପ୍ରକାଶ କରିଛନ୍ତି।
ଆହୁରି ମଧ୍ୟ କହିଛନ୍ତି ଯେ, ‘ଆଗାମୀ ଦିନରେ ଆଉ ଏକ ଆଣ୍ଠୁ ଅସ୍ତ୍ରୋପଚାର ଆବଶ୍ୟକତା ରହିଛି ବୋଲି ଡାକ୍ତର ମୋତେ କହିଲେ। ଏଥିରୁ ପୁରା ସୁସ୍ଥ ହେବାକୁ ମୋତେ କେତେ ସମୟ ଲାଗିବ ତାହା ମୁଁ ନିଶ୍ଚିତ ନୁହେଁ। କିନ୍ତୁ ଅସ୍ତ୍ରୋପଚାର ପରେ ଘରୋଇ ହକି ଓ ମୋତେ ଚାକିରି ଦେଇ କ୍ୟାରିୟର ଗଢ଼ିତୋଳିବାରେ ସମର୍ଥନ କରିଥିବା ନାଲକୋ ପକ୍ଷରୁ ଖେଳିବି। ଖେଳରେ ମୁଁ ବହୁତ ବାଟ ଯାତ୍ରା କରିସାରିଲିଣି ଏବଂ ଭାରତୀୟ ଦଳ ସହ ବିତେଇଥିବା କିଛି ସ୍ମରଣୀୟ ମୁହୂର୍ତ୍ତ ସାଥୀରେ ନେଇ ଯାଉଛି’।
ଓଡ଼ିଶା ସରକାରଙ୍କୁ ଧନ୍ୟବାଦ-
ମୋ ସାଥୀ ଖେଳାଳି, ମୁଖ୍ୟ କୋଚ୍‌ ଜୋର୍ଡ ମାରିଜନେ ଓ ଟିମ୍‌ ସପୋର୍ଟ ଷ୍ଟାଫ୍‌ଙ୍କୁ ଧନ୍ୟବାଦ ଦେବି। ଆହତ ସମୟରେ ମୋତେ ଶ୍ରେଷ୍ଠ ଚିକିତ୍ସା ଯୋଗାଇ ଦେବା ସହ ମହିଳା ହକିକୁ ଅଦ୍ୱିତୀୟ ସମର୍ଥନ କରିଥିବାରୁ ହକି ଇଣ୍ଡିଆକୁ ହୃଦୟରୁ ଧନ୍ୟବାଦ ଦେବାକୁ ଚାହୁଁଛି। ଏଥିସହ କ୍ରୀଡ଼ା ଓ ଯୁବସେବା ବିଭାଗ (ଭାରତ ସରକାର), ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ସହିତ ସର୍ବଦା ଆମକୁ ପ୍ରୋତ୍ସାହିତ କରିବା ସହ ସମର୍ଥନ ପ୍ରଦାନ କରିଥିବାରୁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି। ଓଡ଼ିଶାରେ ମୋ ପରିବାର, ସ୍ବାମୀ ଓ ବନ୍ଧୁମାନେ ମୋର ସବୁଠାରୁ ଶକ୍ତିଶାଳୀ ସମର୍ଥକ ରହିଛନ୍ତି। ହକିରେ ମୋର ଲକ୍ଷ୍ୟକୁ ଆଗକୁ ବଢ଼ାଇବାରେ ସହାୟତା କରିଥିବାରୁ ସେମାନଙ୍କୁ ମଧ୍ୟ ଦେବାକୁ ଚାହିଁବି। ସେମାନଙ୍କ ପ୍ରୋତ୍ସାହନ ବିନା ମୁଁ ଏତେ ବାଟ ଆସିପାରି ନ ଥାନ୍ତି ବୋଲି ଭାତୀୟ ହକିର ଏହି ଅଭିଜ୍ଞ ଖେଳାଳି କହିଛନ୍ତି। ୨୦୦୯ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ସୁନୀତା ଭାରତ ପକ୍ଷରୁ ୧୩୯ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ହେବେ ପ୍ରଧାନମନ୍ତ୍ରୀ! ହେଲେ କିଏ ବାଛିଲା ତାଙ୍କୁ? ଜାଣନ୍ତୁ କଂଗ୍ରେସର ଏହି ଦାବି ସମ୍ପର୍କରେ

ନୂଆଦିଲ୍ଲୀ,୧।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ମେଣ୍ଟର ପ୍ରାର୍ଥୀ ଘୋଷଣା କରାଯାଇଛି। ତାମିଲନାଡୁ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ (ସିଏଲପି)ର ନେତା…

ଭେନେଜୁଏଲା ତୈଳ

ଭନେଜୁଏଲାର ତତ୍କାଳୀନ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ସ୍ତ୍ରୀଙ୍କୁ ୮ ମାସ ତଳେ ଆମେରିକା ସେନା ଉଠାଇ ନେଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ…

ଗ୍ରେଟର ହାଇଦ୍ରାବାଦ୍‌ ଭଳି ଗ୍ରେଟର ଭୁବନେଶ୍ୱର ଆଶା ପୂରଣ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୯(ରବିନାରାୟଣ ଜେନା): ପୌର ସଂସ୍ଥାକୁ ବିଭିନ୍ନ କାର୍ଯ୍ୟ ନେଇ ଆସୁଥିବା ନାଗରିକମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୌର ପ୍ରଶାସନକୁୁ ନିର୍ଦ୍ଦେଶ…

‘କମିବ ତେଲ ଦର’, ଏମିତି ଘୋଷଣା କରି ଚମକାଇ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧।୯: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଜୋର ଦେଇ କହିଥିଲେ ଯେ ଭେନେଜୁଏଲା ସହିତ ତାଙ୍କର ତୈଳ ଚୁକ୍ତି ଯୋଗୁ ଗ୍ୟାସ ମୂଲ୍ୟରେ ଦ୍ରୁତ ହ୍ରାସ ଘଟିବ,…

ପାଣିପାଗ ବିଭାଗର ବଡ଼ ସୂଚନା, ଆଜି ୧୮ ଜିଲାରେ ଝଡ଼ବର୍ଷା

ଭୁବନେଶ୍ୱର,୧ା୯(ବନ୍ଦନା ସେଠୀ): ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଉତ୍ତର ଉପକୂଳ ଓଡ଼ିଶା ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳ ଉପରେ ଥିବା ସ୍ପଷ୍ଟ ଭାବେ ଚିହ୍ନିତ ଲଘୁଚାପ କ୍ଷେତ୍ରଟି…

୩ରେ ରାଜ୍ୟ କ୍ୟାବିନେଟ୍, ୯ରୁ ଊର୍ଦ୍ଧ୍ୱ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୧ା୯(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ୩ରେ ରାଜ୍ୟ କ୍ୟାବିନେଟ୍‌ ଅନୁଷ୍ଠିତ ହେବ । ଲୋକସେବା ଭବନର ତୃତୀୟ ମହଲାରେ ସନ୍ଧ୍ୟା…

ମାସ ଆରମ୍ଭରୁ ଗ୍ରାହକଙ୍କୁ ଲାଗିଲା ବଡ଼ ଝଟକା, ବଢିଲା ଗ୍ୟାସ ଦର

ନୂଆଦିଲ୍ଲୀ,୧।୯: ସେପ୍ଟେମ୍ବର ଆରମ୍ଭରୁ ଏଲପିଜି ଗ୍ରାହକମାନେ ଏକ ବଡ଼ ଝଟକା ପାଇଛନ୍ତି। ସେପ୍ଟେମ୍ବର ୧ ରେ ଜାରି ହୋଇଥିବା ନୂତନ ଦର ଅନୁସାରେ, 19 କିଲୋଗ୍ରାମ ବାଣିଜ୍ୟିକ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏସ୍‌ସି, ଏସ୍‌ଟି ଛାତ୍ରୀଛାତ୍ରଙ୍କୁ ଦେବାକୁ ପଡ଼ିବନି…

ଭୁବନେଶ୍ୱର,୧ା୯(ସୁନିତ୍‌ ମିଶ୍ର): ରାଜ୍ୟର ଅନୁସୂଚିତ ଜାତି (ଏସ୍‌ସି) ଓ ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗର ମେଧାବୀ ଗରିବ ଛାତ୍ରୀଛାତ୍ରମାନଙ୍କ ପାଇଁ ବଡ଼ ଆଶ୍ୱସ୍ତି। ସରକାରୀ ମେଡିକାଲ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri