ଓଡ଼ିଆ ପାଇଁ ଲଜ୍ଜା

ଓଡ଼ିଆ, ସଂସ୍କୃତ, ତାମିଲ, ତେଲୁଗୁ, କନ୍ନଡ଼ ଏବଂ ମାଲାୟାଲମ୍‌ ଭାଷାକୁ ଭାରତରେ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି। କିନ୍ତୁ ସବୁ ଭାଷାକୁ ସମାନ ଦୃଷ୍ଟିରେ ଦେଖାଯାଉ ନାହିଁ। କେନ୍ଦ୍ର ସରକାର ଏ ଦିଗରେ ପାତରଅନ୍ତର କରୁଥିବା ବିଷୟ ଏବେ ଜଣାପଡ଼ିଛି। କଂଗ୍ରେସ ଏମ୍‌ପି ଜୟରାମ ରମେଶ ୧୬ ମାର୍ଚ୍ଚରେ ରାଜ୍ୟ ସଭାରେ ‘କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ବିଲ୍‌, ୨୦୧୯’ରେ ଭାଗ ନେଇ କହିଛନ୍ତି ଯେ, ଭାରତରେ ଅନ୍ୟ ଆଞ୍ଚଳିକ ଭାଷା ଅପେକ୍ଷା ସଂସ୍କୃତକୁ ଅଧିକ ଗୁରୁତ୍ୱ ଦିଆଯାଉଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ତଥ୍ୟକୁ ଉଦ୍ଧାର କରି ସେ ଦର୍ଶାଇଛନ୍ତି ଯେ, ଗତ ୩ ବର୍ଷରେ ସଂସ୍କୃତ ଭାଷାକୁ ଲୋକପ୍ରିୟ କରିବା ସକାଶେ ୬୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି ତାମିଲ ଲାଗି ୨୪ କୋଟି ଟଙ୍କା, କନ୍ନଡ଼ ଓ ତେଲୁଗୁ ସକାଶେ ୩ କୋଟି ଟଙ୍କା ଲେଖାଏ ବ୍ୟୟ କରାଯାଇଛି। ଅପରପକ୍ଷରେ ଓଡ଼ିଆ ଓ ମାଲାୟାଲମ୍‌ ପାଇଁ ଏକ ଟଙ୍କା ବ୍ୟୟ କରାଯାଇ ନାହିଁ ବୋଲି ଜୟରାମ ରମେଶ ଗୃହରେ କହିଛନ୍ତି। ଏଥିପାଇଁ ଆମେ ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛୁୁ। ଅନ୍ୟପକ୍ଷରେ ଏହି ଆଲୋଚନାରେ ଭାଗ ନେଇ ବିଜୁ ଜନତା ଦଳ (ବିଜେଡି)ର ରାଜ୍ୟ ସଭା ସଦସ୍ୟ ପ୍ରଶାନ୍ତ ନନ୍ଦ ସଂସ୍କୃତକୁ ଅଧିକ ଗୁରୁତ୍ୱ ଦିଆଯାଉ ବୋଲି କହିଥିବା ବେଳେ ଓଡ଼ିଆ ଭାଷାକୁ କାହିଁକି ପ୍ରୋତ୍ସାହନ ମିଳୁନାହିଁ, ସେ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବାକୁ ଉଚିତ ମନେକଲେ ନାହିଁ। ଆଶ୍ଚର୍ଯ୍ୟ ଏ ଓଡ଼ିଆ ଜାତି ଏବଂ ଏଭଳି ଲୋକ ପ୍ରତିନିଧି, ଯେଉଁମାନେ ଅବହେଳାକୁ ଅଥାନରେ ବଥ ଭଳି ଲୁଚାଇ ରଖିବାକୁ ଚାହାନ୍ତି। କାହିଁକି କେଜାଣି ଓଡ଼ିଆଙ୍କୁ ଓଡ଼ିଆ ଭାବେ ପରିଚିତ ହେବାକୁ ଲଜ୍ଜିତ ଲାଗୁଛି।
ରାୟ ଦେଲା ପୁରସ୍କାର
ଭାରତର ପାର୍ଲାମେଣ୍ଟକୁ ଦେଖିଲେ ରାଜ୍ୟ ସଭା ରାଜନୀତିରେ ଅନୁଗତଙ୍କ ପାଇଁ ଏକ ଥଇଥାନ କେନ୍ଦ୍ର ପାଲଟିଗଲାଣି। ଆମ ସମ୍ବିଧାନରେ ଏହି ଗୃହର ଏକ ବିରାଟ ଗୁରୁଦାୟିତ୍ୱ ରହିଛି। କିନ୍ତୁ ନିକଟ ଅତୀତକୁ ଦେଖିଲେ ଏହି ଗୃହରେ ନା ଯେ କେବଳ ରାଜନୈତିକ ଅନୁଗତଙ୍କ ଭିଡ଼ ଲାଗିରହିଛି, ତା’ ସହ ବ୍ୟବସାୟୀ/ଶିଳ୍ପପତିମାନଙ୍କର ମଧ୍ୟ ଲମ୍ବା ଧାଡ଼ି ପରିଲକ୍ଷିତ ହେଉଛି। ତେଣୁ ଏହି ଗୃହକୁ କେବଳ ରାଜନୈତିକ ବ୍ୟକ୍ତି ପଠାଯିବେ ବୋଲି ଭାବିବା ଅନୁଚିତ। ଅପରହାଉସ ବା ରାଜ୍ୟମାନଙ୍କ ସଭା ଭାବେ ଏଠାରେ ବିଭିନ୍ନ କ୍ଷେତ୍ର ବା ଚିନ୍ତାଧାରାରୁ ମତ ଆସିବା ଆବଶ୍ୟକ। ଦେଶର ନୀତି ପ୍ରଣୟନ ବେଳେ ସେମାନଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ମନି ବିଲ୍‌ ବା ଅର୍ଥ ବିଲ୍‌ର ଆଖ୍ୟା ଦିଆଯାଇ ଅନେକ ଗୁରୁତ୍ୱପୂର୍ଣ୍ଣ ଆଇନ ରାଜ୍ୟ ସଭା ବାଟ ଦେଇ ଯାଉନାହିଁ। ୨୫୦ ଆସନ ବିଶିଷ୍ଟ ଏହି ଗୃହରେ ୧୨ ଜଣ ସଦସ୍ୟଙ୍କୁ ସିଧାସଳଖ ରାଷ୍ଟ୍ରପତି ମନୋନୀତ କରିଥାନ୍ତି। ଏହି ସଂରକ୍ଷିତ ଆସନ ପାଇଁ ରାଷ୍ଟ୍ରପତି କାହାକୁ ମନୋନୀତ କଲେ ସେ ସମ୍ପର୍କରେ ପ୍ରଶ୍ନ ପଚାରିବାର କୌଣସି ବିଧିବଦ୍ଧ ବ୍ୟବସ୍ଥା ରଖାଯାଇନାହିଁ। ଯେଉଁଥିପାଇଁ ସଦ୍ୟ ଅବସର ନେଇଥିବା ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ରାଷ୍ଟ୍ରପତି ରାଜ୍ୟ ସଭାକୁ ମନୋନୀତ କରିବା ଅନେକ ସନ୍ଦେହ ସୃଷ୍ଟି କରୁଛି। ଏହି ପରିସ୍ଥିତିରେ କୌଣସି ପ୍ରଶ୍ନ ପଚରାଯାଇପାରିବ ନାହିଁ ବୋଲି ଭାବିଲା ବେଳକୁ ଅଧିକ ପ୍ରଶ୍ନ ମନକୁ ଆସୁଛି। ଜାତୀୟ ନାଗରିକ ପଞ୍ଜିକା ବା ଏନ୍‌ଆର୍‌ସିକୁ ସୁପ୍ରିମକୋର୍ଟ ନିଜ ତଦାରଖରେ ଆସାମରେ କାର୍ଯ୍ୟକାରୀ କରାଇବା ଏବଂ ଅଯୋଧ୍ୟାର ରାମମନ୍ଦିର ମାମଲାରେ ଏକ ବିବାଦୀୟ ରାୟ ଦେବାରେ ଗୋଗୋଇଙ୍କ ପ୍ରଧାନ ବିଚାରପତି ଭାବେ ଭୂମିକା ଆଲୋଚନା ପରିସରକୁ ଆସିଥିଲା। ଭାରତୀୟ ଜନତା ପାର୍ଟି (ଭାଜପା)ର ସୀମିତ କାର୍ଯ୍ୟସୂଚୀ ମଧ୍ୟରୁ ଏହି ଦୁଇଟି ଅଧିକ ଗୁରୁତ୍ୱ ବହନ କରୁଥିଲା। ସେଥିପାଇଁ ଦେଶରେ ଅନେକ ଜାଣିବା ଶୁଣିବା ବ୍ୟକ୍ତିଙ୍କ ମତରେ ଗୋଗୋଇ ଏକ ରାଜନୈତିକ ଚିନ୍ତାଧାରାକୁ ସମର୍ଥନ କରିବାକୁ ଯାଇ, ସମ୍ଭବତଃ, ଦେଶର ଦୀର୍ଘମିଆଦୀ ସ୍ବାର୍ଥକୁ ଜଳାଞ୍ଜଳି ଦେଇଛନ୍ତି। ଏହାର ଭଲ ମନ୍ଦ ଇତିହାସ କହିବ, କିନ୍ତୁ ସମ୍ପ୍ରତି ଦେଶବ୍ୟାପୀ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବାରେ ସେହି ଦୁଇ ରାୟର ଉଲ୍ଲେଖନୀୟ ଭୂମିକା ରହିଛି।
ପୂର୍ବରୁ ଭାରତର ପ୍ରଧାନ ବିଚାରପତି ଭାବେ ଦୀପକ ମିଶ୍ର କାର୍ଯ୍ୟ କରୁଥିବା ବେଳେ ଗୋଗୋଇଙ୍କ ନେତୃତ୍ୱରେ ଅନ୍ୟ କେତେକ ବିଚାରପତି ଖୋଲାଖୋଲି ବିରୋଧ କରି ଗଣମାଧ୍ୟମରେ ମିଶ୍ରଙ୍କ ସମ୍ପର୍କରେ କଠୋର ମନ୍ତବ୍ୟ ଦେଇଥିଲେ। ଭାରତୀୟ ନ୍ୟାୟ ବ୍ୟବସ୍ଥାର ଇତିହାସରେ ଏଭଳି ଖୋଲାଖୋଲି ବିଦ୍ରୋହ କେବେ ଦେଖାଯାଇ ନ ଥିଲା। ଅନେକ ସମୟରେ ଆଇନ ବ୍ୟବସ୍ଥାର ସଂସ୍କାର ସମ୍ପର୍କରେ ଉଲ୍ଲେଖ କରି ଗୋଗୋଇ ଏକ ଭାବମୂର୍ତ୍ତି ଜନ୍ମାଇ ପାରିଥିଲେ। ହେଲେ ନିଜେ ଯେତେବେଳେ ସର୍ବୋଚ୍ଚ ସ୍ଥାନରେ ବସି ପରିବର୍ତ୍ତନ ଆଣିବାର ସୁଯୋଗ ପାଇଲେ ସେତେବେଳେ ରୋଷ୍ଟର ବ୍ୟବସ୍ଥା ମଧ୍ୟ ବଦଳାଇଲେ ନାହିଁ। କେବଳ ସେତିକି ନୁହେଁ, ନିଜ ଅଫିସରେ କାର୍ଯ୍ୟ କରୁଥିବା ତରୁଣୀଙ୍କ ପ୍ରତି ଅସଦାଚରଣ କରିଥିବାର ସମ୍ପୃକ୍ତା ଯୁବତୀଙ୍କଠାରୁ ଅଭିଯୋଗ ଆସିଥିଲା। ସମସ୍ତେ ବୁଝିଲେ ଯେ ସେହି ଅଭିଯୋଗରେ ସତ୍ୟାସତ୍ୟ ନ ଥିଲେ ଯୁବତୀଙ୍କର ଏତେ ଶକ୍ତିଶାଳୀ ବ୍ୟକ୍ତିଙ୍କ ବିରୋଧରେ ମିଛ ଅଭିଯୋଗ ଆଣିବାର ଆସ୍ପର୍ଦ୍ଧା କେବେହେଲେ ରହି ନ ଥାଆନ୍ତା। ‘ସ୍ବର୍ଗକୁ ନିଶୁଣି ନାହିଁ, ବଡ଼ ଲୋକଙ୍କୁ ଉତ୍ତର ନାହିଁ’ ନ୍ୟାୟରେ ସେହି ରଞ୍ଜନ ଗୋଗୋଇ ରାଜ୍ୟ ସଭାରେ ବସି ନିରୀହ ଦେଶବାସୀଙ୍କୁ ଛୁଇଁଲା ଭଳି ନୀତି ସୃଷ୍ଟି କରିବାରେ ସାମିଲ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭୂତଳ ଜଳ ସ୍ତର ନିମ୍ନଗାମୀ ହେଉଥିବାରୁ ବୋରଓ୍ବେଲ ଓ ପୋଖରୀଗୁଡ଼ିକ ଶୁଖିଯାଉଛି। ଫଳରେ ଲୋକେ ପାନୀୟ ଜଳ ପାଉନାହାନ୍ତି ଓ କୃଷିରେ ମଧ୍ୟ ବାଧା ଉପୁଜୁଛି। ତେବେ…

ସେ ଅସୁରର ମୃତ୍ୟୁ ନାହିଁ

ସମୁଦ୍ର ମନ୍ଥନରୁ ମିଳିଥିବା ଅମୃତ ଖାଇ ଦେବତାମାନେ ଅମର। ମନ୍ଥନ କାର୍ଯ୍ୟରେ ଅସୁରମାନେ ଭାଗ ନେଇଥିଲେ ବି ସେମାନଙ୍କୁ ତାହା ମିଳି ନ ଥିଲା। ଦେବତାମାନେ ସବୁ…

ସମବାୟ ବିକାଶ ଲକ୍ଷ୍ୟ

ଓଡ଼ିଶାର ସାମାଜିକ, ଅର୍ଥନୈତିକ ବିକାଶ କ୍ଷେତ୍ରରେ କୃଷିଋଣ ପ୍ରଦାନ, ଋଣ ଆଦାୟ, କୃଷିଜାତ ପଦାର୍ଥର ବିପଣନ ଏବଂ ଲୋକଙ୍କ ଗ୍ରାମୀଣ ଜୀବିକା ନିର୍ବାହ କ୍ଷେତ୍ରରେ ସମବାୟ ଆନ୍ଦୋଳନ…

ହିଂସାରୁ ହିଂସା

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ମାତ୍ର ୨୬ ଦିନ ପରେ ସୋନାରପୁରଠାରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ନଂ.୨ କୁହାଯାଉଥିବା ୩ ଥରର ଏମ୍‌ପି ତଥା ମମତା ବାନାର୍ଜୀଙ୍କ…

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri