‘ଓଡ଼ିଆଙ୍କ ମଧ୍ୟରେ ସ୍ବାଭିମାନ କ୍ଷୁଣ୍ଣ ଶୁଭ ସୂଚନା ନୁହେଁ’

ଭୁବନେଶ୍ୱର, ୨୩ା୨(ବ୍ୟୁରୋ): ମାତୃଭାଷା ଗୋଟିଏ ଜାତିର ପରିଚୟ। ଏହା ନିଜ ଭିତରେ ସ୍ବାଭିମାନ ସୃଷ୍ଟି କରିବା ସହ ସମାଜକୁ ସମୃଦ୍ଧ କରିଥାଏ। ତେଣୁ ମାତୃଭାଷାର ସୁରକ୍ଷା ଓ ବ୍ୟବହାର ପ୍ରତି ସମସ୍ତେ ସଚେତନ ହେବା ଉଚିତ। କିନ୍ତୁ ଦୁର୍ଭାଗ୍ୟର କଥା ଓଡ଼ିଆ ଭାଷା କ୍ରମଶଃ ଅସୁରକ୍ଷିତ ହେବା ସହ ଏହାର ବ୍ୟବହାର କମିକମି ଯାଉଛି। ଫଳରେ ଓଡ଼ିଆଙ୍କ ମଧ୍ୟରେ ସ୍ବାଭିମାନ କ୍ଷୁଣ୍ଣ ହୋଇଚାଲିଛି। ଏହା ଆଦୌ ଶୁଭ ସୂଚନା ନୁହେଁ। କିନ୍ତୁ ପୂର୍ବତନ ରାଜ୍ୟ ସଭା ସଦସ୍ୟ ସ୍ବର୍ଗତ ବୈଷ୍ଣବ ପରିଡ଼ା ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଯେଉଁ ଦୁର୍ବାର ଆନ୍ଦୋଳନ ଗଢ଼ିତୋଳିଥିଲେ ତାହା ଓଡ଼ିଆଙ୍କ ଜାତୀୟ ଚେତନା ବୃଦ୍ଧି କରିବା ସହ ଭାଷାର ସୁରକ୍ଷା ଓ ବ୍ୟବହାର ନେଇ ସଚେତନ କରାଇପାରିଥିଲା। ସ୍ବର୍ଗତ ପରିଡ଼ାଙ୍କ ତ୍ୟାଗପୂତ ଜୀବନ ଓ ଭାଷା ଆନ୍ଦୋଳନ ତାଙ୍କୁ ସବୁଦିନ ପାଇଁ ମନେରଖିଥିବ ବୋଲି ଶନିବାର ସୂଚନା ଭବନଠାରେ ଅନୁଷ୍ଠିତ ବୈଷ୍ଣବ ପରିଡ଼ାଙ୍କ ୭୯ତମ ଜୟନ୍ତୀ ସମାରୋହରେ ମତପ୍ରକାଶ ପାଇଛି। ସମାରୋହରେ ଅତିଥିମାନେ ସ୍ବର୍ଗତ ପରିଡ଼ାଙ୍କୁ ସ୍ମରଣ କରିବା ସହ ଜଣେ ବିଶିଷ୍ଟ ରାଜନେତା, ସୁସାହିତି୍ୟକ ଓ ଭାଷା ସୁରକ୍ଷା ଆନ୍ଦୋଳନର କର୍ଣ୍ଣଧାର ଭାବେ ବର୍ଣ୍ଣନା କରିଥିଲେ।
ବରିଷ୍ଠ ଖବରଦାତା ରବି ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସମାଜବାଦୀ ଚିନ୍ତକ ପ୍ରଫେସର ଆନନ୍ଦ କୁମାର, ସମ୍ମାନିତ ଅତିଥି ଭାବେ ପୂର୍ବତନ ଏମ୍‌ପି ଶିବାଜୀ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ପୂର୍ବତନ ଏମ୍‌ପି ଖାରବେଳ ସ୍ବାଇଁ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ବରିଷ୍ଠ ସାହିତି୍ୟକ ସାତକଡ଼ି ହୋତା ଓ ବିଶିଷ୍ଟ ଭାଷାବିତ୍‌ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ ଯୋଗଦେଇଥିଲେ। ସେମାନେ ସ୍ବର୍ଗତ ପରିଡ଼ାଙ୍କର ସ୍ମୃତିଚାରଣ କରି କହିଲେ, ବିିଭିନ୍ନ ପ୍ରସଙ୍ଗକୁ ନେଇ ବୈଷ୍ଣବ ଚରଣ ପରିଡ଼ା ଜୀବନବ୍ୟାପୀ ଆନ୍ଦୋଳନ କରିଆସୁଥିଲେ। ଭାଷା ସୁରକ୍ଷା ଆନ୍ଦୋଳନ ତାଙ୍କର ଶେଷ ସର୍ବଶ୍ରେଷ୍ଠ ଆନ୍ଦୋଳନ ଥିଲା। ଏଥିସହ ତାଙ୍କର ସାହିତ୍ୟ ଜୀବନ ରାଜନୈତିକ ଜୀବନକୁ ସମୃଦ୍ଧ କରିଥିଲା, ଯାହା ତାଙ୍କୁ ଜଣେ ସ୍ବତନ୍ତ୍ର ରାଜନେତାର ସମ୍ମାନ ପ୍ରଦାନ କରିଥିଲା। ସାହିତି୍ୟକ ଡ. ବାସୁଦେବ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଡ. ମାନସ ବେହେରା ଅତିଥିଙ୍କୁ ଆମନ୍ତ୍ରଣ କରିଥିବାବେଳେ ମହେଶ୍ୱର ଦାସ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୯(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୯।୯ (ବନ୍ଦନା ସେଠୀ):ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାର ଉପକୂଳ ଉପରେ ଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର…

ମହାନଦୀ ଜଳବିବାଦ ସମାଧାନ କରିବେ ଶାହା: ଅକ୍ଟୋବର ୧ରେ ମିଳିପାରେ ଖୁସିଖବର

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ହେଲା ମହାନଦୀ ଜଳ ବିବାଦ ଲାଗି ରହିଛି। ଏହି ବିଷୟ ବର୍ତ୍ତମାନ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ତେବେ କିଛିଦିନ…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?