ଓଡ଼ଗାଁ ରାମ ନବମୀ ଯାତ୍ରାର ଚତୁର୍ଥ ସନ୍ଧ୍ୟା: ଧନୁଭଗ୍ନ ପାଇଁ ଶ୍ରୀରାମଙ୍କ ଗଙ୍ଗା ପାର

୧୭ା୩(ସ୍ବ.ପ୍ର.)-ନୟାଗଡ ଜିଲା ଓଡ଼ଗାଁ ଶ୍ରୀରଘୁନାଥଜୀଉଙ୍କ ପୀଠରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରାର ମଙ୍ଗଳବାର ହେଉଛି ଚତୁର୍ଥ ସନ୍ଧ୍ୟା| ପ୍ରଭୁ ଶ୍ରୀରାମ,  ଅନୁଜ ଲକ୍ଷ୍ମଣ ଓ ଋଷି ବିଶ୍ୱାମିତ୍ରଙ୍କ ସହିତ ପୁରାଣ ବର୍ଣ୍ଣିତ ଜନକପୁରୀ ଗମନ ସମୟରେ ପ୍ରଭୁ  ଅନ୍ୟ ଏକ ଲୀଳା ପ୍ରକଟ କରିଛନ୍ତି ା ସନ୍ଧ୍ୟା ଆଳତୀ ନିମନ୍ତେ ମନ୍ଦିର ଦୁଆର ଖୋଲିବା ମାତ୍ରେ ପ୍ରଭୁ ଗଙ୍ଗା ପାର ଦୃଶ୍ୟରେ ଶ୍ରଦ୍ଧାଳୁଙ୍କୁ ଭକ୍ତି ବିଭୋର କରିଛନ୍ତି ା ପାଷାଣୀ ଅହଲ୍ୟା ଶାପମୁକ୍ତ ହୋଇ  ନାରୀ ପାଲଟିଯିବା ପରେ ବିଜ୍ଞାନୀ କୈବର୍ତ୍ତ ପ୍ରଭୁଙ୍କୁ ଡଙ୍ଗାରେ ବସାଇବାକୁ ଅମଙ୍ଗ ହୋଇଥିଲେ ା କାଳେ ପ୍ରଭୁଙ୍କ ପଦ ସ୍ପର୍ଶରେ ନଉକା ନାରୀ ପାଲଟିଯିବ ା ତେଣୁ ପ୍ରଭୁଙ୍କ ପଦ ଧୌତପୂର୍ବକ ଡଙ୍ଗାରେ ବସାଇବାକୁ କୈବର୍ତ୍ତ ସର୍ତ୍ତ ରଖିଥିଲେ ା ଭକ୍ତର  ନିବେଦନକୁ ସାଦରେ ଗ୍ରହଣ କରି  ବେନିପାଦ ଧୌତ ନିମନ୍ତେ ଶ୍ରୀରାମ ପଦ ବଢ଼ାଇ ଦେଇଥିଲେ ା ନିଜକୁ ଧନ୍ୟ ମନେକରିଛନ୍ତ ଭକ୍ତ କୈବର୍ତ୍ତ। ଶ୍ରୀରାମ ଗଙ୍ଗାପାର ପରେ ଜନକପୁରୀରେ ଆତିଥ୍ୟ ଗ୍ରହଣ କରିଛନ୍ତି। ବୁଧବାର ସନ୍ଧ୍ୟାରେ ପ୍ରଭୁଙ୍କ ଧନୁଭଗ୍ନ ତଥା ସୀତାବିବାହ ଉତ୍ସବ ନିମନ୍ତେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛିି ା ସୀତା ବିବାହ ମହାସମାରୋହରେ ଆୟୋଜନ ନିମନ୍ତେ  ବାଜା, ଲୋକନୃତ୍ୟ ଆଦିର ପ୍ରସ୍ତୁତି ହୋଇଛି ା ପ୍ରଶାସନ ପକ୍ଷରୁ ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ଏହି ଦିବସରେ ଦମୟନ୍ତକ ଯାତ୍ରା ଥିବାରୁ ପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ଶ୍ରୀଜୀଉ ମଣିବିମାନରେ ବିଜେ କରି ପଟୁଆରରେ ରାଧାକାନ୍ତ ମଠକୁ ଗମନ କରିଥିଲେ ା ମଠରେ ଭୋଗଲାଗି ସହିତ ଆଳତି  ପରେ ସୀତାରାମ, ଲକ୍ଷ୍ମଣ ଆଦି ଜୀଉମାନେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରି ରତ୍ନ ସିଂହାସନକୁ ବିଜେ କରିଥିଲେ ା ପୂଜକ ଓ ସେବକ ପରିଷଦଙ୍କ ସହିତ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଲଡୁବାବା ମନ୍ଦିରରେ ଭଙ୍ଗହେଲା ୨୦୦ ବର୍ଷର ପରମ୍ପରା: ଶୀତଳଷଷ୍ଠୀରେ କରାଗଲାନି ଠାକୁରଙ୍କ ନଗର ପରିକ୍ରମା, ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ

ନୟାଗଡ଼ ଅଫିସ,୯ା୬- ନୟାଗଡ଼ ଜିଲା ଶରଣକୁଳ ଲଡ଼ୁବାବା ମନ୍ଦିରରେ ୨୦୦ ବର୍ଷର ପରମ୍ପରା ଭଙ୍ଗ କରାଯାଇଛି। ଗୁରୁବାର ଶୀତଳଷଷ୍ଠୀରେ ଠାକୁରଙ୍କ ବିଜେ ପ୍ରତିମାଙ୍କୁ ନଗର ପରିକ୍ରମା...

ବାର୍‌ହା ପାଇଁ ବିଛା ଯାଇଥିଲା ଜାଲ: ଶିକାର ହେଲା ହାତୀ

ଢେଙ୍କାନାଳ ଅଫିସ,୧।୧୨: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ କଡ଼ାଲ ଗ୍ରାମ ନିକଟରୁ ଏକ ମୃତ ଦନ୍ତାହାତୀ ପଡ଼ିଥିବା ମଙ୍ଗଳବାର ସକାଳୁ ଦେଖିବାକୁ ମିଳିଛି। ହାତୀ ପାଖରେ...

ସୁପର ସ୍ପେଶିଆଲିଟି ହସ୍‌ପିଟାଲ ଦାବି ଜୋର ଧରିଲା: ସାମିଲ ହେଲେ ୭୦ ପଞ୍ଚାୟତ ଜନପ୍ରତିନିଧି

ରାହାମା,୧୭ା୧୨(ଡି.ଏନ.ଏ.): କୁଜଙ୍ଗ ବ୍ଲକ ଅଧୀନ ରାହାମାଠାରେ ଏକ ସୁପର ସ୍ପେଶିଆଲିଟି କିମ୍ବା ସବ୍‌ଡିଭିଜନାଲ ହସ୍ପିଟାଲ ପ୍ରତିଷ୍ଠା ନେଇ ଦାବି ଜୋର ଧରିଛି। ଏନେଇ ରାହାମାସ୍ଥିତ ଗୁଣ୍ଡିଚା...

ଫଳକରେ ସୀମିତ ପିପିଲି ବସ୍‌ଷ୍ଟାଣ୍ଡ

ପିପିଲି,୨୩।୩(ସ୍ବ.ପ୍ର.): ପିପିଲିରେ ଏବେ ଚାଲିଛି ଉପନିର୍ବାଚନର ତାତି। ଏ ନେଇ ସମସ୍ତ ଦଳ ପିପିଲିର ମୁଖ୍ୟ ସମସ୍ୟାଗୁଡ଼ିକୁ ଜନସାଧାରଣଙ୍କ ସମ୍ମୁଖରେ କିଭଳି ସମାଧାନ କରିବେ ସେନେଇ...

ଯୋରରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ବାସୁଦେବପୁର / ପଦ୍ମପୁର,୨୬।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର ନିକଟ ବିଶ୍ୱାଳ ଗୋହିରୀ ଯୋରରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର...

ଡାଇରିଆ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ

ରାୟଗଡ଼ା ଅଫିସ,୨୩ା୭ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ,ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି ଶନିବାର କାଶୀପୁର ବ୍ଲକର...

ଭଦ୍ରକରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର: ନିର୍ବାଚନ ପ୍ରସ୍ତୁତି ତଦାରଖ କଲେ

ଭଦ୍ରକ ଅଫିସ, ୧୯।୪ – କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅନିଲ କୁମାର ସାମଲ ଗୁରୁବାର ଦିନିକିଆ ଭଦ୍ରକ ଗସ୍ତରେ ଆସି ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା...

ଦାନଗଦୀ ବ୍ଲକ ଅଞ୍ଚଳ: ଶୌଚାଳୟ ନିର୍ମାଣ ନାମରେ ଟଙ୍କା ହଡ଼ପ ଅଭିଯୋଗ

କଳିଙ୍ଗନଗର,୨ା୬(ଡି.ଏନ୍‌.ଏ.)- ଦାନଗଦୀ ବ୍ଲକ ଅଞ୍ଚଳରେ ସ୍ବଚ୍ଛ ଭାରତ ମିଶନ ଫେଲ ମାରିଛି। ଶୌଚାଳୟ ନିର୍ମାଣ ନାମରେ ଠିକାଦାର ଅର୍ଥ ହଡପ କରିଥିବା ଅଭିଯୋଗ ହୋଇଛି। ଅଞ୍ଚଳରେ...

Advertisement
Archives

Model This Week