ଓଡ଼ଗାଁ ରାମ ନବମୀ ଯାତ୍ରାର ଚତୁର୍ଥ ସନ୍ଧ୍ୟା: ଧନୁଭଗ୍ନ ପାଇଁ ଶ୍ରୀରାମଙ୍କ ଗଙ୍ଗା ପାର

୧୭ା୩(ସ୍ବ.ପ୍ର.)-ନୟାଗଡ ଜିଲା ଓଡ଼ଗାଁ ଶ୍ରୀରଘୁନାଥଜୀଉଙ୍କ ପୀଠରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରାର ମଙ୍ଗଳବାର ହେଉଛି ଚତୁର୍ଥ ସନ୍ଧ୍ୟା| ପ୍ରଭୁ ଶ୍ରୀରାମ,  ଅନୁଜ ଲକ୍ଷ୍ମଣ ଓ ଋଷି ବିଶ୍ୱାମିତ୍ରଙ୍କ ସହିତ ପୁରାଣ ବର୍ଣ୍ଣିତ ଜନକପୁରୀ ଗମନ ସମୟରେ ପ୍ରଭୁ  ଅନ୍ୟ ଏକ ଲୀଳା ପ୍ରକଟ କରିଛନ୍ତି ା ସନ୍ଧ୍ୟା ଆଳତୀ ନିମନ୍ତେ ମନ୍ଦିର ଦୁଆର ଖୋଲିବା ମାତ୍ରେ ପ୍ରଭୁ ଗଙ୍ଗା ପାର ଦୃଶ୍ୟରେ ଶ୍ରଦ୍ଧାଳୁଙ୍କୁ ଭକ୍ତି ବିଭୋର କରିଛନ୍ତି ା ପାଷାଣୀ ଅହଲ୍ୟା ଶାପମୁକ୍ତ ହୋଇ  ନାରୀ ପାଲଟିଯିବା ପରେ ବିଜ୍ଞାନୀ କୈବର୍ତ୍ତ ପ୍ରଭୁଙ୍କୁ ଡଙ୍ଗାରେ ବସାଇବାକୁ ଅମଙ୍ଗ ହୋଇଥିଲେ ା କାଳେ ପ୍ରଭୁଙ୍କ ପଦ ସ୍ପର୍ଶରେ ନଉକା ନାରୀ ପାଲଟିଯିବ ା ତେଣୁ ପ୍ରଭୁଙ୍କ ପଦ ଧୌତପୂର୍ବକ ଡଙ୍ଗାରେ ବସାଇବାକୁ କୈବର୍ତ୍ତ ସର୍ତ୍ତ ରଖିଥିଲେ ା ଭକ୍ତର  ନିବେଦନକୁ ସାଦରେ ଗ୍ରହଣ କରି  ବେନିପାଦ ଧୌତ ନିମନ୍ତେ ଶ୍ରୀରାମ ପଦ ବଢ଼ାଇ ଦେଇଥିଲେ ା ନିଜକୁ ଧନ୍ୟ ମନେକରିଛନ୍ତ ଭକ୍ତ କୈବର୍ତ୍ତ। ଶ୍ରୀରାମ ଗଙ୍ଗାପାର ପରେ ଜନକପୁରୀରେ ଆତିଥ୍ୟ ଗ୍ରହଣ କରିଛନ୍ତି। ବୁଧବାର ସନ୍ଧ୍ୟାରେ ପ୍ରଭୁଙ୍କ ଧନୁଭଗ୍ନ ତଥା ସୀତାବିବାହ ଉତ୍ସବ ନିମନ୍ତେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛିି ା ସୀତା ବିବାହ ମହାସମାରୋହରେ ଆୟୋଜନ ନିମନ୍ତେ  ବାଜା, ଲୋକନୃତ୍ୟ ଆଦିର ପ୍ରସ୍ତୁତି ହୋଇଛି ା ପ୍ରଶାସନ ପକ୍ଷରୁ ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ଏହି ଦିବସରେ ଦମୟନ୍ତକ ଯାତ୍ରା ଥିବାରୁ ପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ଶ୍ରୀଜୀଉ ମଣିବିମାନରେ ବିଜେ କରି ପଟୁଆରରେ ରାଧାକାନ୍ତ ମଠକୁ ଗମନ କରିଥିଲେ ା ମଠରେ ଭୋଗଲାଗି ସହିତ ଆଳତି  ପରେ ସୀତାରାମ, ଲକ୍ଷ୍ମଣ ଆଦି ଜୀଉମାନେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରି ରତ୍ନ ସିଂହାସନକୁ ବିଜେ କରିଥିଲେ ା ପୂଜକ ଓ ସେବକ ପରିଷଦଙ୍କ ସହିତ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୩୦ ସନ୍ଧ୍ୟାରୁ ମୁଖ୍ୟ କେନାଲରେ ପାଣି ଯୋଗାଣ ବନ୍ଦ: ୨ ମାସ ଠପ୍‌ ପଡିବ…

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ୩୦ ତାରିଖ ସନ୍ଧ୍ୟା ୫ଟାରୁ ବରଗଡ଼ ମୁଖ୍ୟ କେନାଲରେ ପାଣି ଯୋଗାଣ ବନ୍ଦ ରହିବ। ସେହିପରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ବିତ କରିବା…

ଡେପୁଟେସନ ନୁହେଁ, ସ୍ଥାୟୀ ଶିକ୍ଷକ ଦରକାର: ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୧୬।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ ବିରିକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ସୃଷ୍ଟି ହୋଇଥିବା…

କୁମାର ପୂର୍ଣ୍ଣିମା, ଗଜଲକ୍ଷ୍ମୀ ପୂଜା ତାରିଖକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୫ା୧୦: ଓଡ଼ିଶାରେ ପାରମ୍ପରିକ ଭାବେ ଗୋଟିଏ ଦିନରେ ପାଳନ କରାଯାଉଥିବା କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜାର ତାରିଖକୁ ନେଇ ଚଳିତ ଦ୍ୱନ୍ଦ୍ୱ ଦେଖାଦେଇଛି। କ୍ୟାଲେଣ୍ଡରରେ ଏକ…

ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ବରଗଡ଼,୫ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜଣାଶୁଣା ରାଜନେତା, ବିରୋଧୀ ଦଳ ଉପନେତା, ରେଢ଼ାଖୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ, ପୂର୍ବତନ ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀ ଚାରୁଶୀଳା ଆଚାର୍ଯ୍ୟ(୬୮)ଙ୍କ…

ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର: ସମସ୍ୟାର ତ୍ୱରିତ୍‌ ସମାଧାନ ନିର୍ଦ୍ଦେଶ

ସୋହେଲା,୧୯।୫(ଅଶ୍ବିନୀ ପାତ୍ର):ବରଗଡ ଜିଲା ସୋହେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ…

କବାଟ ଭାଙ୍ଗି ଘରୁ ସୁନାଗହଣା, ଟଙ୍କା ଚୋରି

ଦିଗପହଣ୍ଡି,୯ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଗୁଡ଼ିଆଗଳି ବାସିନ୍ଦା ସୁଦର୍ଶନ ସାହୁଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୪୦ ହଜାର ଟଙ୍କା ଏବଂ ବହୁ ପରିମାଣର ସୁନାଗହଣା ଚୋରି…

ସୌଜନ୍ୟ ବଦଳରେ ସ୍ବଜନ୍ୟ ଲେଖାକୁ ନେଇ ଉଦବେଗ ପ୍ରକାଶ କଲେ ପର୍ଯ୍ୟଟକ

ଦାରିଙ୍ଗବାଡି, ୨୯।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଓଡିଶାର କାଶ୍ମୀର ଭାବେ ବହୁ ପରିଚିତ। ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡିକୁ ବୁଲିବାକୁ ଆସୁଛନ୍ତି କେତେବେଳେ…

ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ କରିଥିଲେ ହତ୍ୟା: କୋର୍ଟ ଶୁଣାଇଲେ ଆଜୀବନ କାରାଦଣ୍ଡ 

ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା  ଭଞ୍ଜନଗର ଥାନା ଅନ୍ତର୍ଗତ ଆଖୁପଦର ଗ୍ରାମର ଗୀତାଞ୍ଜଳୀ ମୁଳିଙ୍କୁ ତାଙ୍କ ସ୍ବାମୀ ରାଜୁ ମୁଳିି ୨୦୨୩ ମସିହା ମେ ମାସ ୨୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri