ଓଟ୍ସ ଟିକି

ଆବଶ୍ୟକ ସାମଗ୍ରୀ: ଓଟ୍ସ ଏକ କପ୍‌, ପନିର ଅଧା କପ ଓ ଅଧାକପ କୋରା ହୋଇଥିବା ଗାଜର, ସିଝା ଚକଟା ଆଳୁ ଏକ କପ, ଧନିଆ ପତ୍ର ଦୁଇଚାମଚ, ଲଙ୍କା ପାଉଡର ଏକ ଚାମଚ, ଲେମ୍ବୁରସ ଏକ ଚାମଚ, ଅଦାପେଷ୍ଟ ଦେଢ଼ ଚାମଚ, କଞ୍ଚାଲଙ୍କା ପେଷ୍ଟ ଦେଢ଼ ଚାମଚ, ଗରମ ମସଲା ପାଉଡର ଏକ ଚାମଚ, ଆମଚୁର ପାଉଡର ଏକ ଚାମଚ, ଲୁଣ ସ୍ବାଦଅନୁସାରେ, କ୍ଷୀର ଅଳ୍ପ ପରିମାଣର, ତେଲ ଦେଢ଼ ଚାମଚ।
ପ୍ରସ୍ତୁତି ପ୍ରଣାଳୀ : ଏକ ପାତ୍ରରେ ଓଟ୍ସ ରଖନ୍ତୁ,ପୁଣି ସେଥିରେ ପନିର,ଗାଜର, ସିଝାଆଳୁ,ଧନିଆ ପତ୍ର, ଲେମ୍ବୁରସ, ଅଦା ଓ କଞ୍ଚାଲଙ୍କା ପେଷ୍ଟ, ନାଲି ଲଙ୍କାପାଉଡର,ଗରମ ମସଲା ପାଉଡର, ଆମଚୁର ପାଉଡର ଓ ଲୁଣ ଭଲଭାବେ ମିଶାନ୍ତୁ। ଏହାପରେ ସେଥିରେ ପାଣି ମିଶାଇ ଭଲଭାବେ ମିଶାନ୍ତୁ। ପରେ ହାତରେ ଏହି ମିଶ୍ରଣକୁ ନେଇ ଟିକି ଆକାର କରି ପ୍ଲେଟରେ ରଖନ୍ତୁ। ଏବେ ଟିକିକୁ ହାତରେ ନେଇ କ୍ଷୀରରେ ବୁଡାନ୍ତୁ ପୁଣି କ୍ଷୀରରୁ କାଢ଼ି ଓଟ୍ସରେ ଗଡାନ୍ତୁ। ଏବେ ଗ୍ୟାସ ଚୁଲା ଅନ୍‌ କରି ତାଓ୍ବା ଗରମ କରନ୍ତୁ। ତାଓ୍ବା ଗରମ ହେଲା ପରେ ପୁଣି ଓଟ୍ସ ଟିକି ଉପରେ ବ୍ରଶ ସାହାଯ୍ୟରେ ତେଲ ଲଗାନ୍ତୁ। ଏବେ ଏହାକୁ ଗରମ ତାଓ୍ବା ଉପରେ ରଖନ୍ତୁ। ଯେତେବେଳେ ଟିକି ଗୋଲଡେନ୍‌ ବ୍ରାଉନ୍‌ କଲର ହୋଇଗଲା ବୋଲି ଦେଖିବେ ତେବେ ଏହାକୁ ଓଲଟାଇ ଅଲଗା ସାଇଡ୍‌କୁ ମଧ୍ୟ ସେକି ଦିଅନ୍ତୁ। ପୁଣି ଏହାକୁ ପ୍ଲେଟରେ କାଢ଼ି ଧନିଆ ଓ ପୁଦିନା ଚଟଣି ସହ ସର୍ଭ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ଏଭଳି ହେଲେ ବର୍ବାଦ ହୋଇଯିବ ଘର, ଜାଣନ୍ତୁ କୁପୁତ୍ରଙ୍କ ବିଷୟରେ କ’ଣ କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରକୁ ନେଇ ସର୍ବଜନବିଦିତ। ତାଙ୍କର ନୀତିକୁ ଅନୁସରଣ କରିବା ଦ୍ୱାରା ରାଜନୀତିଠାରୁ ଆରମ୍ଭ କରି ସାଧାରଣ ଜୀବନରେ ଜଣେ ବ୍ୟକ୍ତି କୌଣସି...

ଶ୍ୱାସକ୍ରିୟା ସମସ୍ୟା ଦୂର କରେ ଭିଟାମିନ୍‌ ‘ସି’

ଭିଟାମିନ୍‌ ‘ସି’ରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। କେତେକ ବ୍ୟାୟାମ କରିବା ସମୟରେ ଶ୍ୱାସକ୍ରିୟାଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ହେଲେ ଯଦି ଜଣେ ବ୍ୟକ୍ତି...

ଦାନ୍ତ ବିନ୍ଧୁଥିଲେ…

ଦାନ୍ତ ଯନ୍ତ୍ରଣା ଖୁବ୍‌ କଷ୍ଟଦାୟକ। ଯାହାକୁ ଦୂର କରିବାକୁ ସାଧାରଣତଃ ସମସ୍ତେ ପେନ୍‌କିଲର ଉପରେ ନିର୍ଭର କରିଥାନ୍ତି। ହେଲେ ବାରମ୍ବାର ଏହାର ବ୍ୟବହାର ସ୍ବାସ୍ଥ୍ୟ ପ୍ରତି...

ଖରାଦିନେ ମାଟିପାତ୍ର ପାଣି ପିଇବା ସ୍ବାସ୍ଥ୍ୟ ପକ୍ଷେ ହିତକର

ବର୍ତ୍ତମାନ ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ଲୋକେ ଫ୍ରିଜ୍‌ ପାଣି ବା ଥଣ୍ଡା ପାଣି ପିଇବାକୁ ଖୁବ୍‌ ପସନ୍ଦ କରିଥାନ୍ତି। ମାତ୍ର ଗ୍ରୀଷ୍ମଋତୁରେ ଫ୍ରିଜ୍‌ ପାଣି...

ସପ୍ତାହରେ ଦୁଇଥର ଏହି ଖାଦ୍ୟ ଖାଇଲେ ଦୂର ହୁଏ ହୃଦ୍‌ରୋଗ ଆଶଙ୍କା

ଆଜିକାଲି ଏମିତି ରୋଗ ହେଉଛି ନିମିଷକ ମଧ୍ୟରେ ପ୍ରାଣ ଚାଲିଯାଉଛି। ତେଣୁ ଖାଇବା ପିଇବା ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ସୁସ୍ଥ ଜୀବନଶୈଳୀ ଆପଣାଇବା...

ପେଟର ଚର୍ବି କମାଏ ହସ

ଅନେକ ପ୍ରକାର ଦୁଖଃ ଲାଗି ହସ ଏକ ଚିକିତ୍ସା। ଏହି ହସ ମୁହଁର ଆକର୍ଷଣ ବଢ଼ାଇଥାଏ। ତେବେ ଆପଣ କ’ଣ ଏହା ଜାଣନ୍ତି ହସିବା ଏକ...

୯ ଦିନ ପରେ କରୋନା ଆକ୍ରାନ୍ତଙ୍କଠାରୁ ହୁଏନା ସଂକ୍ରମଣ

ଲଣ୍ଡନ, ୩୦।୭: କରୋନା ମହାମାରୀ ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ଆକ୍ରାନ୍ତଙ୍କଠାରୁ ସଂକ୍ରମଣ କେତେ ଦିନ ପର୍ଯ୍ୟନ୍ତ ହୋଇଥାଏ ସେ ସମ୍ପର୍କରେ ନୂଆ...

କରୋନା ଛଡ଼ାଉଛି ଆଘ୍ରାଣ କ୍ଷମତା

ପ୍ୟାରିସ,୭ା୭: ମହାମାରୀ କରୋନା ଯୋଗୁ ସାରା ବିଶ୍ୱବାସୀ ଦୁର୍ଦ୍ଦଶାରେ ଜିଉଁଛନ୍ତି। ଅଦ୍ୟାବଧି ୧.୧୬ କୋଟିରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଥିବାବେଳେ ପ୍ରାୟ ୫ ଲକ୍ଷ ୪୦...

Coronavirus Update


Archives

Model This Week

Why Dharitri