ଓଜୋନ ରଖିଛି ଜୀବନ

ପ୍ରତିବର୍ଷ ସେପ୍ଟେମ୍ବର ୧୬ ତାରିଖକୁ ‘ବିଶ୍ୱ ଓଜୋନ ଦିବସ’ ଭାବରେ ପାଳନ କରାଯାଇଥାଏ। ଏ ବର୍ଷର ବାର୍ତ୍ତା ହେଲା- ‘୩୨ ବର୍ଷର ଉପଶମକରଣ’। ସେ ସମ୍ପର୍କିତ ବିଷୟକୁ ନେଇ ଉପସ୍ଥାପନା…

”ସୂର୍ଯ୍ୟକିରଣରେ ଆସୁଥିବା କେତେକ ମାରାତ୍ମକ ବିକିରଣକୁ ଓଜୋନ ସ୍ତର ଭୂପୃଷ୍ଠକୁ ଛାଡେ ନାହିଁ। ସେଭଳି ଏକ ମାରାତ୍ମକ ବିକିରଣ ହେଉଛି ‘ଅତିବାଇଗଣି-ଖ’ (ୟୁଭି-ବି)। ଏହି ବିକିରଣ ଆମ ଶରୀରରେ ଚର୍ମରେ କର୍କଟ, ବାର୍ଦ୍ଧକ୍ୟ ଓ ଆଖିରେ ପରଳ ସୃଷ୍ଟି କରିପାରେ। ଏହି ବିକିରଣ ମଧ୍ୟ କୃଷି ଉପତ୍ାଦନ ଉପରେ କୁପ୍ରଭାବ ପକାଇଥାଏ।“

ଆଜି ହେଉଛି ସେପ୍ଟେମ୍ବର ୧୬ ତାରିଖ – ‘ବିଶ୍ୱ ଓଜୋନ ଦିବସ’ ା ଓଜୋନ ହେଉଛି ଏକ ବାଷ୍ପ, ଯାହାକି ଆମ ବାୟୁମଣ୍ଡଳରେ ରହି ଆମର ଜୀବନକୁ ରକ୍ଷା କରୁଛି। ଆମେ ବଞ୍ଚତ୍ବା ପାଇଁ ଅମ୍ଳଜାନ ବାଷ୍ପ ଗ୍ରହଣ କରୁ, ଯାହାକି ଦୁଇ ଦୁଇଟା ଅମ୍ଳଜାନ କଣିକାରେ ଗଠିତ। କିନ୍ତୁ ତିନି ତିନିଟା ଅମ୍ଳଜାନ କଣିକା ମିଶିଲେ ଓଜୋନ ବାଷ୍ପ ସୃଷ୍ଟି ହୁଏ। ଭୂଇଁଠାରୁ ୮ କି.ମି.ରୁ ୫୦ କି.ମି. ଉଚ୍ଚତା ଭିତରେ ଏହି ବାଷ୍ପର ସ୍ତର ରହିଛି। ସୂର୍ଯ୍ୟକିରଣରେ ଆସୁଥିବା କେତେକ ମାରାତ୍ମକ ବିକିରଣକୁ ଓଜୋନସ୍ତର ଭୂପୃଷ୍ଠକୁ ଛାଡେ ନାହିଁ। ସେଭଳି ଏକ ମାରାତ୍ମକ ବିକିରଣ ହେଉଛି ‘ଅତିବାଇଗଣି-ଖ’ (ୟୁଭି-ବି)। ଏହି ବିକିରଣ ଆମ ଶରୀରରେ ଚର୍ମରେ କର୍କଟ, ବାର୍ଦ୍ଧକ୍ୟ ଓ ଆଖିରେ ପରଳ ସୃଷ୍ଟି କରିପାରେ। ଏହି ବିକିରଣ ମଧ୍ୟ କୃଷି ଉପତ୍ାଦନ ଉପରେ କୁପ୍ରଭାବ ପକାଇଥାଏ। ସୂର୍ଯ୍ୟ କିରଣରେ ଏହି ଅତିବାଇଗଣି ବିକିରଣ ରହିଲେ ଗଛର ପତ୍ର ଛୋଟ ହୁଏ ଓ ଫୁଲ ଧରିବାରେ ବିଳମ୍ବ ହୁଏ। ମାଛ ଯାଆଁଳା ଠିକ୍‌ ଭାବରେ ବଢିପାରନ୍ତି ନାହିଁ। ଅତିବାଇଗଣି ବିକିରଣ ଦ୍ୱାରା ଘର, ଲୁଗାପଟା ଓ ଆସବାବ ଉପକରଣର ରଙ୍ଗ ଶୀଘ୍ର ଫିକା ପଡିଯାଏ। ପ୍ରତିବର୍ଷ ପ୍ରାୟ ୧,୩୦,୦୦୦ ବ୍ୟକ୍ତି ଚର୍ମ କର୍କଟ ଦ୍ୱାରା ଆକ୍ରାନ୍ତ ହୁଅନ୍ତି ଓ ୬୬,୦୦୦ ବ୍ୟକ୍ତି ଚର୍ମ କର୍କଟରେ ପ୍ରାଣ ହରାନ୍ତି। ତେଣୁ ଏହି ବିକିରଣ ଆମ ପାଇଁ ବିପଦ। କିନ୍ତୁ ବାୟୁମଣ୍ଡଳରେ ଥିବା ଓଜୋନସ୍ତର ଏହି ମାରାତ୍ମକ ବିକିରଣକୁ ଶୋଷି ନିଏ।ଓଜୋନସ୍ତର ନ ଥିଲେ ପୃଥିବୀ ପୃଷ୍ଠରେ ହୁଏତ ଆଜିର ଜୀବଜଗତ ସମ୍ଭବ ହୋଇପାରି ନ ଥାନ୍ତା। ତେଣୁ ଓଜୋନ ସ୍ତର ଆମର ରକ୍ଷାକାରୀ ଚଦର ପରି କାର୍ଯ୍ୟ କରୁଛି।
ଆମେ ବ୍ୟବହାର କରୁଥିବା ସିଏଫ୍‌ସି ବାଷ୍ପ ଦ୍ୱାରା ବାୟୁମଣ୍ଡଳର ଓଜୋନ ସ୍ତର ନଷ୍ଟ ହୁଏ। ବିଭିନ୍ନ ସୌଖୀନ ଦ୍ରବ୍ୟ, ଫୋମ୍‌, ଏରୋସୋଲ ସ୍ପ୍ରେ, ରେଫ୍ରିଜରେଟର ଓ ଏ.ସି. ଇତ୍ୟାଦିରେ ସିଏଫ୍‌ସି ବାଷ୍ପ ବ୍ୟବହାର କରାଯାଏ। ସିଏଫ୍‌ସି ବ୍ୟତୀତ ମିଥାଇଲ ବ୍ରୋମାଇଡ୍‌ କୀଟନାଶକର ବ୍ୟବହାର ମଧ୍ୟ ଓଜୋନ ସ୍ତରକୁ ନଷ୍ଟ କରେ। ତେଣୁ ଓଜୋନ ସ୍ତରକୁ ନଷ୍ଟ କରୁଥିବା କାରକଗୁଡିକ ସମ୍ପର୍କରେ ଆମେ ସମସ୍ତେ ଜାଣିବା ଜରୁରୀ। ସେହି ସଚେତନତା ସୃଷ୍ଟି କରିବା ସକାଶେ ମିଳିତ ଜାତିସଂଘର ପ୍ରସ୍ତାବ ଅନୁଯାୟୀ ୧୯୯୫ ମସିହାରୁ ପ୍ରତିବର୍ଷ ସେପ୍ଟେମ୍ବର ୧୬ ତାରିଖକୁ ‘ବିଶ୍ୱ ଓଜୋନ ଦିବସ’ ଭାବରେ ପାଳନ କରାଯାଉଛି। ଏବେ ସିଏଫ୍‌ସି ବଦଳରେ କମ୍‌ ବିପଦପୂର୍ଣ୍ଣ ବାଷ୍ପ ଏଚ୍‌ସିଏଫ୍‌ସି ବ୍ୟବହୃତ ହେଉଛି। ୨୦୨୦ ପରେ ତାହାକୁ ମଧ୍ୟ ବନ୍ଦ କରିବାର ପ୍ରସ୍ତାବ ରହିଛି। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବିଶ୍ୱ ଓଜୋନ ଦିବସ ପାଇଁ ଏକ ବାର୍ତ୍ତା ରଖାଯାଇଛି, ତାହା ହେଉଛି – ‘୩୨ ବର୍ଷର ଉପଶମକରଣ’। ଏହାର ଅର୍ଥ ୧୯୮୭ ମସିହା ସେପ୍ଟେମ୍ବର ୧୬ ତାରିଖରେ ୩୬ଟି ଦେଶକୁ ନେଇ ମଣ୍ଟ୍ରିଲ୍‌ଠାରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଓଜୋନର କ୍ଷୟକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଏଥିରେ ବର୍ଣ୍ଣନା କରାଯାଇଥିଲା। ଅତଏବ ଦୀର୍ଘ ୩୨ ବର୍ଷ ଧରି ଏହି ଚୁକ୍ତି ଆମର ସ୍ବାସ୍ଥ୍ୟ ଓ ପରିବେଶକୁ ଉପଶମ କରିଆସୁଛି। ଓଜୋନ ସ୍ତର ଜୀବଜଗତର ଜୀବନ ରକ୍ଷାକାରୀ ସ୍ତର। ଏହାକୁ ସାଇତି ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଏହି ବିଷୟରେ ଆମେ ନିଜେ ସଚେତନ ହେବା ଓ ଅନ୍ୟକୁ ସଚେତନ କରିବା।

କମଳାକାନ୍ତ ଜେନା

-ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ, ମୋ : ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ମସ୍ତିଷ୍କ ରୋଗରେ ପୀଡ଼ିତ ଶ୍ୟାମଘନ, ଅର୍ଥାଭାବ ନେଇ ଚିନ୍ତାରେ ପରିବାର

କର୍ଲାମୁଣ୍ଡା,୧୨ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଡୁକେରମାଲ ଗ୍ରାମର ଶ୍ୟାମଘନ ସାହୁ(୩୩) ମସ୍ତିଷ୍କ ରୋଗରେ ଆକ୍ରାନ୍ତ ହୋଇ ବରଗଡ଼ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ…

ରେଢ଼ାଖୋଲ ବିକାଶ ଓ ଇକୋ ପାର୍କକୁ ଅବହେଳା, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟାର୍ଗେଟ କରି ରୋହିତ ପୂଜାରୀ କହିଲେ ଏମିତି…

ସମ୍ବଲପୁର,୧୨ା୮(ପ୍ରମୋଦ ବହିଦାର): ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶ ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣରେ ଅବହେଳାକୁ ତୀବ୍ର ସମାଲୋଚନା କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସମ୍ବଲପୁର ଜିଲା ସଭାପତି…

ଦିଗପହଣ୍ଡି ସହରକୁ ଦୂଷିତ ପାନୀୟ ଜଳ ଯୋଗାଣକୁ ନେଇ ଜନଅସନ୍ତୋଷ, ଜନସ୍ବାସ୍ଥ୍ୟ ବିଭାଗ କହିଲା….

ଦିଗପହଣ୍ଡି,୧୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରକୁ ମୌଳାଭଞ୍ଜା ସ୍ଥିତ ଘୋଡ଼ାହାଡ଼ ନଦୀରୁ ସ୍ଥାନୀୟ ଜନସ୍ବାସ୍ଥ୍ୟ ପାନୀୟଜଳ (ପିଏଚଡି) କାର୍ଯ୍ୟାଳୟ ପକ୍ଷରୁ ପାଇପ ଯୋଗେ ପାନୀୟ…

ଭଞ୍ଜନଗରରେ ‘ହର୍‌ଘର୍‌ ତ୍ରିରଙ୍ଗା’ ଅଭିଯାନ, ଦେଶପ୍ରେମର ବାର୍ତ୍ତା ନେଇ ଶୋଭାଯାତ୍ରା

ଭଞ୍ଜନଗର,୧୨ା୮(ବାବୁଲା ପ୍ରଧାନ): ସ୍ବାଧୀନତା ଦିବସ ପାଳନ ଅବସରରେ ଭଞ୍ଜନଗର ବ୍ଲକ ଓ ମ୍ୟୁନିସିପାଲିଟି ପକ୍ଷରୁ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଉତ୍ସାହ ଓ ଦେଶପ୍ରେମର ପରିବେଶ ମଧ୍ୟରେ…

ସ୍କୁଟି-ବାଇକ୍ ମୁହାଁମୁହିଁ ଧକ୍କା; ଦୁର୍ଘଟଣାରେ ସ୍ତ୍ରୀ ଆଗରେ ସ୍ବାମୀଙ୍କ ମୃତ୍ୟୁ, ଡାଏଲେସିସ ପାଇଁ ଯାଉଥିଲେ

ବଲାଙ୍ଗୀର,୧୨ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଫଟା ବାହାଲରୁ ଯାମୁଟିଆ ଯାଇଥିବା ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସ୍କୁଟି ଓ ବାଇକ୍…

କୋର୍ଟରେ ମାମଲା ଲଢୁଥିବାବେଳେ ଅସୁସ୍ଥ ହୋଇପଡ଼ିଲେ ଓକିଲ, ସାଥୀ ଓକିଲଙ୍କୁ ମାମଲା ଆଗକୁ ନେବାକୁ କହି…

ଦାରିଙ୍ଗବାଡ଼ି,୧୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ କର୍ତ୍ତବ୍ୟରତ ବରିଷ୍ଠ ଓକିଲ କୋର୍ଟରେ ମାମଲା ଲଢ଼ୁଥିବାବେଳେ ହଠାତ୍‌ ଅସୁସ୍ଥ…

ଅଭିଜିତ୍ ଦୀପକେଙ୍କ ବଡ଼ ଘୋଷଣା, ଏହି ଦିନ ଆରମ୍ଭ ହେବ ‘ଯନ୍ତର ମନ୍ତର ସିଜନ୍-୨’

ନୂଆଦିଲ୍ଲୀ,୧୨ା୮: କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଇନଷ୍ଟାଗ୍ରାମରେ ଅନେକ ଲୋକ କମେଣ୍ଟ କରି…

ପାଟ୍ରୋଲିଂ ସମୟରେ ବିପୁଳ ପରିମାଣର ପାନ ମସଲା ଜବତ, ଟ୍ରକ୍‌ ଯାଞ୍ଚ କରିବାରୁ…

ପାରଳଖେମୁଣ୍ଡି/ମୋହନା,୧୨ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲା ଆଡ଼ବା ଥାନା ପୋଲିସ ଏମ୍ଭି ଯାଞ୍ଚ ଓ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ସନ୍ଦିଗ୍ଧ ପାନ ମସଲା ଓ ତମାଖୁଜାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri