ଓକିଲଙ୍କ ଚ୍ୟାମ୍ବରକୁ ସିଲ୍‌ କଲେ ସୁପ୍ରିମକୋର୍ଟ: ଭିଡିଓ କନଫରେନ୍ସିଂ ଜରିଆରେ ହେବ ଶୁଣାଣି

ନୂଆଦିଲ୍ଲୀ ୨୩।୩: ଦେଶରେ କରୋନା ଭାଇରସ୍‌ର ପ୍ରକୋପକୁ ଦେଖି ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି। ସୋମବାର ଓକିଲଙ୍କ ଚ୍ୟାମ୍ବରକୁ ସିଲ୍‌ କରାଯିବାକୁ ନିର୍ଦ୍ଦେଶ ଦେବା ସହ ଏବେଠାରୁ ଘରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଶୁଣାଣି କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଇତିମଧ୍ୟରେ ଭାରତର ମୁଖ୍ୟ ବିଚାରପତିଙ୍କ ରୁମ୍‌ରେ ଶୁଣାଣି ପାଇଁ ଏକ ଭିଡିଓ ସ୍କ୍ରିନ୍‌ ଲଗାଯାଇଥିବା ଜଣାପଡ଼ିଛି। ଏଣିକି ଓକିଲମାନେ ଏବେ ଘରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମସ୍ତ ମାମଲା ଉପରେ ବିତର୍କ କରିପାରିବେ ବୋଲି ସିଜେଆଇ ଅରବିନ୍ଦ ବୋବଡେ କହିଛନ୍ତି। ଏଥିପାଇଁ ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା କାର୍ଯ୍ୟାଳୟରୁ ସମସ୍ତ ଫାଇଲ୍‌ ନେବା ପାଇଁ ସବୁ ଓକିଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲି ସନ୍ଧ୍ୟା ୫ଟା ପରେ ଆଉ କୌଣସି ଚ୍ୟାମ୍ବର ଖୋଲାଯିବ ନାହିଁ। ତେବେ ଖୁବ୍‌ଶୀଘ୍ର ସମସ୍ତ ଭିଡିଓ ଲିଙ୍କ୍‌ ସମ୍ବନ୍ଧରେ ଓକିଲଙ୍କୁ ସୂଚାଇ ଦିଆଯିବ। ଏନେଇ ସୋମବାର ସନ୍ଧ୍ୟାରେ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ବିଚାରପତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୪ ସରପଞ୍ଚ ଦେଲେ ୩ ମାସର ଭତ୍ତା

ସୋନପୁର,୬।୪(ନି.ପ୍ର.): କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ପାଇଁ ସୋନପୁର ବ୍ଳକର ସମସ୍ତ ୧୪ପଞ୍ଚାୟତର ସରପଞ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସେମାନଙ୍କ ୩ ମାସର ଭତ୍ତା/ଦରମା ବାବଦ...

୧୦ ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ: ଦିଲ୍ଲୀ ଶୀର୍ଷରେ

ନୂଆଦିଲ୍ଲୀ,୨୩।୧୧: ଭାରତର ୧୦ ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏସବୁ ରାଜ୍ୟରେ ୭୭ ପ୍ରତିଶତ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ...

୪ ବିଧାୟକଙ୍କୁ ଭାଜପା ଦେଇଛି ୨୦ କୋଟି ଟଙ୍କା ଲେଖାଏଁ ଅଫର, ଏଏପି ଆଣିଲା ଅଭିଯୋଗ…

ନୂଆଦିଲ୍ଲୀ, ୨୪।୮ : ଦିଲ୍ଲୀର ମଦ ନୀତିକୁ ନେଇ ରାଜନୈତିକସ୍ତରରେ ଜାରି ରହିଥିବା ଆରୋପ ପ୍ରତ୍ୟାରୋପ ମଧ୍ୟରେ ବୁଧବାର ଆମ ଆଦମୀ ପାର୍ଟି(ଏଏପି) ଏକ ଗଣମାଧ୍ୟମ...

ନୌସେନାର କ୍ଷେପଣାସ୍ତ୍ର ପରୀକ୍ଷା ସଫଳ

ନୂଆଦିଲ୍ଲୀ,୧୮ା୫: ଭାରତୀୟ ନୌସେନା ପକ୍ଷରୁ ଶୁକ୍ରବାର ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇ ପାରୁଥିବା ମଧ୍ୟମ ଧରଣ କ୍ଷେପଣାସ୍ତ୍ର (ଏମ୍‌ଆର୍‌ଏସ୍‌ଏମ୍‌)ର ସଫଳ ପରୀକ୍ଷଣ କରାଯାଇଛି। ଏ...

କୋଭିଡ-୧୯: ଲିଡ୍ସ କିମ୍ବଦନ୍ତୀ ଫୁଟବଲର ହଣ୍ଟରଙ୍କ ପରଲୋକ

ଲଣ୍ଡନ,୧୭।୪(ଏଏଫ୍‌ପି): ଲିଡ୍ସ କିମ୍ବଦନ୍ତୀ ତଥା ଇଂଲଣ୍ଡ ପୂର୍ବତନ ଫୁଟବଲର ନର୍ମାନ ହଣ୍ଟର ୭୬ ବର୍ଷରେ ମୃତ୍ୟୁବରଣ କରିଛନ୍ତି। କୋଭିଡ-୧୯ ସଂକ୍ରମଣ କାରଣରୁ ସେ ପରଲୋଗ ଗମନ...

ଟ୍ରମ୍ପ୍‌ଙ୍କ ବ୍ୟୟ ବହୁଳ ଭାରତ ଗସ୍ତ: ସ୍ବାଗତ କରିବେ ଲକ୍ଷେ ଲୋକ; ୭ କିମି ରୋଡ ଶୋରେ ଖର୍ଚ୍ଚ ହେବ କୋଟି କୋଟି ଟଙ୍କା

ଅହମଦାବାଦ୍‌,୧୮।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ଏହି ବ୍ୟୟ ବହୁଳ ଗସ୍ତରେ ଆସି ସେ ଅହମଦାବାଦ୍‌ର ମୋଟେରା ଷ୍ଟାଡିୟମ୍‌ରେ...

ଏଣିକି ଏମ୍ସରେ ନିଶୁଳ୍କରେ ହୋଇପାରିବ ପଞ୍ଜୀକରଣ

ନୂଆଦିଲ୍ଲୀ,୩।୧୦: ଏମ୍ସରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ଏକ ଖୁସି ଖବର। ଏଣିକି ଏମ୍ସର ଓପିଡି ସେବା ପାଇବା ପାଇଁ ପଞ୍ଜୀକରଣ ଫର୍ମ ଲାଗି ଶୁଳ୍କ...

ପିଞ୍ଜରା ଭିତରେ ବିହାର-ୟୁପିର ଅର୍କେଷ୍ଟ୍ରା ଡ୍ୟାନ୍ସର…

ଲକ୍ଷ୍ନୌ/ପାଟନା,୧୨।୭: ଦୁନିଆ ବଦଳୁଛି। ତେବେ ବିହାର ଏବଂ ଉତ୍ତରପ୍ରଦେଶ(ୟୁପି)ର ଅର୍କେଷ୍ଟ୍ରା ଡ୍ୟାନ୍ସର ପୂର୍ବ ଭଳି ଦୁଃଖରେ ଦିନ ବିତାଉଛନ୍ତି। କୌଣସି ସରକାରୀ ଯୋଜନାର ସୁଫଳ ସେମାନଙ୍କ...

Advertisement
Archives

Model This Week