ଓଏସ୍‌ଏସ୍‌ଏଫ୍‌ ଯବାନଙ୍କୁ କରୋନା

ଛତ୍ରପୁର,୯।୬(ଡି.ଏନ.ଏ)- ଗଞ୍ଜାମ ପୋଲିସ ଜିଲାରେ କାର୍ଯ୍ୟରତ ଓଏସଏସଏଫ (ଓଡିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ)ର ଜଣେ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଖଲିକୋଟ ଥାାନା ଓ ହୁମ୍ମା ଫାଣ୍ଡି ଅଞ୍ଚଳରେ ଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟର ଅଞ୍ଚଳରେ ପାଟ୍ରୋଲିଂ ଡ୍ୟୁଟି କରୁଥିଲେ। ଅସୁସ୍ଥ ପରେ ତାଙ୍କର କୋଭିଡ୍‌ ଟେଷ୍ଟିଂ କରାଯାଇଥିଲା। ରିପୋର୍ଟ ପଜିଟିଭ୍‌ ବାହାରିଥିଲା। ତାଙ୍କୁ ଶୀତଳାପଲ୍ଳୀସ୍ଥିତ ପାରଳା ମହାରାଜା କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ମଙ୍ଗଳବାର ଅପରାହ୍ନରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ଏ ସମ୍ପର୍କରେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଜଣେ ଆଗଧାଡିର କରୋନା ଯୋଦ୍ଧା ଏବଂ ତାଙ୍କୁ ସାଲୁଟ୍‌ । ତାଙ୍କ ଆରୋଗ୍ୟ କାମନା କରୁଛି ବୋଲି ଏସପି କହିଛନ୍ତି ା ପୂର୍ବରୁ ଗଞ୍ଜାମ ପୋଲିସ ଜିଲାରେ ୨ ଜଣ ହୋମଗାର୍ଡ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ କଲେଜରୁ ଚିହ୍ନଟ ହେଲେ ୩୨ ଆକ୍ରାନ୍ତ

ଭବାନୀପାଟଣା,୨୯।୩: କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଏକ ଘରୋଇ କଲେଜରୁ ୩୨ଜଣ ଛାତ୍ରୀଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ...

ଜଳବାୟୁର ସ୍ଥିତିକୁ ନେଇ କୃଷି ଉତ୍ପାଦନରେ ବିବିଧତା ଆଣିବା ଆବଶ୍ୟକ

ଭୁବନେଶ୍ୱର, ୧୬।୩(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରେ ଆୟୋଜିତ ଟିସୁ କଲଚରର ଆଧୁନିକ ଜ୍ଞାନକୌଶଳ ଉପରେ ପ୍ରଶିକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି।...

‘ଓଡିସିଏଲ୍‌ ୟୁନିଟ୍‌ ବିକ୍ରି କରା ନ ଯାଉ’

ଭୁବନେଶ୍ୱର, ୨୪ା୫(ବ୍ୟୁରୋ):ମହାମାରୀ ସମୟରେ ଓଡ଼ିଶାରେ ଥିବା ଏକମାତ୍ର ଔଷଧ ବିନିର୍ମାଣ ୟୁନିଟ୍‌ ଓଡ଼ିଶା ଡ୍ରଗ୍ସ ଆଣ୍ଡ୍‌ କେମିକାଲ୍ସ ଲିମିଟେଡ୍‌ (ଓଡିସିଏଲ୍‌)କୁ ବିକ୍ରି କରିବାକୁ କେନ୍ଦ୍ର ସରକାର...

ବିଦ୍ୟୁତ ଆଘାତରେ ଶଶୁର ବୋହୂଙ୍କ ମୃତ୍ୟୁ

ବାଲେଶର ଅଫିସ,୧୯।୫: ବାଲେଶର ଜିଲା ସଦର ଥାନା ରସାଳପୁର ଅଞ୍ଚଳର ନଦୀଗାଁ ଗାଁରେ ବିଦ୍ୟୁତ ଆଘାତରେ ଶଶୁର ବୋହୂଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ପୂର୍ବାହ୍ନ ୮ଟାରେ...

ବିଳମ୍ବରେ ପହଞ୍ଚିଲା ସହାୟତା

ଚିତ୍ରଡ଼ା,୨୮ା୪(ଡି.ଏନ୍‌.ଏ.)- କରୋନା ପାଇଁ ଗରିବ ଓ ଅସହାୟ ଲୋକଙ୍କୁ ସରକାର ୩ ମାସର ଆଗୁଆ ସହାୟତା ଯୋଗାଇ ଦେଇଥିତ୍ବା ବେଳେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ...

ବାଲେଶ୍ୱର ସଂକ୍ରମିତଙ୍କ ସଂସ୍ପର୍ଶରେ ଜଣେ ସ୍ବାସ୍ଥ୍ୟକର୍ମୀ: ସାନିଟାଇଜ୍‌ ହେଲା ସନ୍ତରାଗଡ଼ିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ସଜନାଗଡ଼, ୧୯।୪(ଡି.ଏନ.ଏ.)-ଓଡ଼ିଶାର ୬୧ନଂ. କରୋନା ସଂକ୍ରମିତ ବାଲେଶ୍ୱର ସହରର ବୋଲି ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିବା ପରେ ଜିଲା ପ୍ରଶାସନ ତତ୍ପର  ହୋଇଉଠିଛି। ଏହି ସମୟ...

ଫିକା ପଡ଼ିବ ଗଣପର୍ବ ଗଜଲକ୍ଷ୍ମୀ ପୂଜା

କେନ୍ଦ୍ରାପଡ଼ା ଅଫିସ,୩୦।୧୦: କରୋନା ସଂକ୍ରମଣ ଭୟ ଚଳିତବର୍ଷ କେନ୍ଦ୍ରାପଡ଼ା ଜିଲାର ଗଣପର୍ବ ମା’ ଗଜଲକ୍ଷ୍ମୀଙ୍କ ପୂଜାକୁ ଫିକା ପକାଇବ। କୋଭିଡ୍‌ ୧୯ର ସମସ୍ତ ନିୟମ ପାଳନ...

ହାଇକୋର୍ଟକୁ ଗଲା ପୁରୀ ହେପାଜତ ମୃତ୍ୟୁ ମାମଲା

ପୁରୀ ଅଫିସ,୨୦।୧୧-ହାଇକୋର୍ଟକୁ ଗଲା ପୁରୀ ପୋଲିସ ହେପାଜତ ମୃତ୍ୟୁ ମାମଲା। ହାଇକୋର୍ଟରେ ଏ ନେଇ ଆଇନଜୀବୀ ଶରତ ରାୟଗୁରୁ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି।...

Advertisement


Archives

Model This Week

Why Dharitri