ଓଏଚ୍‌ଆର୍‌ସିରେ ୪୦ ପ୍ରତିଶତ କର୍ମଚାରୀ ପଦ ଖାଲି: ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ଆଇନଜୀବୀ

ଭୁବନେଶ୍ୱର,୨୭ା୧୦(ବ୍ୟୁରୋ): ରାଜ୍ୟ ମାନବୀକ ଅଧିକାର କମିଶନ(ଓଏଚ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟରେ ୬୯ ପଦବୀ ରହିଥିବାବେଳେ ୪୦ ପ୍ରତିଶତ ଅର୍ଥାତ୍‌ ୨୭ଟି ଖାଲି ପଡିଛି। ଏହାକୁ ପୂରଣ କରାଯାଉ ନ ଥିବାରୁ ମାମଲାଗୁଡ଼ିକର ଫଇସଲାରେ ଅହେତୁକ ବିଳମ୍ବ ଘଟୁଛି। ଏନେଇ ଆଇନଜୀବୀ ବିଶ୍ୱପ୍ରିୟ କାନୁନ୍‌ଗୋ, ବିଜୟ ପଣ୍ଡା, ଗାଲେଖ ପ୍ରସାଦ ନାୟକ ଓ ଶୁଭାଶିଷ ପଣ୍ଡା ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଶ୍ୱପ୍ରିୟ କହିଛନ୍ତି, ମାନବିକ ଅଧିକାର ଉଲ୍ଲଂଘନ ଅଭିଯୋଗ ବୃଦ୍ଧି ପାଉଛି। ୧୫ହଜାର ମାମଲା ପଡ଼ି ରହିଥିବାବେଳେ ପ୍ରତିଦିନ ଅତ୍ୟନ୍ତ ୩୦ ମାମଲା ଦାଏର ହେଉଛି। ହେଲେ ଓଏଚ୍‌ଆର୍‌ସିରେ ଖାଲି ପଡ଼ିଥିବା ପଦବୀ ପୂରଣ କରାଯାଉନାହିଁ। ଏପରି କି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବ ପଦବୀ ବି ଖାଲି ପଡିଛି। ମାମଲା ପଞ୍ଜୀକରଣଠାରୁ ନଥି ପ୍ରସ୍ତୁତ କରିବା, ଅଧ୍ୟକ୍ଷଙ୍କ ସମେତ ଦୁଇ ସଦସ୍ୟଙ୍କ ନିକଟରେ ମାମଲା ଦାଖଲ କରାଇବା, ଆଦେଶ ଟାଇପ୍‌ ଓ ଡେସ୍‌ପ୍ୟାଚ୍‌ କରିବା ପାଇଁ ଆବଶ୍ୟକ କର୍ମଚାରୀ ନାହାନ୍ତି। କମିଶନରଙ୍କର ଫୁଲ୍‌ ବେଞ୍ଚ ଥିଲେ ମଧ୍ୟ ସାଧାରଣ ଜନତା ତା’ର ସୁଫଳ ପାଇପାରୁ ନାହାନ୍ତି। ତୁରନ୍ତ ଆବଶ୍ୟକ ସଂଖ୍ୟକ ଷ୍ଟେନୋଗ୍ରାଫର, ପେସ୍କାର, ଗ୍ରୁପ୍‌-ଡି କର୍ମଚାରୀ ନିଯୁକ୍ତି ପାଇଁ ରାଜ୍ୟ ରାଜ୍ୟପାଳଙ୍କୁ ନିବେଦନ କରାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା ଉପରେ ଏବେ ସାରା ବିଶ୍ୱର ନଜର: ନବୀନ

ଭୁବନେଶ୍ୱର,୨୨।୬(ବ୍ୟୁରୋ)-ପୁରୀ ରଥଯାତ୍ରା ପାଇଁ ସୋମବାର ମାନ୍ୟବର ସୁପ୍ରିମକୋର୍ଟ ଅନୁମତି ଦେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ...

ହାଜତ ମୃତ୍ୟୁ: ବିରୋଧୀ କମ୍ପିଲେ

ଭୁବନେଶ୍ୱର,୨୧। ୧୧(ବ୍ୟୁରୋ): ଶୁକ୍ରବାର ବିଧାନସଭାର ଶୀତ ଅଧିବେଶନ ଆରମ୍ଭରୁ ସରଗରମ ହୋଇଛି। ପୁରୀ ଓ ସୁନ୍ଦରଗଡ ବୀରମିତ୍ରପୁରରେ ହାଜତ ମୃତ୍ୟୁ ମାମଲାକୁ ନେଇ ଅଧିବେଶନର ପ୍ରଥମ...

ଚିନ୍ତନ ବୈଠକ ବିଷୟରେ ନେତାଙ୍କଠାରୁ ପଚାରି ବୁଝିଲେ ନିରଞ୍ଜନ

ଭୁବନେଶ୍ୱର,୧।୧୧(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ଲାଗି ବୁଧବାର ଚିନ୍ତନ ବୈଠକ କରାଯାଇଥିଲା। ଶୁକ୍ରବାର ଉକ୍ତ ବୈଠକରେ ଯୋଗ ଦେଇଥିବା...

୧୫ ଷ୍ଟାର୍ଟଅପ୍‌, ଇନ୍‌କ୍ୟୁବେଟର୍ସ ଲାଗି ୧.୨୩ କୋଟି ପ୍ରଦାନ

ଭୁବନେଶ୍ୱର,୨୮। ୮ରାଜ୍ୟର ୧୫ଟି ଷ୍ଟାର୍ଟଅପ୍‌ ଓ ଗୋଟିଏ ଇନ୍‌କ୍ୟୁବେଟର୍ସ ନିମନ୍ତେ ଷ୍ଟାର୍ଟ ଅପ୍‌ ଓଡ଼ିଶା ଟାସ୍କଫୋର୍ସ ସହାୟତା ରାଶି ଭାବେ ୧.୨୩ କୋଟି ଟଙ୍କା ପ୍ରଦାନ...

CORONAVIRUS UPDATE: ଆଖି ବୁଜିଲେ ଆଉ ଜଣେ କରୋନା ଆକ୍ରାନ୍ତ; ରାଜ୍ୟରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ଭୁବନେଶ୍ୱର,୭।୬(ବ୍ୟୁରୋ): କରୋନା ସଂକ୍ରମିତ ହୋଇ ରାଜ୍ୟରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ମୃତକଜଣଙ୍କ...

ନିଶା କାରବାର ଲିଙ୍କରେ ୨ ମହିଳା ଏଜେଣ୍ଟ: ଏସ୍‌ଟିଏଫ୍‌ ଲିଷ୍ଟରେ ସଞ୍ଜୁ, ପାକୁ ଓ କାକା

ଖୋର୍ଦ୍ଧା ଅଫିସ,୧୮ା୭: କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟାର୍ଗେଟରେ ଏବେ ନିଶା ମାଫିଆ। ବ୍ରାଉନ୍‌ସୁଗାର କାରବାରର ମାଷ୍ଟରମାଇଣ୍ଡ୍‌ ତଥା ଖୋର୍ଦ୍ଧା ପଥରଖଣି ଉପତ୍ୟକାରେ ରାଜ୍‌ କରୁଥିବା ସୁଧାଂଶୁ ପରିଡ଼ା...

ଏସ୍‌ଓଜି ଟ୍ରେନିଂ ସେଣ୍ଟରରେ ନିର୍ଯାତନା ଘଟଣା : କମାଣ୍ଡାଣ୍ଟଙ୍କୁ ରିପୋର୍ଟ ତଲବ

ଭୁବନେଶ୍ୱର,୧୪।୬(ବ୍ୟୁରୋ): ଚନ୍ଦକାସ୍ଥିତ ଏସ୍‌ଓଜି ଟ୍ରେନିଂ ସେଣ୍ଟରରେ ନିର୍ଯାତନା ଦିଆଯାଉଥିବା ନେଇ ବୁଧବାର ଜଣେ ଟ୍ରେନି ଏସ୍‌ଆଇ ବିଶ୍ୱଜିତ୍‌ ବେହେରା ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ। ଏଥିସହ...

ଆରମ୍ଭ ହେଲା ଜନଗଣନା-୨୦୨୧

ଭୁବନେଶ୍ୱର,୧୩।୮(ବ୍ୟୁରୋ): ଜନଗଣନା-୨୦୨୧ ପ୍ରକ୍ରିୟା ସୋମବାରଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ୧୫ ନଂ ୱାର୍ଡ, କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ତହସିଲ, ବଲାଙ୍ଗୀରର...

Play 250+ Trending Games
Archives

Model This Week

Why Dharitri