ଓଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହେଲେ ଏଏସ୍‌ଆଇଙ୍କ ସ୍ତ୍ରୀ

ଭୁବନେଶ୍ୱର,୨।୬ (ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ଓଡ଼ିଶା ପୋଲିସରେ ବହୁ ଅଧିକାରୀ କ୍ଷମତାର ଦୁରୁପଯୋଗ କରି ନିଲମ୍ବିତ ହୋଇଛନ୍ତି। ଆଉ କେତେଜଣଙ୍କ ଔଦ୍ଧତ୍ୟ ସୀମା ଟପିଛି। ତେବେ ଭୁବନେଶ୍ୱରରେ କାର୍ଯ୍ୟରତ କମିଶନରେଟ ପୋଲିସର ଜଣେ ଏଏସ୍‌ଆଇ ଓ ତାଙ୍କ ସ୍ତ୍ରୀଙ୍କୁ ନୟାଗଡ଼ ବାଣିଗୋଚ୍ଛା ଥାନା ଅଧିକାରୀ ନିସ୍ତୁକ ପିଟିବା ଏବଂ ଏଏସ୍‌ଆଇଙ୍କୁ କୋର୍ଟଚାଲାଣ କରିବା ଘଟଣା ଏବେ ଭିନ୍ନମୋଡ ନେଇଛି। ଏଏସ୍‌ଆଇ ଜଣକ ଦେଢ଼ମାସ ଧରି ଜେଲରେ ରହି ବେଲ୍‌ରେ ଆସିବା ପରେ ସୋମବାର ତାଙ୍କ ସ୍ତ୍ରୀ ନ୍ୟାୟ ପାଇଁ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଅଭିଯୋଗ ଅନୁସାରେ, ନୟାଗଡ଼ ଜିଲା ବାଣିଗୋଚ୍ଛା ଥାନା ନେଫାରୀ ଗ୍ରାମର ବୀରେନ୍‌ ମାଝି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ମୈତ୍ରୀବିହାର ଫାଣ୍ଡି ଅଧିକାରୀଭାବେ କାର୍ଯ୍ୟ କରୁଛନ୍ତି। ଏପ୍ରିଲ ୭ରେ ତାଙ୍କ ଭାଉଜଙ୍କର ହଠାତ୍‌ ମୃତ୍ୟୁ ହୋଇଥିଲା। ତେଣୁ କମିଶନରେଟ ପୋଲିସର ସମସ୍ତ ଅନୁମତି ସହ ପାସ୍‌ ନେଇ ସ୍ତ୍ରୀ ଗୀତାଞ୍ଜଳି ମଲ୍ଲିକଙ୍କ ସହ କାର (ଓଡ଼ି୨୫ଇ୦୮୧୮)ରେ ବାଣିଗୋଚ୍ଛା ଯାଉଥିଲେ। ନୟାଗଡ ତୁମୁଡ଼ିବିଡା ରାସ୍ତାରେ ଯାଞ୍ଚ କରୁଥିବା ବାଣିଗୋଚ୍ଛା ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ତାଙ୍କ ଗାଡ଼ିକୁ ଅଟକାଇଥିଲେ। ସେଠାରେ ଦଶପଲ୍ଲା ତହସିଲଦାର ମଧ୍ୟ ଉପସ୍ଥିତ ଥିଲେ। ବୀରେନ ନିଜର ପରିଚୟ ଦେବା ସହ କମିଶନରେଟ ପୋଲିସର ପାସ୍‌ ଦେଖାଇଥିଲେ। ହେଲେ ଥାନା ଅଧିକାରୀ ତାଙ୍କୁ ଗାଡ଼ି ପଛକୁ ନେଇ ଓହ୍ଲାଇବାକୁ କହିଲେ। ସେ ଗାଡିରୁ ନ ଓହ୍ଲାଇବାରୁ ଥାନାଧିକାରୀ ତାଙ୍କ ଗାଡ଼ିର ଷ୍ଟିଅରିଂ ମୋଡି ଦେଇଥିଲେ। ଫଳରେ କାର୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଏହି ସମୟରେ ଗାଡ଼ି ନିକଟରେ ଠିଆ ହୋଇଥିବା ତହସିଲଦାର ତଳେ ପଡ଼ିଯାଇଥିଲେ। ଥାନା ଅଧିକାରୀ ଏଏସ୍‌ଆଇ ବୀରେନ୍‌ଙ୍କୁ ଗାଳିଗୁଲଜ କରିବା ସହ ଧରିଥିବା ଲାଠିରେ ପିଟିଥିଲେ। ଏହାପରେ ପୋଲିସ ଗାଡିରେ ବସାଇ ତାଙ୍କୁ ଥାନାକୁ ନେଇ ଖାକି ପୋଷାକ ଖୋଲି ନିସ୍ତୁକ ପିଟିଥିଲେ। ତାଙ୍କ ସ୍ତ୍ରୀ ଏହାର ପ୍ରତିବାଦ କରିବାରୁ ଥାନାଧିକାରୀ ଜଣକ ତାଙ୍କୁ ମଧ୍ୟ ଛାଡ଼ି ନ ଥିଲେ। ଲାଠି ମାଡ଼ରେ ଏଏସ୍‌ଆଇ ଆହତ ହୋଇଥିବାବେଳେ ତାଙ୍କ ସ୍ତ୍ରୀଙ୍କ ଜଙ୍ଘ, ପିଠି, ହାତ ଫାଟି ଯାଇଥିଲା। ସେ ଦୁଇଦିନ ମେଡିକାଲରେ ଚିକିତ୍ସିତ ହୋଇଥିଲେ ବୋଲି ଗୀତାଞ୍ଜଳି କହିଛନ୍ତି। ପୂର୍ବରୁ ଘଟଣା ନେଇ ନୟାଗଡ଼ ଏସ୍‌ପି ଓ ଓପିଏ ସଂଘକୁ ଭେଟି ଜଣାଇଥିଲେ ମଧ୍ୟ କେହି ନ୍ୟାୟ ଦେଇନାହାନ୍ତି। ତାଙ୍କୁ କମିଶନ ନ୍ୟାୟ ଦେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏନେଇ ନୟାଗଡ ଏସ୍‌ଡିପିଓ ନିରଞ୍ଜନ ପାଢ଼ୀ କହିଛନ୍ତି, ମୁଁ ତଦନ୍ତ କରି ଏସ୍‌ପିଙ୍କୁ ରିପୋର୍ଟ ଦେଇଛି। ଏସ୍‌ପି ଯାହା କାର୍ଯ୍ୟାନୁଷ୍ଠାନ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରୀଙ୍କୁ ଉଠବସ କରିବା ଘଟଣା ମହଙ୍ଗା ପଡ଼ିଲା : ଗିରଫ ହେଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର

ବଲାଙ୍ଗୀର ଅଫିସ,୨୪ା୬: ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠବସ କରିବା ଘଟଣା ପାଟଣାଗଡ଼ ବିଧାୟକଙ୍କୁ ମହଙ୍ଗା ପଡ଼ିଛି। ଏହି ଦବଙ୍ଗଗିିରି ପାଇଁ ବିଧାୟକ ସରୋଜ...

କ୍ୟାବିନେଟ ନିଷ୍ପତ୍ତି:ସୁପ୍ରିମକୋର୍ଟ ନିର୍ଦ୍ଦେଶ ପାଳନ ହେବ

ଭୁବନେଶ୍ୱର,୧୯ା୬(ବ୍ୟୁରୋ):ଚଳିତବର୍ଷ ପୁରୀରେ ଶ୍ରୀଜୀଉଙ୍କ ରଥଯାତ୍ରା ହେବ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଆଇନ ବିଭାଗ ପକ୍ଷରୁ...

୨ ସାଇବର ଠକ ଗିରଫ

କଟକ ଅଫିସ,୭।୬: ଚାଉଳିଆଗଞ୍ଜ ପୋଲିସ ୨ଜଣ ସାଇବର ଠକଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ପୁରୀ ସତ୍ୟବାଦୀ ଥାନା...

ମହାପ୍ରଭୁଙ୍କ ପାଇଁ ଗଢ଼ା ସରିଛି ଅଧର ହାଣ୍ଡି

ପୁରୀ ଅଫିସ, ୧୮ା୭: ନବଦିନାତ୍ମକ ଘୋଷଯାତ୍ରାରେ ବାହାରି ଦାରୁଦିଅଁ ଏବେ ଆଡ଼ପମଣ୍ଡପରେ ଲୀଳା କରୁଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସାରି ଆଷାଢ଼ ମାସ ଶୁକ୍ଳ ପକ୍ଷ...

ପରିବା ବିକ୍ରି ବନ୍ଦ କଲେ ବ୍ୟବସାୟୀ

ବାରିପଦା ଅଫିସ, ୧୧ା୪: ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ କଚେରୀ ବଜାର ପରିବା ମାର୍କେଟକୁ ଶନିବାର ବ୍ୟବସାୟୀମାନେ ବନ୍ଦ କରି ଦେଇଥିଲେ।...

ଏନ୍‌ଏସି କର୍ମଚାରୀଙ୍କୁ ଗାଳିଗୁଲଜ ଅଭିଯୋଗ

ଗୋପାଳପୁର,୩୧ା୮-ଗୋପାଳପୁର ଏନ୍‌ଏସି କାର୍ଯ୍ୟାଳୟର ସିଇଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଧମକ ଓ ଗାଳିଗୁଲଜ କରିବା ନେଇ ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ଗୋପାଳପୁର ଏନ୍‌ଏସି ଅଞ୍ଚଳର...

ବଡ ବୋଦସା ଗ୍ରାମରେ ଗୋଷ୍ଠୀ ସଂଘର୍ଷ: ୧୧ଜଣଙ୍କ ନାମରେ ମାମଲା ରୁଜୁ

ନୟାଗଡ ଅଫିସ/ଖଣ୍ଡପଡା,୪ା୪(ସ୍ୱ.ପ୍ର):ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନୟାଗଡ ଜିଲା ଖଣ୍ଡପଡା ଥାନାର ବଡବୋଦସା ଗ୍ରାମରେ ଗୁରୁବାର ରାତିରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏଥିରେ ଉଭୟ...

ଜଙ୍ଗଲ,ବନ୍ୟଜନ୍ତୁ ସୁରକ୍ଷା ଚିନ୍ତା: ଏକାଠି ହେଲେ ୬ ବନ ସଂରକ୍ଷଣ ସମିତି ସଦସ୍ୟ

ମାଲକାନଗିରି,୧୩ା୧୨ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ପ୍ରାକୃତିକ ଜଙ୍ଗଲର ଅବକ୍ଷୟ, ମୂଲ୍ୟବାନ ଗଛସବୁ ବିଲୁପ୍ତ ହେବାରେ ଲାଗିଛି। ଏଥିସହ ବନ୍ୟଜନ୍ତୁଙ୍କ ସଂଖ୍ୟା ଦିନକୁ ଦିନ ଲୋପ ପାଉଛି।...

Advertisement


Archives

Model This Week