Posted inଭଦ୍ରକ

ଐତିହାସିକ ବାସୁଦେବପୁର କାଳୀପୂଜା: ଶୋଭା ବଢ଼ାଉଛି ତୋରଣ, ଚିତ୍ରକଳ୍ପ

ବାସୁଦେବପୁର, ୩୧।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁରରେ ଜମୁଛି ଐତିହାସିକ କାଳୀପୂଜା। ୧୯୪୪ରେ ଏକ ଝାଟିମାଟି ଘରେ ଆରମ୍ଭ ହୋଇଥିଲା ଏହି ପୂଜା। ଚଳିତବର୍ଷ ସର୍ବପୁରାତନ ଆମ କାଳୀ କମିଟି ୭୫ ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ସମାରୋହ ପାଳନ କରୁଛି। ଏହାଛଡ଼ା ବାସୁଦେବପୁର ସହରରେ ବ୍ଲକ ରୋଡ୍‌, ହାଇସ୍କୁଲ ଛକ, କଚେରି ମଣ୍ଡପରେ ମା’ କାଳୀଙ୍କ ମୂର୍ତ୍ତି ଓ ପାର୍ଶ୍ୱ ଦେବଦେବୀ ମୂର୍ତ୍ତି ଆକର୍ଷଣୀୟ ହୋଇଛି। ରଙ୍ଗବେରଙ୍ଗର ଆଲୋକମାଳାରେ ପୂଜା ମଣ୍ଡପ ଓ ସହର ଝଲସୁଛି। ସେହିପରି ନିର୍ମିତ ଆକର୍ଷଣୀୟ ତୋରଣ ଓ ପୌରାଣିକ ଚିତ୍ରକଳ୍ପ ଶୋଭା ବଢ଼ାଉଛି। ଚଳିତବର୍ଷ ପୂଜାମଣ୍ଡପରେ ନିର୍ମିତ ପୌରାଣିକ ଚିତ୍ରକଳ୍ପ ବୀରତ୍ୱର କାହାଣୀ ବର୍ଣ୍ଣନା କରୁଛି। ଟ୍ରାଫିକ ଛକ ପୂଜା କମିଟିରେ ତ୍ରେତୟା ଯୁଗର କାହାଣୀ ଅଶ୍ୱମେଧ ଯଜ୍ଞରେ ପ୍ରଭୁ ରାମଚନ୍ଦ୍ର ଛାଡ଼ିଥିବା ଅଶ୍ୱକୁ ପୁତ୍ର ଲବକୁଶ ବାନ୍ଧି ନିଜର ବୀରତ୍ୱର ପରାକାଷ୍ଠା ଦେଖାଇଛନ୍ତି। ସେହିପରି ନିଳେନ୍ଦ୍ରୀ ହରଣ ଓ ତାରକା ସୁରବଦ୍ଧ ଚିତ୍ରକଳ୍ପକୁ ଅତି ନିଖୁଣ ଭାବେ ଉପସ୍ଥାପନ କରାଯାଇଛି। ବ୍ଲକ ରୋଡ୍‌ ପୂଜା କମିଟିରେ ମଧ୍ୟ ଅର୍ଜୁନଙ୍କର ବୀରତ୍ୱ କାହାଣୀ ଲାଖବିନ୍ଧ କରି ଦ୍ରୌପଦୀଙ୍କୁ ପାଇବା ଏବଂ କଚେରି ବଜାର ପୂଜାମଣ୍ଡପରେ କଂସରାଜଙ୍କ ଦରବାରରେ ମଲ୍ଲଯୋଦ୍ଧାଙ୍କ ବୀରତ୍ୱର ବାରୁଆଳି ଚିତ୍ତାକର୍ଷକ ହୋଇଛି। ଏଥର ସହରରେ କାଳୀପୂଜା ପାଇଁ ୪ କମିଟି ୪ଟି ଯାତ୍ରା ଦଳକୁ ଆଣୁଛନ୍ତି। ଏହି ଯାତ୍ରା ଦଳର ଆକର୍ଷଣୀୟ ପୋଷ୍ଟର ଦର୍ଶକଙ୍କୁ ବିମୋହିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିବିପନ୍ନ ପରିବାରଙ୍କୁ ଭେଟିଲା ବ୍ଲକ ପ୍ରଶାସନ

ବନ୍ତ,୧୮।୪(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତ ମନୋହରପୁର ଗ୍ରାମର ୪ ଅଗ୍ନିବିପନ୍ନ ପରିବାରଙ୍କୁ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା, ବିଡିଓ ରେବେକା ବିଲୁଙ୍ଗ...

CORONAVIRUS UPDATE: ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ୧୩୭କୁ ବୃଦ୍ଧି

ଭଦ୍ରକ ଅଫିସ,୬।୬: ଭଦ୍ରକ ଜିଲାରେ ଶନିବାର ସକାଳେ ୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ...

ବେଆଇନ ଗୋଚାଲାଣକୁ କେନ୍ଦ୍ରକରି ୨ ଗୋଷ୍ଠୀ ମୁହାଁମୁହିଁ, ୨ କଣ୍ଟେନର ଜବତ

ଭଦ୍ରକ ଅଫିସ, ୨୪।୩: ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ-ରାଣୀତାଲ ନିକଟରେ ବୁଧବାର ବେଆଇନ ଗୋଚାଳଣକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ...

ଅଧିକ ଟେଷ୍ଟ ପାଇଁ ପରାମର୍ଶ

ଭଦ୍ରକ ଅଫିସ, ୮ା୮- ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ତଥା ଭଦ୍ରକ ଜିଲା କୋଭିଡ୍‌ ପର୍ଯ୍ୟବେକ୍ଷକ ମଧୁସୂଦନ ପାଢ଼ୀ ଶୁକ୍ରବାର ଜିଲା ଗସ୍ତରେ...

ଭାରତ ବନ୍ଦ ଡାକରା: ଟ୍ରେନ ସେବା ପ୍ରଭାବିତ

ଭଦ୍ରକ ଅଫିସ, ୮।୧: ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ସକାଳୁ...

ଶାଢ଼ି ଦୋକାନରେ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ଚାନ୍ଦବାଲି,୧୧ା୭(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ବଜାରସ୍ଥିତ ଭାଗ୍ୟଲକ୍ଷ୍ମୀ ଫେଶନ୍‌ ଶାଢ଼ି ଦୋକାନର ଶନିବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଦୋକାନରେ ଥିବା ସବୁ...

କାମଧନ୍ଦା ବନ୍ଦ ଯୋଗୁ ପାଇଲେନି ଖାଇବାକୁ: ଭଣ୍ଡାରିପୋଖରୀରୁ ଚାଲି ଚାଲି ଝାଡ଼ଖଣ୍ଡ ବାହାରିଲେ ୪୦ ଶ୍ରମିକ

ବନ୍ତ,୫।୫(ଡି.ଏନ୍‌.ଏ.): କରୋନା(କୋଭିଡ-୧୯) ସଂକ୍ରମଣ ଆଶଙ୍କା କରି କେନ୍ଦ୍ର ସରକାର ସମଗ୍ର ଦେଶକୁ ତୃତୀୟ ପର୍ଯ୍ୟାୟରେ ମେ ୭ ତାରିଖ ଯାଏ ଲକ୍‌ଡାଉନ୍‌ ରହିବାକୁ ଘୋଷଣା କରିଛନ୍ତି।...

କରୋନା ଯୁଦ୍ଧରେ କର୍ତ୍ତବ୍ୟରତ ମହିଳା ଅଧିକାରୀ, ଧନ୍ୟବାଦ ଜଣାଇଲା ଜିଲା ପ୍ରଶାସନ

ବନ୍ତ,୧୬ା୪(ଡି.ଏନ୍‌.ଏ.) : ମହାମାରୀ କରୋନା ଲକ୍‌ଡାଉନ୍‌ ସମୟରେ ରାତିରେ ଲୋକେ ଘରୁ ବାହାରକୁ ବାହାରିବା ପାଇଁ ଭୟ କରୁଥିବା ବେଳେ ଭଦ୍ରକ ଜିଲା ବନ୍ତ ବ୍ଲକର...

BGU
Play 250+ Trending Games
Archives

Model This Week

Why Dharitri