ଏହି ମନ୍ଦିରରେ ଭକ୍ତଙ୍କୁ ପ୍ରସାଦରେ ମିଳେ ସୁନା

ଭାରତରେ ଏଭଳି ବହୁ ମନ୍ଦିର ରହିଛି, ଯାହା ନିଜ ସ୍ବତନ୍ତ୍ରତା ପାଇଁ ପରିଚିତ। ଏଭଳି ଏକ ନିଆରା ମନ୍ଦିର ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ରତଲାମ ସହରର ମାଣକରେ। ସାଧାରଣତଃ ମନ୍ଦିରମାନଙ୍କରେ ଭକ୍ତଙ୍କୁ ପ୍ରସାଦରେ ଲଡୁ, ମିଠା ବା ଅନ୍ନ ଦିଆଯାଇଥାଏ। ହେଲେ ମା’ଲକ୍ଷ୍ମୀଙ୍କ ଏହି ମନ୍ଦିରରେ ଏକ ବିଶେଷତଃ ରହିଛି, ଏଠାରେ ଭକ୍ତମାନଙ୍କୁ ପ୍ରସାଦ ଆକାରରେ ଅଳଙ୍କାର ଦିଆଯାଇଥାଏ। ଏଠାରେ ଆସୁଥିବା ଶ୍ରଦ୍ଧାଳୁମାନେ ଘରକୁ ଯିବା ସମୟରେ ସାଙ୍ଗରେ ସୁନା ରୁପାର ଗହଣା ନେଇଥାନ୍ତି। ମା’ ଲକ୍ଷ୍ମୀଙ୍କ ଏହି ମନ୍ଦିରରେ ବର୍ଷ ସାରା ଭକ୍ତଙ୍କ ଭିଡ଼ ଜମିଥାଏ। ଏଠାରେ ଭକ୍ତମାନେ ମା’ଙ୍କ ପାଦରେ କୋଟି କୋଟି ଟଙ୍କାର ଅଳଙ୍କାର ଓ ନଗଦ ଟଙ୍କା ଚଢ଼ାଇଥାନ୍ତି। ମନ୍ଦିରରେ ଅଳଙ୍କାର ଚଢ଼ାଇବା ପରମ୍ପରା କେଉଁ କାଳରୁ ଚାଲିଆସିଛି। ପ୍ରଥମେ ରାଜା ରାଜ୍ୟର ସମୃଦ୍ଧି ପାଇଁ ମନ୍ଦିରରେ ଧନ ଚଢ଼ାଉଥିବା ବେଳେ ଏବେ ଭକ୍ତମାନେ ଅଳଙ୍କାର ଓ ଟଙ୍କା ଚଢ଼ାଉଥିବା ଦେଖିବାକୁ ମିଳୁଛି। ଏଭଳି କଲେ ସୋମନଙ୍କ ଘରେ ସର୍ବଦା ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ ବୋଲି ବିଶ୍ୱାସ ରହିଛି। ସେହିପରି ଦୀପାବଳି ଅବସରରେ ଏହି ମନ୍ଦିରରେ ଧନତେରାସରୁ ୫ ଦିନ ପର୍ଯ୍ୟନ୍ତ ଦୀପଉତ୍ସବର ଆୟୋଜନ କରାଯାଇଥାଏ। ଏହି ସମୟରେ ମନ୍ଦିରରେ ସାଜସଜ୍ଜା ଫୁଲରୁ ନୁହେଁ ବରଂ ଚଢ଼ାଯାଇଥିବା ଅଳଙ୍କାର ଓ ଟଙ୍କାରେ କରାଯାଇଥାଏ। ଦୀପୋତ୍ସବ ସମୟରେ ମନ୍ଦିରରେ କୁବେରର ଦ୍ୱାରା ଖୋଲାଯାଉଥିବା ବେଳେ ଦୀପାବଳୀ ଦିନ ଏହି ମନ୍ଦିରର କବାଟ ୨୪ ଘଣ୍ଟା ଖୋଲା ରହିଥାଏ। କୁହାଯାଏ, ଧନତେରାସରେ ଏଠାରେ ଆସୁଥିବା ମହିଳା ଭକ୍ତଙ୍କୁ କୁବେରଙ୍କ ଗଣ୍ଠିଲି ଦିଆଯାଇଥାଏ। କାରଣ ଏଠାକୁ ଆସୁଥିବା ଭକ୍ତ ଖାଲି ହାତରେ ଫେରେ ନାହିଁ। ତାଙ୍କୁ କିଛି ନା କିଛି ପ୍ରସାଦ ସ୍ବରୂପରେ ଗହଣା ଓ ଟଙ୍କା ଦିଆଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମେରୁ ଯାତ୍ରା ଦେଖିବାକୁ ଯାଉଥିବାବେଳେ ଅଘଟଣ: ଗଛକୁ ପିଟିଲା ବାଇକ, ଘଟଣାସ୍ଥଳରେ…

ବୌଦ୍ଧ,୧୫।୪( ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବଡବନ୍ଧଠରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ…

ପୁଣି ଇରାନ ଆଗରେ ୨ଟି ବଡ଼ ସର୍ତ୍ତ ରଖିଲା ଆମେରିକା, ଜାଣନ୍ତୁ କ’ଣ…

ଓ୍ବାଶିଂଟନ୍‌,୧୫।୪: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସପ୍ତାହରେ ଆମେରିକା…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ଏକା ହୋଇଗଲା ଆମେରିକା, ଟ୍ରମ୍ପଙ୍କ ହାତ ଛାଡିଦେଲେ ଏହି ସବୁ ନିକଟତମ ବନ୍ଧୁ ଦେଶ

ଓ୍ବାଶିଂଟନ୍‌,୧୫।୪: ଇରାନ ସହିତ ଯୁଦ୍ଧରେ ଗଭୀର ଭାବରେ ଜଡିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ଏହି ଆଘାତ ତାଙ୍କ ନିଜ…

ଚାଇନାକୁ ଲାଗିବ ବଡ଼ ଝଟ୍‌କା: ଜୀବନରେଖା ଶେଷ କରିଦେବେ ଟ୍ରମ୍ପ! ଆମେରିକାର ସାଥ୍‌ ଦେବ ଭାରତ

ଓ୍ବାଶିଂଟନ୍‌,୧୫।୪: ମଧ୍ୟପ୍ରାଚ୍ୟରେ ହର୍ମୁଜ ପ୍ରଣାଳୀକୁ ନେଇ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏକ ନୂତନ ପ୍ରସଙ୍ଗ ଉଭା ହୋଇଛି ଯାହା ବିଶ୍ୱ ଦୃଷ୍ଟି ଆକର୍ଷଣ କରିଛି। ଆମେରିକା ଇରାନ…

ଅନୁ ଗର୍ଗଙ୍କ ବଡ଼ ଘୋଷଣା: ଓଡ଼ିଶା ହେବ ‘ଏସିଆ’ର….

ଭୁବନେଶ୍ୱର,୧୫ା୪(ରବିନାରାୟଣ ଜେନା):ଓଡ଼ିଶାରେ ସମୃଦ୍ଧ ଐତିହ୍ୟ, ବିବିଧ ସଂସ୍କୃତି ଓ ପ୍ରାକୃତିକ ମନୋରମ୍ୟ ରହିଛି। ଏହାକୁ ନେଇ ବିଶ୍ୱସ୍ତରୀୟ ପର୍ଯ୍ୟଟକମାନଙ୍କୁ କିଭଳି ଆକର୍ଷିତ କରାଯାଇ ପାରିବ ସେନେଇ ପର୍ଯ୍ୟଟନ…

୪ବର୍ଷ ବିତିଲା, ମିଳିଲାନି ନିଖୋଜ ଶ୍ରମିକଙ୍କ ପତ୍ତା

ନୂଆପଡ଼ା,୧୫ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଦର୍ଲିପଡା ଗଁ।ର ଜଣେ ଦାଦନ ଶ୍ରମିକ ନିଖୋଜ ହେବାର ପ୍ରାୟ ୪ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri