Posted inଫୁରସତ

ଏହି କମ୍ପାନୀର କର୍ମଚାରୀମାନେ ନିଜ ଇଚ୍ଛାରେ ବଢ଼ାଇଥା’ନ୍ତି ଦରମା

ସରକାରୀ ଚାକିରିଆ ହୁଅନ୍ତୁ ବା ବେସରକାରୀ। କର୍ମଚାରୀମାନଙ୍କ ଦରମା ବଢ଼ିଥାଏ କାର୍ଯ୍ୟାଳୟର ମୁଖ୍ୟଙ୍କ ନିର୍ଦ୍ଦେଶରେ। କିନ୍ତୁ ଏମିତି ଏକ କମ୍ପାନୀ ରହିଛି, ଯେଉଁଠି କର୍ମଚାରୀମାନେ ସେମାନଙ୍କ ଦରମା ନିଜେ ବଢ଼ାଇଥାନ୍ତି। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ। ଏମିତି ଏକ କମ୍ପାନୀ ରହିଛି ଲଣ୍ଡନ୍‌ରେ। ଏଠାରେ ‘ଗ୍ରାଣ୍ଟ ଟ୍ରି’ ନାମକ ଏକ କମ୍ପାନୀର ମାଲିକ କର୍ମଚାରୀଙ୍କ ଦରମା ବଢ଼ାଇ ନ ଥାନ୍ତି। ସମସ୍ତ କର୍ମଚାରୀ ସେମାନଙ୍କ ଦରମା ନିଜ ଇଚ୍ଛାରେ ବଢ଼ାଇଥାନ୍ତି।  କମ୍ପାନୀର କର୍ମଚାରୀମାନେ ଦରମା ବଢ଼ାଇବାକୁ ହେଲେ ମାଲିକଙ୍କ ନିକଟକୁ ଯିବାକୁ ପଡ଼େ ନାହିଁ। ସହକର୍ମୀଙ୍କ ସହ ଆଲୋଚନା କରି ଦରମା ନିଷ୍ପତ୍ତି କରିଥାନ୍ତି। ଏଥିରେ ମାଲିକଙ୍କର କୌଣସି ଆପତ୍ତି ମଧ୍ୟ ନ ଥାଏ।

ଉକ୍ତ କମ୍ପାନୀ ବର୍ତ୍ତମାନ ଚର୍ଚ୍ଚାକୁ ଆସିଛି। ଏହା ପଛରେ ଏଠାରେ କାମ କରୁଥିବା ୨୫ ବର୍ଷୀୟ ଯୁବତୀ ସିସିଲିୟା ମାଡୁକାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ମହିଳା କର୍ମଚାରୀ ଜଣକ ନିଜର ଦରମା ନିଜେ ବଢ଼ାଇ ଦେଇଛନ୍ତି। ୨୭ ଲକ୍ଷ ଦରମା ପାଉଥିବାବେଳେ ୩୩ ଲକ୍ଷକୁ ବଢ଼ାଇଛନ୍ତି। ସିସିଲିୟା ପ୍ରଥମେ ସହକର୍ମୀଙ୍କ ସହ କଥାବାର୍ତ୍ତା କରିଥିଲେ। ପରେ ସେମାନେ ତାଙ୍କର ଦରମା ବଢ଼ିବା ପାଇଁ ମତ ଦେଇଥିଲେ। ଉକ୍ତ କମ୍ପାନୀର ଆଉ ଏକ ଖାସ୍‌ କଥା ହେଲା ଏଠାରେ କାମ କରୁଥିବା ୪୫ ଜଣ କର୍ମଚାରୀ ନିଜର ଦରମା ନିଜେ ବଢ଼ାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ଉଚ୍ଚ ସୁନା ବୁଦ୍ଧ ମୂର୍ତ୍ତି

ବ୍ୟାଙ୍କକ୍‌: ବିଶ୍ୱର ଅନେକ ଦେଶରେ ଭଗବାନ ବୁଦ୍ଧଙ୍କର ମୂର୍ତ୍ତି ରହିଛି। ଏଥିମଧ୍ୟରୁ କେତେକ ବହୁ ପୁରାତନ। ତେବେ ବିଶ୍ୱର ସର୍ବବୃହତ ବୁଦ୍ଧ ମୂର୍ତ୍ତି ଚାଇନାର ଦକ୍ଷିଣ-ପଶ୍ଚିମ...

କରୋନାରେ ସଂକ୍ରମିତ ହେବାକୁ ଆୟୋଜିତ ହେଉଛି ପାର୍ଟି

କରୋନା ସଂକ୍ରମଣ ଯୋଗୁ ଏବେ ସମଗ୍ର ବିଶ୍ୱ ଚିନ୍ତାରେ। ତେବେ କରୋନା ଦ୍ୱାରା ଆମେରିକା ସବୁଠାରୁ ଅଧିକ କ୍ଷତି ସହିଛି। ଏଠାରେ କରୋନା ସଂକ୍ରମିତଙ୍କ ସହ...

ମୁହଁର ଅପରେଶନ ପରେ ହଠାତ୍‌ ଅଲଗା ଭାଷାରେ କଥା ହେଲେ ମହିଳା

କାନ୍‌ବେରା,୧୫।୫: ଅଷ୍ଟ୍ରେଲିଆର ଜଣେ ମହିଳା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛନ୍ତି। ଏହି ମହିଳାଙ୍କ କହିବା କଥା ସେ ତାଙ୍କ ଜିଭର ଅପରେଶନ କରାଇବା...

୮ ମାସରେ ୮୦୦ ଜୀବନ ବଞ୍ଚାଇଲେଣି ଏହି ବ୍ୟକ୍ତି, ମାଗଣାରେ ଯୋଗାଉଛନ୍ତି…

ପାଟଣା,୨୦ା୧୨: ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ମହାମାରୀ ସହିତ ସଂଘର୍ଷ କରୁଛି। ଏଭଳି ପରିସ୍ଥିତିରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଗୌରବ ରାୟ ନାମକ ଜଣେ...

ସୁସ୍ଥ ହୋଇ ଘରକୁ ଫେରିଥିବା କରୋନା ଯୋଦ୍ଧାଙ୍କୁ ଫୁଲ, ତାଳିରେ ସ୍ବାଗତ କଲେ ପଡ଼ୋଶୀ

ନୂଆଦିଲ୍ଲୀ,୮।୫:  ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ୍‌ ସଂକ୍ରମଣ  ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀରେ ଏପର୍ଯ୍ୟନ୍ତ ପ୍ରାୟ ୬୦୦୦ରୁ ଊର୍ଦ୍ଧ୍ୱ ଲୋକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।...

ଯୁବତୀ ପଚାରୁଥିଲେ ବିବାହ କେବେ ହେବ? ଜୋରଦାର ଚାପୁଡ଼ା ମାରି ମା’ କହିଲେ…

ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ହସର ଖୋରାକ ଯୋଗାଉଥିବା ବେଳେ କିଛି ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ସେଭଳି ଏକ...

ଅନ୍‌ଲାଇନ୍‌ ଗେମ୍‌ରୁୁ ପଡ଼ିଗଲେ ପ୍ରେମରେ, ଆଉ ତା’ ପରେ…

କୁହାଯାଏ, ପ୍ରେମ ପ୍ରେମ ଅନ୍ଧ। ଏହା ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ, ବୟସ, ଦୂରତା କିଛି ମାନେନା। ବ୍ରିଟେନର ଏକ ଯୋଡ଼ିଙ୍କ କ୍ଷେତ୍ରରେ ଏପରି ଘଟିଛି।...

ପୁଅ ହେବ ତ ଏମିତି: କରୋନା ସଂକ୍ରମିତ ମା’ଙ୍କୁ ଦେଖିବା ପାଇଁ…

କରୋନା ସମୟରେ ସାମାଜିକ ଦୂରତା ବଜାୟ ରଖିତ୍ବା ନିହାତି ଆବଶ୍ୟକ। କରୋନା ଆକ୍ରାନ୍ତଙ୍କଠାରୁ ଦୂରେଇ ରହିବା ତାଙ୍କ ପରିବାର ପାଇଁ ବେଶ୍‌ କଷ୍ଟର ସାବ୍ୟସ୍ତ ହୋଇଥାଏ।...

Advertisement
Archives

Model This Week