ଏସ୍‌ସିବି ପ୍ରସୂତି ରୋଗ ବିଭାଗ ହେବ ସେଣ୍ଟର ଅଫ ଏକ୍ସିଲେନ୍ସ

କଟକ ଅଫିସ, ୨୧। ୧: ଏସ୍‌ସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଉତ୍କର୍ଷ ପ୍ରତିଷ୍ଠାନ ବା ସେଣ୍ଟର ଅଫ ଏକ୍ସିଲେନ୍ସ ମାନ୍ୟତା ପାଇବ। ୨୧୦ ବେଡ୍‌ ବିଶିଷ୍ଟ ଏହି ବିଭାଗରେ ଏବେ ବିଇଏମ୍‌ଓସି, ଇଏମ୍‌ଓସି, ଦକ୍ଷତା, ନବଜାତ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଓ ଲାଇଫ ସେଭିଂ ଆନାସ୍ଥେସିଆ ସ୍କିଲ ତାଲିମ କାର୍ଯ୍ୟକ୍ରମ କରାଯାଉଛି। ଏଥିସହିତ ଉକ୍ତ ବିଭାଗରେ ଏକ ସ୍କିଲ ଲ୍ୟାବ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆସନ୍ତା ଫେବୃୟାରୀ ପ୍ରଥମ ସପ୍ତାହରେ ଏହି ଲ୍ୟାବ୍‌ ଉଦ୍‌ଘାଟନ ହେବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟତଃ ଡାକ୍ତର ଓ ମେଡିକାଲ କର୍ମଚାରୀମାନଙ୍କୁ ବର୍ତ୍ତମାନ ମାନିକୁଇନ (କଣ୍ଢେଇ) ସାହାଯ୍ୟରେ ତାଲିମ ଦିଆଯାଉଛି। କିଭଳି ପ୍ରସବ କରାଯିବ, ମା’ମାନଙ୍କୁ ସ୍ତନ୍ୟପାନ ତାଲିମ ସହିତ ବିଭିନ୍ନ ସ୍ତ୍ରୀ ରୋଗ ସମ୍ପର୍କିତ ତାଲିମ ଦିଆଯାଉଛି। ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ପାଇଁ ଏହି ଲ୍ୟାବ୍‌ ଉପଯୋଗୀ ହେବ ବୋଲି ହସ୍ପିଟାଲ ମ୍ୟାନେଜର ସୌମ୍ୟା ମହାନ୍ତି କହିଛନ୍ତି। ମହାନ୍ତିଙ୍କ କହିବା ଅନୁଯାୟୀ, ପ୍ରତିଦିନ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ୫୫ରୁ ୬୦ ଜଣ ମହିଳା ପ୍ରସବ କରୁଛନ୍ତି। ଏହି ହାରରେ ମାସିକ ୧ହଜାରରୁ ଅଧିକ ମହିଳା ଏଠାରେ ପ୍ରସବ କରୁଥିବା ରେକର୍ଡ କହୁଛି। ପ୍ରସୂତି ବିଭାଗକୁ ଲାଗି କରି ୨୪ ବେଡ୍‌ ବିଶିଷ୍ଟ ଏସ୍‌ଏନ୍‌ସିୟୁ ରହିଛି। ଏବେ ଏସ୍‌ଏନ୍‌ସିୟୁ ବେଡ୍‌ ବୃଦ୍ଧି ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଦୂରଦୂରାନ୍ତରୁ ଆସୁଥିବା ମହିଳାମାନଙ୍କର ସହଜ ପ୍ରସବ ଓ ପ୍ରସବକାଳୀନ ବ୍ୟବହାର ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି। ଏବେ ପ୍ରସୂତି ରୋଗ ବିଭାଗ ଅତ୍ୟନ୍ତ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟ କରୁଥିବା ମହାନ୍ତି ସୂଚନା ଦେଇଛନ୍ତି। ତେବେ ଉକ୍ତ ବିଭାଗକୁ ସେଣ୍ଟର ଅଫ ଏକ୍ସଲେନ୍ସ କରିବା ପାଇଁ ଉଦ୍ୟମ ହେଉଥିବାବେଳେ ଅନେକ ସମୟରେ ଏଠାକୁ ପ୍ରସବ ନିମନ୍ତେ ଆସୁଥିବା ମହିଳାମାନଙ୍କୁ ଉପଯୁକ୍ତ ସେବା ମିଳୁ ନ ଥିବା ଅଭିଯୋଗ ହେଉଛି। ଏପରି କି ଠିକ୍‌ ସମୟରେ ସେବା ନ ମିଳିବାରୁ ମହିଳାମାନଙ୍କ ମୃତ୍ୟୁ ଘଟିଥିବା ନେଇ ମାନବାଧିକାର କମିଶନରେ ମାମଲା ରୁଜୁ ହୋଇଛି। ଏତେ ସବୁ ବ୍ୟବସ୍ଥା ପରେ ମଧ୍ୟ ଏଠାରେ ପ୍ରତି ମାସରେ ପ୍ରସବ ସମୟରେ ୬ରୁ ୭ ଜଣ ମହିଳାଙ୍କ ମୃତ୍ୟୁ ଘଟୁଥିବା ଜଣାପଡ଼ିଛି। ତେବେ ଏହି ମୃତ୍ୟୁ ହାରରେ ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ ଚାଲିଥିବା ମହାନ୍ତି କହିଛନ୍ତି। ଅବସରପ୍ରାପ୍ତ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ପ୍ରଫେସର ଡା. ଶ୍ୟାମା କାନୁନ୍‌ଗୋଙ୍କ କହିବା ଅନୁଯାୟୀ, ବିଶ୍ୱବ୍ୟାପୀ ପ୍ରସବ ସମୟରେ ହାରାହାରି ୧୫ ପ୍ରତିଶତ ମହିଳାଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଥାଏ। କାରଣ ଗର୍ଭଧାରଣ ସମୟରେ କେତେକ ଜଟିଳତା ହିଁ ଏହାର କାରଣ ପାଲଟିଥାଏ। ସମ୍ପ୍ରତି ଏସ୍‌ସିବି ମେଡିକାଲରେ ଅନେକ ତାଲିମ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଯାହା ଉଭୟ ମାତୃ ଓ ଶିଶୁ ମୃତ୍ୟୁକୁ ରୋକିବାରେ ସକ୍ଷମ ହୋଇପାରିବ। ମେଡିକାଲ ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରାଙ୍କ କହିବା ଅନୁଯାୟୀ, ଏସ୍‌ସିବି ମେଡିକାଲରେ ଚିକିତ୍ସାର ମାନ ବୃଦ୍ଧି ପାଇଁ ଅନେକ ଯୋଜନା ହାତକୁ ନିଆଯାଇଛି। ସେଥିମଧ୍ୟରୁ ପ୍ରସୂତି ରୋଗ ବିଭାଗରେ ବେସିକ୍‌ ଆଣ୍ଡ ଇମରଜେନ୍ସି ଅବଷ୍ଟେଟ୍ରିକ କେୟାର ଉପରେ ଅଧିକ ଧ୍ୟାନ ଦିଆଯାଉଛି। ସ୍କିଲ ଲ୍ୟାବ୍‌ ପ୍ରତିଷ୍ଠା ଦ୍ୱାରା ଅନେକ ଜଟିଳତାର ସମାଧାନ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ନବଯୌବନ ବେଶରେ ଦର୍ଶନ ଦେଲେ ଶ୍ରୀ ଦଧିବାମନ, ଦର୍ଶନ କରିବା ପାଇଁ…

ବରଗଡ଼, ୧୪।୭ (ପ୍ରେମାନନ୍ଦ ଖମାରୀ): ଦିନକ ପରେ ପବିତ୍ର ରଥଯାତ୍ରା ଥିବାରୁ ବରଗଡ଼ ଜିଲ୍ଲା ଭଟଲି ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା…

ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ: ବନ୍ଧୁକ ମୁନରେ ଭୟଭୀତ କଲେ; ହେଲେ ଗ୍ରାମବାସୀଙ୍କ ସାହସିକତା ଯୋଗୁ…

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବାଙ୍କିମୁଣ୍ଡା ଗ୍ରାମରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଏକ ସାଂଘାତିକ ସଶସ୍ତ୍ର ଡକାୟତି ଉଦ୍ୟମ ବିଫଳ ହୋଇଛି।…

ଗ୍ୟାସ ସିଲିଣ୍ତରକୁ ନେଇ ବଡ଼ ଖବର! ମାତ୍ର ୬୭୩ ଟଙ୍କାରେ ମିଳିବ ସିଲିଣ୍ତର? ଜାଣନ୍ତୁ କିପରି କରିବେ ବୁକିଂ..

ନୂଆଦିଲ୍ଲୀ,୧୪ା୭: LPG ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଗ୍ୟାସକୁ ନେଇ ଆସିଛି ବଡ଼ ଅପଡେଟ୍ । କିଣିବାକୁ ଚାହୁଁଥିଲେ ଜାଣନ୍ତୁ ପୂରା ଖବର ।…

ଗଞ୍ଜାମ ପୋଲିସ ଜିଲାର ଅପରାଧ ସମୀକ୍ଷା ବୈଠକ: ପେଣ୍ଡିଂ ମାମଲାର ତୁରନ୍ତ ଫଇସଲା ସହ ଅପରାଧୀଙ୍କ ଉପରେ…

ଛତ୍ରପୁର, ୧୪।୭ (ଦିଲ୍ଲୀପ ସାମଲ): ଛତ୍ରପୁରସ୍ଥିତ ଗଞ୍ଜାମ ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷଠାରେ ମଙ୍ଗଳବାର ଦିନ ଗଞ୍ଜାମ ପୋଲିସ ଜିଲାର ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।…

ଦିନକ ପରେ ରଥଯାତ୍ରା: ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ, ଚଳଚଞ୍ଚଳ ଗଞ୍ଜାମ ସହର

ଗଞ୍ଜାମ, ୧୪।୭ (ବିଦ୍ୟାଧର ସାହୁ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଇଁ ଆଉ ମାତ୍ର ଦିନକର ସମୟ ବାକି ଅଛି। ଜୁଲାଇ ୧୬ ତାରିଖରେ ମହାପ୍ରଭୁଙ୍କ…

ଶିକ୍ଷୟିତ୍ରୀଙ୍କ ଘରୁ କରିଥିଲେ ଚୋରି: ୩ ଗିରଫ, ଜଣେ ଫେରାର; ସୁନା, ରୁପା ଅଳଙ୍କାର ସହ…

ତୁମୁଡିବନ୍ଧ, ୧୪।୭ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ପୋଲିସ ଏକ ଚୋରି ମାମଲାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି। ପ୍ରାୟ ମାସେ ତଳେ…

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

କୋର୍ଟରେ ହାଜର ନ ହେବାରୁ ବାନ୍ଧିଲା ପୋଲିସ, ଜାମିନ ନାମଞ୍ଜୁର ପରେ ଜେଲ ଗଲେ…

ଦିଗପହଣ୍ଡି, ୧୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଏକ ଜାମିନବିହୀନ ୱାରେଣ୍ଟ ବଳରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri