ଏସ୍‌ସିବିରେ ସଫଳ ଅସ୍ତ୍ରୋପଚାର: ମହିଳାଙ୍କ ମଳଦ୍ୱାରରୁ ବାହାରିଲା ବୋତଲ ମୁହଁ

କଟକ ଅଫିସ, ୫।୬:ଚୁଲିରେ ରୋଷେଇ କରୁଥିବା ବେଳେ ଚୁଲି ଭିତରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। କୌଣସି ପ୍ରକାରେ ଚୁଲି ଭିତରେ ଏକ କାଚ ବୋତଲ ରହି ଯାଇଥିଲା। ଚୁଲିରେ ଜାଳ ସଂଯୋଗ ପରେ ବୋତଲଟି ଫାଟିଥିଲାା ବୋତଲର ଅଗ୍ରଭାଗ ରୋଷେଇ କରୁଥିବା ମହିଳାଙ୍କ ମଳଦ୍ୱାର ଭିତରେ ପଶି ଯାଇଥିଲା। ମହିଳା ଜଣକ ରକ୍ତାକ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ପରିବାର ଲୋକେ ଚିକିତ୍ସା ନିମନ୍ତେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ବୋତଲ ପଶିଥିବା ଜାଗାକୁ ସିଲେଇ କରିବା ସହିତ ଡ୍ରେସିଂ କରି ଛାଡ଼ି ଦେଇଥିଲେ। ଘା ସୁଖି ଯାଇଥିଲା। ମାତ୍ର କିଛିଦିନ ପରେ ପୁନର୍ବାର ବୋତଲ ମୁହଁ ପଶିଥିବା ଜାଗାଟି ଯନ୍ତ୍ରଣା ଦେବା ସହିତ ସେଠାରୁ ପୁଜରକ୍ତ ବାହାରିଥିଲା। ପରିବାର ଲୋକେ ସମ୍ପୃକ୍ତ ମହିଳାଙ୍କୁ ୩ ଦିନ ତଳେ ଏସ୍‌ସିବି ମେଡିକାଲକୁ ଆଣିଥିଲେ। ମେଡିକାଲର ସର୍ଜରୀ ବିଭାଗରେ ସମ୍ପୃକ୍ତ ମହିଳାଙ୍କୁ ଭର୍ତ୍ତି କରାଯାଇଥିଲା। ବିଭାଗୀୟ ସହଯୋଗୀ ପ୍ରଫେସର ଡାକ୍ତର ଶ୍ରୀକାନ୍ତ ପଣ୍ଡା ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବା ପରେ ମହିଳାଙ୍କ ମଳଦ୍ୱାର ଭିତରେ ଏକ କାଚବୋତଲ ମୁହଁ ଥିବା ଜାଣିବାକୁ ପାଇଥିଲେ। ଏହା ପରେ ଅପରେଶନ ପାଇଁ ଡାକ୍ତର ପଣ୍ଡା ପ୍ରସ୍ତୁତି ଆରମ୍ଭ କରିଥିଲେ। ଡାକ୍ତର ପଣ୍ଡାଙ୍କ ସହିତ ଡାକ୍ତର ରାଜେଶ ଦୋରା ଓ ଡାକ୍ତର ଚିତ୍ତ ପାଣିଗ୍ରାହୀଙ୍କୁ ନେଇ ଏକ ୮ ଜଣିଆ ଡାକ୍ତରୀ ଟିମ୍‌ ଗଠିତ ହୋଇଥିଲା। ମଙ୍ଗଳବାର ସମ୍ପୃକ୍ତ ମହିଳାଙ୍କ ଅପରେଶନ କରାଯାଇଥିଲା। ୨ ଘଣ୍ଟାର ଅପରେଶନ ପରେ ମହିଳାଙ୍କ ମଳଦ୍ୱାରରେ ଅଢେଇ ଇଞ୍ଚ ଗୋଲେଇର କାଚବୋତଲ ମୁହଁଟି ବାହାର କରାଯାଇଥିଲା। ମହିଳା ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର ପଣ୍ଡା ସୂଚନା ଦେଇଛନ୍ତି। ସମ୍ପୃକ୍ତ ମହିଳାଙ୍କ ଘର ବାଲେଶ୍ୱର ଜିଲା ଔପଦା ଅଞ୍ଚଳରେ। ଗତ ନଭେମ୍ବର ମାସରେ ସେ ରୋଷେଇ କରୁଥିବା ବେଳେ ଏହି ଅଘଟଣଟି ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏମାର ମଠ ପାଚେରି ଭୁଶୁଡ଼ିଲା

ପୁରୀ ଅଫିସ,୨୬।୭: ପୁଣି ଭୁଶୁଡ଼ିଲା ଏମାର ମଠ ପାଚେରି। ପୁରୀର ଅନ୍ୟତମ ଏହି ପୁରୁଣା ମଠର ପାଚେରି ଗୁରୁବାର ହୋଇଥିବା ବର୍ଷାରେ ପ୍ରାୟ ୪ଫୁଟ ଭୁଶୁଡ଼ିି...

ଅଜଣା ଜନ୍ତୁର ପାଦଚିହ୍ନକୁ ନେଇ ଆତଙ୍କ

ମହାକାଳପଡ଼ା ,୨୧ା୩ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ଅଞ୍ଚଳ କାଜୁ ଜଙ୍ଗଲ ମଧ୍ୟ ନଳଗୋଠ ଫାର୍ମ ରାସ୍ତାରେ ଏକ କିମି ପର୍ଯ୍ୟନ୍ତ ଏକ...

ଧାମରା ନିକଟରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଭଦ୍ରକ ଅଫିସ,୧୦।୮: ଭଦ୍ରକ ଚରମ୍ପା ସ୍ଥିତ ଧାମରା ରେଳ ଓଭରବ୍ରିଜ ନିକଟରେ ମଙ୍ଗଳବାର ଏକ ମାଲବାହୀ ଟ୍ରେନର ୧୩ଟି ବଗି ଲାଇନଚ୍ୟୁତ ହୋଇଛି। ଖାଲିଥିବା ଟ୍ରେନ୍‌ଟି...

୨୧ରେ ବିଜେପୁର ଲଢ଼େଇ: ଦୁଇ ଦିନ ପ୍ରଚାର କରିବେ ନବୀନ !

ଭୁବନେଶ୍ୱର,୩।୧୦(ବ୍ୟୁରୋ): ବିଜେପୁର ଉପନିର୍ବାଚନ ଲାଗି ରାଜ୍ୟ ରାଜନୀତି ସରଗରମ। ଆସନ୍ତା ୨୧ରେ ଭୋଟ ଗ୍ରହଣ ହେବାକୁ ଘୋଷଣା ହୋଇଥିବା ବେଳେ ଗୁରୁବାର ତିନି ପ୍ରମୁଖ ଦଳ...

ବିମାନବନ୍ଦର ଛାତ ଭୁଶୁଡ଼ି ମୃତ୍ୟୁ ଘଟଣା: ଅନ୍ତର୍ଯ୍ୟାମୀଙ୍କ ପରିବାରକୁ ମିଳିବ ଭତ୍ତା

ଭୁବନେଶ୍ୱର,୩୦।୧(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ପ୍ରାଣ ହରାଇଥିବା ଅନ୍ତର୍ଯ୍ୟାମୀଙ୍କ ପରିବାରକୁ ଭତ୍ତା ମିଳିବ। ତାଙ୍କ ପରିବାରକୁ ମାସିକ ଭତ୍ତା ପ୍ରଦାନ...

ଆଜିଠାରୁ ରାତି ୯ରୁ କର୍ଫୁ

ଅନୁଗୋଳ ଅଫିସ,୭।୧- ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ୭ ତାରିଖରୁ ସମସ୍ତ ସହରାଞ୍ଚଳରେ ରାତି ୯ଟାରୁ କର୍ଫୁ ଲଗାଇବାକୁ ନିର୍ଦ୍ଦେଶ...

ମହାପ୍ରଭୁଙ୍କ ପାଇଁ ଆସିଲା ପୋଢୁଆଁ ଭାର

ପୁରୀ ଅଫିସ, ୧୯ା୧୧: ବୁଧବାର ପ୍ରଥମାଷ୍ଟମୀ। ପୋଢୁଆଁ ହେବେ ମହାପ୍ରଭୁ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଅନ୍ୟପକ୍ଷେ ମଙ୍ଗଳବାର ସନ୍ଧ୍ୟାରେ ନିଆଳି...

୯ ଜିଲାରେ ବଜ୍ରପାତ ଆଶଙ୍କା

ଭୁବନେଶ୍ବର,୩୧।୫: ଆଗାମୀ ୪ ଦିନ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା ସୋମବାର ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ...

Advertisement
Archives

Model This Week