Posted inଜାତୀୟ

ଏସ୍‌ସି,ଏସ୍‌ଟି ଆଇନ ନେଇ ରାୟ ଆଜି

ନୂଆଦିଲ୍ଲୀ,୧୩-୯:ଅନୁସୂଚିତ ଜାତି/ଜନଜାତି (ଏସ୍‌ସି/ଏସ୍‌ଟି) ଆଇନ ସମ୍ପର୍କିତ କେନ୍ଦ୍ର ସରକାରଙ୍କ ରିଭ୍ୟୁ ପିଟିଶନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ରାୟ ପ୍ରଦାନ କରିପାରନ୍ତି। ୨୦୧୮ ମାର୍ଚ୍ଚ ୨୦ରେ ସୁପ୍ରିମକୋର୍ଟ ଉକ୍ତ ଆଇନରେ ଗିରଫଦାରି ବ୍ୟବସ୍ଥାକୁ କୋହଳ କରିଥିଲେ। ରାୟର ପୁନର୍ବିଚାର ଲାଗି କେନ୍ଦ୍ର ସରକାର ସର୍ବୋଚ୍ଚ ଅଦାଲତରେ ରିଭ୍ୟୁ ପିଟିଶନ ଦାଏର କରିଥିଲେ। ଶୁକ୍ରବାର ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଗତ ମେ ୧ରେ ମାମଲାର ଶୁଣାଣି ଶେଷ କରି ରାୟକୁ ସଂରକ୍ଷିତ ରଖିଥିଲେ। ଦେଶର ଆଇନ ଜାତି ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ ବୋଲି ଖଣ୍ଡପୀଠ ମତ ଦେଇଥିଲେ।
ଏସ୍‌ସି/ଏସ୍‌ଟି ଆଇନକୁ ସରକାରୀ କର୍ମଚାରୀ ଓ ଅନ୍ୟମାନଙ୍କ ବିରୋଧରେ ଅପବ୍ୟବହାର କରାଯାଉଥିବା ଅନୁଭବ କରି ଏହି ଆଇନରେ ଅଭିଯୋଗ ଆସିଲେ ତୁରନ୍ତ ଗିରଫ କରାଯାଇପାରିବ ନାହିଁ ବୋଲି ୨୦୧୮ ମାର୍ଚ୍ଚରେ ସୁପ୍ରିମକୋର୍ଟ କହିଥିଲେ। ଅନେକ କ୍ଷେତ୍ରରେ ନିରୀହ ନାଗରିକଙ୍କୁ ଅଭିଯୁକ୍ତ କରାଯାଉଛି। ସରକାରୀ କର୍ମଚାରୀଙ୍କୁ ଚାକିରି ହରାଇବାକୁ ପଡୁଛି। ଏହା ଆଇନର ଉଦ୍ଦେଶ୍ୟ ନ ଥିଲା । ଯଥେଷ୍ଟ ପ୍ରମାଣ ନ ଥିଲେ ଆଗୁଆ ଜାମିନ ପ୍ରଦାନରେ ପ୍ରତିବନ୍ଧକ ରହିବା ଉଚିତ ନୁହେଁ ବୋଲି ଅଦାଲତ ମତ ଦେଇଥିଲେ। ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟକୁ ନେଇ ଅନୁସୂଚିତ ଜାତି ଓ ଜନଜାତିଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ବିଭିନ୍ନ ସ୍ଥାନରେ ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିଲା। ଏହି ହିଂସାରେ ଅନେକ ଲୋକ ମୃତାହତ ହୋଇଥିଲେ। ଏଭଳି ରାୟ ସମସ୍ୟା ସୃଷ୍ଟି କରୁଥିବାରୁ କୋର୍ଟ ଏହାର ସମୀକ୍ଷା କରିବା ଆବଶ୍ୟକ ବୋଲି କେନ୍ଦ୍ର ସରକାର ଯୁକ୍ତି ଦର୍ଶାଇଥିଲେ। ଉକ୍ତ ରାୟକୁ ଅକାମୀ କରିବା ପାଇଁ ଗତବର୍ଷ ଅଗଷ୍ଟ ୯ରେ ପାର୍ଲାମେଣ୍ଟରେ ବିଲ୍‌ ଗୃହୀତ ହୋଇଥିଲା। ଆଗୁଆ ଜାମିନ ବ୍ୟବସ୍ଥା ହଟାଇ ଦିଆଯାଇଥିବା ଉକ୍ତ ସଂଶୋଧିତ ଆଇନ ଉପରେ ରହିତାଦେଶ ଦେବାକୁ ଜାନୁୟାରୀ ୩୦ରେ ସୁପ୍ରିମକୋର୍ଟ ମନା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବାଲି ଖନନ: କେନ୍ଦ୍ର ଓ ସିବିଆଇ ସହିତ ୫ ରାଜ୍ୟକୁ ସୁପ୍ରିମ୍‌କୋର୍ଟ ନୋଟିସ୍‌

ନୂଆଦିଲ୍ଲୀ,୨୪।୭: ନଦୀ ପଠାରୁ ବେଆଇନ ବାଲି ଖନନ ମାମଲାର ଶୁଣାଣି କରି ବୁଧବାର ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାର ଓ ସିବିଆଇ ସହିତ ୫ ରାଜ୍ୟ ସରକାରଙ୍କୁ...

୫ ତଳେ ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୧୦।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

ରାହୁଲ ଗାନ୍ଧୀଙ୍କ ସଜାକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିବ କଂଗ୍ରେସ

ନୂଆଦିଲ୍ଲୀ,୨୪ ।୩: କଂଗ୍ରେସ ମାନହାନିର ଏକ ମାମଲାକୁ ନେଇ ସୁରଟ କୋର୍ଟଙ୍କ ଦ୍ୱାରା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦିଆଯାଇଥିବା ଦୁଇ ବର୍ଷ ଜେଲ ଦଣ୍ଡ...

ଅରୁଣାଚଳ ପ୍ରଦେଶରେ ଭୂକମ୍ପ

ଇଟାନଗର,୧୯।୭: ଉତ୍ତରର୍ପୂବ ଅରୁଣାଚଳ ପ୍ରଦେଶରେ ଶୁକ୍ରବାର ଏକ ଭୂକମ୍ପ ଅନୁମୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୫। ଆସାମରେ ମଧ୍ୟ ଏହା ସାମାନ୍ୟ...

ଶିବସେନାକୁ ଭାଙ୍ଗି ବଡ଼ ଅପରାଧ କରିଛି ଭାଜପା: ସଞ୍ଜୟ ରାଉତ

ମୁମ୍ବାଇ,୯।୩: ଶିବସେନାକୁ ଭାଙ୍ଗି ଭାଜପା ଏକ ବଡ ଅପରାଧ କରିଛି। ରାଜ୍ୟବାସୀ ଏହି ଯନ୍ତ୍ରଣାକୁ କେବେବି ଭୁଲି ପାରିବେ ନାହିଁ। ଏହା ଏମିତି ଏକ ‘ତୀର’...

ଖୁସି ଖବର: କରୋନା ଚିକିତ୍ସାର ନୂଆ ପଦ୍ଧତି ଖୋଜି ପାଇଲା ଆଇସିଏମ୍‌ଆର୍‌

ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ଏହା ଦ୍ୱାରା ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇସାରିଛି। ତେବେ...

ଅନ୍ନଦାତାଙ୍କ ସହିତ ହେବ ନାହିଁ ଅନ୍ୟାୟ: ନୀତିନ ଗଡ଼କରୀ

ନୂଆଦିଲ୍ଲୀ,୧୫।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦେଶବ୍ୟାପି ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଏପରିସ୍ଥଳେ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ...

୭୫ ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ୍‌ ଲୋକାର୍ପିତ…

ନୂଆଦିଲ୍ଲୀ,୧୬।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶର ୭୫ଟି ଜିଲାର ୭୫ ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟକୁ ଲୋକାର୍ପିତ କରିଛନ୍ତି। ଏହା ସହିତ ସେ...

Advertisement
Archives

Model This Week