ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ରେ ଆତଙ୍କବାଦୀ ମୁକାବିଲା: ସମ୍ଭାବ୍ୟ ଆକ୍ରମଣ ନେଇ ମକ୍‌ ଡ୍ରିଲ

ଭୁବନେଶ୍ୱର, ୩୧ା୮(ବ୍ୟୁରୋ): ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ ମଲ୍‌ ପରିସରରେ ଶୁକ୍ରବାର ସକାଳର ଦୃଶ୍ୟ ଥିଲା ସମ୍ପୂର୍ଣ୍ଣ ଭିନ୍ନ। ଏହି ବ୍ୟବସାୟିକ କେନ୍ଦ୍ରରେ ଗ୍ରାହକଙ୍କ ଗହଳି ପରିବର୍ତ୍ତେ ଆତଙ୍କବାଦୀଙ୍କ ସହ ପୋଲିସ ଏବଂ ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍‌ର ମୁକାବିଲା ଚାଲିଥିଲା।
ପୂର୍ବାହ୍ନ ପ୍ରାୟ ୯ଟାରେ ଏହି ମଲ୍‌ରେ ଏକ ବୋମା ବିସ୍ଫୋରଣ ହୋଇଥିଲା। ଆତଙ୍କବାଦୀମାନେ ମଲ୍‌ରେ ପଶିଥିବା ପୋଲିସକୁ ଖବର ମିଳିଥିଲା। ସଙ୍ଗେସଙ୍ଗେ ଟାସ୍କଫୋର୍ସ ସହ ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍‌, ପୋଲିସ, ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌ ଏବଂ ଅଗ୍ନିଶମ ବିଭାଗର ବହୁ ଅଧିକାରୀ ମଲ୍‌ରେ ପହଞ୍ଚତ୍ଥିଲେ। ଏହାପରେ ଆରମ୍ଭ ହୋଇଥିଲା ମିଶନ। ସତର୍କତାମୂଳକ ଭାବେ ଆଣ୍ଟି ଟେରରିଷ୍ଟ ଫୋର୍ସ ମଲ୍‌ ଭିତରକୁ ପ୍ରବେଶ କରି ଦୁଇଜଣ ଆତଙ୍କବାଦୀଙ୍କୁ କାବୁ କରିଥିଲେ। ପରେ ବୋମା ନିଷ୍କ୍ରିୟ ଟିମ୍‌ ଆସି ଗୋଟିଏ ବୋମା ଥିବା ପେଟିକୁ ଜବତ କରିବା ସହ ବୋମା ନିଷ୍କ୍ରିୟ କରିଥିଲେ। ଅନ୍ୟପକ୍ଷରେ ଆତଙ୍କବାଦୀ ଆକ୍ରମଣ ସମୟରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଥିଲେ। ଏଥିସହ ଡ୍ରୋନ୍‌ ସାହାଯ୍ୟରେ ମଲ୍‌ର ପୂରା ଅଞ୍ଚଳକୁ ଛାନ୍‌ଭିନ୍‌ କରାଯାଇଥିଲା।
ସକାଳୁ ସକାଳୁ ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ ମଲ୍‌ ପରିସରରେ ଏଭଳି ଦୃଶ୍ୟ ଦେଖି ଲୋକେ ଡରି ଯାଇଥିଲେ। ମାତ୍ର ପରେ ଜାଣିବାକୁ ପାଇଥିଲେ ଯେ ଏହା ମକ୍‌ ଡ୍ରିଲ ଥିଲା। ଦେଶରେ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି କୌଣସି ଶପିଂ ମଲ୍‌ରେ ଆତଙ୍କବାଦୀ ଆକ୍ରମଣ ହେଲେ କିଭଳି ତା’ର ମୁକାବିଲା କରାଯିବ, ମଲ୍‌ ଓ ଧନଜୀବନ ସୁରକ୍ଷା ସହ ଏଥିଲାଗି କିପରି ପ୍ରସ୍ତୁତ ହେବାକୁ ପଡ଼ିବ ସେଥିପାଇଁ ଏହି ମକ୍‌ ଡ୍ରିଲ ହୋଇଥିଲା। ବିଶେଷକରି ଆତଙ୍କବାଦୀମାନେ ବଡ ବଡ ଶପିଂମଲଗୁଡିକୁ ଟାର୍ଗେଟ କରିବା ଆଶଙ୍କା ରହିଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ଏନ୍‌ଡିଆର୍‌ଏଫ୍‌ ଏବଂ ଫାୟାର ଅଫିସରମାନେ କହିଛନ୍ତି। ସୂଚନାଯୋଗ୍ୟ, ଏସ୍‌ପ୍ଲାନେଡ୍‌ ମଲ୍‌ରେ ଏଭଳି ମକ୍‌ ଡ୍ରିଲ ଦ୍ୱିତୀୟ ଥର ପାଇଁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର, କଟକରେ ନୂଆ ଡିସିପି

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ମଙ୍ଗଳବାର ରାଜ୍ୟ ସରକାର ଆଇପିଏସ୍‌ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଓ କଟକ ପାଇଁ ନୂଆ ଡିସିପି...

ସୁବର୍ଣ୍ଣପୁର ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ

ସୋନପୁର,୩୦।୧୨(ନି.ପ୍ର.): ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁପୁତ୍ର ବଦଳ କରାଯାଇଥିବା ବୁଧବାର ଅଭିଯୋଗ ହୋଇଛି। ଘଟଣାର ୫ ଦିନ ପରେ ଏ ନେଇ ଉଲୁଣ୍ଡା ଥାନା...

କୋଷ୍ଟାଲ୍‌ ହାଇଓ୍ବେ ପରିବର୍ତ୍ତିତ ନକ୍ସାକୁ ନେଇ ଉଦ୍‌ବେଗ

ଭୁବନେଶ୍ୱର,୨୮।୧(ବ୍ୟୁରୋ): କେନ୍ଦ୍ର ସରକାର ପ୍ରସ୍ତାବିତ ଉପକୂଳ ରାଜପଥ(କୋଷ୍ଟାଲ୍‌ ହାଇଓ୍ବେ) ପ୍ରକଳ୍ପର ନକ୍ସା ପରିବର୍ତ୍ତନ କରିଛନ୍ତି। ଜାତୀୟ ରାଜପଥ ପ୍ରାଧିକରଣ ମୁଖ୍ୟ ପ୍ରବନ୍ଧକ ରାମ ପ୍ରସାଦ ପଣ୍ଡା...

ଓବିସି ସଂରକ୍ଷଣ ନେଇ ରାଜ୍ୟପାଳଙ୍କୁ ଫେରାଦ

ଭୁବନେଶ୍ୱର, ୨୯।୧(ବ୍ୟୁରୋ): ବେକାରୀ ସମସ୍ୟା, ଓବିସି ସଂରକ୍ଷଣ ଓ ଜାତି ଜନଗଣନାକୁ ନେଇ ସମାଜବାଦୀ ପାର୍ଟି ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଏକ ସ୍ମାରକପତ୍ର...

ଆସନ୍ତା ମାର୍ଚ୍ଚ ସୁଦ୍ଧା ବିଦ୍ୟାଳୟରେ ପହଞ୍ଚିବ ବହି: ମନ୍ତ୍ରୀ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ଏଣିକି ଶିକ୍ଷାବର୍ଷ ଆରମ୍ଭରୁ ବିଦ୍ୟାଳୟରେ ପହଞ୍ଚିବ ମାଗଣା ପାଠ୍ୟପୁସ୍ତକ। ଆସନ୍ତା ଏପ୍ରିଲରୁ ୨୦୨୦-୨୧ ଶିକ୍ଷାବର୍ଷ ଆରମ୍ଭ ହେବ। ଏଥିପାଇଁ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ...

ପାଇକ ବିଦ୍ରୋହ ସ୍ମାରକର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି: କହିଲେ ‘ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବ’

ଖୋର୍ଦ୍ଧା ଅଫିସ,୮।୧୨: ବରୁଣେଇ ପାଦ ଦେଶରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକବିଦ୍ରୋହ ସ୍ମାରକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଓଡ଼ିଆରେ ଜୟ ଜଗନ୍ନାଥ କହି ଉଦ୍‌ବୋଧନ ଆରମ୍ଭ...

ଆଜିଠାରୁ ବିଧାୟକ କଲୋନୀ ଭଙ୍ଗାହେବ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ବିଧାୟକଙ୍କ ସରକାରୀ କ୍ୱାର୍ଟର୍ସ ବୁଧବାର ଠାରୁ ଭଙ୍ଗା ଆରମ୍ଭ ହେବ ବୋଲି ଜଣାପଡିଛି । ୨୪ ଜଣ ବିଧାୟକ କ୍ୱାଟର୍ସ ଛାଡି ସାରିଲେଣି। ୪୨ଟି...

୬ ମାସ ବିତିଲା, ଚିହ୍ନଟ ହୋଇପାରିଲାନି ଜମି

ଯାଜପୁର ଅଫିସ,୧୯।୩: ଯାଜପୁର ଜିଲା ରସୁଲପୁର ବ୍ଲକର ଗୋପାଳପୁର ଗ୍ରାମ ହସ୍ତତନ୍ତ ଶିଳ୍ପ ପାଇଁ ବେଶ ପ୍ରସିଦ୍ଧି ଲାଭ କରିଛି। ତେଣୁ ଗୋପାଳପୁର ଗ୍ରାମକୁ ହସ୍ତତନ୍ତ...

Advertisement
Archives

Model This Week