ଏସେଲ ଖଣିରେ ସ୍ଥାନୀୟଙ୍କୁ ଉପେକ୍ଷା: ପରିବହନ ବନ୍ଦ କଲେ ଅଞ୍ଚଳବାସୀ

ଯୋଡ଼ା, ୧୩।୯ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳ ଅନ୍ତର୍ଗତ ଜୁରୁଡିସ୍ଥିତ ଏସେଲ ଖଣିରେ ଖଣିଜ ପରିବହନକୁ ନେଇ କମ୍ପାନୀର ପରିବହନ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ବନ୍ଦ କରିଦେଇଥିବା ଜଣାପଡିଛି। ବୁଧବାର ରାତିରେ ଏସେଲ ଖଣିରୁ ବସନ୍ତପୁରସ୍ଥିତ ପ୍ରୋ ମିନେରାଲ ଶିଳ୍ପକୁ ଖଣିଜ ପରିବହନ ହେଉଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ଲୁହା ପଥର ପରିବହନ କାର୍ଯ୍ୟକୁ ବନ୍ଦ କରିଦେଇଥିଲେ। ଗୁରୁବାର ସକାଳ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳବାସୀ ଏସେଲ ମାଇନିଂର ମୁଖ୍ୟ ଖଣିଜ ପରିବହନ ଗେଟ୍‌ ସମ୍ମୁଖରେ ଶତାଧିକ ଲୋକ ଏକତ୍ରିତ ହୋଇ ପରିବହନ କାର୍ଯ୍ୟକୁ ବନ୍ଦ ରଖିଥିଲେ। ଏହି ବନ୍ଦର କାରଣ ସମ୍ପର୍କରେ ଜଣାପଡିଛି ଯେ, ଖଣି କମ୍ପାନୀ ପକ୍ଷରୁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଉକ୍ତ ପରିବହନ କାର୍ଯ୍ୟ ନ ଦେଇ ଗୁପ୍ତ ଭାବେ କାଳିମାଟି ଅଞ୍ଚଳର ଏକ ପରିବହନ ସଂସ୍ଥାକୁ ପରିବହନ କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ଉକ୍ତ ପରିବହନ ସଂସ୍ଥା ପକ୍ଷରୁ ବୁଧବାର ଏସେଲ ଖଣିରୁ ପ୍ରୋ ମିନେରାଲକୁ ଖଣିଜ ପରିବହନ କରିବା ପାଇଁ ୪ଟି ଗାଡି ଖଣି ମଧ୍ୟକୁ ପ୍ରବେଶ କରିଥିଲା। ଗୋଟିଏ ଗାଡି ଖଣିଜ ପରିବହନ କରି କଣ୍ଟାରେ ଓଜନ ହେବା ପାଇଁ ଯାଉଥିବା ବେଳେ ସ୍ଥାନୀୟ ଲୋକେ ଏହା ଜାଣିପାରି ଖଣିର ପରିବହନ ଗେଟ୍‌କୁ ବନ୍ଦ କରିଦେଇଥିଲେ। ଖଣି କର୍ତ୍ତୃପକ୍ଷ ସ୍ଥାନୀୟ ଜଜାଙ୍ଗ ସରପଞ୍ଚ ରତ୍ନମଣୀ ନାଏକ, ସମିତିସଭ୍ୟ, ଜୁରୁଡି ସରପଞ୍ଚ ସୁଜାତା ହେମ୍ବ୍ରମ ଓ ଜଲହରି ପଞ୍ଚାୟତର ସରପଞ୍ଚ ମିତା ମୁଣ୍ଡା, ସମିତିସଭ୍ୟ ଓ ତାଙ୍କ ସମର୍ଥକଙ୍କ ସହ ଏନେଇ ଆଲୋଚନା କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ପରିବହନ କାର୍ଯ୍ୟ ନ ଦେଇ କିପରି ଉକ୍ତ ୩ଟି ଗ୍ରାମପଞ୍ଚାୟତରୁ ବାହାର ଅଞ୍ଚଳର ବ୍ୟକ୍ତିଙ୍କୁ ପରିବହନ କାର୍ଯ୍ୟ ଦିଆଗଲା ବୋଲି ପ୍ରଶ୍ନର ଉତ୍ତରରେ କମ୍ପାନୀ ଅଧିକାରୀମାନେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପରିବହନ କାର୍ଯ୍ୟ ଦେବା ନେଇ ଆଗାମୀ ୧୫ ଦିନ ମଧ୍ୟରେ କମ୍ପାନୀର ଉଚ୍ଚ ଅଧିକାରୀଙ୍କ ସହ କଥାବାର୍ତ୍ତା ହେବେ। ଏହି ସମୟ ମଧ୍ୟରେ ଏସେଲ ଖଣିରୁ ବସନ୍ତପୁରସ୍ଥିତ ପ୍ରୋମିନେରାଲ ଶିଳ୍ପକୁ ଖଣିଜ ପରିବହନ ବନ୍ଦ ରଖାଯିବ ବୋଲି କମଳପୁର ଗ୍ରାମର ହରେକୃଷ୍ଣ ବେହେରା ତାଙ୍କ ପ୍ରତିକ୍ରିୟାରେ କହିଥିଲେ। ସ୍ଥାନୀୟ ସରପଞ୍ଚ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ଏସେଲ ଖଣିର ସମସ୍ତ ପରିବହନ କାର୍ଯ୍ୟ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଦିଆଯିବାର କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ କେଉଁ ସ୍ବାର୍ଥରେ କମ୍ପାନୀ କର୍ତ୍ତୃପକ୍ଷ ବାହାର ଅଞ୍ଚଳର ବ୍ୟକ୍ତି ଙ୍କୁ ଗୁପ୍ତ ଭାବେ ପରିବହନ କାର୍ଯ୍ୟ ଦେଇଛି ତାହା ସନ୍ଦେହଜନକ। ଅନ୍ୟପକ୍ଷରେ ଏନେଇ ଏସେଲ ଖଣିର ମାନବ ସମ୍ବଳ ଅଧିକାରୀ ଚିତ୍ତରଞ୍ଜନ ବାହିନୀପତି କହିଛନ୍ତି ଯେ, ଖଣିରେ ଖଣିଜ ପରିବହନକୁ ନେଇ କୌଣସି ପ୍ରକାର ଘଟଣା ଘଟିନାହିଁ। କେବଳ ଖଣିରେ ନିଯୁକ୍ତି ନେଇ ଅଞ୍ଚଳବାସୀ ଦାବି କରିଥିଲେ। ଏନେଇ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି। ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନିଯୁକ୍ତି ଓ ପରିବହନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉଛି ଏବଂ ଏକ୍ଷେତ୍ରରେ ମଧ୍ୟ କମ୍ପାନୀ ଅଞ୍ଚଳବାସୀଙ୍କ ଦାବି ଉପରେ ଗୁରୁତ୍ୱ ଦେବେ ବୋଲି ସେ କହିଥିଲେ। ବୁଧବାର ଠାରୁ ପରିବହନ କାର୍ଯ୍ୟ ବନ୍ଦ ହୋଇଥିବାରୁ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ପାଇଁ ଏକ ସେକ୍ସନ ପୋଲିସ ମୁତୟନ କରାଯାଇଥିବା ସ୍ଥାନୀୟ ବାମେବାରୀ ଥାନା ଅଧିକାରୀ ପରେଶ କୁମାର ମହାନ୍ତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲଚାଷ କରି ସ୍ବାବଲମ୍ବୀ ହେଉଛନ୍ତି ଗଞ୍ଜାମ ମହିଳା

ସନ୍ତୋଷ ପାଢୀ ଛତ୍ରପୁର,୨୦ା୩(ଡି.ଏନ୍‌.ଏ.) – ମହିଳା ସବୁ କ୍ଷେତ୍ରରେ ଆଗକୁ ଯାଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଲାଗିଛନ୍ତି।  ଏପରିକି ପୁରୁଷଙ୍କୁ ମଧ୍ୟ କେତେକ...

ଉନ୍ନତୀକରଣ ଅପେକ୍ଷାରେ ଡ୍ରେନେଜ ବ୍ୟବସ୍ଥା

କଟକ ଅଫିସ, ୩୦।୯: କଟକ ଜିଲା ଡ୍ରେନେଜ ଡିଭିଜନ ପକ୍ଷରୁ ୨୦୨୧-୨୨ ଆର୍ଥତ୍କ ବର୍ଷରେ ଟାଙ୍ଗି-ଚୌଦ୍ୱାର, ବାଙ୍କୀ, ବଡ଼ମ୍ବା, ଆଠଗଡ଼ ଆଦି ଅଞ୍ଚଳରେ ଡ୍ରେନେଜ ବ୍ୟବସ୍ଥା...

ଜଳକା ନଦୀ ବନ୍ଧରେ ୨୦ ଫୁଟ ଘାଇ

ବସ୍ତା,୨୧ା୮(ଡି.ଏନ.ଏ) : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧୀନ ପତ୍ରଝଡ଼ା ପଞ୍ଚାୟତର ସରଡ଼ିହା ନିକଟରେ ଶୁକ୍ରବାର ଜଳକା ନଦୀବନ୍ଧରେ ୨୦ ଫୁଟର ଘାଇ ହୋଇଛି। ଫଳରେ...

କରୋନାରୁ ରକ୍ଷା ପାଇଁ ମା’ ଅମ୍ବିକା ମନ୍ଦିରରେ ଦୀପଦାନ

ବାରିପଦା ଅଫିସ, ୧୫ା୩ -ସାରା ବିଶ୍ୱରେ ମହାମାରୀ ରୂପ ନେଇଥିବା କରୋନା ଭାଇରସ ଦାଉରୁ ରକ୍ଷା ପାଇବା ଲାଗି ସ୍ଥାନୀୟ ‘ହେଲ୍ପିଂ ବୟ’ ଅନୁଷ୍ଠାନ ପକ୍ଷରୁ...

ବାଇକ୍‌ ଡିକି ଭାଙ୍ଗି ୬ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

କୋକସରା,୨୯ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ମୋଟେର ଛକ ନିକଟରେ ବାଇକ୍‌ ଡିକି ଭାଙ୍ଗି ୬ ଲକ୍ଷ ଲୁଟ୍‌ ହୋଇଥିବା ନେଇ ବାପପୁଅ କୋକସରା ପୋଲିସରେ...

ଭଉଣୀଙ୍କ ମିଳୁନି ପତ୍ତା: ମାରିଦେଇଥିବା ଅଭିଯୋଗ ଆଣିଲେ ଭାଇ

ଝାରସୁଗୁଡ଼ା ଅଫିସ,୧୪।୭: ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା କତରବଗା ଗ୍ରାମର ଗୌର ପ୍ରଧାନଙ୍କ ସ୍ତ୍ରୀ ଗୀତାଞ୍ଜଳି (୩୮) ଗତ ୩୦ତାରିଖରୁ ନିଖୋଜ ହୋଇଯାଇଛନ୍ତି। ଘଟଣାକୁ ୧୫ଦିନ...

ମାଲକାନଗିରିରେ ବନ୍ୟା ପରିସ୍ଥିତି: ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଏସଆରସି

ମାଲକାନଗିରି,୩୧ା୭ (ଡି.ଏନ୍‌.ଏ./ସ୍ବ.ପ୍ର.): ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ବୁଧବାର ମାଲକାନଗିରି ଜିଲା ଗସ୍ତ କରି ବନ୍ୟା କ୍ଷୟକ୍ଷତିର...

ବାଲେଶ୍ୱର ଏସ୍‌ପି ଭାବେ ଦାୟିତ୍ୱ ଗ୍ରହଣ କଲେ ସୁଧାଂଶୁ ଶେଖର ମିଶ୍ର

ବାଲେଶର ଅଫିସ,୪।୬: ବାଲେଶ୍ୱର ଏସ୍‌ପି ଭାବେ ସୁଧାଂଶୁ ଶେଖର ମିଶ୍ର ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ କଟକ କ୍ରାଇମବ୍ରାଞ୍ଚ ଏସ୍‌ପି ଭାବରେ...

Advertisement
Archives

Model This Week