ଏସିଆର ମହଙ୍ଗା ଛାଡ଼ପତ୍ର: ରାତାରାତି କୋଟିପତି ପାଲଟିଲେ ମହିଳା

ବେଜିଂ, ୨।୬: ଏସିଆର ଏକ ମହଙ୍ଗା ଛାଡ଼ପତ୍ରରେ ଜଣେ ମହିଳା ରାତାରାତି କୋଟିପତି ପାଲଟି ଯାଇଛନ୍ତି। ଚାଇନା ଶେଜ୍ନେନର କାଙ୍ଗଟଇ ବାୟୋଲୋଜିକାଲ ପ୍ରଡକ୍ଟର ଅଧ୍ୟକ୍ଷ ଡ୍ୟୁ ଓ୍ବେଇମିନ୍‌ ତାଙ୍କ ପୂର୍ବତନ ସ୍ତ୍ରୀ ୟୁଆନ୍‌ ଲିପିଂଙ୍କୁ ଛାଡ଼ପତ୍ର କ୍ଷତିପୂରଣ ବାବଦରେ ଭାକସିନ୍‌ ମେକରର ୧୬୧.୩ ନିୟୁତ ଶେୟାର ପ୍ରଦାନ କରିଛନ୍ତି। ଏହାଦ୍ୱାରା ଲିପିଂ ରାତାରାତି ପୃଥିବୀର କୋଟିପତି ତାଲିକାରେ ସାମିଲ ହୋଇଯାଇଛନ୍ତି। ସୋମବାର ପର୍ଯ୍ୟନ୍ତ ଏହାର ଷ୍ଟକ୍‌ର ମୂଲ୍ୟ ୩.୨ ଶହ କୋଟି ଡଲାର ଥିଲା। କାଙ୍ଗଟଇର ଶେୟାର ଗତ ଏକବର୍ଷ ମଧ୍ୟରେ ଦୁଇଗୁଣାରୁ ଅଧିକରେ ପହଞ୍ଚିଥିଲା। ଫେବୃୟାରୀ ପରେ ଏହାର ମୂଲ୍ୟରେ ବୃଦ୍ଧି ଘଟି ଚାଲିଥିଲା। ନିକଟରେ କମ୍ପାନୀ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ସମ୍ପର୍କରେ ଘୋଷଣା କରିଥିଲା। ତେବେ ମଙ୍ଗଳବାର ଛାଡ଼ପତ୍ର ସର୍ତ୍ତ ଖବର ମିଳିବା ପରେ କମ୍ପାନୀର ଶେୟାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ପୂର୍ବାହ୍ନ ୯ଟା ୪୩ ସୁଦ୍ଧା ଏଥିରେ ୩.୧ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି। ଏହାପରେ କମ୍ପାନୀର ବଜାର ମୂଲ୍ୟ କମି ୧୨.୯ ଶହ କୋଟି ଡଲାରରେ ପହଞ୍ଚିଛି। ୫୬ ବର୍ଷିୟ ଡ୍ୟୁ ଚାଇନାର ଜିୟାଙ୍ଗ୍‌ଶିି ପ୍ରଦେଶରେ ଏକ ଚାଷୀ ପରିବାରରେ ହୋଇଥିଲା। ୨୦୦୯ରେ ସେ କଙ୍ଗଟାଇ ଅଧିଗ୍ରହଣ କରିଥିଲେ। ସେହିପରି ଲିପିଂ କାନାଡ଼ାର ବାସିନ୍ଦା। ଏବେ ସେ ଚାଇନାର ଶେଜ୍ନେନ୍‌ରେ ବାସ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ଫେରିଲା କରୋନା: ଶୁଲାନ ସହର ଲକ୍‌ଡାଉନ

ବେଜିଂ,୧୧।୫: ଚାଇନାକୁ ପୁଣି ଫେରିଛି କରୋନା। ରୁଷ ସୀମା ନିକଟରେ ଅବସ୍ଥିତ ଜିଲିନ ଅଞ୍ଚଳରେ ଥିବା ଶୁଲାନ ସହରରେ ୧୭ ଜଣ କରୋନାରେ ସଂକ୍ରମିତ ହୋଇଥିବା...

କୋଭିଡ୍‌ର ନୂଆ ଭାରିଏଣ୍ଟ ଚିହ୍ନଟ

ଲଣ୍ଡନ, ୧୫।୯: ଆମେରିକା ସମେତ ବିଶ୍ୱର ଏକାଧିକ ରାଷ୍ଟ୍ରରେ କୋଭିଡ୍‌ର ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ଏହି ନୂଆ ଭାରିଏଣ୍ଟର ନାମ ଓମିକ୍ରନ୍‌ ବିଏ.୪.୬ ହୋଇଥିବା...

ଫିଙ୍ଗର ୪ ଖାଲି କଲା ଚାଇନା

ବେଜିଂ, ୧୬ା୨: ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟ ଫିଙ୍ଗର ୪ରୁ ସେନା ପ୍ରତ୍ୟାହାର କରିଛି ଚାଇନା। ଗତ ବର୍ଷ ଚାଇନାର ପିପଲ୍ସ ଲିବରେଶନ ଆର୍ମୀ...

ସେନା ବିମାନରେ ଦେଶ ଛାଡ଼ି ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୧୩।୭: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ ଦେଶ...

ବେଡ୍‌ରୁମ୍‌ରୁ ଶୁଭୁଥିଲା ନାଗ ସାପର ସୁ-ସୁ ଗର୍ଜନ, ଡରିଗଲେ ମହିଳା; ପାଖକୁ ଯାଇ ଦେଖିବାରୁ…

ସିଙ୍ଗାପୁର: ସାପ ନାଁ ଶୁଣିଲେ ଭୟରେ ଦେହ ଥରି ଉଠେ। ଆଉ ଯଦି ନାଗ ସାପର ନାଁ କାନରେ ପଡ଼ିଯାଏ ତେବେ ଦେହରୁ ଗମ୍‌ଗମ୍‌ ଝାଳ...

ଖାଦ୍ୟ ସଙ୍କଟରେ ଭୂକମ୍ପ ବିପନ୍ନ

ଆଙ୍କାରା/ଡାମାସକସ୍‌,୧୦।୨:ତୁର୍କୀ ଓ ସିରିଆରେ ପ୍ରଳୟଙ୍କରୀ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ଗୁରୁବାର ୧୯,୩୦୦ ଟପିଛି। ଭୂକମ୍ପକୁ ୪ ଦିନ ବିତିଥିଲେ ହେଁ ପ୍ରବଳ ଥଣ୍ଡା ଯୋଗୁ ହଜାର ହଜାର...

ବୋରିସ ଜନସନଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି

ନୂଆଦିଲ୍ଲୀ/ଲଣ୍ଡନ,୧୩।୧୨: ବ୍ରିଟେନରେ ୧୯୨୩ ପରେ ପ୍ରଥମଥର ଲାଗି ଡିସେମ୍ବରରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆଉ ଏହି ନିର୍ବାଚନରେ କଞ୍ଜରଭେଟିଭ ପାର୍ଟି ବହୁମତରେ ନିର୍ବାଚନ ଜିତିଥିବା...

ଅଶୋଧିତ ତେଲ ଦାମ ଟଏଲେଟ୍‌ ପେପରଠାରୁ ବି କମ !

ଓ୍ବାଶିଂଟନ,୨୩।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। ବହୁ ଦେଶରେ ଲକ୍‌ ଡାଉନ୍‌ ଯୋଗୁ ଧୀରେଧୀରେ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିିଛି। ଏପରିସ୍ଥଳେ...

Advertisement
Archives

Model This Week