Posted inଖେଳ

ଏସବୁ ସୁନ୍ଦରୀ କ୍ରିକେଟର: ପଡ଼ିଆରେ ମାରନ୍ତି ଚଉକା ଛକା

ଓ୍ବାଶିଂଟନ,୨୬।୧୨: ଦୁନିଆର ମହିଳା କ୍ରିକେଟ ଦଳରେ ଥିବା କେତେକ ସୁନ୍ଦରୀ କ୍ରିକେଟର ଦେଖିବାକୁ ଯେମିତି ଖେଳ ପଡ଼ିଆରେ ତାଙ୍କର ଯାଦୁ ମଧ୍ୟ ସେମିତି। ସେମାନେ ପଡ଼ିଆକୁ ହାତରେ ବ୍ୟାଟ୍‌ ଧରି ଓହ୍ଲାଇଲେ ଦର୍ଶକମାନେ ତାଳି ମାରି ସ୍ବାଗତ କରିଥାନ୍ତି। ବୋଲରଙ୍କ ବଲ୍‌କୁ ଅନାୟସରେ ଚଉକା ଛକାରେ ପରିଣତ କରିବା ତାଙ୍କ ପାଇଁ ଅତି ସହଜ ମନେ ହୋଇଥାଏ। ସେମାନଙ୍କ ମଧ୍ୟରେ ରହିଛନ୍ତି ଏଲିସ୍‌ ପେରି। ଏହି ଅଷ୍ଟ୍ରେଲିଆନ୍‌ ଖେଳାଳି ଉଭୟ ମହିଳା କ୍ରିକେଟ୍‌ ଏବଂ ଫୁଟବଲରେ ଦେଶର ପ୍ରତିନିଧିତ୍ୱ କରିଥାନ୍ତି। ତାଙ୍କର ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ବେଶ୍‌ ଖ୍ୟାତି ରହିଛି। ସେ ଇତିମଧ୍ୟରେ ୮ ଟେଷ୍ଟ, ୧୦୯ ଏକ ଦିବସୀୟ ମ୍ୟାଚ୍‌ ଏବଂ ୧୧୦ ଟି-୨୦ ଖେଳିସାରିଛନ୍ତି। ସେ ୪ ହଜାର ରନ୍‌ ସଂଗ୍ରହ କରିଥିବାବେଳେ ୨୫୦ରୁ ଅଧିକ ଓ୍ବିକେଟ୍‌ ନେଇଛନ୍ତି। ଇଂଲଣ୍ଡର ସାରା ଟେଲରଙ୍କର ମଧ୍ୟ କ୍ରିକେଟରେ ଖ୍ୟାତି ରହିଛି। ଏବେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ସମ୍ପର୍କରେ ଘୋଷଣା କରିଛନ୍ତି। ସେ ୨୦୦୬ରୁ ନିଜର କ୍ୟାରିଅର ଆରମ୍ଭ କରି ୧୦ ଟେଷ୍ଟ, ୧୨୬ ଏକଦିବସୀୟ ଏବଂ ୯୦ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଅନ୍ୟତମ ସୁନ୍ଦରୀ କ୍ରିକେଟରଙ୍କ ମଧ୍ୟରେ ଭାରତ ସ୍ମୃତି ମନ୍ଧାନାଙ୍କ ବେଶ୍‌ ଖ୍ୟାତି ରହିଛି। ସେ ଇତିମଧ୍ୟରେ ସେ ୨ଟି ଟେଷ୍ଟରେ ୮୧ ରନ୍‌, ୫୧ ଏକଦିବସୀୟ ମ୍ୟାଚ୍‌ରେ ୨୦୨୫ ରନ୍‌ ଏବଂ ୬୬ ଟି-୨୦ ମ୍ୟାଚ୍‌ ଖେଳି ୧୪୫୧ ରନ୍‌ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅସ୍ତ୍ରୋପଚାର ସଫଳ, ଟିମ୍‌କୁ ଖୁବ୍‌ଶୀଘ୍ର ଫେରିବେ ବୁମ୍‌ରା

ନୂଆଦିଲ୍ଲୀ,୮।୩: ଭାରତୀୟ ଟିମ୍‌କୁ ହୋଲି ଅବସରରେ ଏକ ବଡ଼ ଖୁସି ଖବର ମିଳିଛି। ଟମ୍‌ ଇଣ୍ଡିଆର ଦ୍ରୁତ ବୋଲର୍‌ ଜସପ୍ରୀତ୍‌ ବୁମ୍‌ରାଙ୍କ ପିଠିରେ ହୋଇଥିବା ସର୍ଜରୀ...

ବିଶ୍ୱର ଦ୍ୱିତୀୟ କ୍ରିକେଟର୍‌ ଭାବେ ଏମିତି କାରନାମା କଲେ ଗ୍ୟାରି

ହରାରେ,୮।୨: ୱେଷ୍ଟଇଣ୍ଡିଜ ଏବଂ ଜିମ୍ବାୱେ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଗ୍ୟାରି ବାଲାନ୍ସ ଇତିହାସ ସୃଷ୍ଟି କରିଛନ୍ତି। ଜିମ୍ବାୱେ ପାଇଁ ପାଞ୍ଚ ନମ୍ବରରେ ବ୍ୟାଟିଂ...

ଏହି କାରଣରୁ ବଡ଼ ଇନିଂସ ଖେଳିପାରୁନାହାନ୍ତି କୋହଲି

ମୋହାଲି,୫।୩: ଶ୍ରୀଲଙ୍କା ବିପକ୍ଷରେ ଭାରତ ଖେଳୁଥିବା ପ୍ରଥମ ଟେଷ୍ଟ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ସ୍ବତନ୍ତ୍ର ଥିଲା। କାରଣ ଏହା ତାଙ୍କ କ୍ୟାରିୟରର ୧୦୦ତମ...

ବିଶ୍ୱକପ୍‌ ‘ସବୁଠୁ ଚ୍ୟାଲେଞ୍ଜିଂ’ ରହିବ: କୋହଲି

ମୁମ୍ବାଇ, ୨୨।୫(ପି.ଟି.)- ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଚଳିତ ମାସ ଶେଷ ଭାଗରେ ଗ୍ରେଟ୍‌ ବ୍ରିଟେନରେ ଆରମ୍ଭ ହେବାକୁ ଯାଉଛି। ରାଉଣ୍ଡ ରବିନ ଫର୍ମାଟ୍‌ ଭିତ୍ତିକ...

ସମ୍ମାନ ରକ୍ଷା ପାଇଁ ପଡିଆକୁ ଓହ୍ଲାଇଲା ଭାରତ: ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି

କାନବେରା,୨।୧୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ କାନବେରାରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତ ଟସ୍‌...

ଇଣ୍ଡିଆନ ସୁପର ଲିଗ୍‌: ଚେନ୍ନାଇନ ବିଜୟୀ

ମାରଗାଓ,୨୦।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇନ୍‌ ଏଫ୍‌ସି ୨-୧ ଗୋଲରେ ଏଫ୍‌ସି ଗୋଆକୁ ପରାସ୍ତ କରିଛି। ଏଥିସହ ଚେନ୍ନାଇନ ୬ଟି...

ଗୋଟିଏ ମ୍ୟାଚ୍‌ରେ ଏକାଠି ବ୍ୟାଟିଂ କରିଥିଲେ ଗାଭାସ୍କର-ଇମ୍ରାନ ଖାନ

ନୂଆଦିଲ୍ଲୀ,୬।୭- ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଦେଖିବାକୁ କ୍ରିକେଟ୍‌ପ୍ରେମୀ ସବୁବେଳେ ଉତ୍କଣ୍ଠାର ସହ ଚାହିଁ ରହିଥାନ୍ତି। ଯେତେବେଳେ ଏହି ଦୁଇ ଦେଶ ମଧ୍ୟରେ ମ୍ୟାଚ୍‌...

୬ରୁ ସାହାଣୀ କପ୍‌ ଫୁଟବଲ

ସୁୁନ୍ଦରଗଡ଼, ୫।୨: ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ପକ୍ଷରୁ ୬ତାରିଖ ଶନିବାରଠାରୁ ସୁନ୍ଦରଗଡ଼ରେ ୬୧ତମ ଆନ୍ତଃ ଜିଲା ଫୁଟବଲ ପ୍ରତିଯୋଗିତା ସାହାଣୀ କପ୍‌ ୨୦୨୦-୨୧...

Advertisement
Archives

Model This Week