Advertisement

ଏଲିଡି ଲାଇଟ୍‌ ବଣ୍ଟନ, ସଚେତନତା ଶିବିର:‘କମ୍‌ ବିଦ୍ୟୁତ ଖର୍ଚ୍ଚରେ ଅଧିକ ଆଲୋକ ମିଳିପାରିବ’

ଯାଜପୁର ରୋଡ,୨|୮(ନି.ପ୍ର.)- ଯାଜପୁର ରୋଡ ବିଦ୍ୟୁତ୍‌ ବିଭାଗ ତରଫରୁ ଗୁରୁବାର ବ୍ୟାସନଗର ପୌରପରିଷଦ ଅନ୍ତର୍ଗତ ଖଣ୍ଡାହାତ ଗ୍ରାମରେ ବିପିଏଲ କାର୍ଡଧାରୀଙ୍କୁ ଏଲ୍‌ଇଡି ବଲ୍‌ବ ବଣ୍ଟନ କରାଯାଇଛି। ଏହି ଅବସରରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଯାଜପୁର ରୋଡ୍‌ ବିଦ୍ୟୁତ୍‌ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ତପନ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ। ଏଲ୍‌ଇଡି ବଲ୍‌ବର ବ୍ୟବହାର ଦ୍ୱାରା କମ୍‌ ବିଦ୍ୟୁତ ଖର୍ଚ୍ଚରେ ଅଧିକ ଆଲୋକ ମିଳିପାରିବ ଯାହା ଦ୍ୱାରା ଉପଭୋକ୍ତା ଉପକୃତ ହୋଇପାରିବେ ବୋଲି ଯନ୍ତ୍ରୀ କହିଥିଲେ। ଯାଜପୁର ରୋଡ୍‌ ବିଦ୍ୟୁତ୍‌ ଉପଖଣ୍ଡର ଏସ୍‌ଡିଓ ପାର୍ଥସାରଥୀ ଦାସ ଶିବିରରେ ସଭାପତିତ୍ୱ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନେସ୍କୋ ୟୁଟିଲିଟିର ପ୍ରମୋଦ କୁମାର ଭଦ୍ରା, ଦଳା ସେକସନ୍‌ର କନିଷ୍ଟ ଯନ୍ତ୍ରୀ ମିଲନ କୁମାର ନାଥ, ଦାନଗଦୀ କନିଷ୍ଟ ଯନ୍ତ୍ରୀ ଗଦାଧର ବିନ୍ଧାଣୀ, କଳ୍ପତରୁ ସାହୁ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସହକାରୀ ପ୍ରାଣୀ ଚିକିତ୍ସାଧିକାରୀ

ପିପିଲି, ୧୧।୮(ସ୍ବ.ପ୍ର./ଡି.ଏନ୍‌.ଏ): ସରକାରୀ ସହାୟତା ମଞ୍ଜୁର ପାଇଁ ଜଣେ ଚାଷୀଙ୍କଠାରୁ ୬ହଜାର ଟଙ୍କା ଲାଞ୍ଚ ନେଇ ପିପିଲି ପ୍ରାଣୀ ଚିକିତ୍ସା କେନ୍ଦ୍ରର ସହକାରୀ ପ୍ରାଣୀ ଚିକିତ୍ସାଧିକାରୀ...

ସମସ୍ୟା ସମାଧାନ ନ ହେଲେ ଅହିଂସା ପଦଯାତ୍ରା

ବାରିପଦା ଅଫିସ,୩୦ା୧୦- ମୟୂରଭଞ୍ଜ ଜିଲା ବାରିପଦା ତକତପୁର ସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ସମନ୍ବିତ ବିଏଡ, ଏମଏଡ ପାଠ୍ୟକ୍ରମରେ ପଢ଼ୁଥିବା ଛାତ୍ରୀଛାତ୍ରମାନଙ୍କୁ କେବଳ ଏମଏଡ ପାଠ୍ୟକ୍ରମ...

ଥାନା ଆଇଆଇସି ବଦଳି ଦାବିରେ କବିସୂର୍ଯ୍ୟନଗର ବନ୍ଦ

କବିସୂର୍ଯ୍ୟନଗର,୧୧ା୭-କବିସୂର୍ଯ୍ୟନଗର ଥାନା ଆଇଆଇସି ତପନ କୁମାର ପତି ବରିଷ୍ଠ ଓକିଲ ଭଗବାନ ମହାପାତ୍ରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଘଟଣାକୁ ନେଇ ଆନ୍ଦୋଳନ ଜୋର ଧରିଛି। ଓକିଲ...

ଫଳକରେ ଶହୀଦ ପୀଠ ଭାଗ୍ୟ

ବାସୁଦେବପୁର, ୯।୮ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ରକ୍ତତୀର୍ଥ ଇରମ ଶହୀଦ ପୀଠର ଉନ୍ନତୀକରଣ କେବଳ ରାଜ୍ୟ ସଂସ୍କୃତି ପର୍ଯ୍ୟଟନ ବିଭାଗର ଫଳକରେ...

ଦୁର୍ଦ୍ଦଶା ବଢାଉଛି ବିଦ୍ୟୁତ୍‌ କାଟ : ସକାଳ ୬ରୁ ମଧ୍ୟାହ୍ନ ୧୨ ସଂଯୋଗ ବିଚ୍ଛିନ୍ନ

ବଇଣ୍ଡା,୨।୬(ଡି.ଏନ.ଏ.)- ଗ୍ରୀଷ୍ମ ପ୍ରବାହ ଅପେକ୍ଷା ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ଲୋକଙ୍କ ଦୁର୍ଦ୍ଦଶା ବଢାଉଛି। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସଂଯୋଗ କାଟି ଦିଆଯାଉ ଥିବାରୁ ଉପଭୋକ୍ତା...

ଜି.ଉଦୟଗିରି ଥାନାରେ ନୂଆ ଆଇଆଇସି

ଜି.ଉଦୟଗିରି,୩୦।୮(ଡି.ଏନ.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଏସ୍‌ଆଇ ସ୍ବାଗତିକା ବେହେରା ଆତ୍ମହତ୍ୟା ଘଟଣାରେ ଛନ୍ଦି ହୋଇଥିବା ଆଇଆଇସି ରେବତୀ ଶବରଙ୍କୁ ରବିବାର ଜିଲା ପୋଲିସ ମୁଖ୍ୟାଳୟକୁ...

୪୦ ହଜାର ଟଙ୍କା ଜରିମାନା ଆଦାୟ

ଅନୁଗୋଳ ଅଫିସ, ୨୬।୪ – ଅନୁଗୋଳ ପୋଲିସ ପକ୍ଷରୁ ଶନିବାର ଥାନା ଛକରେ ଗାଡ଼ି ଯାଞ୍ଚ କରାଯାଇ ୫୦ ଜଣଙ୍କଠାରୁ ୪୦ ହଜାର ଟଙ୍କାର ଜରିମାନା...

ପ୍ରାତଃଭ୍ରମଣରେ ଯିବାବଳେ ଅଘଟଣ, ମହିଳାଙ୍କ ଜୀବନ ଗଲା

ତାଳଚେର,୧୩।୧୧(ନି.ପ୍ର): ଅନୁଗୋଳ ଜିଲା ତାଳଚେର ବ୍ଲକ ଡେରା ପେଟ୍ରୋଲ ପମ୍ପ ନିକଟରେ ଏକ ଯାତ୍ରୀବାହୀ ବସ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ...

Advertisement
Archives

Model This Week