Posted inଜାତୀୟ

ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମ ଲେଖାଇବେ ରାଜୌରିର ପ୍ରଥମ ଛାତ୍ରୀ

ରାଜୌରି,୨୬।୮: ଜମ୍ମୁ-କଶ୍ମୀରର ରାଜୌରି ଜିଲାରେ ଇରମିମ ଶମିମ ନାମକ ଜଣେ ଛାତ୍ରୀ ପ୍ରଥମ କରି ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌ (ଏମ୍ସ)ରେ ଏମ୍‌ବିବିଏସ୍‌ ପଢିବାର ସୁଯୋଗ ପାଇଛନ୍ତି। ଇରମିମ ଜଣେ ଗୁଜ୍ଜର ସମ୍ପ୍ରଦାୟର ମହିଳା। ଗତ ଜୁନ୍‌ ମାସରେ ଅନୁଷ୍ଠିତ ହୋଇଥିବା ମେଡିକାଲ ଏଣ୍ଟ୍ରାନ୍ସ ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇଛନ୍ତି। ଏବେ ସେ ଏମ୍ସରେ ଏମ୍‌ବିବିଏସ୍‌ର ଛାତ୍ରୀ ଭାବେ ନାମ ଲେଖାଇବେ। ଇରମିମ ଖୁବ୍‌ ପରିଶ୍ରମି ହୋଇଥିବା ବେଳେ ତାଙ୍କ ଗାଁ ଧନୋରରେ ଭଲ ସ୍କୁଲ ନ ଥିବାରୁ ସେ ପ୍ରତିଦିନ ପ୍ରାୟ ୧୦ କିଲୋମିଟର ଚାଲି ଚାଲି ସ୍କୁଲ ଯାଇଥାଆନ୍ତି ବୋଲି ପ୍ରକାଶ କରିଛନ୍ତି। ଇରମିମ ପଛୁଆ ବର୍ଗର ହୋଇଥିବା ବେଳେ ତାଙ୍କ ପରିବାରର ଆର୍ଥିକ ପରିସ୍ଥିତି ମଧ୍ୟ ସେତେ ଭଲ ନୁହେଁ। ହେଲେ ନିଜର ଦୃଢ ମନୋବଳ ପାଇଁ ସେ ଆଜି ଏମ୍ସରେ ପଢିବାର ସୁଯୋଗ ପାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟବାସୀଙ୍କୁ ବଡ଼ ଝଟ୍‌କା, ଜୁନ ମାସ ଶେଷକୁ ବଢ଼ିକି ଆସିବ ବିଜୁଳି ବିଲ୍‌!

ନୂଆଦିଲ୍‌ଲୀ,୧୩।୬: ଗ୍ରାହକମାନଙ୍କୁ ଖୁବଶୀଘ୍ର ମହଙ୍ଗା ବିଜୁଳିର ଝଟକା ଲାଗିପାରେ। କାରଣ ପଶ୍ଚିମ ଏସିଆରେ ଜାରି ରହିଥିବା ଭୂ-ରାଜନୈତିକ ସଙ୍କଟ ଏବଂ ଯୁଦ୍ଧର ସିଧାସଳଖ ପ୍ରଭାବ ବିଦ୍ୟୁତ ଉତ୍ପାଦନ…

ଭିଜିଲାନ୍ସ ଜାଲରେ ମହିଳା ASI, ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା

ଅନୁଗୋଳ, ୧୩।୬: ଅନୁଗୋଳ ଜିଲାର ଜରପଡ଼ା ଥାନାରେ କାର୍ଯ୍ୟରତ ମହିଳା ASI ସୀତା ନାୟକ ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା…

ନେତାନ୍ୟାହୁଙ୍କୁ ଫୋନ କରି ବଡ଼ କଥା କହିଲେ ଟ୍ରମ୍ପ, ଇରାନ ସହିତ ଚୁକ୍ତି ଉପରେ କହିଲେ…

ଓ୍ବାଶିଂଟନ,୧୩।୬: ଏକ ଆକ୍ସିଓସ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଏକ କଥାବାର୍ତ୍ତା ସମୟରେ କହିଥିଲେ ଯେ…

ଟ୍ରମ୍ପ କହୁଛନ୍ତି ଇରାନ ଯୁଦ୍ଧ ଶେଷ , ଶୀଘ୍ର ହେବ ଚୁକ୍ତିନାମା; ତେହରାନ କହୁଛି ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନାହିଁ

ତେହରାନ,୧୩।୬: ଗତ ତିନି ମାସ ଧରି ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦାବି କରିଛନ୍ତି ଯେ ଦୁଇ…

ଫିଟିଲା ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ଗୁମର: ମୃତ୍ୟୁ ପୂର୍ବରୁ ବୟଫ୍ରେଣ୍ଡ୍‌ଙ୍କୁ …

ଭୁବନେଶ୍ୱର,୧୩।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍‌ଙ୍କ ମୃତ୍ୟୁ ଘଟଣାରେ ପର୍ଦ୍ଦାଫାଶ ହୋଇଛି। ଭୀମସେନଙ୍କ ପାଇଁ ଚନ୍ଦ୍ରିକାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ତଥ୍ୟ ମିଳିଛି ବୋଲି…

ମମତା ବାନାର୍ଜୀଙ୍କ ଠାରୁ ଅଲଗା ହେବେ କି ବାବୁଲ ସୁପ୍ରିୟୋ? TMC ଏମପି ନିଜେ ଏକ ବିବୃତ୍ତି ଜାରି କରି କହିଲେ…

କୋଲକାତା,୧୩।୬: ପଶ୍ଚିମବଙ୍ଗ ନିର୍ବାଚନରେ ଭାଜପା ବିପକ୍ଷରେ ଦମନମୂଳକ ପରାଜୟ ପରେ, ଟିଏମସି କ୍ରମାଗତ ଭାବରେ ଭାଙ୍ଗିପଡ଼ିଛି। ମମତା ବାନାର୍ଜୀଙ୍କ ନିକଟତମ ସହଯୋଗୀମାନେ ଗୋଟିଏ ପରେ ଗୋଟିଏ ତାଙ୍କ…

ଚାମେଲିଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ ସମାବେଶ:ଥାନା ସମ୍ମୁଖରେ ପୋଲିସ ପଇଁତରା

ମହାକାଳପଡ଼ା,୧୩।୬(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡ଼ିଓ ଚାମ୍ବରରେ ତିଖିରୀ ସରପଞ୍ଚ ଚାମେଲୀ ଓଝା ଭିଡ଼ିଓ ରେକର୍ଡକୁ ନେଇ ବିଡ଼ିଓ ରବି ନାରାୟଣ ଆଚାର୍ଯ୍ୟ ଥାନାରେ…

୭ ମାସର ଗର୍ଭବତୀ ପରେ ପ୍ରେମିକାଙ୍କୁ ପ୍ରତାରଣା; ବଳାତ୍କାର ଅଭିଯୋଗରେ ପ୍ରେମିକଙ୍କୁ …

ଦିଗପହଣ୍ଡି,୧୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଦୀର୍ଘଦିନ ଧରି ଭଲ ପାଉଥିଲେ ପଡୋଶୀ ଗଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri