Posted inରାଜ୍ୟ

ଏମ୍‌ପି, ବିଧାୟକଙ୍କୁ ସମ୍ବର୍ଦ୍ଧନା

ଢେଙ୍କାନାଳ ଅଫିସ, ୧।୬: ଢେଙ୍କାନାଳ ଏବଂ ଅନୁଗୋଳ ଜିଲାର ନବନିର୍ବାଚିତ ଏମ୍‌ପି ଏବଂ ବିଧାୟକଙ୍କୁ ଶୁକ୍ରବାର ସମ୍ବର୍ଦ୍ଧିତ କରାଯାଇଛି। ଏ ନେଇ ଢେଙ୍କାନାଳ ଜିଲା ବିଜେଡି ପକ୍ଷରୁ ସ୍ଥାନୀୟ ମିନିଷ୍ଟାଡିୟମ ପରିସରରେ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା।
ଖଣି, ଇସ୍ପାତ ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ତଥା କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ, ଏମ୍‌ପି ମହେଶ ସାହୁ, ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଲଲହଡ଼ା ବିଧାୟକ ମୁକେଶ ପାଲ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କୁ ଦଳୀୟ ସଙ୍ଗଠନ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଏମ୍‌ପି ଏବଂ ବିଧାୟକମାନେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଏବଂ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଥିପୂର୍ବରୁ ସ୍ଥାନୀୟ କଲେଜ ବାଇପାସ୍‌ଠାରୁ ନବନିର୍ବାଚିତ ପ୍ରତିନିଧିଙ୍କୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଦଳୀୟ କର୍ମୀମାନେ ପାଛୋଟି ଆଣିଥିଲେ। ବାଜିଚୌକସ୍ଥିତ ଶହୀଦ ମୀନାରଠାରେ ଶହୀଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଶୋଭାଯାତ୍ରା ମିନି ଷ୍ଟାଡିୟମରେ ପହଞ୍ଚତ୍ଥିଲା। ଢେଙ୍କାନାଳ ବିଧାନସଭା କ୍ଷେତ୍ର ଅଧୀନ ଭାପୁର ପଞ୍ଚାୟତରୁ ବିଜେଡିକୁ ଅଧିକ ଭୋଟ ମିଳିଛି। ଏଥିପାଇଁ ବିଧାୟକ ସୁଧୀର କୁମାର ସାମଲ ଉକ୍ତ ପଞ୍ଚାୟତକୁ ପୁରସ୍କୃତ କରିଥିଲେ। ନଗର ବିଜେଡି ସଭାପତି ଇନ୍ଦ୍ରମଣି ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ଦେବାଶିଷ ମିଶ୍ର ସଂଯୋଜନା କରିଥିଲେ। ଜିଲା ସହ ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ, ଜିଲା ମହିଳା ବିଜେଡି ସଭାନେତ୍ରୀ ସାଇଶ୍ରୀ ପଟ୍ଟନାୟକ, ଯୁବ ବିଜେଡି ସଭାପତି ଧର୍ମାନନ୍ଦ ପରିଡ଼ା, ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର, ହର୍ଷବର୍ଦ୍ଧନ ସିଂଦେଓଙ୍କ ସମେତ ବିଭିନ୍ନ ବ୍ଲକର ଅଧ୍ୟକ୍ଷା ଅଧ୍ୟକ୍ଷ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦ରେ ମହାପ୍ରଭୁ ପିନ୍ଧିବେ ଘୋଡ଼

ପୁରୀ ଅଫିସ,୧୮ା୧୨: ଶୀତ ଜୋର୍‌ ଧରିବା ଆରମ୍ଭ କଲାଣି। ତେଣୁ ମହାପ୍ରଭୁଙ୍କୁ ଶୀତ ପ୍ରକୋପରୁ ସୁରକ୍ଷିତ ରଖିବା ପାଇଁ ଘୋଡ଼ ଲାଗି କରାଯିବ। ଦରଜି ସର୍ଦ୍ଦାର...

ପ୍ରକାଶ ପାଇଛି ବିଜ୍ଞପ୍ତି: କାଳିଆ ଯୋଜନାରେ ସାମିଲ ଅଯୋଗ୍ୟ ହିତାଧିକାରୀଙ୍କ ଟଙ୍କା ଫେରିବ

ଭୁବନେଶ୍ୱର, ୬ା୮(ବ୍ୟୁରୋ): କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫୧ଲକ୍ଷ ହିତାଧିକାରୀଙ୍କୁ ସରକାର ଅର୍ଥ ପ୍ରଦାନ କରିଛନ୍ତି। ଆଗକୁ ଆଉ ୨୪ ଲକ୍ଷ କ୍ଷୁଦ୍ର, ନାମମାତ୍ର ଏବଂ...

ଏସ୍‌ଆଇ ନିଯୁକ୍ତି ବିଜ୍ଞପ୍ତି ଉପରେ ରହିତାଦେଶ

କଟକ ଅଫିସ,୧୧ା୨: ଓଡ଼ିଶା ପୋଲିସ ସବ୍‌ଇନ୍ସପେକ୍ଟର (ଏସ୍‌ଆଇ) ନିଯୁକ୍ତି ନେଇ ୨୦୨୧ ଜୁନ୍‌ ୨୨ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଉପରେ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଦେଇଛନ୍ତି।...

ସିୱାଇଏସ୍‌ଡିର ବଜେଟ୍‌ ବ୍ୟବଚ୍ଛେଦ: ପୂର୍ବ ଘୋଷିତ ଯୋଜନା ପାଇଁ ସାମାଜିକ ବିକାଶକୁ ଅଣଦେଖା

ଭୁବନେଶ୍ୱର, ୩ା୭(ବ୍ୟୁରୋ): ଚଳିତ ଆର୍ଥତ୍କ ବର୍ଷର ରାଜ୍ୟ ବଜେଟ୍‌ ବ୍ୟୟବରାଦ ଗତ ବର୍ଷ ତୁଳନାରେ ୧୫.୭ ପ୍ରତିଶତ ବୃଦ୍ଧି ଘଟିଛି। ସେହି ଅନୁସାରେ ସାମାଜିକ କ୍ଷେତ୍ରର...

ମାଓବାଦୀ-ଗ୍ରାମବାସୀଙ୍କ ଲଢ଼େଇ: ପ୍ରତିଶୋଧ ପରାୟଣ ହୋଇ ମାଓବାଦୀ ଜାଳିଦେଲେ ୧୦ ଘର

ମାଲକାନଗିରି,୨୬।୧(ସ୍ବ.ପ୍ର.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ଶନିବାର ରାତିରେ ମାଓବାଦୀଙ୍କୁ କଡ଼ା ବିରୋଧ କରାଯାଇଥିଲା। ମାଓବାଦୀ ଗ୍ରାମବାସୀଙ୍କ ମଧ୍ୟରେ ହୋଇଥିବା ଏହି ଲଢ଼େଇରେ ଜଣେ ମାଓବାଦୀଙ୍କ...

ବଦଳିଲା ପାର୍କ ସମୟ: ଶଟ୍‌ଡାଉନ୍‌ରେ ବନ୍ଦ

ଭୁବନେଶ୍ୱର, ୩।୬(ବ୍ୟୁରୋ): ବିଏମ୍‌ସି ଅଧୀନ ସବୁ ପାର୍କ ସମୟରେ ପରିବର୍ତ୍ତନ କରାଯାଇଛି। ଏଣିକି ସକାଳ ୫ ଟାରୁ ୧୦ଟା ଓ ଅପରାହ୍ନ ୪ରୁ ସନ୍ଧ୍ୟା ୬ଟା...

ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୧୮।୭(ବ୍ୟୁରୋ): ଅପରାହ୍ନ ୪ଟା ଯାଏ ପୁଣି ଗୃହ ମୁଲତବୀ। ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଯୋଗୁ ବାଚସ୍ପତି ଗୃହ ମୁଲତବୀ ଘୋଷଣା କରିଛନ୍ତି। ସୂଚନାନୁସାରେ, ସୋମବାରଠୁ ଖାଉଟି...

ଅତିରିକ୍ତ ବଜେଟ ପାଇଁ ଚାଲିଛି ପ୍ରସ୍ତୁତି: ଆଜି ସବୁ ବିଭାଗ ପକ୍ଷରୁ ଖର୍ଚ୍ଚ ଦାବି ପ୍ରସ୍ତାବ ଦେବାର ଶେଷ ଦିବସ

ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ): ଓଡ଼ିଶା ବିଧାନସଭାର ଶୀତଅଧିବେଶନ ଆସନ୍ତା ନଭେମ୍ବର ମାସ ଅଧାରେ ହେବ ବୋଲି ଜଣାପଡିଛି। ଏହି ଅଧିବେଶନ କାଳରେ ରାଜ୍ୟ ସରକାର ଅତିରିକ୍ତ ଖର୍ଚ୍ଚ...

Advertisement
Archives

Model This Week