ଏମ୍‌କେସିଜି ପଥ୍ୟ ବିଭାଗ ପଙ୍ଗୁ

ବ୍ରହ୍ମପୁର ଅଫିସ,୨୩ା୧୨-ବ୍ରହ୍ମପୁର ମେଡିକାଲକୁ ଦକ୍ଷିଣ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଖୋର୍ଦ୍ଧା ଓ ପୁରୀ ଜିଲାରୁ ପ୍ରତିଦିନ ରୋଗୀ ଆସିଥାନ୍ତି। ଏମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ସହ ମାଗଣାରେ ଖାଦ୍ୟ ଓ ଔଷଧ ଯୋଗାଇ ଦେବା ନେଇ ସରକାର ଅନେକ ଯୋଜନା କରିଛନ୍ତି। ନିୟମ ରହିଛି, କେଉଁ ରୋଗୀଙ୍କୁ କିଭଳି ଖାଦ୍ୟ ଦିଆଯିବ, ସେନେଇ ଜଣେ ଡାଏଟିସିଆନ ପରାମର୍ଶ ଦେବା ଜରୁରୀ। ହେଲେ ଏମ୍‌କେସିଜି ମେଡ଼ିକାଲରେ ଗତ ୬ ବର୍ଷରୁ ଊର୍ଦ୍ଧ୍ୱ ହେଲା କେହି ଡ଼ାଏଟିସିଆନ ନାହାନ୍ତି। ଏଣୁ ଭେଷଜ ବିଭାଗ ଏବେ ପଙ୍ଗୁ ହୋଇଯାଇଥିବା ଦେଖିବାକୁ ମିଳିଛି। ଡ଼ାଏଟିସିଆନ ନ ଥିବାରୁ ପ୍ରତିଦିନ ରୋଗୀମାନଙ୍କୁ ଦିଆଯାଉଥିବା ଖାଦ୍ୟ ଯାଞ୍ଚ ହୋଇପାରୁନାହିଁ। ୨ ଜଣ ନର୍ସ ଏବେ ଏମ୍‌କେସିଜିରେ ଡ଼ାଏଟିସିଆନ ଦାୟିତ୍ୱ ତୁଲାଉଛନ୍ତି। ରୋଗୀମାନେ ପୁଷ୍ଟିକର ଖାଦ୍ୟ ପାଉଛନ୍ତି କି ନାହିଁ ସେନେଇ ପ୍ରଶ୍ନ ଉଠିଛି। ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ରହିଛି ପଥ୍ୟ ବିଭାଗ। ବିନା ଡ଼ାଏଟିସିଆନରେ ବିଭାଗ ଏବେ ପଙ୍ଗୁ ପାଲଟିଯାଇଛି। ପ୍ରତିଦିନ ଶୁଖିଲା ଖାଦ୍ୟରେ ବ୍ରେଡ ଓ କ୍ଷୀର ଏବଂ ରନ୍ଧା ଖାଦ୍ୟରେ ଭାତ, ଡ଼ାଲି ଓ ତରକାରି ଦିଆଯାଉଛି। ସୋମବାର, ଗୁରୁବାର ଓ ଶନିବାର ନିରାମିଷ ଖାଦ୍ୟ ଦିଆଯାଉଛି। ମଙ୍ଗଳବାର, ବୁଧବାର, ଶୁକ୍ରବାର ଓ ରବିବାର ଆମିଷ ଦିଆଯାଉଛି ବୋଲି ବିଭାଗ ସୂତ୍ରରୁ ପ୍ରକାଶ। ଏହି ଖାଦ୍ୟ ଦେବା ପାଇଁ ଏକ ଘରୋଇ ସଂସ୍ଥାକୁ ଠିକା ଦିଆଯାଇଛି। ସମ୍ପୃକ୍ତ ସଂସ୍ଥା କିଭଳି ଖାଦ୍ୟ ପ୍ରସ୍ତୁତ କରୁଛି ତା’ର ମାନ ଯାଞ୍ଚ କରିବା ପାଇଁ ଡ଼ାଏଟିସିଆନ ନାହାନ୍ତି। ଏମ୍‌କେସିଜି ମେଡିକାଲ ସ୍ବାସ୍ଥ୍ୟ ବିକାଶ ସମିତି ବୈଠକରେ ଖାଦ୍ୟ ମାନ ଯାଞ୍ଚ ପାଇଁ ନିଷ୍ପତ୍ତି ହେବା ସହ ଡ଼ାଏଟିସିଆନ ପଦବୀ ପୂରଣ ପାଇଁ ମଧ୍ୟ ପୂର୍ବରୁ ଅନେକଥର ଆଲୋଚନା ହୋଇଥିଲା। ହେଲେ ଅଦ୍ୟାବଧି କୌଣସି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇନାହିଁ। ଟିବି ଓ କ୍ୟାନସର ରୋଗୀଙ୍କ ପାଇଁ ଦୈନିକ ଖାଇବା ବାବଦରେ ୬୦ ଟଙ୍କା ମିଳୁଥିବା ବେଳେ ସାଧାରଣ ରୋଗୀଙ୍କ ପାଇଁ ୫୦ ଟଙ୍କା ମିଳୁଛି। ସମ୍ପ୍ରତ୍ତି ମହଙ୍ଗା ଯୁଗରେ ଏହି ସୀମିତ ଅନୁଦାନରେ ରୋଗୀଙ୍କୁ କେଉଁ ମାନର ଖାଦ୍ୟ ଦିଆଯାଉଛି ତାହା ଯାଞ୍ଚ କରିବା ନିହାତି ଆବଶ୍ୟକ। ସେପଟେ ଡ଼ାଏଟିସିଆନ ପଦବୀ ପୂରଣ କରିବା ପାଇଁ ମେଡିକାଲ ତରଫରୁ ସରକାରଙ୍କୁ ବାରମ୍ବାର ଚିଠି ଲେଖାଯାଉଛି। ଅନ୍ୟପଟେ ଖାଦ୍ୟ ତିଆରି ପାଇଁ ମେଡିକାଲରେ ସ୍ବତନ୍ତ୍ର ରୋଷେଇ ଶାଳ ନାହିଁ। ଟେଣ୍ଡର ନେଇଥିବା ଘରୋଇ ସଂସ୍ଥା ବାହାରୁ ଖାଦ୍ୟ ତିଆରି କରି ଆଣୁଛି। କିନ୍ତୁ କେଉଁ ରୋଗୀଙ୍କୁ କିଭଳି ଖାଦ୍ୟ ଦିଆଯିବ ଓ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧିରେ କେଉଁ ମାନର ଖାଦ୍ୟ ଉପଯୋଗୀ ସେ ପରାମର୍ଶ ଦେବା ପାଇଁ ଡ଼ାଏଟିସିଆନ ନାହାନ୍ତି। ତେଣୁ ସ୍ବାସ୍ଥ୍ୟ ବିଭାଗ ଏ ଦିଗରେ ଦୃଷ୍ଟି ଦେଇ ଡ଼ାଏଟିସିଆନ ନିଯୁକ୍ତି ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଅବନୀ ଗୟାଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
ଏନେଇ ଏମ୍‌କେସିଜି ମେଡିକାଲ ହସ୍ପିଟାଲ ମ୍ୟାନେଜର ଅମିତାଭ ମହାନ୍ତି କୁହନ୍ତି, ସ୍ଥାୟୀ ଡ଼ାଏଟିସିଆନ ନିଯୁକ୍ତି ପାଇଁ ସରକାରଙ୍କୁ ଆମେ ଚିଠି ଲେଖି ଜଣାଇଛୁ। ଖୁବଶୀଘ୍ର ଡ଼ାଏଟିସିଆନ ନିଯୁକ୍ତି ହେବ ବୋଲି ଆଶା ରଖାଯାଇଛି।
((ଫଟୋ——୭


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଉତ୍କୋଚ ଦାବି

ଖୋର୍ଦ୍ଧା ଅଫିସ,୨୭।୭କରୋନା ଲକ୍‌ଡାଉନ ଯୋଗୁ ବାହାର ରାଜ୍ୟରୁ ପ୍ରବାସୀଙ୍କୁ ସରକାର ଫେରାଇ ଆଣି କ୍ୱାରାଣ୍ଟାଇନ୍‌ରେ ରଖାଉଛନ୍ତି। ଏଥିଲାଗି ବିଭିନ୍ନ ବ୍ୟବସ୍ଥା କରିଛନ୍ତି। ତେବେ ଖୋର୍ଦ୍ଧା ଜିଲା...

ପୁରାତନ ଛାତ୍ରୀଛାତ୍ରଙ୍କ ବନ୍ଧୁମିଳନ

ଶଙ୍କରାଖୋଲ,୫ା୧(ଡି.ଏନ୍‌.ଏ.)-ଚକାପାଦ ବ୍ଲକ ଶଙ୍କରାଖୋଲ ନିକଟ ଶାଳବଣଠାରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା ୧୯୯୦ ମାଟ୍ରିକ ବ୍ୟାଚର ଛାତ୍ରୀଛତ୍ରଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।...

୧୧ ମଣ୍ଡପରେ ପୂଜା ପାଇବେ ମା’

ଭଦ୍ରକ ଅଫିସ, ୨୭।୧୦ – ରାତି ପାହିଲେ ଆଲୋକର ପର୍ବ ଦୀପାବଳି। ପ୍ରସିଦ୍ଧ ଭଦ୍ରକ କାଳୀପୂଜା ପାଇଁ ସାରା ସହର ଉତ୍ସବମୁଖର ହୋଇଉଠିଛି। ସୁସଜ୍ଜିତ ମଣ୍ଡପ,...

ବିଦେଶରେ ‘ମୋ ସ୍କୁଲ’:ଓଡ଼ିଆଙ୍କଠାରୁ ସାହାଯ୍ୟ ପାଇଁ ପ୍ରୟାସ

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ):‘ମୋ ସ୍କୁଲ’ ଯୋଜନା ସଂକ୍ରାନ୍ତରେ ଆମେରିକାରେ ରହୁଥିବା ଓଡ଼ିଆଙ୍କୁ ଅବଗତ କରାଇବା ସହ ସେମାନଙ୍କଠାରୁ ସାହାଯ୍ୟ ପାଇବା ପାଇଁ ଆରମ୍ଭ ହୋଇଛି ପ୍ରୟାସ। ଏଥିପାଇଁ...

ଫଳକ ଲଗା କାନ୍ଥ ଭୁଷୁଡ଼ି ଛାତ୍ରଙ୍କ ମୃତ୍ୟୁ ଘଟଣା: କନିଷ୍ଠ ଯନ୍ତ୍ରୀଙ୍କ ନାମରେ ମାମଲା, ପୋଲିସର ତନାଘନା

ପୁରୁଷୋତ୍ତମପୁର,୧୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ବାଘଳା ପଞ୍ଚାୟତ ଆଙ୍ଗୁ ନୂତନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ସୂଚନା ଫଳକ କାନ୍ଥ ଭୂଷୁଡ଼ି ଷଷ୍ଠ...

ଦୋକାନ ବାରଣ୍ଡାରେ ଦିବ୍ୟାଙ୍ଗ ପରିବାର ମୁଣ୍ଡ ଗୁଞ୍ଜିବା ଘଟଣା: କ୍ଷେତ୍ର ପରିଦର୍ଶନ କରି ସ୍ଥିତି ସମୀକ୍ଷା କଲେ ତହସିଲଦାର

ରସୁଲପୁର,୨|୮(ଡିଏନ୍‌ଏ)- ରସୁଲପୁର ତହସିଲ ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତ ଖଣ୍ଡାସ ରାଜସ୍ବ ଗ୍ରାମର ସରକାରୀ ଜାଗାରେ ବାସ କରୁଥିବା ଦିବ୍ୟାଙ୍ଗ ଦେବକୀ ପରିବାର ଫନୀ ବାତ୍ୟା ଯୋଗୁ...

ଧ୍ୱଂସ ମୁଖରେ ଗିରି ଗୋବର୍ଦ୍ଧନ ପାହାଡ଼

ରଣପୁର,୫।୧୨(ସ୍ବ.ପ୍ର.): ନୟାଗଡ ଜିଲା ରଣପୁର ତହସିଲ କୁଳାସର ପଞ୍ଚାୟତ ନୀଳପଲ୍ଲୀ ଗଁ। ନିକଟରେ ରହିଛି ଗିରି ଗୋବର୍ଦ୍ଧନ ପାହାଡ । ଏହି ଐତିହ୍ୟ ସମ୍ପନ୍ନ ପାହାଡକୁ...

ଫୁଲବାଣୀରେ ଆରମ୍ଭ ହେଲା କଳିଙ୍ଗ ହର୍ବାଲ ମେଳା

ଫୁଲବାଣୀ ଅଫିସ,୧୯ା୧୨-କନ୍ଧମାଳ ଜିଲା ଫୁଲବାଣୀସ୍ଥିତ କରୋନେସନ ପଡିଆରେ ମଙ୍ଗଳବାର ସନ୍ଧ୍ୟାରେ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ମେଡିଶିନାଲ ପ୍ଲାଣ୍ଟ ବୋର୍ଡ ପକ୍ଷରୁ...

Coronavirus Update


Archives

Model This Week

Why Dharitri