ଏମ୍‌ସ ଡାକ୍ତର ଗିରଫ

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ଅଭିଯୋଗରେ ଭୁବନେଶ୍ୱର ଏମ୍‌ସ ହୃଦ୍‌ରୋଗ ବିଭାଗ (କାର୍ଡିଓଲୋଜି)ର ଡାକ୍ତର ଜୟଦୀପ ଦାସଗୁପ୍ତାଙ୍କୁ ମଙ୍ଗଳବାର ମହିଳା ଥାନା ପୋଲିସ ଗିରଫ କରିଛି। ଜୟଦୀପଙ୍କ ଘର ପଶ୍ଚିମବଙ୍ଗ ସାଉଥଚବିଶ ପ୍ରଗଣା ଜିଲା ହରିଦେବପୁର ଥାନା ଅଞ୍ଚଳରେ ହୋଇଥିବା ବେଳେ ସେ ଭୁବନେଶ୍ୱର ଏମ୍‌ସ ହାଉସିଂ କମ୍ପ୍ଲେକ୍ସ ପିଜି-୨ ହଷ୍ଟେଲର ରୁମ୍‌ ନଂ. ୧୨୦ରେ ରହୁଛନ୍ତି। କୋର୍ଟଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ଜୟଦୀପଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ପୋଲିସ ସୂଚନା ଅନୁଯାୟୀ, ରାଜଧାନୀରେ ରହି ରୁପାଲି ଛକସ୍ଥିତ ଏକ ବ୍ୟାଙ୍କରେ କାମ କରୁଥିବା ପୀଡ଼ିତା ଯୁବତୀ ତାଙ୍କ ବାପାଙ୍କୁ ୨୦୨୦ ଡିସେମ୍ବର ୧୭ରେ ହୃଦରୋଗ ଚିକିତ୍ସା ପାଇଁ ଏମ୍‌ସ ନେଇଥିଲେ। ସେଠାରେ ପୀଡ଼ିତାଙ୍କୁ ଡାକ୍ତର ଜୟଦୀପ ମୋବାଇଲ ଫୋନ୍‌ ନମ୍ବର ମାଗିଥିଲେ। ହେଲେ ସେ ରାଜି ନ ହେବାରୁ ତାଙ୍କ ବାପାଙ୍କୁ ଡିସ୍‌ଚାର୍ଜ କରିବାକୁ ଦେବେ ନାହିଁ ବୋଲି ଜୟଦୀପ କହିଥିଲେ। ତେଣୁ ଯୁବତୀ ତାଙ୍କ ମୋବାଇଲ ନମ୍ବର ଦେବା ପରେ ଉଭୟଙ୍କ ମଧ୍ୟରେ ନିୟମିତ କଥାବାର୍ତ୍ତା ହେବାରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯୁବତୀଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଜୟଦୀପ ବିଶ୍ୱାସଭାଜନ ହୋଇଥିଲେ। ପରେ ଅନେକ ସମୟରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଜୟଦୀପ। ଇତିମଧ୍ୟରେ ଯୁବତୀ ଜଣକ ୨ମାସର ଗର୍ଭବତୀ ହୋଇଥିବା କଥା ଜଣାପଡ଼ିବା ପରେ ଜୟଦୀପ ତାଙ୍କୁ ଗର୍ଭପାତ କରାଇଥିଲେ। ନିକଟରେ ଜୟଦୀପଙ୍କ ସହ ଜଣେ ଯୁବତୀଙ୍କ ନିର୍ବନ୍ଧ ହୋଇଥିବା ଖବର ମିଳିବା ପରେ ପୀଡ଼ିତା ଏନେଇ ପଚାରିବାକୁ ଏମ୍‌ସ ହଷ୍ଟେଲ ଯାଇଥିଲେ। ବିବାହକୁ ନେଇ ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସେହି ସମୟରେ ଯୁବତୀଙ୍କୁ ଜୟଦୀପ ମାଡ଼ ମାରିବା ସହ ହତ୍ୟା ଧମକ ଦେଇଥିଲେ। ଏନେଇ ଯୁବତୀ ଜଣକ ଉପାୟହୀନ ହୋଇ ଶେଷରେ ସୋମବାର ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଆଇପିସି ଦଫା ୪୯୩, ୪୧୭, ୩୨୩, ୪୨୦ ଏବଂ ୫୦୬ରେ ଏକ ମାମଲା (ନଂ. ୧୩୬/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫-ଟିକୁ ଟୋନି ବ୍ଲେୟାରଙ୍କ ପ୍ରଶଂସା

ଭୁବନେଶ୍ୱର,୨୭।୭(ଅନିଲ ଦାସ)ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ବୁଧବାର ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ଓଡ଼ିଶାର ଆର୍ଥିକ ବିକାଶ ଓ...

ରାଜ୍ୟରେ ସୁସ୍ଥ ହେଲେ ୩୧୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୩୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ବାଲେଶ୍ୱରୁ ୩୫, ସୁନ୍ଦରଗଡରୁ...

ଏଥର ବିନାଭକ୍ତରେ ରୁକୁଣା ରଥଯାତ୍ରା

ଭୁବନେଶ୍ୱର,୯।୪(ବ୍ୟୁରୋ): ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଚଳିତବର୍ଷ ବିନା ଭକ୍ତରେ ଗଡ଼ିବ। ଏଶାସ ନେଇ ବିଏମ୍‌ସି ପକ୍ଷରୁ ଅନୁମତି ମିଳିଛି। କୋଭିଡ୍‌ ଗାଇଡ୍‌ଲାଇନ ଅନୁସାରେ ୧୦୦ ସେବାୟତଙ୍କୁ...

ବରିଷ୍ଠ ସାମ୍ବାଦିକଙ୍କ ପରଲୋକ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ତଥା ‘ଧରିତ୍ରୀ’ର ଖବରଦାତା ପ୍ରଶାନ୍ତ ଦାଶଙ୍କ ଭାଇ ପ୍ରଭାତ ଦାଶ (୬୨)ଙ୍କ ଗୁରୁବାର ପରଲୋକ ହୋଇଛି। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ...

ଡକାୟତ ଗ୍ୟାଙ୍ଗ୍‌ ଠାବ, ୩ ଗିରଫ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ)/ ପାତ୍ରପଡ଼ା (ଡି.ଏନ୍‌.ଏ.):  କମିଶନରେଟ ପୋଲିସ ଆଖିରୁ ନିଦ ହଜାଇ ଦେଇଥିବା ଏକ ଡକାୟତ ଗ୍ୟାଙ୍ଗ୍‌କୁ ସ୍ପେଶାଲ ସ୍କ୍ବାଡ୍‌ ଠାବ କରିଛି। ଗ୍ୟାଙ୍ଗ୍‌ର ଦୁଇ ମୁଖ୍ୟଙ୍କ...

ମନୀଷ ମୃତ୍ୟୁ ମାମଲା: କନଷ୍ଟେବଳ ନିଲମ୍ବିତ

ଭୁବନେଶ୍ୱର,୨୨ା୧୦(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାରେ ଜଣେ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି। କନଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ବିତ କରିଛନ୍ତି...

ସରିଲା ପ୍ରାର୍ଥିପତ୍ର ଯାଞ୍ଚ ପ୍ରକିୟା

ଗଞ୍ଜାମ,୯ା୩(ଡି.ଏନ୍‌.ଏ.): ଆସନ୍ତା ୨୪ରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ବୁଧବାର ଥିଲା ପାର୍ଥିପତ୍ର ଯାଞ୍ଚ l ନିର୍ବାଚନ ମଇଦାନରେ ଥିବା ବିଭିନ୍ନ ଦଳର ୩୧...

ଆସନ୍ତାକାଲିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର

ପୁରୀ ଅଫିସ,୨୨ା୮: ଦୀର୍ଘ ୪ ମାସର ବ୍ୟବଧାନ ପରେ ସୋମବାରଠାରୁ ସର୍ବସାଧାରଣଙ୍କ ଲାଗି ଶ୍ରୀମନ୍ଦିର ଖୋଲିବ। କୋଭିଡ୍‌ଗାଇଡ୍‌ ଲାଇନ୍‌ ଅନୁଯାୟୀ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରେ ଶ୍ରୀଜିଉଙ୍କୁ...

Advertisement
Archives

Model This Week