Posted inଜାତୀୟ

ଏମିତି ବାପାଙ୍କୁ ସଲାମ: ଗୋଟିଏ ନିଷ୍ପତ୍ତି ବଦଳାଇ ଦେଲା ୯ ଜୀବନ

ଚେନ୍ନାଇ,୨୩।୧୨: ଅଢେଇ ବର୍ଷ ବୟସ୍କା ଅନାୟାକା ଆଉ ଏହି ଦୁନିଆରେ ନାହାଁନ୍ତି, କିନ୍ତୁ ତାଙ୍କ ବାପାଙ୍କ ସାହସିକ ନିଷ୍ପତ୍ତି ଯୋଗୁ ନଅ ଜଣ ରୋଗୀ ଏବେ ଏକ ନୂତନ ଜୀବନ ପାଇବେ। ଏକ ସଡକ ଦୁର୍ଘଟଣାରେ ସମଗ୍ର ପରିବାରକୁ ହରାଇବା ସତ୍ତ୍ୱେ ଅନାୟାକାଙ୍କ ବାପା ଅମିତ ଗୁପ୍ତା ତାଙ୍କ ଝିଅର ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ପିଜିଆଇର ଡାକ୍ତରମାନେ ଅଙ୍ଗ ଦାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ସୂଚନାନୁସାରେ, ମେଳ ଖାଉଥିବା ରୋଗୀ ଖୋଜିବା ପରେ ଝିଅର ହୃଦୟ ଚେନ୍ନାଇକୁ ପଠାଯାଇଛି। ଏହି ସମୟରେ ଯକୃତକୁ ଅହମ୍ମଦାବାଦକୁ ପଠାଯାଇଛି। କିଡନୀ ଏବଂ ଚକ୍ଷୁ ପ୍ରତିରୋପଣ ପାଇଁ ରୋଗୀମାନେ ମେଳ କରାଯାଉଛି। ଏହା ବ୍ୟତୀତ ଅଗ୍ନାଶୟ ମଧ୍ୟ ପ୍ରତିରୋପଣ କରାଯାଇଛି। ଅମିତ ଗୁପ୍ତାଙ୍କ ଏହି ପଦକ୍ଷେପକୁ ପିଜିଆଇ ମଧ୍ୟ ପ୍ରଶଂସା କରିଛି ଏବଂ ଏହା ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ବୋଲି କହିଛି।
ଡିସେମ୍ବର ୧୨ରେ ମୋହାଲିରେ ଏକ ସଡକ ଦୁର୍ଘଟଣାରେ ତାଙ୍କ ପରିବାରର ୬ ଜଣଙ୍କର ମୁତ୍ୟୁ ଘଟିଥିଲା। ଅନାୟାକାଙ୍କ ମା’ କୀର୍ତ୍ତୀ ଗୁପ୍ତା (୩୩), ଭାଇ ନୁଭାନଶ (୦୬), ମାମୁ ଅନୁଜ ବଂଶଲ (୩୦), ଜେଜେମା ଉଷା ରାନୀ (୬୦) ଏବଂ ତାଙ୍କ ଭଉଣୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନାୟାକା ଗୁରୁତର ଆହତ ହୋଇଥିଲେ, ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କୁ ତୁରନ୍ତ ପିଜିଆଇକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳତା ପାଇ ନ ଥିଲେ। ସୋମବାର ତାଙ୍କର ମସ୍ତିଷ୍କ ମୃତ ଘୋଷଣା କରାଯାଇଥିଲା। ଏହା ପରେ ବେଙ୍ଗାଲୁରୁରୁ ଆସିଥିବା ଅମିତ ଗୁପ୍ତା ତାଙ୍କ ସମ୍ପର୍କୀୟ ତାରସେମ ଗୋୟଲ ଏବଂ ମାତା ମାମୁ ସତ୍ୟ ପ୍ରକାଶଙ୍କ ପରାମର୍ଶ କ୍ରମେ ଅନାୟାକାଙ୍କ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ପିତା ଅମିତ ଗୁପ୍ତା କହିଛନ୍ତି ଯେ, ତାଙ୍କର ପ୍ରିୟ ଝିଅକୁ ହରାଇବା ଅତ୍ୟନ୍ତ ଦୁଃଖଦାୟକ, କିନ୍ତୁ ବର୍ତ୍ତମାନ ଛଅରୁ ନଅ ଜଣ ଲୋକ ତାଙ୍କ ଅଙ୍ଗରୁ ନୂତନ ଜୀବନ ପାଇବେ, ଯାହା ମୋତେ ସାରା ଜୀବନ ଶାନ୍ତି ଦେବ । ମୋ ଝିଅ ଦୁନିଆରେ ନ ଥିଲେ ମଧ୍ୟ ଅନେକ ଲୋକଙ୍କ ମଧ୍ୟରେ ଜୀବିତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଫାଟ: ଏମ୍‌ପି-ମନ୍ତ୍ରୀଙ୍କ କଳିରୁ ପୋଲ ଉପର ଦେଇ ଯାତାୟାତ ବନ୍ଦ

କାନପୁର,୩୦।୧: ଉତ୍ତରପ୍ରଦେଶ ଭାଜପାରେ ଫାଟ ସୃଷ୍ଟି ହୋଇଛି। ଏମ୍‌ପି ସତ୍ୟଦେବ ପଚୌରି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ସତିଶ ମହାନାଙ୍କ ମଧ୍ୟରେ ଲାଗି...

କୃଷି ଆଇନ ପ୍ରତ୍ୟାହାର ଲାଗି ବସିବ କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ, ୨୩।୧୧: କୃଷି ଆଇନ ପ୍ରତ୍ୟାହାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଶୁକ୍ରବାର ଘୋଷଣା କରିଥିଲେ। ବୁଧବାର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କ୍ୟାବିନେଟ ବୈଠକ ବସି...

ଜମ୍ମୁକଶ୍ମୀର ଏସ୍‌ଆଇ ନିଯୁକ୍ତି ଦୁର୍ନୀତି: ୩୩ ସ୍ଥାନରେ ସିବିଆଇ ଚଢାଉ

ନୂଆଦିଲ୍ଲୀ, ୧୩।୮: ଜମ୍ମୁ କଶ୍ମୀରର ସବ-ଇନ୍ସପେକ୍ଟର (ଏସ୍‌ଆଇ) ନିଯୁକ୍ତି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ଦେଶର ୩୩ଟି ସ୍ଥାନ ଉପରେ ଚଢାଉ କରୁଛି।...

ସନି ଲିଓନିଙ୍କ ନାଁରେ ମାମଲା

ଥିରୁଭାନନ୍ତପୁରମ୍‌, ୮ା୨: ବଲିଉଡ୍‌ ଅଭିନେତ୍ରୀ  ସନି ଲିଓନିଙ୍କ ନାଁରେ ୨୯ ଲକ୍ଷ ଟଙ୍କାର ଠକେଇ ମାମଲା ରୁଜୁ କରିଛି କେରଳ ପୋଲିସ। କୋଚି କ୍ରାଇମବ୍ରାଞ୍ଚ ତାଙ୍କୁ...

ସାଇବର ଅପରାଧୀଙ୍କ ଅସ୍ତ୍ର ହୋଇପାରେ ‘ଜୁମ୍‌’ ଆପ୍‌

ନୂଆଦିଲ୍ଲୀ, ୧୪ା୪: କରୋନା ଭାଇରସ୍‌ ଯୋଗୁ ଏବେ ବିଶ୍ୱର ପ୍ରାୟ ସବୁଠି ଲକ୍‌ଡାଉନ ସ୍ଥିତି। ବହୁ କମ୍ପାନୀ ଓ ଘରୋଇ ସଂସ୍ଥା ନିଜର କର୍ମଚାରୀଙ୍କୁ ଘରେ...

ବୁଧବାର ରାଜ୍ୟ ସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍‌

ନୂଆଦିଲ୍ଲୀ,୧୦।୧୨: ନାଗରିକତା ସଂଶୋଧନ ବିଲ୍‌ ଲୋକସଭାରେ ଗୃହୀତ ହୋଇଛି। ଏବେ ଏହାକୁ ବୁଧବାର ରାଜ୍ୟ ସଭାରେ ଉପସ୍ଥାପନ କରାଯିବ। ନାଗରିକତା ସଂଶୋଧନ ବିଲ୍‌ରେ ୧୯୫୫ ନାଗରିକତା...

ଗାଈ ଯୋଗୁ ନିଃଶ୍ୱାସ ପ୍ରଶ୍ୱାସ ଜନିତ ରୋଗ ଭଲ ହୁଏ: ତ୍ରିବେନ୍ଦ୍ର ସିଂ ରାଓ୍ବତ

ଡେରାଡୁନ୍‌, ୨୬।୭: ବିଶ୍ୱରେ ଗାଈ ଏକମାତ୍ର ଜୀବ, ଯେ କି ଅମ୍ଳଜାନ ନେଇ ଅମ୍ଳଜାନ ଛାଡେ। ଗାଈକୁ କିଛି ସମୟ ଆଉଁସିଲେ ନିଃଶ୍ୱାସ ପ୍ରଶ୍ୱାସ ଜନିତ...

ଫାଇଜର ଟିକାକୁ ଡବ୍ଲୁଏଚ୍‌ଓର ମଞ୍ଜୁରୀ, ଭାରତକୁ ମିଳିପାରେ ଖୁସିଖବର

ନୂଆଦିଲ୍ଲୀ,୧ ।୧: ଫାଇଜର ଓ ବାୟୋଏନଟେକର କରୋନା ଭାଇରସ ଭ୍ୟାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ର ମଞ୍ଜୁରୀ ମିଳିଯାଇଛି । ଏହାକୁ ଜରୁରୀକାଳିନ ସ୍ଥିତିରେ ବ୍ୟବହାର କରିବାକୁ...

Advertisement
Archives

Model This Week