Posted inପୁରୀ

ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ଜାରି:ଠାବହେଲା ୬ ଥାକିଆ ଭୂତଳ ଘର

ପୁରୀ ଅଫିସ, ୩୦-୮:ଭଙ୍ଗାଯାଇଛି ବହୁଚର୍ଚ୍ଚିତ ଏମାର ମଠ। ଚାଲିଛି ଉଚ୍ଛେଦ ପ୍ରକ୍ରିୟା। ଆଉ କିଛିଦିନ ପରେ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯିବ ଦ୍ୱାଦଶ ଶତାବ୍ଦୀର ଏହି ମଠ। ତେବେ ଏହି ପ୍ରାଚୀନ ମଠ ଭଙ୍ଗାଯିବା ପରେ ମିଳିଛି ଭୂତଳ ଘରର ସନ୍ଧାନ। ଭୂମିଠାରୁ ପ୍ରାୟ ୧୦ରୁ ୧୫ଫୁଟ ତଳକୁ ଉକ୍ତ ଘର ଥିବାବେଳେ ଉପରକୁ ପ୍ରାୟ ୪୦ଫୁଟ ରହିଥିଲା। ସମ୍ପୂର୍ଣ୍ଣ ପରିତ୍ୟକ୍ତ ଏବଂ ଅନ୍ଧକାରମୟ ଥିବା ଏହି ୬ଥାକିଆ ଘର ମଠର କୋଠି ଘର (ଧାନ, ଚାଉଳ ରହୁଥିଲା) ଭାବେ ବ୍ୟବହୃତ ହେଉଥିଲା। ଦୀର୍ଘବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ଥିବାରୁ ଏହା ମଧ୍ୟରେ ମାଙ୍କଡ଼, ଚେମେଣିଆ, ମୂଷା ଏବଂ ବିଭିନ୍ନ ପ୍ରକାର ପକ୍ଷୀ ବାସ କରୁଥିଲେ। ବିଷଧର ସାପ ଥିବା ଆଶଙ୍କାରେ ଏହି କୋଠି ଘର ଭଙ୍ଗାଯିବା ପୂର୍ବରୁ ସ୍ନେକ ହେଲ୍‌ପ ଲାଇନର ସହାୟତା ନିଆଯାଇଥିଲା। ସ୍ନେକ ହେଲ୍‌ପ ଲାଇନର ସଦସ୍ୟମାନେ ଏହି ଘର ଭିତରକୁ ପଶି ସାପ ଖୋଜିଥିଲେ। ତେବେ ଘରଟି ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଏହା ଭିତରେ ଅଧିକ ସମୟ ରହିବା ନିରାପଦ ନ ମଣି ସେମାନେ ଫେରି ଆସିଥିଲେ। କୋଠି ଘର ଭଙ୍ଗାଯିବା ପରେ ଏକ ସୁଡ଼ଙ୍ଗ ଥିବା ଜଣାପଡ଼ିଛି। ଉକ୍ତ ସୁଡ଼ଙ୍ଗରୁ ଗୁପ୍ତ କୋଠରୀକୁ ବାଟ ରହିଛି ଓ ଗୁପ୍ତ କୋଠରିରେ ସୁନା, ରୁପା ଥାଇପାରେ ବୋଲି ଆଲୋଚନା ହେଉଛି। ସୁଡ଼ଙ୍ଗ, ଗୁପ୍ତ କୋଠରି ଓ ସୁନାରୁପାକୁ ନେଇ ଚର୍ଚ୍ଚା ଜୋର ହେବାରୁ ଉଚ୍ଛେଦ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପ୍ରଶାସନ। ସନ୍ଧ୍ୟା ହୋଇଯିବାରୁ ଉଚ୍ଛେଦକୁ ବନ୍ଦ ରଖାଯାଇଛି। ରାତିରେ ଏଠାରେ ପୋଲିସ ଫୋର୍ସ ପହରା ଦେବେ। ଅନ୍ୟପକ୍ଷେ ସୁଡ଼ଙ୍ଗ ଥିବା ଯାହା କୁହାଯାଉଛି ତାହା ପ୍ରକୃତରେ ସୁଡ଼ଙ୍ଗ ନୁହେଁ, ଏହା କୋଠିର ଧାନ, ଚାଉଳ ଏବଂ ଅନ୍ୟାନ୍ୟ ଖାଦ୍ୟଶସ୍ୟକୁ ସୁରକ୍ଷିତ ଭାବେ ସାଇତି ରଖିବା ଲାଗି ନିର୍ମାଣ ହୋଇଥିଲା ବୋଲି ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ କହିଛନ୍ତି।
ଗୁରୁବାର ସକାଳୁ ପ୍ରଶାସନ ଆରମ୍ଭ କରିଥିଲା ଉଚ୍ଛେଦ କାର୍ଯ୍ୟ। ଏମାର ମଠର ରଘୁନନ୍ଦନ ଲାଇବ୍ରେରି ଉପର କୋଠାକୁ ଭାଇବ୍ରେଟର ଦ୍ୱାରା ଶ୍ରମିକମାନେ ଭାଙ୍ଗିଥିବା ବେଳେ କୋଠି ଘରକୁ ଜେସିବି, ବୁଲ୍‌ ଡୋଜର ଏବଂ ବ୍ରେକରରେ ଭଙ୍ଗା ଯାଇଥିଲା। ଏହି ବିରାଟ ୬ ଥାକିଆ କୋଠି ଘର ଭୂମିଠାରୁ ପ୍ରାୟ ୧୦ରୁ ୧୫ ଫୁଟ ତଳକୁ ରହିଥିଲା। ଘରର ପ୍ରାୟ ୮୦ ପ୍ରତିଶତ ଭଙ୍ଗା ସରିବା ପରେ ଶେଷ ଭାଗକୁ ବଡ଼ ବଡ଼ କାଠଗଣ୍ଡି ସାଇଜ୍‌ ହୋଇ ପଡ଼ିିଥିବା ଦେଖିବାକୁ ମିଳିଥିଲା। କାଠଗଣ୍ଡି ମଧ୍ୟରେ ତଳକୁ ଫାଙ୍କ ରହିଛି ଓ ସମ୍ପୂର୍ଣ୍ଣ ଅନ୍ଧାରୁଆ ରହିଥିବାରୁ ଏହା ଏକ ସୁଡ଼ଙ୍ଗ ବୋଲି ଅନୁମାନ କରାଯାଉଛି। ଏହି ସୁଡ଼ଙ୍ଗ ଦେଇ ଭିତରକୁ କୌଣସି ଗୁପ୍ତ କୋଠରିକୁ ବାଟ ରହିଥିବା ଏବଂ ସୁନାରୁପା ଥିବା ଚର୍ଚ୍ଚା ହେବାରୁ ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚତ୍ଥିଲେ। ସେମାନେ ସମ୍ପୃକ୍ତ ସ୍ଥାନକୁ ଅନୁଧ୍ୟାନ କରିଥିଲେ। ତେବେ ଉକ୍ତ ଅନ୍ଧାରୁଆ ଜାଗା କ’ଣ ତାହା ସ୍ପଷ୍ଟ ହୋଇନାହିଁ। ସୁଡ଼ଙ୍ଗ ଚର୍ଚ୍ଚା ଖବରକୁ ପ୍ରଶାସନ ପକ୍ଷରୁ ଅସ୍ବୀକାର କରାଯାଇଛି। କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନୀଲ କୁମାର ସାମଲ ମଧ୍ୟାହ୍ନରେ ଉଚ୍ଛେଦ ସ୍ଥଳରେ ପହଞ୍ଚତ୍ ଅନୁଧ୍ୟାନ କରିଛନ୍ତି। ଉଚ୍ଛେଦ କାର୍ଯ୍ୟ ଠିକ୍‌ ଭାବେ ଚାଲିଛି। ଏଥିପାଇଁ ଜୀବିକା ହରାଉଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ଥଇଥାନର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଅତିରିକ୍ତ ଜିଲାପାଳ ଦାଶ କହିଛନ୍ତି, ସକାଳୁ ସୁରୁଖୁରୁରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜିଲାପାଳ ଏବଂ ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୮ଜଣ ଏକ୍‌ଜିକ୍ୟୁଟିିଭ ମାଜିଷ୍ଟ୍ରେଟ୍‌ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିଥିଲେ। ଉଚ୍ଛେଦ କାର୍ଯ୍ୟରେ ୬ଟି ଜେସିବି, ୩ଟି ଭାଇବ୍ରେଟର, ୬ ଟିପ୍ପର, ଟ୍ରାକ୍ଟର ଏବଂ ୨୦ଜଣ ଶ୍ରମିକ ନିୟୋଜିତ ହୋଇଥିଲେ। ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ଅସୁରକ୍ଷିତ ଏମାର ମଠର ଖମାର ଏବଂ ରଘୁନନ୍ଦନ ଲାଇବ୍ରେରି ପଛ ପାର୍ଶ୍ୱ କୋଠାକୁ ଭଙ୍ଗାଯାଇଛି। ତେବେ ଖମାର ଘରୁ ସୁଡ଼ଙ୍ଗ ବାହାରିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା। ଏହି ଖମାରରେ ପୂର୍ବରୁ ଧାନ, ଚାଉଳ ଆଦି ଖାଦ୍ୟଶସ୍ୟ ମହଜୁଦ୍‌ ରଖାଯାଉଥିଲା। ଏହାକୁ ସୁରକ୍ଷିତ ରଖିବା ଲାଗି ତଳେ କାଠଗଣ୍ଡି ଦିଆଯାଇ କିଛି ନିର୍ମାଣ କରାଯାଇଥିଲା। ଏହା ସୁଡ଼ଙ୍ଗ ବୋଲି ଯାହା ଚର୍ଚ୍ଚା ହେଉଛି ସେଥିରେ କୌଣସି ସତ୍ୟତା ନାହିଁ। ଶୁକ୍ରବାର ସକାଳେ ପୁଣି ଉଚ୍ଛେଦ କାର୍ଯ୍ୟ ଜାରି ରହିବ ବୋଲି ଅତିରିକ୍ତ ଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରଥକାଠ ଅନୁକୂଳ

ପୁରୀ ଅଫିସ,୨୩ ।୪: ଆଜି ପବିତ୍ର ଅକ୍ଷୟ ତୃତୀୟା । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହେବ । ରଥଖଳାକୁ ଆଜ୍ଞାମାଳ ବିଜେ...

ଭୁଶୁଡ଼ିବାର ଅଢେଇ ବର୍ଷ ବିତିଲା: ତିଆରି ହେଲାନି ପାର୍ବତୀ ସାଗର ପାଚେରି

ପୁରୀ ଅଫିସ,୧୦।୭: ଶ୍ରୀକ୍ଷେତ୍ରରେ ଅନେକ ତୀର୍ଥ ପୁଷ୍କରିଣୀ ରହିଛି। ହେଲେ ଏସବୁର ରକ୍ଷଣାବେକ୍ଷଣ ଦିଗରେ ଉପଯୁକ୍ତ ଧ୍ୟାନ ଦିଆଯାଉ ନାହିଁ। ଫଳରେ ଦିନକୁ ଦିନ ଏକାଧିକ...

ବୁଧବାର ବନକଲାଗି, ୪ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ ଅଫିସ,୨୩ା୧୦:ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ...

ନିର୍ବାଚନୀ ହିଂସାକୁ ନେଇ ଗ୍ରାମରୁ ୧୯ ପରିବାର ବାସନ୍ଦ: ନ୍ୟାୟ ପାଇଁ ଦ୍ୱିତୀୟ ଦିନରେ ଧାରଣା

କୃଷ୍ଣପ୍ରସାଦ,୭।୨(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁରୁପାଳ ଗାଁରେ ନିର୍ବାଚନୀ ହିଂସା ଯୋଗୁ ୧୯ ପରିବାରଙ୍କୁ ଗ୍ରାମରୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ...

ମହାପ୍ରଭୁଙ୍କ ସ୍ଥାନରେ ଅପରାଧର ସ୍ଥାନ ନାହିଁ

ପୁରୀ,୩।୮(ଅଜିତ୍‌ ମହାନ୍ତି)ପୁରୀ ପୋଲିସକୁ ଏକ ସଫଳତା ମିଳିଛି। ଡକାୟତି କରିବା ପାଇଁ ଯୋଜନା କରୁଥିବାବେଳେ ସଦର ଥାନା ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର...

ସୁରଟରେ ଓଡ଼ିଆ ଶ୍ରମିକଙ୍କୁ ମାଡ଼

କାକଟପୁର,୩।୯(ଡି.ଏନ୍‌.ଏ.): ଗୁଜରାଟର ସୁରଟରେ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କୁ କେତେଜଣ ଯୁବକ ଏକ ଘରେ ରଖି ନୃଶଂସ ଭାବେ ମାଡ଼ ମାରୁଥିବାର ଅଭିଯୋଗ ହେଉଛି। ଆକ୍ରମଣ...

ନୂତନ ବ୍ଲୁ ଫ୍ଲାଗ୍‌ ବିଚ୍‌କୁ ଜୋରଦାର ବିରୋଧ

ପୁରୀ ଅଫିସ, ୧୮ା୧୨: ପୁରୀ ଚକ୍ରତୀର୍ଥରୋଡ୍‌ ନିକଟରେ ହେବାକୁ ଥିବା ନୂତନ ବ୍ଲୁ ଫ୍ଲାଗ୍‌ ବିଚ୍‌କୁ କ୍ଷୁଦ୍ର ବ୍ୟବସାୟୀ, ମତ୍ସ୍ୟଜୀବୀ ଏବଂ ଉଠାଦୋକାନୀ ଜୋରଦାର ବିରୋଧ...

ପୁରୀରେ ପହଞ୍ଚିଲା କୋଭିଡ୍‌ ଟିକା

ପୁରୀ ଅଫିସ,୧୩।୧: ପୁରୀରେ କୋଭିଡ-୧୯ ଭାକ୍ସିନ ପହଞ୍ଚିଛି। ପୁରୀ ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ଶୀତଳଭଣ୍ଡାରରେ ଭାକ୍ସିନ୍‌ ରହିଛି। ୭ଶହ ଫାଇଲରେ ୭ ହଜାର ଡୋଜ୍‌...

Advertisement
Archives

Model This Week