Posted inଖେଳ

ଏଫ୍‌ଆଇଏଚ୍‌ ହକି ର଼୍ୟାଙ୍କିଙ୍ଗ: ପୁରୁଷ ୫ମ, ମହିଳା ୯ମ

ଲାଉସାନେ (ସୁଇଜରଲାଣ୍ଡ), ୮ା୯ (ପି.ଟି.)- ଓସେନିଆ କପ୍‌ ଶେଷ ହେବା ପରେ ରବିବାର ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ପକ୍ଷରୁ ବିଶ୍ୱ ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ଭାରତୀୟ ପୁରୁଷ ଦଳ ୫ମ ସ୍ଥାନ ବଜାୟ ରଖିଥିବାବେଳେ ମହିଳା ଦଳ ଗୋଟିଏ ସ୍ଥାନ ପଦୋନ୍ନତି ପାଇ ୯ମ ସ୍ଥାନ ଦଖଲ କରିଛି। ଅଷ୍ଟ୍ରେଲିଆର ଓସେନିଆ କପ୍‌ ସଫଳତା ଯୋଗୁ ର଼୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନରେ କୌଣସି ପରିବର୍ତ୍ତନ ଘଟିନାହିଁ। ଅଷ୍ଟ୍ରେଲିଆ ଓ ବେଲଜିୟମ ପୂର୍ବଭଳି ପ୍ରଥମ ଓ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି। ହେଲେ ଦୁଇ ଦଳ ମଧ୍ୟରେ ପଏଣ୍ଟ ବ୍ୟବଧାନ ୨କୁ ହ୍ରାସ ପାଇଛି। ଅଷ୍ଟ୍ରେଲିଆର ପଏଣ୍ଟ ସଂଖ୍ୟା ୨୩୫୦ ରହିଛି। ର଼୍ୟାଙ୍କିଙ୍ଗ ତାଲିକାରେ ୟୁରୋପିଆନ ବ୍ରୋଞ୍ଜ ପଦକ ବିଜୟୀ ନେଦରଲାଣ୍ଡ୍ସ (୨୧୫୫) ତୃତୀୟ ଏବଂ ଏହା ପଛକୁ ପାନ୍‌ ଆମେରିକାନ ଗେମ୍ସ ସ୍ବର୍ଣ୍ଣ ବିଜୟୀ ଆର୍ଜେଣ୍ଟିନା ରହିଛି। ଭାରତ(୧୮୨୩) ପୂର୍ବଭଳି ୫ମ ସ୍ଥାନରେ ରହିଥିବାବେଳେ ଜର୍ମାନୀ (୧୭୭୦) ଇଂଲଣ୍ଡ (୧୬୭୯)କୁ ହଟାଇ ୬ଷ୍ଠ ସ୍ଥାନ ଅଧିକାର କରିଛି। ୟୁରୋପିଆନ ରୌପ୍ୟ ବେଜିତା ସ୍ପେନ (୧୫୧୦) ୯ମ ସ୍ଥାନରୁ ୮ମ ସ୍ଥାନକୁ ଉଠିଛି। ଫଳରେ ନ୍ୟୁଜିଲାଣ୍ଡ (୧୪୫୯) ର଼୍ୟାଙ୍କିଙ୍ଗ ତାଲିକାରେ ଗୋଟିଏ ସ୍ଥାନ ତଳକୁ ଖସିଯାଇଛି। କାନାଡ଼ା ୧୦ମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ବେଲ୍‌ଫସ ୟୁରୋହକି ଚାମ୍ପିୟନଶିପ୍‌ରେ ଟାଇଟଲ ସଫଳତା ପାଇଁ ମହିଳା ର଼୍ୟାଙ୍କିଙ୍ଗରେ ନେଦରଲାଣ୍ଡ୍ସ ପ୍ରଥମ ସ୍ଥାନ ବଜାୟ ରଖିଛି। ସେହିପରି ଅଷ୍ଟ୍ରେଲିଆ ପୂର୍ବଭଳି ଦ୍ୱିତୀୟ ସ୍ଥାନରେ ରହିଛି। ପାନ୍‌ ଆମେରିକାନ ଗେମ୍ସ ଚାମ୍ପିୟନ ଆର୍ଜେଣ୍ଟିନା ମଧ୍ୟ ତୃତୀୟ ସ୍ଥାନ ବଜାୟ ରଖିଛି। ୟୁରୋପିଆନ ରୌପ୍ୟ ପଦକ ବିଜେତା ଜର୍ମାନୀ ବର୍ତ୍ତମାନ ବିଶ୍ୱର ଚତୁର୍ଥ ଶ୍ରେଷ୍ଠ ଦଳ। ଇଂଲଣ୍ଡ ଗୋଟିଏ ସ୍ଥାନ ତକୁ ଖସି ୫ମରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?