Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସଭାରତ,ଆମେରିକା ସେମିରେ

ଭୁବନେଶ୍ୱର, ୧୧।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ପ୍ରଭାବୀ ପ୍ରଦର୍ଶନ ସହ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ ପୁଲ ‘ଏ’ ଶେଷ ଲିଗ୍‌ ମ୍ୟାଚରେ ଦଳ ୧୦-୦ ଗୋଲରେ ଉଜ୍‌ବେକିସ୍ତାନକୁ ପରାସ୍ତ କରିଛି। ଭାରତ ପକ୍ଷରୁ ଆକାଶଦୀପ ସିଂ ହ୍ୟାଟ୍ରିକ ଗୋଲ ଦେଇଥିବାବେଳେ ବରୁଣ କୁମାର ଓ ମନଦୀପ ୨ଟି ଲେଖାଏ ଏବଂ ଅମିତ ରୋହିଦାସ, ନିଳକାନ୍ତ ଶର୍ମା ଓ ଗୁରସାହିବଜିତ ସିଂ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଯୋଜନା ଓ ସମନ୍ବୟ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ଅତିଥିଭାବେ ଯୋଗଦେଇ ଆକାଶଦୀପଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।
ଭାରତ-ଉଜ୍‌ବେକିସ୍ତାନ ମ୍ୟାଚ ସହ ପ୍ରତିଯୋଗିତାର ପୁଲ୍‌ ପର୍ଯ୍ୟାୟ ଶେଷ ହୋଇଛି। ପୁଲ୍‌ ‘ଏ’ରୁ ଭାରତ ଓ ପୁଲ୍‌‘ବି’ରୁ ଆମେରିକା ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ପୁଲ୍‌ ‘ଏ’ରୁ ରୁଷିଆ ଓ ପୋଲାଣ୍ଡ ଏବଂ ପୁଲ୍‌ ‘ବି’ରୁ ଜାପାନ ଓ ଦକ୍ଷିଣ ଆଫ୍ରିକା କ୍ରସ୍‌ ଓଭର ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଦୁଇ ପୁଲ୍‌ର ନିମ୍ନ ର଼୍ୟାଙ୍କିିଙ୍ଗପ୍ରାପ୍ତ ଦଳ ଉଜ୍‌ବେକିସ୍ତାନ ଓ ମେକ୍ସିକୋ ୭-୮ ସ୍ଥାନ ପାଇଁ ପ୍ଲେସିଂ ମ୍ୟାଚ ଖେଳିବେ। ୧୨ ତାରିଖରେ ପ୍ର୍ରଥମ କ୍ରସ୍‌ ଓଭର ମ୍ୟାଚରେ ରୁଷିଆ-ଦକ୍ଷିଣ ଆଫ୍ରିକା ଏବଂ ଦ୍ୱିତୀୟ କ୍ରସ୍‌ ଓଭରରେ ଜାପାନ-ପୋଲାଣ୍ଡ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ୧୪ ତାରିଖରେ ଭାରତ ପ୍ରଥମ ସେମିଫାଇନାଲରେ ଜାପାନ-ପୋଲାଣ୍ଡ ମ୍ୟାଚର ବିଜେତାକୁଭେଟିବ। ସେହିଦିନ ଆମେରିକା ଦ୍ୱିତୀୟ ସେମିଫାଇନାଲରେ ରୁଷିଆ-ଦକ୍ଷିଣ ଆଫ୍ରିକା କ୍ରସ୍‌ ଓଭର ମ୍ୟ୍ୟାଚର ବିଜେତା ସହିତ ମୁକାବିଲା କରିବ।
ବିଶ୍ୱ ର଼୍ୟାଙ୍କିଙ୍ଗର ୪୩ତମ ସ୍ଥାନରେ ଥିବା ଉଜ୍‌ବେକିସ୍ତାନ ବିପକ୍ଷରେ ସ୍ବାଭାବିକଭାବେ ଆରମ୍ଭରୁ ପ୍ରଭାବ ବିସ୍ତାର କରି ଖେଳିଥିଲା ୫ମ ର଼୍ୟାଙ୍କ୍‌ ଭାରତ। ମ୍ୟାଚର ପ୍ରଥମ ମିନିଟରେ ହିଁ ଭାରତୀୟ ଖେଳାଳିମାନେ ଉଜ୍‌ବେକିସ୍ତାନ ଡି ଏରିଆ ମଧ୍ୟକୁ ବଲ୍‌ ନେଇ ସୁଯୋଗ ସୃଷ୍ଟି କରିିଥିଲେ। ତେବେ କ୍ରମାଗତ ୨ଟି ପେନାଲ୍ଟି କର୍ନର ମିଳିଥିଲେ ହେଁ ତାହାକୁ ହରମନପ୍ରୀତ ସିଂ ମିସ୍‌ କରିଥିଲେ। ଦ୍ୱିତୀୟ ମିନିଟରେ ଆଉ ଏକ ପେନାଲ୍ଟି କର୍ନର ମିଳିଥିବାବେଳେ ବରୁଣ କୁମାରଙ୍କ ଶଟ୍‌କୁ ଉଜ୍‌ବେକିସ୍ତାନ ଖେଳାଳିମାନେ ରୋକିବାରେ ସକ୍ଷମ ହୋଇଥିଲେ। ୪ର୍ଥ ମିନିଟରେ ଗୋଟିଲ ପେନାଲ୍ଟି କର୍ନର ମିସ୍‌ ହୋଇଥିବାବେଳେ ଅନ୍ୟ ଏକ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ବରୁଣ କୁମାର ଗୋଲ ଖାତା ଖୋଲିଥିଲେ। ୯ମ ମିନି ଭାରତକୁ ମିଳିଥିବା ପେନାଲ୍ଟି କର୍ନର ମିସ୍‌ ହୋଇଥିବାବେଳେ ୧୧ତମ ମିନିଟର ପେନାଲ୍ଟି କର୍ନରକୁ ଗୋଲ କରି ଆକାଶଦୀପ ସିଂ ଭାରତର ଅଗ୍ରଣୀକୁ ୨-୦ରେ ପହଞ୍ଚାଇଥିଲେ। ୧୫ତମ ମିନିଟରେ ପେନାଲ୍ଟି କର୍ନରକୁ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଡ୍ରାଗ୍‌ ଫ୍ଲିକ୍‌ ଜରିଆରେ ଗୋଲରେ ପରିଣତ କରି ପ୍ରଥମ କ୍ବାର୍ଟର ଶେଷସୁଦ୍ଧା ଭାରତକୁ ୩-୦ ଗୋଲରେ ଅଗ୍ରଣୀ କରାଇଥିଲେ।
ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଉଜ୍‌ବେକିସ୍ତାନ ଖେଳାଳିମାନେ ବଲ୍‌କୁ ଭାରତ ହାଫ୍‌କୁ ଆଣିବାରେ ବିଫଳ ହୋଇଥିଲେ। ଭାରତର ଆକ୍ରମଣରେ ନାକେଦମ୍‌ ହୋଇଥିବା ଏହି ଦଳ ଗୋଲ ବର୍ଷାକୁ ରୋକିବାରେ ବ୍ୟସ୍ତ ରହିଥିଲେ। ଦ୍ୱିତୀୟ କ୍ବାର୍ଟରରେ ଭାରତ ୪ଟି ଗୋଲ ଦେଇଥିଲା। ୨୨ତମ ମିନିଟରେ ବରୁଣ କୁମାର ବ୍ୟକ୍ତିଗତ ଦ୍ୱିତୀୟ ଏବଂ ଦଳ ପକ୍ଷରୁ ୪ର୍ଥ ଗୋଲଟି ସ୍କୋର କରିଥିଲେ। ୨୬ତମ ମିନିଟରେ ଆକାଶଦୀପ ସିଂ ଦଳ ପକ୍ଷରୁ ୫ମ ଗୋଲ ଦେଇଥିବାବେଳେ ୨୭ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ନିଳକାନ୍ତ ଶର୍ମା ଗୋଲରେ ପରିଣତ କରିବାରେ ସକ୍ଷମ ହୋଇଥିଲେ। ୨୮ତମ ମିନିଟରେ ଭାରତକୁ ମିଳିଥିବା ୧୦ମ ପେନାଲ୍ଟି କର୍ନର ମିସ୍‌ ହୋଇଥିବାବେଳେ ଏହାର ୨ ମିନିଟ ପରେ ଅର୍ଥାତ୍‌ ୩୦ତମ ମିନିଟରେ ମନଦୀପ ସିଂ ଏକ ଫିଲ୍ଡ ଗୋଲ ଦେଇ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତର ଅଗ୍ରଣୀ ବ୍ୟବଧାନକୁ ୭-୦ରେ ପହଞ୍ଚାଇଥିଲେ। ପ୍ରଥମାର୍ଦ୍ଧରେ ଭାରତୀୟ ଗୋଲକିପର କ୍ରିଷ୍ଣନ ପାଠକଙ୍କ ନିକଟକୁ ଥରେ ହେଲେ ବଲ୍‌ ଯାଇ ନ ଥିଲା।
ତୃତୀୟ କ୍ବାର୍ଟରରେ ମଧ୍ୟ ଭାରତର ପ୍ରଭାବୀ ପ୍ରଦର୍ଶନ ଜାରି ରହିଥିଲା। ତେବେ ପ୍ରଥମାର୍ଦ୍ଧ ତୁଳନାରେ ଉଜ୍‌ବେକିସ୍ତାନ ଏହି କ୍ବାର୍ଟରରେ ସତର୍କତାର ସହିତ ଖେଳିବାରୁ ଭାରତକୁ ଅଧିକ ପେନାଲ୍ଟି କର୍ନର ମିିଳି ନ ଥିଲା। ୪୦ତମ ମିନିଟରେ ଭାରତକୁ ଏକ ପେନାଲ୍ଟି କର୍ନର ମିଳିଥିଲେ ହେଁ ତାହାକୁ ହରମନପ୍ରୀତ ଗୋଲରେ ପରିଣତ କରିପାରି ନ ଥିଲେ। ତୃତୀୟ କ୍ବାର୍ଟର ଶେଷରେ ଅର୍ଥାତ୍‌ ୪୫ତମ ମିନିଟରେ ଅମିତ ଉଜ୍‌ବେକିସ୍ତାନ ଡି ଏରିଆ ଭିତରେ ଥିବା ସୁମିତଙ୍କୁ ପାସ୍‌ ଦେଇଥିଲେ। ସୁମିତ ଏହାକୁ ଗୁରସାହିବଜିତ ସିଂଙ୍କ ନିକଟକୁ ବଢ଼ାଇ ଦେଇଥିଲେ ଏବଂ ଏହି ୭୧ ନମ୍ବର ଜର୍ସି ପରିହିତ ଖେଳାଳି ତାହାକୁ ଗୋଲରେ ପରିଣତ କରିବାରେ କୌଣସି ଭୁଲ କରି ନ ଥିଲେ। ୪ର୍ଥ କ୍ବାର୍ଟରେ ଭାରତ ଅଗ୍ରଣୀ ବ୍ୟବଧାନକୁ ବଢ଼ାଇବା ଉପରେ ଗୁରୁତ୍ୱ ଦେଇଥିଲା ୫୩ତମ ମିନିଟରେ ମନଦୀପ ସିଂଙ୍କଠାରୁ ପାଇଥିବା ପାସ୍‌କୁ ଗୋଲରେ ପରିଣତ କରିଥିଲେ ଆକାଶଦୀପ। ଏଥିସହ ସେ ମ୍ୟାଚରେ ହ୍ୟାଟ୍ରିକ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ୫୪ତମ ମିନିଟରେ ହରମନପ୍ରୀତ ପେନାଲ୍ଟି କର୍ନର ମିସ୍‌ କରିିଥିବାବେଳେ ୬୦ତମ ମିନିଟରେ ମନଦୀପ ସିଂ ଏକ ଫିଲ୍ଡ ଗୋଲ ଦେଇ ମ୍ୟାଚ ଶେଷ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ ସିନିୟର ରୋଲବଲ ଚାମ୍ପିୟନଶିପ୍‌ ଓଡ଼ିଶା ଦଳ ଘୋଷଣା

ଭୁବନେଶ୍ୱର, ୨୦।୮(କ୍ରୀଡ଼ା ପ୍ରତିନିଧି)- ଗୁଜରାଟର ସୁରଟଠାରେ ୧୬ତମ ଜାତୀୟ ସିନିୟର ରୋଲବଲ ଚାମ୍ପିୟନଶିପ୍‌ ଚଳିତମାସ ୨୧ରୁ ୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା ରୋଲବଲ...

ଟି୨୦ ବିଶ୍ୱକପ୍‌ : ନିଷ୍ପତ୍ତି ନେବାକୁ ଆଇସିସିକୁ କହିଲେ ଟେଲର

ମେଲବୋର୍ନ,୨୪।୫(ପି.ଟି.): ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର- ନଭେମ୍ବରରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଘୁଞ୍ଚିବ ନାହିଁ ବୋଲି ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ମାର୍କ ଟେଲର ଅନୁମାନ...

ଦିନିକିଆ-ଟି୨୦ରେ ପ୍ରତ୍ୟାବର୍ତ୍ତନକୁ ନେଇ ନିରବତା ଭାଙ୍ଗିଲେ ଅଶ୍ୱିନ, କହିଲେ‘ ଯେତେବେଳେ କେହି ଏହି ପ୍ରଶ୍ନ ପଚାରେ….’

ନୂଆଦିଲ୍ଲୀ,୧୬।୩: ଭାରତର ସର୍ବଶ୍ରେଷ୍ଠ ସ୍ପିନର୍‌ଙ୍କ ମଧ୍ୟରୁ ରବିଚନ୍ଦ୍ରନ ଅଶ୍ୱିନ ଅନ୍ୟତମ। ବିଗତ ଦୁଇ-ତିନି ମାସ ମଧ୍ୟରେ ସେ ନିଜର ଶ୍ରେଷ୍ଠତାକୁ ପ୍ରମାଣିତ ମଧ୍ୟ କରିଛନ୍ତି। ଇଂଲଣ୍ଡ...

ପ୍ରଥମ ଟି୨୦: ଅଷ୍ଟ୍ରେଲିଆକୁ ହରାଇଲା ନ୍ୟୁଜିଲାଣ୍ଡ

ଖ୍ରୀଷ୍ଟଚର୍ଚ୍ଚ,୨୩ା୨(ଏପି)-ସୋମବାର ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚକୁ ନ୍ୟୁଜିଲାଣ୍ଡ ୫୩ ରନରେ ଜିତି ନେଇଛି। ଏହି ବିଜୟ ଦ୍ୱାରା ଆୟୋଜକ ଦଳ ୫...

ଡବ୍ଲ୍ୟୁଡବ୍ଲ୍ୟୁଇକୁ ଅଲ୍‌ବିଦା କହିଲେ ‘ଡେଡ୍‌ମ୍ୟାନ’ ଅଣ୍ଡରଟେକର

ହୋଷ୍ଟନ (ଆମେରିକା), ୨୨।୬- ଓ୍ବାଲର୍‌ଡ ରେସଲିଂ ଏଣ୍ଟରଟେନମେଣ୍ଟ (ଡବ୍ଲ୍ୟୁଡବ୍ଲ୍ୟୁଇ)ର ସର୍ବକାଳୀନ ଶ୍ରେଷ୍ଠ ରେସ୍‌ଲର ତଥା ‘ଡେଡ୍‌ମ୍ୟାନ’ ଭାବେ ପରିଚିତ ଦି ଅଣ୍ଡରଟେକର ରିଙ୍ଗ୍‌ରେ ଆଉ ଲଢ଼େଇ...

ବର୍ଷର ଶ୍ରେଷ୍ଠ ଦିନିକିଆ କ୍ରିକେଟର ରୋହିତ

ଦୁବାଇ, ୧୫।୧- ଭାରତୀୟ ଦଳର ବିସ୍ଫୋରକ ଓପନର ରୋହିତ ଶର୍ମା ବୁଧବାର ଆଇସିସି ଦିନିକିଆ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ପାଇଛନ୍ତି। ୨୦୧୯ରେ ଦିନିକିଆ...

ନିଜ ଆଇପିଏଲ୍‌ ଟିମ୍‌ ପାଇଁ କୋହଲିଙ୍କୁ ଅଧିନାୟକ ଭାବେ ବାଛିଲେ ସେହଓ୍ବାଗ, ପ୍ରଶଂସକଙ୍କୁ କଲେ ଚକିତ

ନୂଆଦିଲ୍ଲୀ,୧୩।୧୧: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ପଞ୍ଚମ ଥର ପାଇଁ ଟାଇଟଲ ହାସଲ କରି ରେକର୍ଡ କରିଛନ୍ତି। ଏହି ଟୁର୍ନାମେଣ୍ଟରେ...

ଆଇପିଏଲ ଟାଇଟଲ ସ୍ପନ୍ସର ହେଲା ଡ୍ରିମ-୧୧, ଏତିକି ଟଙ୍କାରେ କିଣିଲା ଅଧିକାର

ନୂଆଦିଲ୍ଲୀ,୧୮।୮:ଆଇପିଏଲ ୨୦୨୦ ପାଇଁ ଚାଇନା କମ୍ପାନୀ ଭିଭୋ ସ୍ଥାନରେ ନୂତନ ଟାଇଟଲ ପ୍ରଯୋଜକ ଘୋଷଣା କରାଯାଇଛି। ଭିଭୋ ସିଜନ ୧୩ରୁ ବିଦା ହେବା ପରେ ଡ୍ରିମ...

Advertisement
Ten Cric Info


Archives

Model This Week