Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଜାପାନକୁ ୩ୟ ସ୍ଥାନ

ଭୁବନେଶ୍ୱର, ୧୬।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଜାପାନ ତୃତୀୟ ସ୍ଥାନ ହାସଲ କରିଛି। ଶେଷ ମୁହୂର୍ତ୍ତରେ କେନ୍‌ତା ତନକାଙ୍କ ଡବଲ ଗୋଲ ବଳରେ ଜାପାନ ଶନିବାର ଅନୁଷ୍ଠିତ ପ୍ଲେସିଂ ମ୍ୟାଚରେ ଆମେରିକାକୁ ୪-୨ ଗୋଲରେ ପରାସ୍ତ କରିଛି। ଫଳରେ ୪ର୍ଥ ସ୍ଥାନରେ ରହି ଆମେରିକା ଅଭିଯାନ ଶେଷ କରିଛି। ପରାଜିତ ହୋଇଥିଲେ ହେଁ ଏକ ଡଜନେରୁ ଊର୍ଦ୍ଧ୍ୱ ଗୋଲ ସେଭ୍‌ କରିଥିବା ଆମେରିକା ଗୋଲକିପର ଡାନିଏଲ ୱିସଲିଙ୍ଗ୍‌ ମ୍ୟାନ୍‌ ଅପ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ପଦ୍ମଶ୍ରୀ ଦିଲୀପ ତିର୍କୀ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାାନ କରିଥିଲେ।
ପରାଜିତ ଦଳ ମଧ୍ୟରେ ଏହି ଫ୍ଲେସିଂ ମ୍ୟାଚ ଆରମ୍ଭରୁ ବେଶ୍‌ ରୋଚକ ହୋଇଥିଲା। ମ୍ୟାଚ ଆରମ୍ଭ ହେବାକ୍ଷଣି ଆକ୍ରମଣ ଆରମ୍ଭ କରିଥିଲା ଆମେରିକା। ଜାପାନ ମଧ୍ୟ ଏହାର ଦୃଢ଼ ଜବାବ ଦେଇଥିଲା। ମାତ୍ର ଗୋଲ ସ୍କୋରିଂ ଖାତା ପ୍ରଥମେ ଆମେରିକା ଆରମ୍ଭ କରିଥିଲା। ମ୍ୟାଚର ୧୦ମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିଥିଲେ ଆକି କେପଲର। ମାତ୍ର ଦଳର ଖେଳାଳିମାନେ ଖୁସି ମନାଇବା ପୂର୍ବରୁ ୧୧ତମ ମିନିଟରେ ଜାପାନକୁ ଏକ ପେନାଲ୍ଟି କର୍ନର ମିଳି ଯାଇଥିଲା। କାଜୁମା ମୁରାତା ଏହାକୁ ଗୋଲରେ ପରିଣତ କରିବାରୁ ମ୍ୟାଚ ସମାନ ସ୍ତରକୁ ଚାଲି ଆସିଥିଲା। ଏହାକୁ ଛାଡ଼ିଦେଲେ ପ୍ରଥମ କ୍ବାର୍ଟରେ ଜାପାନ ୩ଟି ଏବଂ ଆମେରିକା ୨ଟି ପେନାଲ୍ଟି କର୍ନର ସୁଯୋଗ ପାଇଥିଲେ ହେଁ ତାହାର ସଦୁପଯୋଗ କରିପାରି ନ ଥିଲେ। ଦ୍ୱିତୀୟ କ୍ବାର୍ଟରରେ ଅଗ୍ରଣୀ ନେବାପାଇଁ ଆକ୍ରମଣକୁ ଜୋରଦାର କରିଥିଲା ଜାପାନ। ଉଭୟ ଦଳ ଏକାଧିକ ପେନାଲ୍ଟି କର୍ନର ସୁଯୋଗ ମଧ୍ୟ ପାଇଥିଲେ। ମାତ୍ର ତାହା ବେକାର ଯାଇଥିଲା। ୨୨ତମ ମିନିଟରେ ଆମେରିକା ଗୋଲକିପର ଡାନିଏଲ ୱିସଲିଙ୍କ୍‌ଙ୍କ ବିପଜ୍ଜନକ ପ୍ରଦର୍ଶନ ଯୋଗୁ ଜାପାନକୁ ପେନାଲ୍ଟି ଷ୍ଟ୍ରୋକ୍‌ ଦିଆ ଯାଇଥିଲା। ମାତ୍ର ହିରୋତକା ଜେଣ୍ଡାନା ଏହାକୁ ଗୋଲପୋଷ୍ଟ ବାହାରକୁ ମାରି କୋଚ୍‌ ତାକାହିରୋ ୟାମାବୋରିଙ୍କୁ ନିରାଶ କରିଥିଲା। ତେବେ ଆମେରିକା ଖେଳାଳିଙ୍କ କ୍ରମାଗତ ଭୁଲ ଯୋଗୁ ୨୫ତମ ମିନିଟରେ ଜାପାନକୁ ଆଉ ଏକ ପେନାଲ୍ଟି ଷ୍ଟ୍ରୋକ୍‌ ମିଳିଥିଲା। ଏଥର ଭୁଲ କରି ନ ଥିଲେ ୟୋଶିକି କିରିଶିତା। ତାଙ୍କ ଗୋଲ ବଳରେ ଜାପାନ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ୨-୧ ଗୋଲରେ ଅଗ୍ରଣୀ ହୋଇ ଯାଇଥିଲା।
କ୍ବାର୍ଟରରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଥିଲେ ହେଁ ଗୋଲ ହୋଇପାରି ନ ଥିଲା। ଜାପାନ ୩ଟି ପେନାଲ୍ଟି କର୍ନର ପାଇଥିଲା, ମାତ୍ର ସବୁ ମିସ୍‌ ହୋଇଥିଲା। ଅନ୍ତିମ କ୍ବାର୍ଟରରେ ଅପେକ୍ଷାକୃତ ପ୍ରଭାବୀ ପ୍ରଦର୍ଶନ କରିଥିଲା ଜାପାନ। ହେଲେ ଆମେରିକା ମଧ୍ୟ ଏହାର ଜବାବ ଦେଇଥିଲା। ଶେଷ ୨ ମିନିଟରେ ଅସଲ ଖେଳ ହୋଇଥିଲା। ମ୍ୟାଚ ଜାପାନ ସପକ୍ଷରେ ଶେଷ ହେବାକୁ ଯାଉଥିବାବେଳେ ଖେଳ ସରିବାକୁ ୧ ମିନିଟ ଥିବାବେଳେ ଆମେରିକାକୁ ଏକ ପେନାଲ୍ଟି କର୍ନର ମିଳିଥିଲା। ୫୯ତମ ମିନିଟରେ ଆକି କେପଲର ଏହାକୁ ଗୋଲରେ ପରିଣତ କରିବାରୁ ମ୍ୟାଚରେ ରୋମାଞ୍ଚ ଭରି ଯାଇଥିଲା। ପ୍ରଥମଥରପାଇଁ ଶୁଟ୍‌ଆଉଟରେ ଖେଳ ମୀମାଂସା ହେବା ସମ୍ଭବନା ସୃଷ୍ଟି ହୋଇଥିଲା। ମାତ୍ର ଖେଳ ଏତିକିରେ ସରି ନ ଥିଲା। ୬୦ତମ ମିନିଟରେ୯ ନମ୍ବର ଜର୍ସି ପରିହିତ କେନ୍‌ତା ତନକା ଏକ ଫିଲ୍ଡ ଗୋଲ ଦେଇ ଜାପାନକୁ ଅଗ୍ରଣୀ କରାଇଥିଲେ। ମ୍ୟାଚ ସରିବାକୁ ୩୦ ସେକେଣ୍ଡ ଥିବାବେଳେ ତନକା ଆଉ ଏକ ଗୋଲ ଦେଇ ଜାପାନ ବିଜୟ ପକ୍କା କରିଥିଲେ। ଆମେରିକା ନିକଟରେ ପ୍ରତ୍ୟାବର୍ତ୍ତନ ପାଇଁ ଆଉ ସୁଯୋଗ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅବସର ନିଷ୍ପତ୍ତି

ଦୀର୍ଘ ୧୯ ବର୍ଷର କ୍ୟାରିୟରରେ ଡେଭିଡ ଭିଲା ସ୍ପେନ୍‌ ପାଇଁ ସବୁପ୍ରକାର ସଫଳତା ଅର୍ଜନ କରିଛନ୍ତି। ବିଶ୍ୱକପ୍‌, ୟୁରୋପିଆନ ଚାମ୍ପିୟନଶିପ୍‌ ଓ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ...

କେନ୍‌ ରିଚାର୍ଡସନଙ୍କ ସ୍ଥାନରେ ସ୍କଟ୍‌ କଗ୍‌ଲିିନ୍‌

ଅହମଦାବାଦ, ୨୮।୪(ପି.ଟି.)-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୧୪ର ଅବଶିଷ୍ଟ ଅଂଶ ପାଇଁ କେନ୍‌ ରିଚାର୍ଡସନଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡ ପେସ୍‌ ବୋଲର ସ୍କଟ କଗ୍‌ଲିନ୍‌ଙ୍କୁ...

ବେଡ୍‌ ରୁମ୍‌ରେ ଏହି ଗେମ୍‌ ଖେଳିବାକୁ ପସନ୍ଦ କରନ୍ତି ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟଠାରୁ ଦୂରରେ ଥିଲେ ମଧ୍ୟ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାନ୍ତି। ଅଧିକାଂଶ ସମୟରେ...

ଫର୍ମୁଲା ଓ୍ବାନ୍‌ ଷ୍ଟାର ଡ୍ରାଇଭର ଲୌଡ଼ାଙ୍କ ପରଲୋକ

ଲଣ୍ଡନ, ୨୧ା୫- କିମ୍ବଦନ୍ତୀ ଫର୍ମୁଲା ଓ୍ବାନ୍‌ ଡ୍ରାଇଭର ନିକି ଲୌଡ଼ାଙ୍କ ମୃତ୍ୟୁ ଘଟିଛି। ଅଷ୍ଟ୍ରିଆ ଡ୍ରାଇଭରଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ପରିବାର ସଦସ୍ୟ ମଙ୍ଗଳବାର ସୂଚନା...

ନୂଆ ଜର୍ସି ପିନ୍ଧି ବିଶ୍ୱକପ୍‌ ଖେଳିବ ଭାରତ

ମୁମ୍ବାଇ,୮।୧୦: ଆସନ୍ତା ୧୭ ତାରିଖରୁ ୟୁଏଇ ଏବଂ ଓମାନଠାରେ ଆରମ୍ଭ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍‌। ଏହି ବିଶ୍ୱକପ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆକୁ...

‘ମୁଁ ଏମିତି କରିବି ନାହିଁ’: ଟି-୨୦ ବିଶ୍ୱକପ୍‌ ସହ ଜଡ଼ିତ ଏହି ପ୍ରଶ୍ନର ଉତ୍ତର ଦେବାକୁ ମନା କରିଦେଲେ ଦ୍ରାବିଡ୍‌

କଲମ୍ବୋ,୩୦।୭: ଆଗକୁ ଟି-୨୦ ବିଶ୍ୱକପ୍‌। ଏଥିପାଇଁ ଦଳରେ କିଏ ସ୍ଥାନ ପାଇବ କିଏ ନୁହେଁ ତାହାକୁ ନେଇ ଚର୍ଚ୍ଚା ହେଉଛି। ଏପରିସ୍ଥିତିରେ ଭାରତୀୟ ଟିମ୍‌ରେ ଦୁଇଜଣ...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ, ୧୦ା୪- ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଶନିବାର ଆଇପିଏଲ୍‌ର ୧୪ ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତିି ଦିଲ୍ଲୀ...

ଆଇପିଏଲ୍‌ର ‘ସିକ୍ସର କିଙ୍ଗ’ ପାଲଟିଲେ ଏହି କ୍ରିକେଟର; ବିଦେଶୀ ବ୍ୟାଟ୍ସମ୍ୟାନ୍‌ଙ୍କୁ ପଛରେ ପକାଇଲେ

ଦୁବାଇ,୧୬।୧୦: ଶେଷ ହୋଇଛି ଆଇପିଏଲ୍‌ ୨୦୨୧। ଦୁଇଟି ପର୍ଯ୍ୟାୟରେ ଖେଳାଯାଇଥିବା ଏହି ଲିଗ୍‌ରେ ଅନେକ କ୍ରିକେଟର ନୂଆ ନୂଆ ଉପଲବ୍ଧି ହାସଲ କରିଛନ୍ତି। ବିଶେଷଭାବେ ସବୁଠାରୁ...

Advertisement
Archives

Model This Week