Posted inଖେଳ

ଏଫଆଇଏଚ୍‌ ହକି ଅଲିମ୍ପିକ୍‌ କ୍ୱାଲିଫାୟର୍ସ: ଅନ୍‌ଲାଇନ୍‌ ଟିକେଟ ବିକ୍ରି ଆରମ୍ଭ

ଭୁବନେଶ୍ୱର, ୧୯।୯(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୧ ଓ ୨ ତାରିଖରେ ଏଫଆଇଏଚ୍‌ ହକି ଅଲିମ୍ପିକ୍‌ କ୍ୱାଲିଫାୟର୍ସ ଅନୁଷ୍ଠିତ ହେବ। ଏହାର ମହିଳା ବିଭାଗରେ ଭାରତ ଓ ଆମେରିକା ଏବଂ ପୁରୁଷରେ ଭାରତ ଓ ରୁଷିଆ ମଧ୍ୟରେ ମୁକାବିଲା ହେବ। ଏହି ୨ ମ୍ୟାଚରେ ଭଲ ପ୍ରଦର୍ଶନ କରି ଭାରତୀୟ ମହିଳା ଓ ପୁରୁଷ ଦଳ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ଲକ୍ଷ୍ୟରେ ରହିଛି। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ଅନ୍ତର୍ଜାତୀୟ ହକି ଫେଡେରେଶନ ଓ ହକି ଇଣ୍ଡିଆ ପକ୍ଷରୁ ବୁଧବାରଠାରୁ ଅନ୍‌ଲାଇନ୍‌ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଟିକେଟ https://in.ticketgenie.in/Tickets/FIH-Hockey-Olympic-Qualifiers-Odisha ରେ ଉପଲବ୍ଧ। ଅଲିମ୍ପିକ୍‌ କ୍ୱାଲିଫାୟର୍ସ ପାଇଁ ସାଉଥ୍‌ ଓ ନର୍ଥ ଷ୍ଟାଣ୍ଡର ମୂଲ୍ୟ ୨୦୦ଟଙ୍କା ଲେଖାଏ ଏବଂ ଇଷ୍ଟ ଷ୍ଟାଣ୍ଡର ମୂଲ୍ୟ ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଓ୍ବେଷ୍ଟଷ୍ଟାଣ୍ଡ ଗ୍ୟାଲେରୀର ମୂଲ୍ୟ ବର୍ତ୍ତମାନ ଉପଲବ୍ଧ ନାହିଁ ବୋଲି ଦର୍ଶା ଯାଉଛି।
ଭାରତୀୟ ପୁରୁଷ ଦଳ ସମ୍ପ୍ରତି ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୫ମ ସ୍ଥାନରେ ଥିବାବେଳେ ରୁଷିଆ ୨୨ତମ ସ୍ଥାନରେ ରହିଛି। ସେହିପରି ଭାରତୀୟ ମହିଳା ଦଳ ୯ମ ସ୍ଥାନରେ ଥିବାସ୍ଥଳେ ପ୍ରତିଦ୍ୱନ୍ଦ୍ୱୀ ଆମେରିକା ୧୩ତମ ସ୍ଥାନରେ ଅଛି। ୨ଟି ମ୍ୟାଚର ଗୋଲ ସ୍କୋର ଭିତ୍ତିରେ ବିଜେତା ନିର୍ଣ୍ଣିତ ହେବ ଏବଂ ସେହି ଦଳ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବ। ଦୁଇ ଦିନଯାକ ମ୍ୟାଚ ସମାନ ସମୟରେ ଅନୁଷ୍ଠିତ ହେବ। ମହିଳା ବିଭାଗ ମ୍ୟାଚ ସନ୍ଧ୍ୟା ୬ଟା ଏବଂ ପୁରୁଷ ବିଭାଗ ମ୍ୟାଚ ରାତି ୮ଟାରେ ଅନୁଷ୍ଠିତ ହେବ। ଅନ୍‌ଲାଇନ୍‌ ଟିକେଟ ରିଡମ୍ପଶନ ତାରିଖ ପରେ ଘୋଷଣା କରାଯିବ ବୋଲି ହକି ଇଣ୍ଡିଆ ପକ୍ଷରୁ ପ୍ରକାଶ କରାଯାଇଛି।
ଅନ୍‌ଲାଇନ୍‌ ଟିକେଟ ଶୁଭାରମ୍ଭ ଅବସରରେ ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ କହିଲେ ଯେ, ”ଏଫଆଇଏଚ୍‌ ହକି ଅଲିମ୍ପିକ୍‌ କ୍ୱାଲିଫାୟର୍ସ ଆମ ସିନିୟର ମହିଳା ଓ ପୁରୁଷ ଦଳପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ। ତେଣୁ ଦେଶର କ୍ରୀଡ଼ାପ୍ରେମୀମାନେ ଅନ୍‌ଲାଇନ୍‌ ଟିକେଟ କ୍ରୟ କରି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଉପସ୍ଥିତ ରହିବା ସହ ଆମ ଦଳକୁ ଉତ୍ସାହିତ କରିବେ ବୋଲି ମୁଁ ଆଶା କରୁଛି। ଭାରତୀୟ ଦଳକୁ ସ୍ଥାନୀୟ ଦର୍ଶକଙ୍କ ସମର୍ଥନ ଯେ ମିଳିବ ଏଥିରେ ଦ୍ୱିମତ ନାହିଁ। ମାତ୍ର ଅନ୍‌ଲାଇନ୍‌ରେ ଟିକେଟ କ୍ରୟ କରି ଦେଶର ବିଭିନ୍ନ ଭାଗରେ ଥିବା କ୍ରୀଡ଼ାପ୍ରେମୀମାନେ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ସମୟରେ କଳିଙ୍ଗ ଷ୍ଟାଡିୟମରେ ଉପଲବ୍ଧ ହେବାନେଇ ଆଶା ରହିଛି“।

ଟିକେଟ ମୂଲ୍ୟ
ନର୍ଥ ଷ୍ଟାଣ୍ଡ: ୨୦୦ ଟଙ୍କା
ସାଉଥ ଷ୍ଟାଣ୍ଡ: ୨୦୦ ଟଙ୍କା
ଇଷ୍ଟ ଷ୍ଟାଣ୍ଡ: ୩୦୦ ଟଙ୍କା

କାର୍ଯ୍ୟସୂଚୀ
ନଭେମ୍ବର ୧(ମହିଳା ବିଭାଗ) ଭାରତ ବନାମ ଆମେରିକା, ସମୟ: ସନ୍ଧ୍ୟା ୬ଟା
ନଭେମ୍ବର ୧(ପୁରୁଷ ବିଭାଗ) ଭାରତ ବନାମ ରୁଷିଆ, ସମୟ: ରାତି ୮ଟା
ନଭେମ୍ବର ୨(ମହିଳା ବିଭାଗ) ଭାରତ ବନାମ ଆମେରିକା, ସମୟ: ସନ୍ଧ୍ୟା ୬ଟା
ନଭେମ୍ବର ୨(ପୁରୁଷ ବିଭାଗ) ଭାରତ ବନାମ ରୁଷିଆ, ସମୟ: ରାତି ୮ଟା


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ଭିଭିଏସ ଲକ୍ଷ୍ମଣଙ୍କୁ ଗୌତମ ଗମ୍ଭୀରଙ୍କ ଠାରୁ ମଧ୍ୟ ଉଚ୍ଚ ପଦବୀ ପ୍ରଦାନ କରିବ ବିସିସିଆଇ, ଜାଣନ୍ତୁ କ’ଣ ଏହି…

ନୂଆଦିଲ୍ଲୀ,୧୪।୮: ବିସିସିଆଇ ପୂର୍ବତନ ଷ୍ଟାଇଲିସ ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ (COE)ର ବର୍ତ୍ତମାନର ମୁଖ୍ୟ – ଭିଭିଏସ ଲକ୍ଷ୍ମଣଙ୍କୁ କ୍ରିକେଟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri