Posted inଖେଳ

ଏଫଆଇଏଚ୍‌ ପ୍ରୋ ଲିଗ୍‌: ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ନେଦରଲାଣ୍ଡ୍ସ

ନୂଆଦିଲ୍ଲୀ, ୫।୯(ପି.ଟି.)- ଏଫଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତୀୟ ପୁରୁଷ ହକି ଦଳ ଆସନ୍ତାବର୍ଷ ଜାନୁୟାରୀ୧୮ରେ ଏହାର ପ୍ରଥମ ମ୍ୟାଚ ଘରୋଇ ପରିବେଶରେ ଖେଳିବ। ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେବ ନେଦରଲାଣ୍ଡ୍ସ। ଏଫଆଇଏଚ୍‌ ପ୍ରୋ ଲିଗ୍‌ ସିଜନ-୨ ପାଇଁ ବୁଧବାର ଘୋଷିତ କାର୍ଯ୍ୟସୂଚୀ ଅନୁସାରେ ୧୯ ତାରିଖରେ ଭାରତ ସମାନ ପ୍ରତିଦ୍ୱନ୍ଦ୍ୱୀକୁ ଭେଟିବ। ଟୁର୍ନାମେଣ୍ଟର ପ୍ରଥମ ସଂସ୍କରଣରୁ ଭାରତ ଓହରି ଯାଇଥିଲା। ଏହାପରେ ଭାରତ ଘରୋଇ ପରିବେଶରେ ବିଶ୍ୱ ଚାମ୍ପିୟନ ବେଲ୍‌ଜିୟମକୁ ଫେବୃୟାରୀ ୮ ଓ ୯ ତାରିଖରେ ଭେଟିବ। ପରବର୍ତ୍ତୀ ୨ଟି ମ୍ୟାଚ ଫେବୃୟାରୀ ୨୨ ଓ ୨୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେହି ଘରୋଇ ପରିବେଶରେ ଖେଳିବ। ୬ଟି ମ୍ୟାଚ ଖେଳି ସାରିବାପରେ ଭାରତ ବାହାର ପରିବେଶରେ ମ୍ୟାଚ ଖେଳିବାକୁ ବାହାରିବ। ଦଳ ଏପ୍ରିଲ ୨୫ ଓ ୨୬ରେ ଜର୍ମାନୀ ଏବଂ ମେ ୨ ଓ ୩ରେ ଗ୍ରେଟ ବ୍ରିଟେନ ସହିତ ବାହାର ପରିବେଶରେ ଖେଳିବ। ଏହାପରେ ଦଳ ପୁଣି ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମେ ୨୩, ୨୪ରେ ମ୍ୟାଚ ଖେଳିବା ପରେ ଆର୍ଜେଣ୍ଟିନା ଯାଇ ଜୁନ ୫ ଓ ୬ରେ ୨ଟି ମ୍ୟାଚ ଖେଳିବ। ପ୍ରୋ-ଲିଗ୍‌ରେ ଭାରତ ଏହାର ଶେଷ ରାଉଣ୍ଡ ରବିନ ମ୍ୟାଚ ସ୍ପେନରେ ଜୁନ ୧୩ ଓ ୧୪ରେ ଖେଳିବ। ଭାରତ ଘରୋଇ ପରିବେଶରେ ମୋଟ ୮ଟି ଗେମ୍‌ ଖେଳିବ। ସେଥିରୁ ଜାନୁୟାରୀ-ଫେବୃୟାରୀରେ ୬ଟି ଏବଂ ମେରେ ୨ଟି ମ୍ୟାଚ ହେବ।
ମନପ୍ରୀତ ବ୍ୟଗ୍ର
ଏଫଆଇଏଚ୍‌ ପ୍ରୋ ଲିଗ୍‌ ସିଜନ-୨ କାର୍ଯ୍ୟସୂଚୀ ଘୋଷଣା ହେବାପରେ ତାଙ୍କ ଦଳର ବ୍ୟଗ୍ରତା ପ୍ରକାଶ କରିଛନ୍ତି ଭାରତୀୟ ଦଳର ଅଧିନାୟକ ମନପ୍ରୀତ ସିଂ। ”ଘରୋଇ ପରିବେଶରେ ଆସନ୍ତା ଜାନୁୟାରୀରେ ପ୍ରୋ ଲିଗ୍‌ ଆରମ୍ଭ କରିବାପାଇଁ ଆମେ ବ୍ୟଗ୍ର। ଏହି ଲିଗ୍‌ରେ ବିଶ୍ୱର ଟପ୍‌ ଟମ୍‌ ଗୁଡ଼ିକ ବିପକ୍ଷରେ ଖେଳିବାର ସୁଯୋଗ ମିଳିବ। ତେଣୁ ସମସ୍ତ ମ୍ୟାଚ ଚ୍ୟାଲେଞ୍ଜିଂ ହେବା ସମ୍ଭାବନା। ଏହା ଅଲିମ୍ପିକ୍ସ ବର୍ଷ ହୋଇଥିବାରୁ କ୍ରମାଗତଭାବେ ଟପ୍‌ ଟିମ୍‌ଗୁଡ଼ିକ ବିପକ୍ଷରେ ଖେଳିଲେ ଆମକୁ ନିଶ୍ଚିତ ଫାଇଦା ମିଳିବ। କୋର ଗ୍ରୁପରେ ସ୍ଥାନ ପାଇଥିବା ଖେଳାଳିମାନେ ଭଲଭାବେ ଅଭ୍ୟାସ କରିପାରିବେ। ଘରୋଇ ପରିବେଶରେ ଆମେ ନେଦରଲାଣ୍ଡ୍ସ, ବେଲଜିୟମ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାକୁ ଥିବାରୁ ଭାରତୀୟ ଦର୍ଶକମାନେ ହକି ରୋମାଞ୍ଚ ଦେଖିବାକୁ ପାଇବେ। ଘରୋଇ ପରିବେଶରେ ଆମେ ଏହିସବୁ ଦଳଗୁଡ଼ିକ ବିପକ୍ଷରେ ଖେଳୁଥିବାବେଳେ ମ୍ୟାଚକୁ ବେଶ୍‌ ଉପଭୋଗ କରୁ“ ବୋଲି ମନପ୍ରୀତ କହିଛନ୍ତି। ଭାରତୀୟ କୋଚ୍‌ ଗ୍ରାହାମ ରିଡ୍‌ ମଧ୍ୟ ସମାନ ମତ ପୋଷଣ କରିଛନ୍ତି। ଭାରତ ନିୟମିତଭାବେ ବଡ଼ ଦଳଗୁଡ଼ିକ ବିପକ୍ଷରେ ଖେଳିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ”ଆମେ ଆସନ୍ତାବର୍ଷ ପ୍ରୋ ଲିଗ୍‌ରେ ଖେଳିବାକୁ ଅତ୍ୟନ୍ତ ଆଗ୍ରହର ସହିତ ଅପେକ୍ଷା କରିଛୁ। ଏହାଦ୍ୱାରା ଆମେ ବିଶ୍ୱର ଶ୍ରେଷ୍ଠ ଦଳଗୁଡ଼ିକ ବିପକ୍ଷରେ ଖେଳିପାରିବୁ। ଫଳରେ ଆମର ଯୁବ ଖେଳାଳିଭାବେ କେତେ ପାରଙ୍ଗମ ତାହା ଜଣାପଡ଼ିବ। ମୋଟାମୋଟି କହିବାକୁ ଗଲେ ଆମେଯଦି ନଭେମ୍ବରରେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବୁ ତେବେ ଏହି ଲିଗ୍‌ରେ ସବୁଠାରୁ ଭଲ ମ୍ୟାଚ ଅଭ୍ୟାସ ମିଳିପାରିବ“ ବୋଲି ରିଡ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri