ଏପିଓ ଦାୟିତ୍ୱ ସମ୍ଭାଳୁଛନ୍ତି ଜିଆର୍‌ଏସ୍‌

ନାଉଗାଁ , ୬।୨ (ସ୍ବ.ପ୍ର.): ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ମାଧ୍ୟମରେ କରାଯାଉଥିବା ବିଭିନ୍ନ କାର୍ଯ୍ୟର ସୂଚନା ଓ ତଦାରଖ ବ୍ଲକ ଏପିଓ (ଆଡିସନାଲ୍‌ ପ୍ରୋଗ୍ରାମ୍‌ ଅଫିସର୍‌) କରିଥାନ୍ତି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଏପିଓ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ହୋଇଥିବା ବେଳେ ନାଉଗାଁ  ବ୍ଲକରେ ଜଣେ ଜିଆର୍‌ଏସ୍‌ ଏପିଓ ଦାୟିତ୍ୱ ତୁଲାଉଛନ୍ତି। ୩ ମାସ ହେବ ନାଉଗାଁ  ବ୍ଲକ ପୂର୍ବତନ ଏପିଓ ଜ୍ୟୋତିପ୍ରକାଶ ନାୟକଙ୍କୁ ଜଗତ୍‌ସିଂହପୁର ବ୍ଲକକୁ ବଦଳି କରିଦିଆଯାଇଥିବା ବେଳେ ଜିଆର୍‌ଏସ୍‌ଙ୍କୁ ଏପିଓ ଦାୟିତ୍ୱ ଦିଆଯାଇଛି। ଏ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଜିଆର୍‌ଏସ୍‌ମାନେ ବି ଏପିଓଙ୍କ କାର୍ଯ୍ୟ କରିପାରିବେ ବୋଲି ଜଗତ୍‌ସିଂହପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି କହିଛନ୍ତି। ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପିଓଙ୍କ ଶିକ୍ଷାଗତ ଯୋଗ୍ୟତା ସର୍ବନିମ୍ନ ଗ୍ରାଜୁଏଶନ ସହ ମ୍ୟାନେଜମେଣ୍ଟ କୋର୍ସ କିମ୍ବା ଏମ୍‌ଏସ୍‌ଡବ୍ଲ୍ୟୁ ରହିଥିବା ବେଳେ ଜିଆର୍‌ଏସ୍‌ଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ସହ କମ୍ପ୍ୟୁଟର ଜ୍ଞାନ ରହିଛି। ତେବେ ଜିଆର୍‌ଏସ୍‌ମାନେ କିଭଳି ଏପିଓଙ୍କ ଦାୟିତ୍ୱ ତୁଲାଇବେ ସେ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ପ୍ରକାଶ ଯେ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା-୧୮୪୩୧, ତା-୧୭।୧୦।୨୦୧୯ରେ ଜିଆରଏସ୍‌ମାନଙ୍କ ବଦଳି ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ବେଳେ ଜିଲା ଭିତରେ ଏମାନଙ୍କ ବଦଳି କରିବାକୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ବଳରେ ବ୍ଲକ ପ୍ରଶାସନ ଜିଆରଏସ୍‌ମାନଙ୍କୁ ବଦଳି କରିଥିବା ବେଳେ କେତେଜଣ ଏହାକୁ ସ୍ଥଗିତ ରଖିବା ପାଇଁ ନ୍ୟାୟାଳୟର ଦ୍ୱରସ୍ଥ ହୋଇଛନ୍ତି। ଅନ୍ୟମାନେ କାର୍ଯ୍ୟରେ ଯୋଗଦେଇଥିବା ଜଣାପଡ଼ିଛି। ତିର୍ତ୍ତୋଲ ଓ ବାଲିକୁଦା ବ୍ଲକ ଅଞ୍ଚଳର ୨ଜଣ ଜିଆର୍‌ଏସ୍‌ଙ୍କୁ ନାଉଗାଁ ବଦଳି କରାଯାଇଛି। ତିର୍ତ୍ତୋଲର ଶୁଭେନ୍ଦୁ ମୁଦୁଲିଙ୍କୁ ନାଉଗାଁ ର ବଛାଳୋ ଓ ବାଲିକୁଦା ବ୍ଲକର ରାଜକିଶୋର ପରିଡ଼ାଙ୍କୁ ଡାବର ପଞ୍ଚାୟତରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ରହିଛି। କିନ୍ତୁ ବଛାଳୋରେ ଶୁଭେନ୍ଦୁ ଯୋଗଦେଇ ନ ଥିବା ବେଳେ ରାଜକିଶୋର ପରିଡ଼ା ଡାବରରେ ଯୋଗଦେଇଛନ୍ତି। ହେଲେ ରାଜକିଶୋର ପଞ୍ଚାୟତ ଦାୟିତ୍ୱ ନ ନେଇ ବ୍ଲକରେ ଏପିଓଙ୍କ କାର୍ଯ୍ୟ ସମ୍ଭାଳୁଛନ୍ତି। ବ୍ଲକରେ ଅନ୍ୟାନ୍ୟ ଉଚ୍ଚ ପଦ ପଦବୀ ଅଧିକାରୀ ରହିଥିଲେ ବି ଜଣେ ଜିଆରଏସ୍‌ଙ୍କୁ ଏପିଓ ଦାୟିତ୍ୱ ଦିଆଯାଇଥିବା ନେଇ ଜୋର୍‌ଦାର୍‌ ଚର୍ଚ୍ଚା ହେଉଛି। ଅପରପକ୍ଷେ ଉକ୍ତ ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉ ନ ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତିଙ୍କୁ ପଚାରିବାରେ, ଜିଆର୍‌ଏସ୍‌ମାନେ ଉକ୍ତ ପଦବୀରେ ରହିଲେ କୌଣସି ଅସୁବିଧା ନାହିଁ। ସେମାନେ ବି ଏପିଓ କାର୍ଯ୍ୟ କରିପାରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ରେ ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି, ୧୭।୮ (ଡି.ଏନ୍‌.ଏ.): ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲା ଗସ୍ତରେ ଆସିବେ। ଏନେଇ ବିଜେଡି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।...

ଅସୁସ୍ଥ ସ୍ତ୍ରୀଙ୍କୁ ଟ୍ରଲିରେ ୯୦ କି.ମି. ବୋହିବା ଘଟଣା: ଜୀବନ ଯୁଦ୍ଧରେ ହାରିଗଲେ ସୁକାନ୍ତି

କଟକ ଅଫିସ/ପୁରୀ ଅଫିସ/ସାକ୍ଷୀଗୋପାଳ: (ଡି.ଏନ୍‌.ଏ.), ୧୨।୧୦ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ସୁକାନ୍ତି ଭୋଇ। କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ମଧ୍ୟାହ୍ନରେ ସେ ସବୁଦିନ...

ଆଦିବାସୀଙ୍କୁ ଆବସ ପ୍ରଦାନରେ ଚଞ୍ଚକତା: ଭାଜପା ପକ୍ଷରୁ ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ

ତେଲକୋଇ,୨୦ା୨(ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ୍‌ ଆଦିବାସୀ ବହୁଳ ଅଞ୍ଚଳରେ ଯୋଗ୍ୟ ଆଦିବାସୀ ହିତାଧିକାରୀଙ୍କୁ ଆବାସ ଆବଣ୍ଟନରେ ଅଣଦେଖା କରାଯାଇଥିବା ଭାଜପା ଅଭିଯୋଗ କରିଛି। ଏ...

ମନମୋହିଲା ‘ବଡି ବିଲ୍ଡିଂ ଶୋ’ର ସୁନ୍ଦର ସ୍ବାସ୍ଥ୍ୟ ପ୍ରଦର୍ଶନ

ବ୍ରହ୍ମପୁର ଅଫିସ,୩୦ା୧-ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡିଆରେ ଚାଲିଥିବା ୭ମ ମହାନଗର ମହୋତ୍ସବର ବୁଧବାର ଥିଲା ତୃତୀୟ ସନ୍ଧ୍ୟା ା ଏହାକୁ ଭିଜିଲାନ୍ସ ଅତିରିକ୍ତ ଏସ୍‌ପି...

ବାପା ତାଗିଦା କରିବାରୁ ଘର ଛାଡ଼ି ଚାଲିଆସିଲେ

ବାଲେଶ୍ୱର ଅଫିସ/ରୂପ୍‌ସା, ୨୦।୬(ଡି.ଏନ.ଏ.): ବାପା ପାଠ ପଢିବାକୁ ତାଗିଦ୍‌ କରିବାରୁ ନାବାଳକ ପୁଅ ଘର ଛାଡି ପଳାଇଆସିଲେ। ଶନିବାର ମଧ୍ୟରାତ୍ରରେ ବାଲେଶ୍ୱର ଜିଲା ରୂପ୍‌ସା ରେଳଷ୍ଟେଶନରେ ସେ...

ମାଓବାଦୀ କ୍ୟାମ୍ପ ଠାବ, ବନ୍ଧୁକ ସହ ବିଭିନ୍ନ ସାମଗ୍ରୀ ଜବତ

ଭବାନୀପାଟଣା,୩।୨(ସ୍ବ.ପ୍ର.): କଳାହାଣ୍ଡି ପୋଲିସ ଏକ ମାଓବାଦୀ କ୍ୟାମ୍ପ ଠାବ କରିବାରେ ସଫଳ ହେଇଛି । ସିକେରକୁପାସ୍ଥିତ ୬୪ ବାଟାଲିୟନ ଓ କଳାହାଣ୍ଡି ଏସ୍‌ପିଙ୍କ ମିଳିତ ଚଢ଼ାଉ...

ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ମୁକୁଳା ଡ୍ରେନ୍‌ର ମରାମତି କାମ

କେନ୍ଦୁଝର,୧୬ା୩(ସ୍ବ.ପ୍ର.): ଦୀର୍ଘ ମାସ ହେଲା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ମୁକୁଳା ହୋଇ ପଡ଼ିଥିବା ଫୁଟ୍‌ପାଥର ମରାମତି କାମ ଆରମ୍ଭ ହୋଇଛି। ଏହା ଦ୍ୱାରା ଲୋକମାନେ ବିପଦପୂର୍ଣ୍ଣ...

ପୁଣି ଲାଗିଲା ମାଓବାଦୀ ପୋଷ୍ଟର

ଫିରିଙ୍ଗିଆ,୨୦ା୭-କିଛି ଦିନ ବ୍ୟବଧାନ ପରେ ପୁଣି ଫିରିଙ୍ଗିଆ ବ୍ଲକର ବିଭିନ୍ନ ସ୍ଥାନରେ ମାଓବାଦୀ ଶୁକ୍ରବାର ପୋଷ୍ଟର ଲଗାଇଛନ୍ତି। ଫିରିଙ୍ଗିଆ ଅଞ୍ଚଳର ସାଡିଙ୍ଗିଆ, ସୁମେରୁବନ୍ଧ, ଲେଣ୍ଡ୍ରିଗୁଡା, ମାଲା...

Advertisement
Archives

Model This Week