ଏନ୍‌.ଆର୍‌. ନାରାୟଣ ମୂର୍ତ୍ତିଙ୍କ ଜୀବନୀକୁ ନେଇ ବଲିଉଡ୍‌ ଫିଲ୍ମ

ନୂଆଦିଲ୍ଲୀ: ବଲିଉଡ୍‌ରେ ବାୟୋପିକ୍‌ ଟ୍ରେଣ୍ଡ୍‌ ଚାଲିଥିବାବେଳେ ପିରିଓଡିକ୍‌ ଡ୍ରାମା ସାଙ୍ଗକୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଜୀବନୀ ଉପରେ ମଧ୍ୟ ଅନେକ ସମୟରେ ଫିଲ୍ମ ନିର୍ମାଣ କରାଯାଉଛି। ସମାଜରେ ଲୋକପ୍ରିୟ ବ୍ୟକ୍ତିତ୍ୱଙ୍କ ଜୀବନୀକୁ ନେଇ ପ୍ରସ୍ତୁତ କାହାଣୀ ପରଦାରେ ଦେଖିବାକୁ ଦର୍ଶକେ ପସନ୍ଦ ମଧ୍ୟ କରୁଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ହୁଅନ୍ତୁ ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏମ୍‌.ଏସ୍‌. ଧୋନୀ ହୁଅନ୍ତୁ ବା ମେରିକମ୍‌, ଏଭଳି ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନ ଓ ସଂଘର୍ଷ ଉପରେ ବଲିଉଡ୍‌ରେ ଫିଲ୍ମ ନିର୍ମାଣ କରାଯାଇଛି। ଏହି ତାଲିକାରେ ଏବେ ଆଉ ଏକ ଦମ୍ପତିଙ୍କ ନାଁ ଯୋଡ଼ିହେବାକୁ ଯାଉଛି। ଖୁବ୍‌ଶୀଘ୍ର ଇନ୍‌ଫୋସିସ୍‌ ସହପ୍ରତିଷ୍ଠାତା ଏନ୍‌.ଆର୍‌. ନାରାୟଣ ମୂର୍ତ୍ତି ଏବଂ ତାଙ୍କ ପତ୍ନୀ ସୁଧା ମୂର୍ତ୍ତିଙ୍କ ଜୀବନୀ ଉପରେ ନିର୍ମାଣ ହେବ ଫିଲ୍ମ। ଏନେଇ ବିଧିବଦ୍ଧ ଘୋଷଣା ମଧ୍ୟ କରାଯାଇଛି। ବଲିଉଡ୍‌ର ବଡ଼ ପରଦାରେ ମୂର୍ତ୍ତି ଦମ୍ପତିଙ୍କ ଜୀବନ, ସଂଘର୍ଷ ଓ ଦେଶ ପ୍ରତି ଥିବା ଅବଦାନଗୁଡ଼ିକୁ ଦେଖିବାକୁ ମିଳିବ। ମୂର୍ତ୍ତି ଦମ୍ପତିଙ୍କୁ ନେଇ ପ୍ରସ୍ତୁତ ହେବାକୁ ଥିବା ଏହି ଫିଲ୍ମର ଟାଇଟଲ ମଧ୍ୟ ‘ମୂର୍ତ୍ତି’ ରଖାଯାଇଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ଅଶ୍ୱିନୀ ଆୟାର ତିଓ୍ବାରୀ ନେଇଥିବାବେଳେ କାହାଣୀ ଲେଖୁଛନ୍ତି ସଞ୍ଜୟ ତ୍ରିପାଠୀ। ତେବେ ଅଶ୍ୱିନୀ ବର୍ତ୍ତମାନ କଙ୍ଗନା ରନାଓ୍ବତଙ୍କ ‘ପଙ୍ଗା’ ଫିଲ୍ମରେ ବ୍ୟସ୍ତ ଅଛନ୍ତି। ସେହିପରି ଫିଲ୍ମର ପ୍ରଯୋଜନା କରୁଛନ୍ତି ମହାବୀର ଜୈନ, ନିତେଶ ତିଓ୍ବାରୀ ଏବଂ ଅଶ୍ୱିନୀ ଆୟାର ତିଓ୍ବାରୀ। ଭାରତର ମହାନ୍‌ ଦାନବୀରଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଏନ୍‌.ଆର୍‌. ନାରାୟଣ ମୂର୍ତ୍ତି। ସେ ବ୍ୟବସାୟଠାରୁ ଊର୍ଦ୍ଧ୍ୱରେ ଚିନ୍ତା କରି ଇନ୍‌ଫୋସିସ୍‌ ମାଧ୍ୟମରେ ଦେଶର ଗରିବ ଲୋକଙ୍କୁ ଶିକ୍ଷା ଓ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଅନ୍ତର୍ଧ୍ୱନି’କୁ ୨ ପୁରସ୍କାର

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ବାଂଲାଦେଶର ଢାକାଠାରେ ଆୟୋଜିତ ସିନେ ମେକିଙ୍ଗ୍‌ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଅନ୍ତର୍ଧ୍ୱନି’କୁ ୨ଟି ପୁରସ୍କାର ମିଳିଛି। ଚଳଚ୍ଚିତ୍ରର ନାୟିକା ସ୍ବପ୍ନା ପତି ଶ୍ରେଷ୍ଠ ଅନ୍ତର୍ଜାତୀୟ...

ସଲମାନଙ୍କ ଫଟୋ ପକେଟରେ ଧରି ବୁଲୁଥିଲେ ଏହି ଅଭିନେତା

ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବଂ ଅଭିନେତା ଜ୍ୟାକି ଶ୍ରଫ୍‌ଙ୍କ ମଧ୍ୟରେ ନିବିଡ ସମ୍ପର୍କ ରହିଛି। ଫିଲ୍ମ ‘ଭାରତ’ରେ ସଲ୍ଲୁଙ୍କ ପିତା ଭୂମିକା ନିଭାଇଛନ୍ତି ଜ୍ୟାକି।...

ମହୁମାଛି କଥା ମନେ ପଡ଼େ

ଶୁଟିଂ ସମୟରେ ଅନେକ ଘଟଣା କଳାକାରଙ୍କ ମନରେ ସ୍ମୃତି ହୋଇ ରହିଥାଏ। ସେଭଳି କେତୋଟି ଘଟଣାକୁ ସ୍ମରଣ କରନ୍ତି ରିଲିଜ ଅପେକ୍ଷାରେ ଥିବା ଓଡ଼ିଆ ସିନେମା...

କପୁର ପରିବାର ପାଇଁ ଅଶୁଭ ଏହି ଦିନ: ହୃଦ୍‌ଘାତରେ ଆଖି ବୁଜିଲେ ରାଜ କୁପରଙ୍କ ପୁଅ

ରାଜ କପୁରଙ୍କ ସାନ ପୁଅ ରାଜୀବ କପୁରଙ୍କର ମଙ୍ଗଳବାର ମୁମ୍ବାଇରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ମୃତ୍ୟୁର କିଛି ସମୟ...

ପୋଲିସଙ୍କୁ ମାସ୍କ ଦେଲେ ମସାବା

ମୁମ୍ବାଇ: କରୋନା ଭାଇରସ୍‌ ସଂକ୍ରମଣ ବିରୋଧରେ ଚାଲିଥିବା ଯୁଦ୍ଧରେ ସମସ୍ତେ ମିଳିମିଶି ଲଢ଼େଇ କରୁଛନ୍ତି। ବଲିଉଡ୍‌ ତାରକାମାନେ ମଧ୍ୟ ଏଥିରେ ସହଯୋଗର ହାତ ବଢ଼ାଇଛନ୍ତି। ବଲିଉଡ୍‌...

ଚର୍ଚ୍ଚାରେ ଗୌହରଙ୍କ ଲଭ୍‌ ଲାଇଫ୍‌: ୧୭ ବର୍ଷ ପୂର୍ବେ ସାଜିଦଙ୍କ ସହ କରିଥିଲେ ନିର୍ବନ୍ଧ, ହେଲେ..

ବମ୍ବେ: ଆଜିକାଲି ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଭିନେତ୍ରୀ ଗୌହର ଖାନ। ନିକଟରେ ସେ ପ୍ରେମିକ ଜୈଦ ଦରବାରଙ୍କ ସହ ନିର୍ବନ୍ଧ କରିନେଇଛନ୍ତି। ଆସନ୍ତା...

ଫ୍ଲୋଟିଂ ବ୍ରେକ୍‌ଫାଷ୍ଟର ମଜା ଉଠାଉଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ ମୌନୀ ରାୟ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ ହେଲା ପରି ଗୋଲ୍‌ ଦେଇଛନ୍ତି। କାରଣ ସୋସିଆଲ ମିଡିଆରେ ଏମିତି କିଛି ଫଟୋ ଶେୟାର କରିଛନ୍ତି ଯାହା...

ରେଷ୍ଟୁରାଣ୍ଟର ନାଁ ସୋନୁ ସୁଦ୍‌ ରଖିଲେ ଏହି ବ୍ୟକ୍ତି

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ଲୋକଙ୍କୁ ନିରନ୍ତର ସାହାଯ୍ୟ ସହଯୋଗ କରିଆସୁଛନ୍ତି। ତାଙ୍କର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।...

Seven Jackpot
Advertisement


Archives

Model This Week

Why Dharitri