ଏନ୍‌ଏସି ପକ୍ଷରୁ ଚଢ଼ାଉ : ପଲିଥିନ୍‌, ପାଣିପାଉଚ ଜବତ

ଦିଗପହଣ୍ଡି,୬ା୬(ଡି.ଏନ୍‌.ଏ.): ଦିଗପହଣ୍ଡି ଏନ୍‌ଏସି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ ପକ୍ଷରୁ ଗୁରୁବାର ସହରରେ ବେଆଇନ ପଲିଥିନ ବିକ୍ରୟ ଓ ବ୍ୟବହାର ବିରୋଧରେ ଧରପଗଡ଼ କରାଯାଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କ ଉପସ୍ଥିତିରେ ଦିଗପହଣ୍ଡି ମେଡିକାଲ ଛକସ୍ଥିତ ସନ୍ତୋଷ କୁମାର ପାତ୍ରଙ୍କ ଦୋକାନରେ ଚଢ଼ାଉ କରାଯାଇଥିଲା। ତାଙ୍କ ନିକଟରୁ ଆଇଏସ୍‌ଆଇ ମାର୍କା ବିହୀନ ପାଣିପାଉଚ, ପଲିଥିନ୍‌ ଏବଂ ପ୍ଲାଷ୍ଟିକ୍‌ ଦନା ଜବତ କରାଯିବା ସହ ୨୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସେହିପରି ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାକଡ଼ରେ ଦୋକାନ କରିଥିବା ସୁଶାନ୍ତ ପାଢ଼ୀ, ନୀଳାଞ୍ଚଳ ଚୌଧୁରୀ ଏବଂ ରାମଚନ୍ଦ୍ର ଚୌଧୁରୀଙ୍କ ନିକଟରୁ ବିକ୍ରି ଉଦ୍ଦେଶ୍ୟରେ ରଖା ଯାଇଥିବା ବହୁ ସଂଖ୍ୟକ ପଲିଥିନ୍‌ ଜବତ ହୋଇଛି। ସେମାନଙ୍କ ନିକଟରୁ ୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ଚଢ଼ାଉରେ ଏନ୍‌ଏସି କର୍ମଚାରୀ ହରିକୃଷ୍ଣ ସାହୁ, ପ୍ରଭାକର ମେକାପ, ବି. ସାହେବ ରେଡ୍ଡୀ, ସନ୍ତୋଷ କୁମାର ପାଢ଼ୀ, ସିଏଚ.୍‌ ଲୋକେଶ୍ୱରୀ, ପବିତ୍ରା ପ୍ରଧାନ, ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୋରଡ଼ା ଅଗ୍ନିକାଣ୍ଡ ଘଟଣା: ଗୁରୁତର ଥିବା ଶିଶୁକନ୍ୟା ବୁଜିଲେ ଆଖି

ସୋରଡ଼ା,୧୭ା୧(ଡି.ଏନ.ଏ.): ସୋରଡା ବ୍ଲକ ଗେଞ୍ଜା ପଞ୍ଚାୟତ ବନ୍ଧାଗୋଛା ଗ୍ରାମର ଛବି ନାୟକଙ୍କ ଘରେ ନିଅଁା ଲାଗି ଯାଇଥିଲା। ଫଳରେ ପରିବାରର ୪ଜଣ ପୋଡି ଗୁରୁତର ଆହତ...

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର

ବୁଗୁଡ଼ା,୨୭ା୫: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳରେ ଜନୈକା ୧୬ ବର୍ଷିୟା ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ବାଲିପଦର ଫାଣ୍ଡି...

ସାରସ୍ବତ ସମ୍ମାନରେ ସମ୍ମାନିତ ହେଲେ କବି ହୁସେନ୍‌ ରବି ଗାନ୍ଧୀ

ଛତ୍ରପୁର,୧୬ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ସଂସ୍କୃତି ଭବନ ପାଠାଗାରରେ ରବିବାର ଓଡ଼ିଶା ସାହିତ୍ୟ ସଂସ୍କୃତି ବିକାଶ ପ୍ରତିଷ୍ଠାନ ପକ୍ଷରୁ କବି ଡ. ହୁସନେ୍‌...

ଲଗାଣ ବର୍ଷାରେ ରେଶମ ସହର ପ୍ରଭାବିତ

ବ୍ରହ୍ମପୁର ଅଫିସ,୭।୧୦: ଲଗାଣ ବର୍ଷା ଯୋଗୁ ବ୍ରହ୍ମପୁର ସହରରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷା ଯୋଗୁ ସହରରେ ଶାରଦୀୟ ପୂଜା ମଧ୍ୟ ପ୍ରଭାବିତ ହୋଇଛି।...

ଶ୍ରମିକ କାର୍ଡ ପାଇଁ ଟଙ୍କା ଆଦାୟ ଅଭିଯୋଗ

ଛତ୍ରପୁର,୬ା୯(ଡି.ଏନ.ଏ)- ଛତ୍ରପୁରସ୍ଥିତ ଶ୍ରମ କାର୍ଯ୍ୟାଳୟରୁ ଶ୍ରମିକ କାର୍ଡ ଓ ପଞ୍ଜୀକୃତ ଶ୍ରମିକଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ କେତେଜଣ ଦଲାଲ ସକ୍ରିୟ ହୋଇଛନ୍ତି। ଏଥିପାଇଁ ଦୈନିକ...

ଟଙ୍କା ଉଠାଇବା ପୂର୍ବରୁ ହାତକୁ ସାନଟାଇଜ କର: ବ୍ୟାଙ୍କ କର୍ତ୍ତୃପକ୍ଷ

ଶେରଗଡ଼, ୧୫।୪(ଡି.ଏନ୍‌.ଏ.): କରୋନା ଚିନ୍ତା ସମସ୍ତଙ୍କୁ ଘାରିଛି। ସରକାର ଦିନକୁ ଦିନ ନିୟମ କଡ଼ାକଡ଼ି କରୁଛନ୍ତି। ଏ ଦିଗରେ ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ନିୟମ କଡ଼ାକଡ଼ି...

ଗଞ୍ଜାମରୁ ସୁରତ ଯାଉଥିବା ବସ୍‌ ଦୁର୍ଘଟଣା; ୮ ଶ୍ରମିକ ମୃତ

ରାୟପୁର, ୫।୯: ଛତିଶଗଡ଼ର ରାଜଧାନୀ ରାୟପୁରରେ ଶନିବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଗୁଜରାଟର ସୁରତ ଯାଉଥିବା ଏକ ବସ...

ଥାନାରେ ଯୁବକଙ୍କ ଆତ୍ମହତ୍ୟା

ଗୋପାଳପୁର,୩ା୫: ଗଞ୍ଜାମ ଜିଲା ଗୋଳନ୍ଥରା ଥାନାରେ ଜଣେ ଯୁବକ ସୋମବାର ରାତି ପ୍ରାୟ ୮ଟାରେ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଗୋଳନ୍ଥରା ଥାନା ଅଧୀନ ରଙ୍ଗିପୁର...

Advertisement
Archives

Model This Week