ଏନ୍‌ଏଫ୍‌ଏସ୍‌ଏରୁ ବାଦ୍‌ ପଡ଼ିପାରନ୍ତି ୧୯ ଲକ୍ଷ:ଆଧାର ଛଡ଼ାଇନେବ ରାଶନ, ଚିନ୍ତାରେ ହିତାଧିକାରୀ

ଭୁବନେଶ୍ୱର,୧୭-୯(ବ୍ୟୁରୋ):ଭୋକ ଉପାସରେ କେହି ରହିବେ ନାହିଁ। ଦେଶର ସମସ୍ତ ଗରିବ ଲୋକଙ୍କୁ ଦିନକୁ ଦୁଇମୁଠା ପେଟ ଭରି ଖାଇବାକୁ ମିଳିବ। ଏହି ଲକ୍ଷ୍ୟରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ)। ଓଡ଼ିଶା ସରକାର ମଧ୍ୟ ରାଜ୍ୟ ଖାଦ୍ୟ ସୁରକ୍ଷା ସ୍କିମ୍‌(ଏସ୍‌ଏଫ୍‌ଏସ୍‌ଏସ୍‌) କାର୍ଯ୍ୟକାରୀ କରିଛନ୍ତି। ଏହି ଦୁଇଟି ଯୋଜନା କେବଳ ଗରିବ ଲୋକଙ୍କ ପେଟରେ ଦାନା ଦେବାକୁ କରାଯାଇଛି। ମାତ୍ର ବିଡମ୍ବନାର ବିଷୟ ଯେ, ଆଧାର କାର୍ଡକୁ ସର୍ବୋଚ୍ଚ ମାପଦଣ୍ଡ ଭାବେ ସରକାର ଧରି ନେଇଥିବାରୁ ୧ ଲକ୍ଷ ୮୪ ହଜାର ୯୫୦ ପରିବାରର ୧୮ଲକ୍ଷ ୬୭ ହଜାର ୮୦୩ ହିତାଧିକାରୀ ରାଶନ ପାଇବାରୁ ବଞ୍ଚତ୍ତ ହେବାକୁ ଯାଉଛନ୍ତି। କାରଣ ସେମାନେ ରାଶନ କାର୍ଡ ସହ ଆଧାର ସଂଯୋଗ କରିନାହାନ୍ତି। ଅଦ୍ୟାବଧି ଅନେକ ଲୋକଙ୍କ ଆଧାର କାର୍ଡ ହୋଇପାରି ନାହିଁ। ଯାନ୍ତ୍ରିକ କିମ୍ବା ବ୍ୟବସ୍ଥାରେ ତ୍ରୁଟି ହେଉ କି ଅଙ୍ଗୁଳି ଛାପ ଠିକ୍‌ ହୋଇ ନ ପାରିବା ଭଳି ସମସ୍ୟା ହେଉ, ଲୋକେ ନିଜର ଆଧାର କାର୍ଡ କରିପାରୁନାହାନ୍ତି। ଏଭଳିସ୍ଥଳେ ରାଶନ ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯିବା ଯୋଗୁ ପ୍ରାୟ ୧୯ ଲକ୍ଷ ଲୋକ ଏନ୍‌ଏଫ୍‌ଏସ୍‌ଏରୁ ବାଦ୍‌ ପଡ଼ିପାରନ୍ତି।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରୁ ସୋମବାର ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୮୮ ଲକ୍ଷ ୨୮ ହଜାର ୪୧୯ ପରିବାରର ୩ କୋଟି ୭ ଲକ୍ଷ ୩୦ ହଜାର ୧୯୭ ବ୍ୟକ୍ତିଙ୍କୁ ଆଧାର ସହ ଯୋଡ଼ାଯାଇଛି। ଅର୍ଥାତ୍‌ ସେପ୍ଟେମ୍ବର ୧୬ ତାରିଖ ସୁଦ୍ଧା ୯୭.୯ ପ୍ରତିଶତ ପରିବାର ଏବଂ ୯୪.୩ ପ୍ରତିଶତ ବ୍ୟକ୍ତିଙ୍କର ଏନ୍‌ଏଫ୍‌ଏସ୍‌ଏ ସହ ଆଧାର ଲିଙ୍କ୍‌ ହୋଇଛି।
ଗାଇଡ୍‌ଲାଇନ୍‌ ଅନୁଯାୟୀ ୬ଟି ମାନଦଣ୍ଡ ଆଧାରରେ ଗରିବ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଏନ୍‌ଏଫ୍‌ଏସ୍‌ଏରେ ସାମିଲ କରାଯାଉଥିବା ବେଳେ ୯ଟି ମାନଦଣ୍ଡ ଆଧାରରେ ସ୍ବଚ୍ଛଳ ବର୍ଗଙ୍କୁ ଏଥିରୁ ବାଦ୍‌ ଦିଆଯିବାର ବ୍ୟବସ୍ଥା ରହିଛି। ତେବେ ତଥ୍ୟ ଗୋପନ ରଖି ଲକ୍ଷ ଲକ୍ଷ ଅସାଧୁ ବ୍ୟକ୍ତି ଏହି ଯୋଜନାରେ ସାମିଲ ହୋଇ ଭରପୂର ଫାଇଦା ଉଠାଉଥିଲେ। ଏ ନେଇ ବିଭିନ୍ନ ମହଲରୁ ଅଭିଯୋଗ ଆସିବା ପରେ ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଧରପଗଡ଼ ମଧ୍ୟ ଜୋର୍‌ଦାର ହୋଇଥିଲା। ଅଯୋଗ୍ୟ ବ୍ୟକ୍ତିଙ୍କ ନାମରେ ଫୌଜଦାରି ମାମଲା ରୁଜୁ ହୋଇଥିଲା। ବେଆଇନ ଭାବେ ନେଇଥିବା ଖାଦ୍ୟ ଶସ୍ୟ ବାବଦରେ ବଜାର ଦର ଅନୁଯାୟୀ ଅର୍ଥ ପଇଠ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତନାଘନା ଯୋଗୁ ଲକ୍ଷଲକ୍ଷ ସଂଖ୍ୟାରେ ବେଆଇନ ରାଶନ କାର୍ଡଧାରୀ ଭୟରେ ଫେରାଇ ଦେଇଥିଲେ। ଖାଦ୍ୟଶସ୍ୟ ବାବଦରେ ବେଆଇନ ରାଶନ କାର୍ଡଧାରୀଙ୍କଠାରୁ ୪୨ କୋଟି ୧୩ ଲକ୍ଷ ୯୦ ହଜାର ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଇଥିଲା। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବେଆଇନ ରାଶନ କାର୍ଡଧାରୀଙ୍କଠାରୁ ଆଦାୟ କରିଥିବା ଜରିମାନା ବାବଦ ୩୬ କୋଟି ୨୭ ଲକ୍ଷ ୫୫ ହଜାର ୭୮୫ ଟଙ୍କା ଫେରାଯିବା ସହ ମକଦ୍ଦମା ଉଠାଇ ଦେଇଥିଲେ। ଏହାର ସୁଯୋଗ ନେଇ ପୁଣି ବେଆଇନ ଏବଂ ଅସାଧୁ ଲୋକମାନେ ଏନ୍‌ଏଫ୍‌ଏସ୍‌ଏ କାର୍ଡ ହାତେଇବାରେ ସଫଳ ହୋଇଥିବା ଅଭିଯୋଗ ଉଠିଲା। ତେଣୁ ବେଆଇନ କାର୍ଯ୍ୟକୁ ରୋକିବା ପାଇଁ କେନ୍ଦ୍ର ସରକାର ଆଧାରକୁ ରାଶନ କାର୍ଡ ସହ ଶତପ୍ରତିଶତ ସଂଯୋଗ କରିବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଲେ। ଆଧାର ସଂଯୋଗ ନ ହେଲେ ରାଶନ ଯୋଗାଇ ଦିଆଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି। ହେଲେ ବିଭିନ୍ନ ସମସ୍ୟାରୁ ଆଧାର କାର୍ଡ ପାଇପାରି ନ ଥିବା ଲକ୍ଷ ଲକ୍ଷ ହିତାଧିକାରୀ ଯେ ବେଆଇନ ଭାବେ ଏନ୍‌ଏଫ୍‌ଏସ୍‌ଏ କାର୍ଡ ପାଇଛନ୍ତି ତାହା ସରକାର କିଭଳି କହିପାରିବେ ବୋଲି ପ୍ରଶ୍ନ ଉଠୁଛି। ଏଭଳି ସ୍ଥଳେ ସେମାନଙ୍କୁ ରାଶନ ପାଇବାରୁ ବଞ୍ଚତ୍ତ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଆଲୋଚନା ହେଉଛି।
ଯୋଗାଣ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଆଧାର ସଂଯୋଗ ପାଇଁ ୩ ମାସିଆ ଡେଡ୍‌ଲାଇନ ଦିଆଯାଇଥିଲା। ସେପ୍ଟେମ୍ବର ୧୫ରେ ଏହି ଅବଧି ଶେଷ ହୋଇଛି। ଶତ ପ୍ରତିଶତ ଆଧାର ଲିଙ୍କ୍‌ ହେବା ପରେ ଆହୁରି ଅଯୋଗ୍ୟ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ପଡିବେ ବୋଲି ସେ କହିଛନ୍ତି। ଭାଜପା ବରିଷ୍ଠ ନେତା ପ୍ରଦୀପ ପୁରୋହିତ କହିଛନ୍ତି ଯେ, ରାଜ୍ୟ ସରକାର ଜାଣି ଶୁଣି ବେଆଇନ ହିତାଧିକାରୀଙ୍କ ଜରିଆରେ କେନ୍ଦ୍ର ସରକାର ଦେଉଥିବା ରାଶନକୁ ଲୁଟ୍‌ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳବଜେଟରେ ଯାଜପୁର ନିରାଶ

ଯାଜପୁର ଅଫିସ,୬ା୨: ରେଳବଜେଟ ୨୦୨୦-୨୧ ଓଡ଼ିଶା ଏବଂ ବିଶେଷକରି ଯାଜପୁର ଜିଲା ପାଇଁ ନିରାଶଜନକ ହୋଇଛି। ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେଶନରୁ ଧାମରା(ଭାୟା-ବିରଜାକ୍ଷେତ୍ର ଓ ଆରଡି)କୁ ସିଧାସଳଖ ଟ୍ରେନ...

ଆଇପିଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ରାଜ୍ୟ ସରକାର ଆଇପିଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଭୁବନେଶ୍ୱର,...

ରାଜ୍ୟପାଳଙ୍କୁ ଫେରାଦ ହେଲା ଭାଜପା

ଭୁବନେଶ୍ୱର,୭ା୧୦(ବ୍ୟୁରୋ):ମୁଲତବୀ ପ୍ରସଙ୍ଗକୁ ଗ୍ରହଣ କରା ନ ଯିବା ଏବଂ ଖଣି ଦୁର୍ନୀତି ପ୍ରସଙ୍ଗ ଉପରେ ଆଲୋଚନା ନ ହେବାରୁ ମଙ୍ଗଳବାର ବିଧାନସଭାରେ ଦିନସାରା ହୋହଲ୍ଲା କରିଥିଲା...

ଜେଇଇ ମେନ୍‌ ସେସନ୍‌-୨ ରେଜଲ୍ଟ ପ୍ରକାଶ: ପ୍ରିୟଙ୍କା ସର ରାଜ୍ୟ ଟପ୍ପର

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ଶନିବାର ପ୍ରକାଶ ପାଇଛି ଜେଇଇ ମେନ ସେସନ-୨ ରେଜଲ୍ଟ। ଏହି ପରୀକ୍ଷାରେ ପ୍ରିୟଙ୍କା ସର ୯୯.୯୮ ପ୍ରତିଶତ ମାର୍କ ରଖି ରାଜ୍ୟ ଟପ୍ପର ହୋଇଛନ୍ତି।...

ଜେଲ ଭିତରେ ଅର୍ଚ୍ଚନାଙ୍କୁ ଜେରା ଯୋଜନା

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ଜେଲରେ ଥିବା ବହୁଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କୁ ନେଇ ତଦନ୍ତ ସେପରି ଆଗେଇ ପାରିନାହିଁ। ଇତିମଧ୍ୟରେ ୧୦ରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ...

ବଜାୟ ରହିଲା ସ୍ବୟଂଶାସିତ ମାନ୍ୟତା

ଢେଙ୍କାନାଳ ଅଫିସ, ୨୨।୭ ଢେଙ୍କାନାଳ ମହାବିଦ୍ୟାଳୟର ସ୍ବୟଂଶାସିତ ମାନ୍ୟତା ବଜାୟ ରହିଛି। ୨୦୨୩ ଯାଏ ଏହାକୁ ଅଟୋନମସ୍‌ ମାନ୍ୟତା ପ୍ରଦାନ କରାଯାଇଛି। ଏ ନେଇ ଗତ...

ଜିଲା ଚିକିତ୍ସାଳୟରେ ଆରମ୍ଭ ହେଲା ‘ସଖୀ’: ଗୋଟିଏ ଛାତ ତଳେ ମହିଳାଙ୍କୁ ସମସ୍ତ ସହାୟତା

ଢେଙ୍କାନାଳ ଅଫିସ, ୨୩।୮-ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ଷଷ୍ଠ ମହଲାରେ ୱାନ୍‌ ଷ୍ଟପ୍‌ ସେଣ୍ଟର ‘ସଖୀ’ ସହାୟତା କେନ୍ଦ୍ର ଗୁରୁବାର ଲୋକାର୍ପିତ ହୋଇଛି। ଜିଲାପାଳ ଭୂମେଶ...

ଆଜି ବ୍ରଜରାଜନଗର ଉପନିର୍ବାଚନ

ଭୁବନେଶ୍ୱର,୩୧ା୫(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ମଙ୍ଗଳବାର ସକାଳ ୭ଟାରୁ ସା ୬ଟା ପର୍ଯ୍ୟନ୍ତ ଚାଲିବ। ଏହି ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ...

Advertisement
Archives

Model This Week